ମଳ ପରିଚାଳନା ପାଇଁ ଜାତୀୟସ୍ତରରେ ବିଏମ୍‍ସି ପ୍ରଥମ: ରାଜଧାନୀରେ ସ୍ୱେରେଜ୍‍ ଲାଇନରେ ଯୋଡ଼ି ହେବ ସମସ୍ତ ଘର

The Sakala Picture
Published On

ଭୁବନେଶ୍ୱର: ମଳ ପରିଚାଳନା କ୍ଷେତ୍ରରେ ଜାତୀୟସ୍ତରରେ ପ୍ରଶଂସିତ ହୋଇଛି ଭୁବନେଶ୍ୱର। ସହରରେ ମଳ ପରିଚାଳନା କ୍ଷେତ୍ରରେ ଆସିଥିବା ସଂସ୍କାର ପାଇଁ ଜାତୀୟସ୍ତରରେ ବିଏମସି ପୁରସ୍କୃତ ହୋଇଛି। ସାରାଦେଶରେ ଭୁବନେଶ୍ୱର ସବୁଠୁ ଉନ୍ନତ ପ୍ରଦର୍ଶନ କରିଥିବା ବେଳେ ଏଥିପାଇଁ ବିଏମ୍‍ସିକୁ ପୁରସ୍କୃତ କରାଯାଇଛି। ଫେଡେରେସନ ଅଫ୍‍ ଚ୍ୟାମ୍ବର ଅଫ କମର୍ସ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରେ ବିଏମ୍‍ସି ଦେଶର ପ୍ରଥମ ସ୍ଥାନ ଅଧିକାର କରିଥିବା ବିଏମସି ପକ୍ଷରୁ କୁହାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ରାଜଧାନୀରେ ମଳ ପରିଚାଳନା ପାଇଁ ନିଆଯାଇଥିବା […]

ଭୁବନେଶ୍ୱର: ମଳ ପରିଚାଳନା କ୍ଷେତ୍ରରେ ଜାତୀୟସ୍ତରରେ ପ୍ରଶଂସିତ ହୋଇଛି ଭୁବନେଶ୍ୱର। ସହରରେ ମଳ ପରିଚାଳନା କ୍ଷେତ୍ରରେ ଆସିଥିବା ସଂସ୍କାର ପାଇଁ ଜାତୀୟସ୍ତରରେ ବିଏମସି ପୁରସ୍କୃତ ହୋଇଛି। ସାରାଦେଶରେ ଭୁବନେଶ୍ୱର ସବୁଠୁ ଉନ୍ନତ ପ୍ରଦର୍ଶନ କରିଥିବା ବେଳେ ଏଥିପାଇଁ ବିଏମ୍‍ସିକୁ ପୁରସ୍କୃତ କରାଯାଇଛି। ଫେଡେରେସନ ଅଫ୍‍ ଚ୍ୟାମ୍ବର ଅଫ କମର୍ସ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରେ ବିଏମ୍‍ସି ଦେଶର ପ୍ରଥମ ସ୍ଥାନ ଅଧିକାର କରିଥିବା ବିଏମସି ପକ୍ଷରୁ କୁହାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ରାଜଧାନୀରେ ମଳ ପରିଚାଳନା ପାଇଁ ନିଆଯାଇଥିବା ପଦକ୍ଷେପକୁ ଉପସ୍ଥାପନ କରାଯାଇଥିଲା। ଏଥିରେ ଥିବା ୨୫ରୁ ଊର୍ଦ୍ଧ୍ବ ବିଚାରକ ମଣ୍ଡଳୀ ବିଭିନ୍ନ ମାନଦଣ୍ଡକୁ ଦୃଷ୍ଟିରେ ରଖି ବିଏମସିକୁ ପ୍ରଥମ ସ୍ଥାନ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ପଛକୁ ପଛ ଆସୁଛି ଦୁଇଟି ଲଘୁଚାପ ! ଆସନ୍ତା ୯ ତାରିଖରୁ ରାଜ୍ୟରେ ପୁଣି ବଢ଼ିବ ବର୍ଷାର ପରିମାଣ

ସହରରେ ବର୍ତ୍ତମାନ ବାସୁଆ ଘାଇ ଓ ରକୋଟଠାରେ ଫିକଲ ସ୍ଲଜ୍‍ ଟ୍ରିଟମେଣ୍ଟ ପ୍ଲାଣ୍ଟ ଓ ସ୍ୱେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ କରାଯାଇଛି। ଏଠାକୁ ରାଜଧାନୀରୁ ସ୍ୱେରେଜ୍‍ ଲାଇନ୍‍ ସଂଯୋଗ କରି ବର୍ଜ୍ୟ ଜଳକୁ ବିଶୁଦ୍ଧ କରାଯାଉଛି। ଏହା ସହିତ ଯେଉଁଠାରେ ସ୍ୱେରେଜ୍‍ ଲାଇନ୍‍ କରାଯାଇ ନାହିଁ ସେଠାରୁ ସେସପୁଲ୍‍ ଗାଡ଼ି ଯୋଗେ ବର୍ଜ୍ୟ ଜଳ ଅଣାଯାଇ ଏଠାରେ ଟ୍ରିଟମେଣ୍ଟ କରାଯାଉଛି। ୱାଟ୍‍କୋ ଏହାର ପରିଚାଳନା କରୁଥିବା ବେଳେ ଏହାର ରକ୍ଷଣାବେକ୍ଷଣ ପାଇଁ ସହରର କିନ୍ନରଙ୍କୁ ନିଯୁକ୍ତି ଦିଆଯାଇଛି। ରାଜଧାନୀରେ ବର୍ତ୍ତମାନ ବିଭିନ୍ନ ସ୍ଥାନରେ ସ୍ୱେରେଜ୍‍ କାମ ଜାରି ରହିଥିବା ବେଳେ ଏହାକୁ ତୁରନ୍ତ ଶେଷ କରି ଲୋକଙ୍କୁ ଉନ୍ନତ ସେବା ଯୋଗାଇ ଦେବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ବାସୁଆ ଘାଇରେ ଦୈନିକ ୨୮ ମିଲିୟନ ଲିଟର ମଳ ପରିଚାଳନା କ୍ଷମତା ରହିଥିବା ବେଳେ ୬ଟି ପମ୍ପିଂ ଷ୍ଟେସନ ରହିଛି। ଆଉ ୬ଟି ପମ୍ପିଂ ଷ୍ଟେସନ ନିର୍ମାଣ କାମ ଜାରି ରହିଥିବା ବେଳେ ଆସନ୍ତା ସ୍ୱେରେଜ ଟ୍ରିଟ୍‍ମେଣ୍ଟ ପ୍ଲାଣ୍ଟକୁ ବର୍ତ୍ତମାନ ସୁଦ୍ଧା ୬୦ ହଜାର ଘର ସହିତ ସଂଯୋଗ ହୋଇପାରିଛି। ରାଜଧାନୀରେ ୩ ଲକ୍ଷ ଘରକୁ ଏହା ସଂଯୋଗ ଲକ୍ଷ୍ୟ ଥିବା ବେଳେ ତୁରନ୍ତ ସମସ୍ତ ଘରକୁ ସଂଯୋଗ କରିବାକୁ ଲକ୍ଷ୍ୟ ରଖାଯାଇଛି। ସ୍ୱେରେଜ୍‍ ଲାଇନ୍‍ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପରେ ରାଜଧାନୀ ପରିମଳ କ୍ଷେତ୍ରରେ ଯଥେଷ୍ଟ ଆଗକୁ ବଢ଼଼ିବ। ସ୍ୱେରେଜ୍‍ ଲାଇନ୍‍ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପରେ ଲୋକଙ୍କ ଘରୁ ମଳ ସିଧାସଳଖ ଏହି ପ୍ଲାଣ୍ଟରେ ପହଞ୍ଚିବ ଓ ଏହାକୁ ବିଶୁଦ୍ଧ କରି ଏଥିରୁ ନିଷ୍କାସନ ଜଳକୁ ବିଭିନ୍ନ କାର୍ଯ୍ୟରେ ଲଗାଯିବ।

ଆହୁରି ପଢ଼ନ୍ତୁ: ବିଜେପିର ଜନବିରୋଧୀ ନୀତି ପାଇଁ ଓଡ଼ିଶା ଉପେକ୍ଷିତ: ବିଜେଡି

ସେହିପରି ରକୋଟଠାରେ ନିର୍ମାଣ ହୋଇଥିବା ପ୍ଲାଣ୍ଟରେ ଦୈନିକ ୭୫ କିଲୋ ଲିଟର ମଳ ପରିଚାଳନା କ୍ଷମତା ରହିଛି। ତେବେ ଏହି ପ୍ଲାଣ୍ଟର ଦାୟିତ୍ୱ ମିଶନ ଶକ୍ତି ଗ୍ରୁପ୍‍କୁ ପ୍ରଦାନ କରାଯାଇଛି। ଅନ୍ୟପଟେ ବିଏମସି ପକ୍ଷରୁ ବର୍ତ୍ତମାନ ସେସ୍‍ପୁଲ୍‍ ଗାଡ଼ି ମାଧ୍ୟମରେ ଅନେକ ସ୍ଥାନରୁ ବର୍ଜ୍ୟ ଜଳ ନିଆଯାଉଛି। ଲୋକମାନେ କେମିତି ସୁବିଧାରେ ସେସ୍‍ପୁଲ୍‍ଗାଡ଼ି ବୁକ୍‍ କରିପାରିବେ ସେନେଇ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ଏଥିପାଇଁ ନିର୍ଦ୍ଦିଷ୍ଟ ଦର ମଧ୍ୟ ଧାର୍ଯ୍ୟ କରାଯାଇଛି। ବିଏମସି ନିଜ ଗାଡ଼ି ସହିତ କିଛି ଘରୋଇ ଗାଡ଼ିକୁ ଅନୁବନ୍ଧିତ କରି ରାଜଧାନୀବାସୀଙ୍କୁ ଏହି ସେବା ଯୋଗାଇ ଦେଉଛି। ଯାହାକି ଜାତୀୟସ୍ତରରେ ଆଦୃତ ହୋଇଛି।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ପ୍ରଭାବରେ ଆଜି ରାଜ୍ୟରେ ପ୍ରବଳ ବର୍ଷିବ, ମୟୂରଭଞ୍ଜ ପାଇଁ ରେଡ୍ ଆଲର୍ଟ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର