ଶ୍ରୀମନ୍ଦିର ଭିତରେ ରକ୍ତଛିଟା, ମହାପ୍ରଭୁଙ୍କ ନୀତିରେ ସାମାନ୍ୟ ବିଳମ୍ବ

The Sakala Picture
Published On

ପୁରୀ: ଶ୍ରୀମନ୍ଦିର ଭିତରେ ରକ୍ତଛିଟା । ଶ୍ରୀମନ୍ଦିରରେ ରକ୍ତଛିଟା ପଡ଼ିଥିବାରୁ ନୀତିରେ ସାମାନ୍ୟ ବିଳମ୍ବ ହୋଇଛି। ମହାପ୍ରଭୁଙ୍କ ବେଶ ସମୟରେ ଦେଖିବାକୁ ମିଳିଲା ରକ୍ତଛିଟା । ଅବକାଶ ପୂଜା ପରେ ଭିତରକାଠ ନିକଟରେ ଦେଖିବାକୁ ମିଳିଲା ରକ୍ତଛିଟା । ରକ୍ତଛିଟା ଦେଖାଯିବା ପରେ ଅନୁଷ୍ଠିତ ହେଲା ମହାପ୍ରଭୁଙ୍କ ମହାସ୍ନାନ ନୀତି। ମହାସ୍ନାନ ନୀତି ଯୋଗୁ ଘଣ୍ଟାଏରୁ ଊର୍ଦ୍ଧ୍ୱ ସମୟ ଧରି ନୀତି ବିଳମ୍ବ ହୋଇଛି । ଖରା ସହ ପ୍ରବଳ ଭିଡ ଯୋଗୁଁ ବଡ଼ଦାଣ୍ଡରେ ହଟହଟା ହେଉଛନ୍ତି […]

ପୁରୀ: ଶ୍ରୀମନ୍ଦିର ଭିତରେ ରକ୍ତଛିଟା । ଶ୍ରୀମନ୍ଦିରରେ ରକ୍ତଛିଟା ପଡ଼ିଥିବାରୁ ନୀତିରେ ସାମାନ୍ୟ ବିଳମ୍ବ ହୋଇଛି। ମହାପ୍ରଭୁଙ୍କ ବେଶ ସମୟରେ ଦେଖିବାକୁ ମିଳିଲା ରକ୍ତଛିଟା । ଅବକାଶ ପୂଜା ପରେ ଭିତରକାଠ ନିକଟରେ ଦେଖିବାକୁ ମିଳିଲା ରକ୍ତଛିଟା । ରକ୍ତଛିଟା ଦେଖାଯିବା ପରେ ଅନୁଷ୍ଠିତ ହେଲା ମହାପ୍ରଭୁଙ୍କ ମହାସ୍ନାନ ନୀତି। ମହାସ୍ନାନ ନୀତି ଯୋଗୁ ଘଣ୍ଟାଏରୁ ଊର୍ଦ୍ଧ୍ୱ ସମୟ ଧରି ନୀତି ବିଳମ୍ବ ହୋଇଛି । ଖରା ସହ ପ୍ରବଳ ଭିଡ ଯୋଗୁଁ ବଡ଼ଦାଣ୍ଡରେ ହଟହଟା ହେଉଛନ୍ତି ଭକ୍ତ ।

ଆହୁରି ପଢ଼ନ୍ତୁ: ଜମିବାଡ଼ି ବିବାଦର କରୁଣ ପରିଣତି: ୫୦ ବର୍ଷୀୟ ବ୍ୟକ୍ତିଙ୍କୁ ନିର୍ମମ ହତ୍ୟା, ୨ ଗିରଫ

ସୂଚନାଯୋଗ୍ୟ, ଆଜି ଶ୍ରୀକ୍ଷେତ୍ରରେ ଦେଖିବାକୁ ମିଳିଛି ଭକ୍ତଙ୍କ ପ୍ରବଳ ଗହଳି । ଶ୍ରୀଜଗନ୍ନାଥ ବଲ୍ଳଭ ମଠ ପର୍ଯ୍ୟନ୍ତ ଦେଖିବାକୁ ମିଳିଛି ଭକ୍ତଙ୍କ ଲମ୍ବା ଲାଇନ । ଗତକାଲି ରବିବାର ଦର୍ଶନ ବନ୍ଦ ରହିଥିବାରୁ ଆଜି ପ୍ରତ୍ୟୁଷରୁ ଭିଡ଼ ଲାଗି ରହିଥିବା ବେଳେ ସ୍ୱତନ୍ତ୍ର ବ୍ୟାରିକେଡ଼ ମଧ୍ୟରେ ଦର୍ଶନ ପାଇଁ ଭକ୍ତମାନେ ସିଂହଦ୍ୱାର ଦେଇ ପ୍ରବେଶ କରୁଛନ୍ତି । ସାଧାରଣତଃ ମରଚିକୋଟ ଛକ ପର୍ଯ୍ୟନ୍ତ ବ୍ୟାରିକେଡ଼ ରହିଥିବା ବେଳେ ଶ୍ରୀଜଗନ୍ନାଥ ବଲ୍ଳଭ ମଠ ପର୍ଯ୍ୟନ୍ତ ପରିଲକ୍ଷିତ ହୋଇଛି । ସେପଟେ ଆଜି ଶ୍ରୀମନ୍ଦିରରେ ସକାଳୁ ସକାଳୁ ବଡ଼ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଛି । ଭିତର କାଠ ନିକଟରେ ଭକ୍ତଙ୍କ ରକ୍ତ ଛିଟା ପଡ଼ିଥିବା ପରିଲକ୍ଷିତ ହୋଇଥିବାରୁ ଧୁଆ ହୋଇ ଚୁନ ପାଣି ଛିଞ୍ଚା ଯାଇ ବଡ଼ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଛି ।

ଆହୁରି ପଢ଼ନ୍ତୁ: ଆରପାରିରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ସୁଶାନ୍ତ ସିଂ, ରାଜନୈତିକ ମହଲରେ ଶୋକର ଛାୟା

ସୂଚନାନୁସାରେ, ଶ୍ରୀମନ୍ଦିରରେ ସୋମବାର ବଡ଼ ମହାସ୍ନାନ ହୋଇଛି। ସକାଳେ ଅବକାଶ ପୂଜା ପରେ ଠାକୁରଙ୍କ ବେଶ କରାଯାଉଥିଲା। ବେଶ ସରିଆସୁଥିବା ବେଳେ ଭିତରକାଠ ନିକଟ ଚାଙ୍ଗଡ଼ା ଘର ଦ୍ବାର ସମ୍ମୁଖରେ ରକ୍ତ ଛିଟା ପଡିଥିବା ଦେଖିବାକୁ ମିଳିଥିଲା। ସେହିଠାରେ ନୀତି ବନ୍ଦ କରାଯାଇ ମହାସ୍ନାନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଚୁନ ପାଣି ପଡି ଧୁଆଯାଇ ମହାସ୍ନାନ ପୂଜା ବଢିଥିଲା। ଏଥିପାଇଁ ନୀତି ପ୍ରାୟ ଦେଢଘଣ୍ଟା ବିଳମ୍ବ ହୋଇଥିଲା। ସୋମବାର ଯୋଗୁଁ ପ୍ରବଳ ଭିଡ ମଧ୍ୟରେ ମହାସ୍ନାନ ଯୋଗୁଁ ଭକ୍ତ ନାହିଁ ନ ଥିବା ହଇରାଣ ହୋଇଥିଲେ।

ଆହୁରି ପଢ଼ନ୍ତୁ: ବୁଢ଼ାବଳଙ୍ଗ ନଦୀରେ ବନ୍ୟା, ବାଲେଶ୍ବରର ୧୨ଟି ବ୍ଲକର ୩୫୭ଟି ଗାଁ ପ୍ରଭାବିତ

07 Mar 2022 By The Sakala

ଶ୍ରୀମନ୍ଦିର ଭିତରେ ରକ୍ତଛିଟା, ମହାପ୍ରଭୁଙ୍କ ନୀତିରେ ସାମାନ୍ୟ ବିଳମ୍ବ

ପୁରୀ: ଶ୍ରୀମନ୍ଦିର ଭିତରେ ରକ୍ତଛିଟା । ଶ୍ରୀମନ୍ଦିରରେ ରକ୍ତଛିଟା ପଡ଼ିଥିବାରୁ ନୀତିରେ ସାମାନ୍ୟ ବିଳମ୍ବ ହୋଇଛି। ମହାପ୍ରଭୁଙ୍କ ବେଶ ସମୟରେ ଦେଖିବାକୁ ମିଳିଲା ରକ୍ତଛିଟା । ଅବକାଶ ପୂଜା ପରେ ଭିତରକାଠ ନିକଟରେ ଦେଖିବାକୁ ମିଳିଲା ରକ୍ତଛିଟା । ରକ୍ତଛିଟା ଦେଖାଯିବା ପରେ ଅନୁଷ୍ଠିତ ହେଲା ମହାପ୍ରଭୁଙ୍କ ମହାସ୍ନାନ ନୀତି। ମହାସ୍ନାନ ନୀତି ଯୋଗୁ ଘଣ୍ଟାଏରୁ ଊର୍ଦ୍ଧ୍ୱ ସମୟ ଧରି ନୀତି ବିଳମ୍ବ ହୋଇଛି । ଖରା ସହ ପ୍ରବଳ ଭିଡ ଯୋଗୁଁ ବଡ଼ଦାଣ୍ଡରେ ହଟହଟା ହେଉଛନ୍ତି ଭକ୍ତ ।

ସୂଚନାଯୋଗ୍ୟ, ଆଜି ଶ୍ରୀକ୍ଷେତ୍ରରେ ଦେଖିବାକୁ ମିଳିଛି ଭକ୍ତଙ୍କ ପ୍ରବଳ ଗହଳି । ଶ୍ରୀଜଗନ୍ନାଥ ବଲ୍ଳଭ ମଠ ପର୍ଯ୍ୟନ୍ତ ଦେଖିବାକୁ ମିଳିଛି ଭକ୍ତଙ୍କ ଲମ୍ବା ଲାଇନ । ଗତକାଲି ରବିବାର ଦର୍ଶନ ବନ୍ଦ ରହିଥିବାରୁ ଆଜି ପ୍ରତ୍ୟୁଷରୁ ଭିଡ଼ ଲାଗି ରହିଥିବା ବେଳେ ସ୍ୱତନ୍ତ୍ର ବ୍ୟାରିକେଡ଼ ମଧ୍ୟରେ ଦର୍ଶନ ପାଇଁ ଭକ୍ତମାନେ ସିଂହଦ୍ୱାର ଦେଇ ପ୍ରବେଶ କରୁଛନ୍ତି । ସାଧାରଣତଃ ମରଚିକୋଟ ଛକ ପର୍ଯ୍ୟନ୍ତ ବ୍ୟାରିକେଡ଼ ରହିଥିବା ବେଳେ ଶ୍ରୀଜଗନ୍ନାଥ ବଲ୍ଳଭ ମଠ ପର୍ଯ୍ୟନ୍ତ ପରିଲକ୍ଷିତ ହୋଇଛି । ସେପଟେ ଆଜି ଶ୍ରୀମନ୍ଦିରରେ ସକାଳୁ ସକାଳୁ ବଡ଼ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଛି । ଭିତର କାଠ ନିକଟରେ ଭକ୍ତଙ୍କ ରକ୍ତ ଛିଟା ପଡ଼ିଥିବା ପରିଲକ୍ଷିତ ହୋଇଥିବାରୁ ଧୁଆ ହୋଇ ଚୁନ ପାଣି ଛିଞ୍ଚା ଯାଇ ବଡ଼ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଛି ।

ସୂଚନାନୁସାରେ, ଶ୍ରୀମନ୍ଦିରରେ ସୋମବାର ବଡ଼ ମହାସ୍ନାନ ହୋଇଛି। ସକାଳେ ଅବକାଶ ପୂଜା ପରେ ଠାକୁରଙ୍କ ବେଶ କରାଯାଉଥିଲା। ବେଶ ସରିଆସୁଥିବା ବେଳେ ଭିତରକାଠ ନିକଟ ଚାଙ୍ଗଡ଼ା ଘର ଦ୍ବାର ସମ୍ମୁଖରେ ରକ୍ତ ଛିଟା ପଡିଥିବା ଦେଖିବାକୁ ମିଳିଥିଲା। ସେହିଠାରେ ନୀତି ବନ୍ଦ କରାଯାଇ ମହାସ୍ନାନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଚୁନ ପାଣି ପଡି ଧୁଆଯାଇ ମହାସ୍ନାନ ପୂଜା ବଢିଥିଲା। ଏଥିପାଇଁ ନୀତି ପ୍ରାୟ ଦେଢଘଣ୍ଟା ବିଳମ୍ବ ହୋଇଥିଲା। ସୋମବାର ଯୋଗୁଁ ପ୍ରବଳ ଭିଡ ମଧ୍ୟରେ ମହାସ୍ନାନ ଯୋଗୁଁ ଭକ୍ତ ନାହିଁ ନ ଥିବା ହଇରାଣ ହୋଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର