ଯୁବକଙ୍କ ସାମଗ୍ରିକ ବିକାଶକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରାଧାନ୍ୟ: ଯୁବପୀଢିଙ୍କ ବିକାଶ ପାଇଁ ୧ ଲକ୍ଷ କୋଟିର ସ୍ବତନ୍ତ୍ର ବଜେଟ୍

The Sakala Picture
Published On

ଭୁବନେଶ୍ବର: ବିଜେଡିର ନିର୍ବାଚନୀ ଇସ୍ତାହାର ଗତ ୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଥିଲେ। ସେଥିରେ ପ୍ରକାଶ ପାଇଥିଲା ନବୀନଙ୍କ ୨୪ ଗ୍ୟାରେଣ୍ଟି। ପ୍ରଥମ ଗ୍ୟାରେଣ୍ଟି ରହିଥିଲା ଯୁବ ଓଡ଼ିଶା ନବୀନ ଓଡ଼ିଶା। ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁବସମାଜ ପାଇଁ ଏକ ସ୍ବତନ୍ତ୍ର ବଜେଟ ସମ୍ପର୍କରେ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ଯୁବପୀଢିଙ୍କ ବିକାଶ ପାଇଁ ଆସନ୍ତା ୧୦ ବର୍ଷରେ ୧ ଲକ୍ଷ କୋଟିର ବଜେଟ ପ୍ରସ୍ତୁତ କରାଯାଇଛି। ଯୁବବର୍ଗଙ୍କ ବିକାଶ ପାଇଁ […]

ଭୁବନେଶ୍ବର: ବିଜେଡିର ନିର୍ବାଚନୀ ଇସ୍ତାହାର ଗତ ୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଥିଲେ। ସେଥିରେ ପ୍ରକାଶ ପାଇଥିଲା ନବୀନଙ୍କ ୨୪ ଗ୍ୟାରେଣ୍ଟି। ପ୍ରଥମ ଗ୍ୟାରେଣ୍ଟି ରହିଥିଲା ଯୁବ ଓଡ଼ିଶା ନବୀନ ଓଡ଼ିଶା। ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁବସମାଜ ପାଇଁ ଏକ ସ୍ବତନ୍ତ୍ର ବଜେଟ ସମ୍ପର୍କରେ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ଯୁବପୀଢିଙ୍କ ବିକାଶ ପାଇଁ ଆସନ୍ତା ୧୦ ବର୍ଷରେ ୧ ଲକ୍ଷ କୋଟିର ବଜେଟ ପ୍ରସ୍ତୁତ କରାଯାଇଛି। ଯୁବବର୍ଗଙ୍କ ବିକାଶ ପାଇଁ ବଜେଟରେ ଏପରି ସ୍ବତନ୍ତ୍ର ଗୁରୁତ୍ବ ଦେବା ସମଗ୍ର ଦେଶରେ ପ୍ରଥମ। ଏହି ଯୁବ ସାଧାରଣ ବଜେଟ୍ ଏବଂ ଜେଣ୍ଡର ବଜେଟ୍ ବିଧାନସଭାରେ ଉପସ୍ଥାପିତ ହେବ। ଯୁବବର୍ଗମାନଙ୍କ ଦ୍ୱାରା ଦିଆଯାଇଥିବା ପରାମର୍ଶକୁ ଆଧାର କରି ପ୍ରତିବର୍ଷ ଏଥିରୁ ହଜାରେ କୋଟି ଟଙ୍କା ଖର୍ଚ୍ଚ ହେବ।

ଆହୁରି ପଢ଼ନ୍ତୁ: ଜନଗଣନା କରିବାକୁ ଯାଇ ଶିକ୍ଷୟିତ୍ରୀ ନିଖୋଜ, ତିନି ଦିନ ହେଲା ମିଳୁନି ପତ୍ତା

ଭାରତର ମୋଟ ଜନସଂଖ୍ୟାର ଏକ ବଡ଼ ଭାଗ ହେଉଛନ୍ତି ଯୁବବର୍ଗ। ଏହାସତ୍ତ୍ବେ ଯୁବବର୍ଗଙ୍କ ସ୍ବତନ୍ତ୍ର ବିକାଶ କଥା ଆଜି ପର୍ୟ୍ୟନ୍ତ କୌଣସି ରାଜ୍ୟ ସରକାର ଚିନ୍ତା କରି ନ ଥିଲେ। କିନ୍ତୁ ଓଡ଼ିଶା ସରକାର ଏକ୍ଷେତ୍ରରେ ସମଗ୍ର ଦେଶର ପଥ ପ୍ରଦର୍ଶନ କରିଛନ୍ତି। ଓଡ଼ିଶା ଜନସଂଖ୍ୟାର ୬୪ପ୍ରତିଶତଙ୍କ ବୟସ ୩୫ବର୍ଷରୁ କମ। ପୁଣି ରାଜ୍ୟ ଜନସଂଖ୍ୟାର ଅର୍ଦ୍ଧେକଙ୍କ ବୟସ ୨୫ବର୍ଷରୁ କମ।ଏଣୁ ଏମାନଙ୍କ ବିକାଶର ଅର୍ଥ ହେଉଛି ସମଗ୍ର ଓଡ଼ିଶାର ବିକାଶ କରିବା ସହ ସମାନ। ଏଣୁ ଯୁବବର୍ଗଙ୍କ ଲାଗି ଆସନ୍ତା ୧୦ବର୍ଷ ପାଇଁ ୧ ଲକ୍ଷ କୋଟିର ବଜେଟର ପରିକଳ୍ପନା କରିବା ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିର ପରିଚାୟକ।

ଆହୁରି ପଢ଼ନ୍ତୁ: ମନ୍ଦ ଉଦ୍ଦେଶ୍ୟରେ ଆସିଥିବା ଡିଲିମିଟେସନ ବିଲ୍‌ କାଟ୍‌ ଖାଇଲା: ବିଜେଡି

ମୁଖ୍ୟମନ୍ତ୍ରୀଙ୍କ ଏହି ଯୋଜନା ସଫଳ ହେଲେ ତାହା କେବଳ ଯୁବବର୍ଗଙ୍କ ବିକାଶ କରିବ ତାହା ନୁହେଁ, ସମଗ୍ର ରାଜ୍ୟକୁ ଏକ ନମ୍ବର କରିବା ଦିଗରେ ସବୁଠାରୁ ବଡ଼ ଅବଦାନ ଦେବ।ତେବେ ସ୍ବତନ୍ତ୍ର ଯୁବ ବଜେଟର ଘୋଷଣା ପୂର୍ବରୁ ହିଁ ରାଜ୍ୟ ସରକାର ଯୁବ ବିକାଶ ପାଇଁ ଅନେକ ପଦକ୍ଷେପ ନେଇ ଆସୁଛନ୍ତି। ଆଗାମୀ ଦିନରେ ଏସବୁର ପରିସରକୁ ଆହୁରି ବୃଦ୍ଧି କରିବାକୁ ସରକାର ଘୋଷଣା କରିଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଙ୍ଗ କରିଥିବା ବିଧାୟକଙ୍କ ସଭ୍ୟପଦ ରଦ୍ଦ ହେଉ: ପ୍ରସନ୍ନ ଆଚାର୍ଯ୍ୟ

ଦ୍ଵିତୀୟ ଗ୍ୟାରେଣ୍ଟିରେ, ଛାତ୍ରଛାତ୍ରୀଙ୍କ ପାଇଁନୂଆ ‘ଓ’ ମ୍ୟାଜିକ କ‌ାର୍ଡ । ଏହାର ପରିସୀମା ବଢ଼ାଯିବ। ପ୍ରଦର୍ଶନ ଭଲ ରହିଲେ କାର୍ଡର ଲେବୁଲ ବଢିବ। ଏହି କାର୍ଡ ଜରିଆରେ ୱାଇଫାଇ, ଅନଲାଇନ, ଲାଇବ୍ରେରୀ, କୋଚିଂ ସୁବିଧା ମିଳିବ ପ୍ରଦର୍ଶନ ଆଧାରରେ। ଗୋଟେ ପ୍ଲାଟଫର୍ମରେ ସବୁ ସୁବିଧା ମିଳିବ। ନୂଆ ଓଡ଼ିଶା ବୃତ୍ତିରେ ସାମଗ୍ରିକ ବିକାଶ ପାଇଁ କାର୍ଯ୍ୟ କରାଯିବ। ଅନେକ ଯୁବକଙ୍କ ଅନେକ ଲକ୍ଷ୍ୟ ଅଛି। ଏହାକୁ ସାଧନ ପାଇଁ ଲୋନ ଦରକାର। ତେଣୁ ଇସ୍ତାହାରରେ ଋଣ ଛାଡ଼ କଥା ଅଛି। ମଧ୍ୟବିତ ଓ ଗରିବଙ୍କ ଶିକ୍ଷା ପାଇଁ ଏହା ଫାଇଦା ଦେବ। ନୂଆ ଓ ପ୍ରତିଯୋଗିତା ସବୁବେଳେ ଚାଲିବ। ଛାତ୍ରଙ୍କ ପାଇଁ ପରିବହନ ଟିକେଟରେ ରିହାତି। ନୂଆ ଓ ବୃତ୍ତି ଛାତ୍ରୀଙ୍କ ପାଇଁ ୧୪ ହଜାର ଓ ଛାତ୍ରଙ୍କ ପାଇଁ ୧୨ ହଜାରକୁ ବୃଦ୍ଧି ହେବ। ବ୍ୟକ୍ତିତ୍ୱରେ ବିକାଶ ଆଣାଯିବ।

22 May 2024 By The Sakala

ଯୁବକଙ୍କ ସାମଗ୍ରିକ ବିକାଶକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରାଧାନ୍ୟ: ଯୁବପୀଢିଙ୍କ ବିକାଶ ପାଇଁ ୧ ଲକ୍ଷ କୋଟିର ସ୍ବତନ୍ତ୍ର ବଜେଟ୍

ଭୁବନେଶ୍ବର: ବିଜେଡିର ନିର୍ବାଚନୀ ଇସ୍ତାହାର ଗତ ୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଥିଲେ। ସେଥିରେ ପ୍ରକାଶ ପାଇଥିଲା ନବୀନଙ୍କ ୨୪ ଗ୍ୟାରେଣ୍ଟି। ପ୍ରଥମ ଗ୍ୟାରେଣ୍ଟି ରହିଥିଲା ଯୁବ ଓଡ଼ିଶା ନବୀନ ଓଡ଼ିଶା। ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁବସମାଜ ପାଇଁ ଏକ ସ୍ବତନ୍ତ୍ର ବଜେଟ ସମ୍ପର୍କରେ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ଯୁବପୀଢିଙ୍କ ବିକାଶ ପାଇଁ ଆସନ୍ତା ୧୦ ବର୍ଷରେ ୧ ଲକ୍ଷ କୋଟିର ବଜେଟ ପ୍ରସ୍ତୁତ କରାଯାଇଛି। ଯୁବବର୍ଗଙ୍କ ବିକାଶ ପାଇଁ ବଜେଟରେ ଏପରି ସ୍ବତନ୍ତ୍ର ଗୁରୁତ୍ବ ଦେବା ସମଗ୍ର ଦେଶରେ ପ୍ରଥମ। ଏହି ଯୁବ ସାଧାରଣ ବଜେଟ୍ ଏବଂ ଜେଣ୍ଡର ବଜେଟ୍ ବିଧାନସଭାରେ ଉପସ୍ଥାପିତ ହେବ। ଯୁବବର୍ଗମାନଙ୍କ ଦ୍ୱାରା ଦିଆଯାଇଥିବା ପରାମର୍ଶକୁ ଆଧାର କରି ପ୍ରତିବର୍ଷ ଏଥିରୁ ହଜାରେ କୋଟି ଟଙ୍କା ଖର୍ଚ୍ଚ ହେବ।

ଭାରତର ମୋଟ ଜନସଂଖ୍ୟାର ଏକ ବଡ଼ ଭାଗ ହେଉଛନ୍ତି ଯୁବବର୍ଗ। ଏହାସତ୍ତ୍ବେ ଯୁବବର୍ଗଙ୍କ ସ୍ବତନ୍ତ୍ର ବିକାଶ କଥା ଆଜି ପର୍ୟ୍ୟନ୍ତ କୌଣସି ରାଜ୍ୟ ସରକାର ଚିନ୍ତା କରି ନ ଥିଲେ। କିନ୍ତୁ ଓଡ଼ିଶା ସରକାର ଏକ୍ଷେତ୍ରରେ ସମଗ୍ର ଦେଶର ପଥ ପ୍ରଦର୍ଶନ କରିଛନ୍ତି। ଓଡ଼ିଶା ଜନସଂଖ୍ୟାର ୬୪ପ୍ରତିଶତଙ୍କ ବୟସ ୩୫ବର୍ଷରୁ କମ। ପୁଣି ରାଜ୍ୟ ଜନସଂଖ୍ୟାର ଅର୍ଦ୍ଧେକଙ୍କ ବୟସ ୨୫ବର୍ଷରୁ କମ।ଏଣୁ ଏମାନଙ୍କ ବିକାଶର ଅର୍ଥ ହେଉଛି ସମଗ୍ର ଓଡ଼ିଶାର ବିକାଶ କରିବା ସହ ସମାନ। ଏଣୁ ଯୁବବର୍ଗଙ୍କ ଲାଗି ଆସନ୍ତା ୧୦ବର୍ଷ ପାଇଁ ୧ ଲକ୍ଷ କୋଟିର ବଜେଟର ପରିକଳ୍ପନା କରିବା ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିର ପରିଚାୟକ।

ମୁଖ୍ୟମନ୍ତ୍ରୀଙ୍କ ଏହି ଯୋଜନା ସଫଳ ହେଲେ ତାହା କେବଳ ଯୁବବର୍ଗଙ୍କ ବିକାଶ କରିବ ତାହା ନୁହେଁ, ସମଗ୍ର ରାଜ୍ୟକୁ ଏକ ନମ୍ବର କରିବା ଦିଗରେ ସବୁଠାରୁ ବଡ଼ ଅବଦାନ ଦେବ।ତେବେ ସ୍ବତନ୍ତ୍ର ଯୁବ ବଜେଟର ଘୋଷଣା ପୂର୍ବରୁ ହିଁ ରାଜ୍ୟ ସରକାର ଯୁବ ବିକାଶ ପାଇଁ ଅନେକ ପଦକ୍ଷେପ ନେଇ ଆସୁଛନ୍ତି। ଆଗାମୀ ଦିନରେ ଏସବୁର ପରିସରକୁ ଆହୁରି ବୃଦ୍ଧି କରିବାକୁ ସରକାର ଘୋଷଣା କରିଛନ୍ତି।

ଦ୍ଵିତୀୟ ଗ୍ୟାରେଣ୍ଟିରେ, ଛାତ୍ରଛାତ୍ରୀଙ୍କ ପାଇଁନୂଆ ‘ଓ’ ମ୍ୟାଜିକ କ‌ାର୍ଡ । ଏହାର ପରିସୀମା ବଢ଼ାଯିବ। ପ୍ରଦର୍ଶନ ଭଲ ରହିଲେ କାର୍ଡର ଲେବୁଲ ବଢିବ। ଏହି କାର୍ଡ ଜରିଆରେ ୱାଇଫାଇ, ଅନଲାଇନ, ଲାଇବ୍ରେରୀ, କୋଚିଂ ସୁବିଧା ମିଳିବ ପ୍ରଦର୍ଶନ ଆଧାରରେ। ଗୋଟେ ପ୍ଲାଟଫର୍ମରେ ସବୁ ସୁବିଧା ମିଳିବ। ନୂଆ ଓଡ଼ିଶା ବୃତ୍ତିରେ ସାମଗ୍ରିକ ବିକାଶ ପାଇଁ କାର୍ଯ୍ୟ କରାଯିବ। ଅନେକ ଯୁବକଙ୍କ ଅନେକ ଲକ୍ଷ୍ୟ ଅଛି। ଏହାକୁ ସାଧନ ପାଇଁ ଲୋନ ଦରକାର। ତେଣୁ ଇସ୍ତାହାରରେ ଋଣ ଛାଡ଼ କଥା ଅଛି। ମଧ୍ୟବିତ ଓ ଗରିବଙ୍କ ଶିକ୍ଷା ପାଇଁ ଏହା ଫାଇଦା ଦେବ। ନୂଆ ଓ ପ୍ରତିଯୋଗିତା ସବୁବେଳେ ଚାଲିବ। ଛାତ୍ରଙ୍କ ପାଇଁ ପରିବହନ ଟିକେଟରେ ରିହାତି। ନୂଆ ଓ ବୃତ୍ତି ଛାତ୍ରୀଙ୍କ ପାଇଁ ୧୪ ହଜାର ଓ ଛାତ୍ରଙ୍କ ପାଇଁ ୧୨ ହଜାରକୁ ବୃଦ୍ଧି ହେବ। ବ୍ୟକ୍ତିତ୍ୱରେ ବିକାଶ ଆଣାଯିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର