ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ବିଜେପି ନେତା ଓ କେନ୍ଦ୍ରମନ୍ତ୍ରୀ ଓଡ଼ିଶା ବାସୀଙ୍କୁ ଭ୍ରମିତ କରୁଛନ୍ତି

The Sakala Picture
Published On

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସକୁ ନେଇ ବିଜେପି ନେତା ଓ କେନ୍ଦ୍ରମନ୍ତ୍ରୀ ଓଡ଼ିଶା ବାସୀଙ୍କୁ ଭ୍ରମିତ କରୁଛନ୍ତି। ବିଜେପି ସାଂସଦ ଓ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କଲା ବିଜେଡି। ବାସଗୃହ ହେଉଛି ମୌଳିକ ଆବଶ୍ୟକତା। ସମ୍ମାନ ର ସହିତ ବଂଚିବା ପାଇଁ ଘରର ଆବଶ୍ୟକତା। ଆବାସ ଯୋଜନାରେ ବିଗତ ବର୍ଷ ବିଭିନ୍ନ ରାଜ୍ୟରେ ଲୋକ ଘର ପାଉଥିଲେ। ୨୦୧୯ ରେ ଓଡ଼ିଶାରେ ବିଜେପି ଶୋଚନୟ ପରାଜୟ କଲା ବିଜେପି। ପରାଜୟକୁ ସହିପାରିଲା ନାହିଁ ବିଜେପି। ଘର ପାଇବାରୁ ବଞ୍ଚିତ ପାଇଁ […]

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସକୁ ନେଇ ବିଜେପି ନେତା ଓ କେନ୍ଦ୍ରମନ୍ତ୍ରୀ ଓଡ଼ିଶା ବାସୀଙ୍କୁ ଭ୍ରମିତ କରୁଛନ୍ତି। ବିଜେପି ସାଂସଦ ଓ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କଲା ବିଜେଡି। ବାସଗୃହ ହେଉଛି ମୌଳିକ ଆବଶ୍ୟକତା। ସମ୍ମାନ ର ସହିତ ବଂଚିବା ପାଇଁ ଘରର ଆବଶ୍ୟକତା। ଆବାସ ଯୋଜନାରେ ବିଗତ ବର୍ଷ ବିଭିନ୍ନ ରାଜ୍ୟରେ ଲୋକ ଘର ପାଉଥିଲେ। ୨୦୧୯ ରେ ଓଡ଼ିଶାରେ ବିଜେପି ଶୋଚନୟ ପରାଜୟ କଲା ବିଜେପି। ପରାଜୟକୁ ସହିପାରିଲା ନାହିଁ ବିଜେପି। ଘର ପାଇବାରୁ ବଞ୍ଚିତ ପାଇଁ ବିଜେପି ସାଂସଦ ଓ କେନ୍ଦ୍ରମନ୍ତ୍ରୀ ଷଡଯନ୍ତ୍ର କଲେ। ଓଡ଼ିଶାର ସ୍ୱାର୍ଥ ପାଇଁ ସଂସଦ ବିଜେପି ସାଂସଦ ଦାବି ରଖିବା କଥା କିନ୍ତୁ ସେମାନେ ଏବଂ ନିର୍ଦ୍ଧିଷ୍ଟ କେନ୍ଦ୍ର ମନ୍ତ୍ରୀ କେନ୍ଦ୍ର ଗ୍ରାମୀଣ ମନ୍ତ୍ରୀଙ୍କୁ ଭେଟି ଓଡିଶାକୁ ଘରନ ଦେବାକୁ ଚାପ ପକାଇଲେ।

ଆହୁରି ପଢ଼ନ୍ତୁ: ବଦଳିବ ଦଶମ ପାଠ୍ୟକ୍ରମ: ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ହେବ ଗୋଟିଏ ବୋର୍ଡ

ଯାହାଫଳରେ ୩ ବର୍ଷ କାଳ ୨୦୧୯-୨୨ ପର୍ଯ୍ୟନ୍ତ ସେମାନେ ସଫଳ ହେଲେ ଆଉ ଓଡିଶାକୁ ଘର ମିଳିଲା ନାହିଁ। ଆବାସ ପୋର୍ଟାଲ ଓଡ଼ିଶା ପାଇଁ ବନ୍ଦ କରି ଦେଲେ। ଓଡ଼ିଶା ବିଜେପି ସାଂସଦ ମାନେ ଏବଂ କେନ୍ଦ୍ରମନ୍ତ୍ରୀ ନିକଟରେ ଓଡ଼ିଶା ଆସିଥିବା ବିଜେପି ରାଷ୍ଟ୍ରୀୟ ସଭାପତିଙ୍କୁ ଭୁଲ ତଥ୍ୟ ଦେଇଛନ୍ତି। ରାଷ୍ଟ୍ରୀୟ ସଭାପତିଙ୍କ ମୁହଁରେ ମିଛ କୁହାଇଲେ। ୭୫ ଲକ୍ଷ ଘର ଆସିଛି ଏହି ଭୁଲ ତଥ୍ୟ ଦେଇ ସଭାପତିଙ୍କୁ କଠିନ ଓ ଲଜ୍ଜ୍ୟା ଜନକ ସ୍ତିତିକୁ ଠେଲି ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ଓଡିଶାକୁ ୨୬ ଲକ୍ଷ ଘର ମିଳିଛି। ଅତୀତରେ ଯେଉଁ ଷଡଯନ୍ତ୍ର କରିଥିଲେ ଏବେବି ସେୟା ଅବ୍ୟାହତ ରଖିଛନ୍ତି। ମୁଖ୍ୟମନ୍ତ୍ରୀ, ବିଜେଡି ସାଂସଦ, ପଞ୍ଚାୟତି ରାଜ ମନ୍ତ୍ରୀ ବାରମ୍ବାର ଚିଠି ଲେଖିବା ପରେ ୧୫ ଲକ୍ଷ ଜାଗାରେ ୮ ଲକ୍ଷ ଘର ଦେଲେ।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ଶୁଣାଣି

୭ ଲକ୍ଷ ଲୋକ ଘର ପାଇବାରୁ ବଞ୍ଚିତ ହେଲେ। ସାମାନ୍ୟତମ ସହାନୁଭୂତି ଥିଲେ ନିଜ ବିବେକକୁ ପଚାରନ୍ତୁ ବିଜେପି ସାଂସଦ। ଗରିବ ଲୋକଙ୍କୁ ଘର ଯୋଗାଇବା ବଦଳରେ ଘର ଅଟକାଉଛନ୍ତି ଶ୍ରେୟ ରାଜ୍ୟ ସରକାରଙ୍କୁ ଚାଲିଯିବ ସେଥିପାଇଁ ଷଡଯନ୍ତ୍ର କରୁଛି ବିଜେପି। ଗ୍ରାମୀଣ ଗୃହ ନିର୍ମାଣ କ୍ଷେତ୍ରରେ ଓଡ଼ିଶାକୁ କେନ୍ଦ୍ର ସରକାର ପୁରସ୍କୃତ କରିଛନ୍ତି ତେବେ ବିଜେପି ସାଂସଦଙ୍କ କଥାରେ ପଡି ଘର ବନ୍ଦ କରିଛନ୍ତି। ଜିଏ ଭଲ ପଦର୍ଶନ କରିଛି ଆହୁରି ଅଧିକ ଘର ଦେବା କଥା। ଲୋକଙ୍କୁ ଭ୍ରମିତ କରୁଛି ବିଜେପି। ବିଜେପି ସାଂସଦ ଓ କେନ୍ଦ୍ରମନ୍ତ୍ରୀଙ୍କ ଚକ୍ରାନ୍ତକୁ ଫଣ୍ଡ କରିବା ପାଇଁ ମୋ ଘର ଯୋଜନା ଘୋଷଣା କରିଛନ୍ତି ରାଜ୍ୟ ସରକାର। ବଞ୍ଚିତ ୭ ଲକ୍ଷରୁ ଅଧିକ ହିତାଧିକାରୀ ଘର ପାଇବେ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ଲଜ୍ଜା: ପଡ଼ୋଶୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର