ସଂସଦରେ ପ୍ରତିଟି ବିଷୟକୁ ଶାଣିତ କରିବ ବିଜେଡି

The Sakala Picture
Published On

ଭୁବନେଶ୍ୱର: ସଂସଦରେ ପ୍ରତିଟି ବିଷୟକୁ ଶାଣିତ କରିବ ବିଜେଡି। ଗୃହରେ ଉଠାଇବ ଓଡ଼ିଶା ସ୍ଵାର୍ଥ ସମ୍ବଳିତ ପ୍ରସଙ୍ଗ। ସ୍ଵତନ୍ତ୍ର ରାଜ୍ଯ ପାହ୍ଯା, କୋଷ୍ଟାଲ ହାଇୱେ ସହ ସମ୍ବଲପୁର, ବାଲେଶ୍ଵର ଓ କୋରାପୁଟରେ ଏମ୍ସ ପ୍ରତିଷ୍ଠା ଦାବି କରିବ ବିଜେଡି। ନବୀନ ନିବାସରେ ବିଜେଡି ରାଜ୍ୟସଭା ସାଂସଦଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ। କେନ୍ଦୁପତ୍ରରୁ ଜିଏସଟି ଛାଡ ପ୍ରସଙ୍ଗ ଉଠାଇବ ବିଜେଡି। ବିରୋଧୀ ଦଳ ଭୂମିକାରେ ବସିବ ବିଜେଡି। ଆଭିମୁଖ୍ୟ କଠୋର କରିବ ଦଳ। ଆବଶ୍ୟକ ପଡିଲେ […]

ଭୁବନେଶ୍ୱର: ସଂସଦରେ ପ୍ରତିଟି ବିଷୟକୁ ଶାଣିତ କରିବ ବିଜେଡି। ଗୃହରେ ଉଠାଇବ ଓଡ଼ିଶା ସ୍ଵାର୍ଥ ସମ୍ବଳିତ ପ୍ରସଙ୍ଗ। ସ୍ଵତନ୍ତ୍ର ରାଜ୍ଯ ପାହ୍ଯା, କୋଷ୍ଟାଲ ହାଇୱେ ସହ ସମ୍ବଲପୁର, ବାଲେଶ୍ଵର ଓ କୋରାପୁଟରେ ଏମ୍ସ ପ୍ରତିଷ୍ଠା ଦାବି କରିବ ବିଜେଡି। ନବୀନ ନିବାସରେ ବିଜେଡି ରାଜ୍ୟସଭା ସାଂସଦଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ।

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲା ବିଜେଡି, '୩ ମାସ ପରେ ମଧ୍ୟ ତ୍ରୁଟିଶୂନ୍ୟ ପୁସ୍ତକ ପ୍ରଦାନରେ ରାଜ୍ୟ ସରକାର ବିଫଳ'

କେନ୍ଦୁପତ୍ରରୁ ଜିଏସଟି ଛାଡ ପ୍ରସଙ୍ଗ ଉଠାଇବ ବିଜେଡି। ବିରୋଧୀ ଦଳ ଭୂମିକାରେ ବସିବ ବିଜେଡି। ଆଭିମୁଖ୍ୟ କଠୋର କରିବ ଦଳ। ଆବଶ୍ୟକ ପଡିଲେ ଗୃହ ମଧ୍ୟଭାଗକୁ ଓହ୍ଲାଇବ ବିଜେଡି। ନବୀନ ନିବାସରେ ବସିଥିବା ବୈଠକ ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଦଳୀୟ ସାଂସଦ। ରେଳବାଇ ସଂଯୋଗୀକରଣ, ବ୍ଯାଙ୍କିଂ ସେବା ସାଙ୍ଗକୁ ୩୩% ମହିଳା ସଂରକ୍ଷଣ ନେଇ ମଧ୍ଯ ଦାବି ଉଠାଇବ ଦଳ। ଟେଲିକମ ବିକାଶ, ମହାନଦୀ, ଆବାସ ଯୋଜନା ପ୍ରସଙ୍ଗ ଉଠିବ। ଆଦିବାସୀଙ୍କ ସ୍ଵାର୍ଥ ସମ୍ବଳିତ ବିକାଶ ପ୍ରସଙ୍ଗ ଉଠାଇବ ବୋଲି କହିଛି ବିଜେଡି।

ଆହୁରି ପଢ଼ନ୍ତୁ: ବଦଳିବ ଦଶମ ପାଠ୍ୟକ୍ରମ: ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ହେବ ଗୋଟିଏ ବୋର୍ଡ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର