ଆଜି ବିଜେଡିର କର୍ମକର୍ତ୍ତା ସମ୍ମିଳନୀ

The Sakala Picture
Published On

ଭୁବନେଶ୍ୱର: ମଙ୍ଗଳବାର ବସିବ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ। ସକାଳ ୧୧ଟାରେ ଶଙ୍ଖ ଭବନରେ ବିଜେଡିର ରାଜ୍ୟସ୍ତରୀୟ କର୍ମକର୍ତ୍ତାମାନେ ଏହି ବୈଠକରେ ଉପସ୍ଥିତ ରହିବେ। ବିରୋଧୀଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ। ବିଶେଷକରି ରାଜ୍ୟରେ ବିଜେପି ସରକାରର ଏକ ବର୍ଷର ବିଫଳତା ପ୍ରମୁଖ ବିଷୟ ହେବ । ଆସନ୍ତାକାଲି ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ପୂର୍ବରୁ ସୋମବାର ଶଂଖ ଭବନରେ ଏହାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ […]

ଭୁବନେଶ୍ୱର: ମଙ୍ଗଳବାର ବସିବ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ। ସକାଳ ୧୧ଟାରେ ଶଙ୍ଖ ଭବନରେ ବିଜେଡିର ରାଜ୍ୟସ୍ତରୀୟ କର୍ମକର୍ତ୍ତାମାନେ ଏହି ବୈଠକରେ ଉପସ୍ଥିତ ରହିବେ। ବିରୋଧୀଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ। ବିଶେଷକରି ରାଜ୍ୟରେ ବିଜେପି ସରକାରର ଏକ ବର୍ଷର ବିଫଳତା ପ୍ରମୁଖ ବିଷୟ ହେବ ।

ଆହୁରି ପଢ଼ନ୍ତୁ: ମାନିଲେ ସରକାର: ଦାରିଦ୍ର୍ୟ କମାଇଛି ନବୀନଙ୍କ ଯୋଜନା, ୫ ବର୍ଷରେ ଦାରିଦ୍ର୍ୟ କବଳରୁ ମୁକୁଳିଛନ୍ତି ୬୨.୬୦ ଲକ୍ଷ ଲୋକ

ଆସନ୍ତାକାଲି ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ପୂର୍ବରୁ ସୋମବାର ଶଂଖ ଭବନରେ ଏହାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ କର୍ମକର୍ତ୍ତା ବୈଠକ ପାଇଁ ରୋଡମ୍ୟାପ ସ୍ଥିର କରାଯାଇଛି। ବିଜେଡିର ନୂଆ କମିଟି ଗଠନ ପରେ ଦଳର ଏହା ପ୍ରଥମ ବଡ଼ ବୈଠକ। ତେଣୁ ଏଥିରେ ସମସ୍ତ କମିଟି ସଦସ୍ୟଙ୍କ ସହ ୨୦୨୪ ନିର୍ବାଚନର ପ୍ରାର୍ଥୀ, ବିଧାୟକ ଓ ସାଂସଦ ଉପସ୍ଥିତ ରହିବେ। ରାଜ୍ୟ ସରକାରଙ୍କ ଭତ୍ତା ବିଫଳତା, ବିପର୍ଯ୍ୟସ୍ତ ଆଇନଶୃଂଖଳା, ଅନାହାର ମୃତ୍ୟୁ, ପୋଲାଭରମ, ମହାନଦୀ, ଓବିସି ସଂରକ୍ଷଣ, ମଦ ମୃତ୍ୟୁ, ବାଟବଣା ତଦନ୍ତ ରିପୋର୍ଟ ପରି ପ୍ରସଙ୍ଗରେ ଲୋକଙ୍କୁ ସଚେତନ କରିବାକୁ ଦଳ ପକ୍ଷରୁ ରଣନୀତି ପ୍ରସ୍ତୁତ କରାଯାଉଛି।

ଆହୁରି ପଢ଼ନ୍ତୁ: ପୋଲିସ କ୍ୱାର୍ଟର୍ସରୁ ମହିଳା ସବ୍-ଇନ୍ସପେକ୍ଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁକୁ ନେଇ ବଢୁଛି ରହସ୍ୟ

ସେହିପରି ନବୀନ ପଟ୍ଟନାୟକଙ୍କ ସରକାର ସମୟର ସଫଳ ଯୋଜନାର ନାଁ ଓ ରଙ୍ଗ ପରିବର୍ତ୍ତନରେ ଏହି ଏକ ବର୍ଷ ବିତି ଯାଇଥିବା ନେଇ ବାରମ୍ବାର ଅଭିଯୋଗ ହେଉଛି। ଯେଉଁଥି ପାଇଁ ସରକାର ନ ଥିବା ନେଇ ଲୋକ ଅନୁଭବ କରୁଥିବା ବିଜେଡି ଦାବି କରିଛି। ଲୋକେ ସରକାରୀ ବିଫଳତା ନେଇ ସଚେତନ ହେଲେଣି। ବିଜେଡି ଏହାକୁ ଆହୁରି ଶାଣିତ କରିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ଦାୟିତ୍ୱବାନ ବିରୋଧୀ ଭାବେ ବିଧାନସଭା ଭିତରେ ଓ ବାହାରରେ ସରକାରୀ ଉଦାସୀନତା ବିରୋଧରେ ବିଜେଡି ବାରମ୍ୱାର ସ୍ୱର ଉଠାଇଛି। ଦରଦାମ ବୃଦ୍ଧି ବିରୋଧରେ ଆନ୍ଦୋଳନ ହେଉ କି ଓଡ଼ିଆ ଏଏସଓଙ୍କୁ ପୂର୍ବତନ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଅବା ଓବିସି ସଂରକ୍ଷଣ, ସରକାରଙ୍କ ବିଫଳତା ବିରୋଧରେ ଦଳ ସରକାରଙ୍କୁ କାଠଗଡ଼ାରେ ଠିଆ କରିଛି। ଏହାକୁ ଆହୁରି ଜୋରଦାର କରିବାକୁ ଦଳ ଅଣ୍ଟା ଭିଡ଼ିଛି। ଦଳର ବରିଷ୍ଠ ନେତା ତଥା ଓବିସି ସେଲ୍‌ ଆବାହକ ଅରୁଣ ସାହୁ କହିଛନ୍ତି ଯେ ସରକାର କହୁଛନ୍ତି ଦୁର୍ନୀତି ହେଉନି; କିନ୍ତୁ ଜଣେ ଆଇଏଏସ୍‌ ଅଫିସରଙ୍କ ଘରୁ ୪୭ ଲକ୍ଷ ଟଙ୍କା ବାହାରିଛି। ସଚିବାଳୟ ଏହି ଦୁର୍ନୀତିର ଉତ୍ସ । ନ ହେଲେ ଏତେ ଟଙ୍କା କୁଆଡୁ ଆସିବ ? ତେଣୁ ସରକାର ଯାହା ତଥ୍ୟ ଦେବେ ଦିଅନ୍ତୁ ବିଜେଡି ତାଙ୍କ ବିଫଳତାର ପର୍ଦ୍ଦାଫାଶ କରିବ।

ଆହୁରି ପଢ଼ନ୍ତୁ: ବୁଧବାରର ପଡିଛି ଛାଡ଼ଖାଇ: ମଟନ୍ ଓ ଚିକେନ୍ ପାଇଁ ଗ୍ରାହକଙ୍କ ଭିଡ଼, ଚଳଚଞ୍ଚଳ ଆମିଷ ବଜାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର