ମାଲକାନଗିରି ଜିଲ୍ଲା ବିଜେଡି ପାଇଁ ନୂତନ କାର୍ଯ୍ୟକର୍ତ୍ତା ଘୋଷଣା, ଦୁର୍ଗା ତ୍ରିପାଠୀଙ୍କୁ କାର୍ଯ୍ୟକାରୀ ସଭାପତି ଦାୟିତ୍ୱ
ମାଲକାନଗିରି : ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ଦଳୀୟ ନୂତନ କାର୍ଯ୍ୟକର୍ତ୍ତାଙ୍କୁ ନିଯୁକ୍ତ କରିଛନ୍ତି ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ । ଜିଲ୍ଲାରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଭାବେ ପୁନର୍ବାର ଦୁର୍ଗା ତ୍ରିପାଠୀଙ୍କୁ ଚୟନ କରାଯାଇଛି । ସେହିପରି ଉପଦେଷ୍ଟା ଭାବରେ ପୂର୍ଣ୍ଣଚନ୍ଦ୍ର ବାକା, ରାଜେନ୍ଦ୍ର ପଣ୍ଡା, ଏନ୍. ମହେଶ୍ବର ରାଓ, ପ୍ରଫୁଲ ପଣ୍ଡା, ତପନ ସାନ, ଉପସଭାପତି ଭାବେ ପରିତୋଷ ସରକାର, ହୃଦାନନ୍ଦ ସାହୁ, ଡାନିଏଲ୍ ପାଟଲ, ନୃସିଂହ ଚରଣ ମହାନ୍ତି, […]
ମାଲକାନଗିରି : ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ଦଳୀୟ ନୂତନ କାର୍ଯ୍ୟକର୍ତ୍ତାଙ୍କୁ ନିଯୁକ୍ତ କରିଛନ୍ତି ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ । ଜିଲ୍ଲାରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଭାବେ ପୁନର୍ବାର ଦୁର୍ଗା ତ୍ରିପାଠୀଙ୍କୁ ଚୟନ କରାଯାଇଛି ।

ସେହିପରି ଉପଦେଷ୍ଟା ଭାବରେ ପୂର୍ଣ୍ଣଚନ୍ଦ୍ର ବାକା, ରାଜେନ୍ଦ୍ର ପଣ୍ଡା, ଏନ୍. ମହେଶ୍ବର ରାଓ, ପ୍ରଫୁଲ ପଣ୍ଡା, ତପନ ସାନ, ଉପସଭାପତି ଭାବେ ପରିତୋଷ ସରକାର, ହୃଦାନନ୍ଦ ସାହୁ, ଡାନିଏଲ୍ ପାଟଲ, ନୃସିଂହ ଚରଣ ମହାନ୍ତି, ସୁବାଷ ବାନାର୍ଜୀ, ଗଣେଶ ମଣ୍ଡଳ, ପ୍ରତାପ ଚନ୍ଦ୍ର ସାହୁ, ଉଦୟନାଥ ମାଦ୍ରୀ, ସାଧାରଣ ସମ୍ପାଦକ ଭାବେ ରବିନାରାୟଣ ପାତ୍ର, ପ୍ରଭାକର ପ୍ରଧାନ, ପତିତପାବନ ବୈଦ୍ୟ, ମନୋଜ କୁମାର ବାରିକ, ଅଜୟ ଦାସ, ନାକା ନକୁଳ ରାଜୁ, ଦେବେନ୍ଦ୍ର ଦାସ, ସିଏଚ୍ ରିଭିତ୍ କୁମାର, ଭଗବାନ ସାହୁ, ମଦନ ଖୋସଲା, କମୁଳୁ ହନ୍ତାଳ, ଶୁଭେନ୍ଦୁ ପଟ୍ଟନାୟକ, ସମ୍ପାଦକ ଭାବରେ ଅଶୋକ ହାଲଦାର, ବି.ଭାସ୍କର ରାଓ, ଶଙ୍କର ସାହା, ଅନୁପ ମିସ୍ତ୍ରୀ, ଡି. ନାଗ, ଇ ଭେଙ୍କେଟ ରାଓ, ଭବାନୀ ମିଶ୍ର, ରୁଦ୍ର ପାତ୍ର, ସିଂ ମାଡକାମୀ, ବିଭାଂଶୁ ସାମଲ, ବିଘ୍ନ କ୍ରିସାନୀ, ଶୁକ୍ରୁ ମୁଦୁଲି, ଚିତ୍ତ ପଟ୍ଟନାୟକ, ହରିମୋହନ ଖୀଲ, ସରୋଜ କୁମାର ସାହୁ, ବଂଶୀ ମୁଦୁଲି, ଯୁଗ୍ମ ସମ୍ପାଦକ ଭାବରେ ଗଙ୍ଗା ମାଢ଼ି, ଶମ୍ଭୁ ବାଗଚୀ, ଉମା ଶଙ୍କର ସାହୁ, ହେମନ୍ତ ପଟ୍ଟନାୟକ, ତ୍ରିଲୋଚନା ଚୌଧୁରୀ, ଦୁଲାଲ ମଣ୍ଡଳ, ଗୋପୀ ପାଙ୍ଗୀ, ରାମଚନ୍ଦ୍ର ଗଲେ, ଶ୍ରୀନିବାସ ମୁଦୁଲି, ଅର୍ଜୁନ ହନ୍ତାଳ, ସେମାନାଥ ବାରସେ, ସଞ୍ଜିବ ପଣ୍ଡା, ସୋସିଆଲ ମିଡିଆ କୋଡିନେଟର ଭାବରେ ସଦାନନ୍ଦ ଖରା ଓ ଲକ୍ଷ୍ମୀକାନ୍ତ ପୂଜାରୀ ନିଯୁକ୍ତ ହୋଇଛନ୍ତି।

ସେହିପରି କାଲିମେଳା ବ୍ଲକରେ ଶରତ ଚନ୍ଦ୍ର ବିଶ୍ବାଳ, ପଡିଆ ବ୍ଲକରେ ଏମଡି. ଫାରକୁ, ମାଲକାନଗିରି ବ୍ଲକରେ ହେମନ୍ତ ପଟ୍ଟନାୟକ, କୋରୁକୋଣ୍ଡା ବ୍ଲକରେ ସତ୍ୟ ପାଣିଗ୍ରାହୀ, ଚିତ୍ରକୋଣ୍ଡା ବ୍ଲକରେ ରଘୁବୀର ଖରା, ମାଥିଲି ବ୍ଲକରେ କୁନୁ ବିଶ୍ବାଳ, ଖଇରପୁଟ ବ୍ଲକରେ ସାଧୁ ହନ୍ତାଳ, ମାଲକାନଗିରି ପୌରପାଳିକାରେ ପି. ସାଇ ଓ ବାଲିମେଳା ଏନଏସିରେ ମଙ୍ଗଳା ପାଙ୍ଗିଙ୍କୁ ସଭାପତି ଭାବେ ନିଯୁକ୍ତ ହୋଇଥିବା ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପ୍ରେସ ବିବୃତିରେ ଜଣାଇଛନ୍ତି। ଏହାକୁ ନେଇ ଜିଲ୍ଲା ବିଜୁ ଜନତା ଦଳରେ ଖୁସିର ଲହରୀ ଖେଳିଯାଇଛି । ନୂତନ ନେତୃତ୍ୱରେ ଦଳ ଆଗାମୀ ଦିନରେ ଆହୁରି ଅଧିକ ସୁଦୃଢ ହେବ ବୋଲି ଦଳୀୟ କର୍ମୀ ପ୍ରକାଶ କରିଛନ୍ତି ।






