ଭୁବନେଶ୍ୱରରେ ବଦଳିବ ଶ୍ମଶାନର ରୂପରେଖ, ୨ କୋଟି ୩୪ ଲକ୍ଷ ଟଙ୍କା ଖର୍ଚ୍ଚ କରିବ ବିଏମସି
ଭୁବନେଶ୍ୱର: ଭୁବନେଶ୍ୱରରେ ବଦଳିବ ଶ୍ମଶାନର ରୂପରେଖ। ରୂପାନ୍ତରିତ ହେବ ରାଜଧାନୀର ସବୁ ଶ୍ମଶାନ। ସତ୍ୟନଗର ଶ୍ମଶାନର ହେବ ନବକଳେବର। ଇଲେକ୍ଟ୍ରିକ ଚୁଲା ଉଠାଯିବା ସହ ପାରମ୍ପରିକ ଓ ଗ୍ୟାସ ଚୁଲାରେ ଶବଦାହ ପାଇଁ ବ୍ୟବସ୍ଥା କରିବ ବିଏମସି। ଏଥିପାଇଁ ସତ୍ୟନଗର ଶ୍ମଶାନରେ ଭିତ୍ତିସ୍ଥାପନ କରିଛନ୍ତି ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଓ ମେୟର ସୁଲୋଚନା ଦାସ। ୨ କୋଟି ୩୪ ଲକ୍ଷ ଟଙ୍କା ବ୍ୟୟରେ ଶ୍ମଶାନର ପୁନରୁଦ୍ଧାର କରିବାକୁ ବିଏମସି ଯୋଜନା ରଖିଛି। ଶ୍ମଶାନକୁ ଆସୁଥିବା […]
ଭୁବନେଶ୍ୱର: ଭୁବନେଶ୍ୱରରେ ବଦଳିବ ଶ୍ମଶାନର ରୂପରେଖ। ରୂପାନ୍ତରିତ ହେବ ରାଜଧାନୀର ସବୁ ଶ୍ମଶାନ। ସତ୍ୟନଗର ଶ୍ମଶାନର ହେବ ନବକଳେବର। ଇଲେକ୍ଟ୍ରିକ ଚୁଲା ଉଠାଯିବା ସହ ପାରମ୍ପରିକ ଓ ଗ୍ୟାସ ଚୁଲାରେ ଶବଦାହ ପାଇଁ ବ୍ୟବସ୍ଥା କରିବ ବିଏମସି। ଏଥିପାଇଁ ସତ୍ୟନଗର ଶ୍ମଶାନରେ ଭିତ୍ତିସ୍ଥାପନ କରିଛନ୍ତି ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଓ ମେୟର ସୁଲୋଚନା ଦାସ।
ଆହୁରି ପଢ଼ନ୍ତୁ: ଲଘୁଚାପ ପ୍ରଭାବରେ ଭିଜିବ ଓଡ଼ିଶା: ମୟୂରଭଞ୍ଜ ପାଇଁ ରେଡ୍ ଆଲର୍ଟ, ଶୁକ୍ରବାର ଯାଏଁ ପ୍ରବଳ ବର୍ଷା ସମ୍ଭାବନା
୨ କୋଟି ୩୪ ଲକ୍ଷ ଟଙ୍କା ବ୍ୟୟରେ ଶ୍ମଶାନର ପୁନରୁଦ୍ଧାର କରିବାକୁ ବିଏମସି ଯୋଜନା ରଖିଛି। ଶ୍ମଶାନକୁ ଆସୁଥିବା ଲୋକ ଯେପରି ସମସ୍ତ ସୁବିଧା ପାଇପାରିବେ ସେଥିପ୍ରତି ଗୁରୁତ୍ବ ଦିଆଯାଉଛି। ଏହାସହ କବର ସ୍ଥାନର ମଧ୍ୟ ନବୀକରଣ କରାଯିବ। ଶ୍ମଶାନ ଭିତରେ ଅଧିକ ଗଛ ଲଗାଇବା, ପୋଖରୀ ଓ ସୌନ୍ଦର୍ଯ୍ୟକରଣ ପାଇଁ ସବୁ ବ୍ୟବସ୍ଥା ଗ୍ରହଣ କରିବାକୁ ଲକ୍ଷ୍ୟ ରଖିଛି ବିଏମସି।
ଆହୁରି ପଢ଼ନ୍ତୁ: ଟ୍ରେନ ଧକ୍କାରେ ଦନ୍ତା ହାତୀର ମୃତ୍ୟୁ, ବନ ବିଭାଗର ତଦନ୍ତ ଆରମ୍ଭ






