ରଥଯାତ୍ରାରେ ବ୍ୟାପକ ଅବ୍ୟବସ୍ଥା ଓ ବିଭ୍ରାଟ ଘଟଣା : ରାଜ୍ୟପାଳଙ୍କୁ ଭେଟି ବିଚାର ବିଭଗୀୟ ତଦନ୍ତ ଦାବି କଲା ବିଜେଡି

The Sakala Picture
Published On

ଭୁବନେଶ୍ୱର : ଚଳିତ ବର୍ଷ ରଥଯାତ୍ରାରେ ହୋଇଥିବା ବ୍ୟାପକ ଅବ୍ୟବସ୍ଥା ଓ ଦଳାଚକଟାରେ ୩ ଜଣଙ୍କ ମୃତ୍ୟୁକୁ ନେଇ ଆଜି ବିଜୁ ଜନତା ଦଳ ତରଫରୁ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ମାଧ୍ୟମରେ ଉଚ୍ଚନ୍ୟାୟାଳୟର ଏକ କାର୍ଯ୍ୟରତ ବିଚାରପତିଙ୍କ ଦ୍ୱାରା ତଦନ୍ତ କରିବା ପାଇଁ ଦାବି ରଖାଯାଇଛି। ରଥଯାତ୍ରାର ବାକିଥିବା ନୀତି ଓ କାର୍ଯ୍ୟସୂଚୀ କିପରି ତ୍ରୁଟିଶୁନ୍ୟ ଭାବେ ଅନୁଷ୍ଠିତ ହେବ, ସେନେଇ ରାଜ୍ୟପାଳ ମହୋଦୟ ନିଜେ ହସ୍ତକ୍ଷେପ କରି ତ୍ରୁଟିଶୂନ୍ୟ କରିବା ପାଇଁ ବିଜୁ ଜନତା ଦଳ […]

ଭୁବନେଶ୍ୱର : ଚଳିତ ବର୍ଷ ରଥଯାତ୍ରାରେ ହୋଇଥିବା ବ୍ୟାପକ ଅବ୍ୟବସ୍ଥା ଓ ଦଳାଚକଟାରେ ୩ ଜଣଙ୍କ ମୃତ୍ୟୁକୁ ନେଇ ଆଜି ବିଜୁ ଜନତା ଦଳ ତରଫରୁ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ମାଧ୍ୟମରେ ଉଚ୍ଚନ୍ୟାୟାଳୟର ଏକ କାର୍ଯ୍ୟରତ ବିଚାରପତିଙ୍କ ଦ୍ୱାରା ତଦନ୍ତ କରିବା ପାଇଁ ଦାବି ରଖାଯାଇଛି। ରଥଯାତ୍ରାର ବାକିଥିବା ନୀତି ଓ କାର୍ଯ୍ୟସୂଚୀ କିପରି ତ୍ରୁଟିଶୁନ୍ୟ ଭାବେ ଅନୁଷ୍ଠିତ ହେବ, ସେନେଇ ରାଜ୍ୟପାଳ ମହୋଦୟ ନିଜେ ହସ୍ତକ୍ଷେପ କରି ତ୍ରୁଟିଶୂନ୍ୟ କରିବା ପାଇଁ ବିଜୁ ଜନତା ଦଳ ତରଫରୁ ଅନୁରୋଧ କରାଯାଇଛି।

ଆହୁରି ପଢ଼ନ୍ତୁ: ଆସନ୍ତା ୩୦ ତାରିଖରେ ଅବସର ନେବେ ଡିଜିପି ବିନୟତୋଷ ମିଶ୍ର, କାର୍ଯ୍ୟକାଳ ସରିବା ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ

ଆଜି ପୂର୍ବାହ୍ନରେ, ବିଜୁ ଜନତା ଦଳର ବରିଷ୍ଠ ନେତୃତ୍ୱଙ୍କ ଏକ ପ୍ରତିନିଧି ମଣ୍ଡଳୀ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଶ୍ରୀ ହରିବାବୁ କମ୍ଭମ୍‌ପତିଙ୍କୁ ଭେଟି ଚଳିତ ବର୍ଷ ରଥଯାତ୍ରା ସମୟରେ ହୋଇଥିବା ବ୍ୟାପକ ଅବ୍ୟବସ୍ଥା ଓ ବିଭ୍ରାଟ ସମ୍ପର୍କରେ ଆଲୋଚନା କରିବା ସହିତ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ପବିତ୍ର ରଥଯାତ୍ରା ସମୟରେ ଘଟିଥିବା ଅବ୍ୟବସ୍ଥା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମନରେ ଗଭୀର ଆଘାତ ଦେଇଛି ବୋଲି ସ୍ମାରକପତ୍ରରେ କୁହାଯାଇଛି। ରାଜ୍ୟ ବିଜେପି ସରକାରଙ୍କ ବେପରୁଆ ମନୋଭାବ ଓ ସମ୍ବେଦନହୀନତା ଯୋଗୁଁ, ଏ ବର୍ଷ ରଥଯାତ୍ରା ଦିନ ଭିଡ଼ ନିୟନ୍ତ୍ରଣ ସମ୍ପୂର୍ଣ୍ଣ ଅଣାୟତ୍ତ ହୋଇପଡିଥିଲା, ପରିଣାମସ୍ୱରୁପ ପ୍ରଥମ ଦିନ ରଥଟଣା ସମୟରେ ୭୫୦ ଜଣ ଭକ୍ତ ଆହତ ହୋଇଥିଲେ। ସେହିପରି, ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ତିନି ରଥ ଠିଆ ହୋଇଥିବା ସମୟରେ ଭିଡ଼ ନିୟନ୍ତ୍ରଣ ବ୍ୟବସ୍ଥା ନଥିବା କାରଣରୁ ଭକ୍ତ ମାନଙ୍କ ଭିତରେ ଦଳାଚକଟା ହୋଇ ୩ ଜଣ ପ୍ରାଣ ହରାଇଥିଲେ। ରଥଯାତ୍ରା ଦିନ ଭୁବନେଶ୍ୱରରୁ ରଥଯାତ୍ରାର ସମ୍ୱାଦ ସଂଗ୍ରହ ପାଇଁ ଯାଇଥିବା ବରିଷ୍ଠ ସାମ୍ୱାଦିକ ମାନଙ୍କ ପାଖରେ କର୍ଡନ ପାସ ଥିବା ସତ୍ତେ୍ୱ ସେମାନଙ୍କୁ କର୍ଡନ ଭିତରକୁ ଛଡାଯାଇ ନଥିଲା, ଓଲଟି ପୋଲିସ ମାଡରେ ୬ ଜଣ ବରିଷ୍ଠ ସାମ୍ୱାଦିକ ଆହତ ହୋଇଥିଲେ।

ଆହୁରି ପଢ଼ନ୍ତୁ: BW Legal World: ବିଡ଼ବ୍ଲ୍ୟୁ ଲିଗାଲ ୱାର୍ଲଡର ପ୍ରଭାବଶାଳୀ ମହିଳା ଓକିଲ ତାଲିକାରେ ଓଡିଆ ଝିଅ ରାଜଦୀପା

ସେହିପରି ଟ୍ରାଫିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ଅବ୍ୟବସ୍ଥିତ ରହିବା କାରଣରୁ ଦେଶ ବିଦେଶରୁ ଆସିଥିବା ଭକ୍ତ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ବ କର୍ଡନ ପାସ୍‌ ମୁଖ୍ୟତଃ ବିଜେପି କର୍ମୀ ମାନଙ୍କୁ ପ୍ରଦାନ କରାଯାଇଥିଲା। ଏହି ପାସ୍‌ଧାରୀ ମାନେ କର୍ଡନ ଭିତରେ ଅଧିକ ଭିଡ଼ କରିବା କାରଣରୁ ରଥଟଣାରେ ବ୍ୟାପକ ବିଭ୍ରାଟ ଦେଖିବାକୁ ମିଳିଥିଲା।

ଆହୁରି ପଢ଼ନ୍ତୁ: ଠକେଇ ଅଭିଯୋଗରେ ପ୍ରବଚକ ଶରଣାରବିନ୍ଦ ଓଝା ଗିରଫ

ରଥଯାତ୍ରାକୁ ତ୍ରୁଟିଶୁନ୍ୟ ଭାବେ ପରିଚାଳନା କରିବା ପାଇଁ ମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନେକ ବୈଠକ ହୋଇଥିଲା ଓ ଏହି ବର୍ଷ ତ୍ରୁଟିଶୁନ୍ୟ ଓ ଐତିହାସିକ ରଥଯାତ୍ରା ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ରଥଯାତ୍ରା ସୁପରିଚାଳନାର ତଦାରଖ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ଅଧ୍ୟକ୍ଷତାରେ ଏକ ୫ ଜଣିଆ ମନ୍ତ୍ରୀ ସ୍ତରୀୟ କମିଟି ଗଠନ କରିଥିଲେ। କିନ୍ତୁ, ଦୁର୍ଭାଗ୍ୟର କଥା ଏସବୁ ସତ୍ତେ୍ୱ, ରଥଯାତ୍ରା ଶୃଙ୍ଖଳିତ ହୋଇପାରିଲା ନାହିଁ। ସନ୍ଧ୍ୟା ପରେ ରଥଟଣା ହେବାର ପରମ୍ପରା ନଥିବା ବେଳେ ସନ୍ଧ୍ୟା ୭.୪୫ ମିନିଟରେ ନନ୍ଦିଘୋଷ ରଥକୁ କିଛି ପାଦ ଟଣା ଯାଇଥିଲା, ଯାହା ରାଜ୍ୟବାସୀ ଓ ଜଗନ୍ନାଥପ୍ରେମୀ ଭକ୍ତଙ୍କ ମନରେ ଗଭୀର ଆଘାତ ଦେଇଛି।

ସ୍ମାରକପତ୍ରରେ ଆହୁରି କୁହାଯାଇଛି, ଶ୍ରୀ ଜଗନ୍ନାଥ ମନ୍ଦିରର ପରିଚାଳନା କମିଟିର ମିଆଦ ଦୀର୍ଘ ୯ ମାସ ପୂର୍ବରୁ ଶେଷ ହୋଇଯାଇଛି। ଏହାର ନୂତନ ପରିଚାଳନା କମିଟି ନଥିବାରୁ, ଶ୍ରୀମନ୍ଦିର ଦୀର୍ଘ ୯ ମାସ ହେଲା ବିନା ପରିଚାଳନା କମିଟିରେ ପରିଚାଳିତ ହେଉଛି। ଗତବର୍ଷ ରଥଯାତ୍ରା ସମୟରେ, ଆଡ଼ପ ମଣ୍ଡପରୁ ପହଣ୍ଡି ସମୟରେ, ପ୍ରଭୁ ବଲଭଦ୍ର ପଡ଼ି ଯାଇଥିଲେ, ଯାହା କୋଟି କୋଟି ଭକ୍ତଙ୍କ ମନରେ ଆଘାତ ଦେଇଥିଲା। ଏହି ଘଟଣାର ତଦନ୍ତ ପାଇଁ, ରାଜ୍ୟ ସରକାର ଏକ ତିନି ଜଣିଆ ତଦନ୍ତ କମିଟି ଘୋଷଣା କରିଥିଲେ ମଧ୍ୟ ଘଟଣାର ଏକ ବର୍ଷ ପରେ ମଧ୍ୟ ତଦନ୍ତ ରିପୋର୍ଟ ଆସିଲା ନାହିଁ।

ଚଳିତ ବର୍ଷ ରଥଯାତ୍ରାରେ ଘଟିଥିବା ବ୍ୟାପକ ବିଭ୍ରାଟ ଓ ଅବ୍ୟବସ୍ଥା ଉପରେ ରାଜ୍ୟ ସରକାର ପ୍ରଶାସନିକ ତଦନ୍ତ ଘୋଷଣା କରିଛନ୍ତି। କିନ୍ତୁ, ଏହା ଫଳପ୍ରସୂ ହେବନାହିଁ ବୋଲି ଅନୁଭବ କରି ଆମେ ଉଚ୍ଚ ନ୍ୟାୟାଳୟର ଏକ କାର୍ଯ୍ୟରତ ଜଜ୍‌ଙ୍କ ଦ୍ୱାରା ବିଚାର ବିଭାଗୀୟ ତଦନ୍ତ ପାଇଁ ଆମେ ଦାବି କରୁଛୁ ବୋଲି ବିଜୁ ଜନତା ଦଳ ତରଫରୁ ପ୍ରଦାନ କରାଯାଇଥିବା ସ୍ମାରକପତ୍ରରେ କୁହାଯାଇଛି।

ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ସ୍ମାରକପତ୍ରରେ ରଥଯାତ୍ରା ବିଭ୍ରାଟକୁ ନେଇ ଦଳ ତରଫରୁ ଦିଆଯାଇଥିବା ବିଭିନ୍ନ ଅଭିଯୋଗ ଉପରେ ରାଜ୍ୟପାଳଙ୍କୁ ସୂଚନା ଦେଇଥିଲେ। ଦଳର ବରିଷ୍ଠ ନେତା ସଞ୍ଜୟ କୁମାର ଦାସବର୍ମା, ଅରୁଣ ସାହୁ, ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଜେନା, ଅଶୋକ ପଣ୍ଡା, ଚନ୍ଦ୍ର ଶେଖର ସାହୁ, କଳିକେଶ ନାରାୟଣ ସିଂଦେଓ, ପ୍ରୀତିରଂଜନ ଘଢେଇ, ସୁଲୋଚନା ଦାସ, ସୁଭାଶିଷ ଖୁଣ୍ଟିଆ ଓ ସୁନିଲ ମହାନ୍ତି ପ୍ରମୁଖ ରାଜ୍ୟପାଳଙ୍କ ସହିତ ରଥଯାତ୍ରା ବିଭ୍ରାଟ ସଂପର୍କରେ ମତ ବିନିମୟ କରିଥିଲେ। ରାଜ୍ୟପାଳଙ୍କୁ ଭେଟିଥିବା ଏହି ପ୍ରତିନିଧି ମଣ୍ଡଳୀରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅନନ୍ତ ନାରାୟଣ ଜେନା, ଉମାକାନ୍ତ ସାମନ୍ତରାୟ, ତୁଷାରକାନ୍ତି ବେହେରା, ସୁବାଷ ସିଂ, ମନ୍ମଥ ରାଉତରାୟ, ମଞ୍ଜୁଲତା କହଁର, ଦିଲ୍ଲୀପ ନାୟକ, ରାଜେନ୍ଦ୍ର ସାହୁ, ବିଭୁତି ବଳବନ୍ତରାୟ, ନବ କିଶୋର ମଲ୍ଲିକ, ରଘୁନାଥ ସାହୁ, ପ୍ରଦିପ୍ତ ସାହୁ, ପ୍ରଣବ ବଳବନ୍ତରାୟ, ବ୍ୟୋମକେଶ ରାୟ, ଦେବୀ ରଂଜନ ତ୍ରିପାଠୀ, ରୋହିତ ପୂଜାରୀ, ଧ୍ରୁବ ସାହୁ, ଅଂଶୁମାନ ମହାନ୍ତି, ଅରବିନ୍ଦ ମହାପାତ୍ର, ପ୍ରଶାନ୍ତ ମୁଦୁଲି, ଶର୍ମିଷ୍ଠା ସେଠୀ, ରାଜଶ୍ରୀ ମଲ୍ଲିକ, ସାରଦା ଜେନା, ରମେଶ ଚନ୍ଦ୍ର ବେହେରା, ସମ୍ୱିତ ରାଉତରାୟ, ବିଜୟ ନାୟକ, ସ୍ୱାଧୀନ ନାୟକ, ବିଦ୍ୟାଧର ସ୍ୱାଇଁ, ଲେଖାଶ୍ରୀ ସାମନ୍ତସିଂହାର, ଭୃଗୁ ବକ୍ସିପାତ୍ର, ଡ଼ ଲେନିନ୍‌ ମହାନ୍ତି, ଡ଼ ପ୍ରିୟବ୍ରତ ମାଝୀ, ପ୍ରଫୁଲ୍ଲ ସିଂ, ସୁରେନ୍ଦ୍ର ମହାପାତ୍ର, କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ରାଜେଶରାଜ ସ୍ୱାଇଁ, ଇପ୍ସିତା ସାହୁ, ମିକୁ ପ୍ରଧାନ, ପ୍ରଦୋଷ ପରିଡା, ସୁଜିତ ପାଲଟାସିଂହ, ବିଜୟକେତନ ସାହୁ, ଧ୍ରୁତି ରଂଜନ ମାର୍ଥା, ଏଲିନା ଦାସ, ତାରିଣୀ ନାୟକ, ରଶ୍ମୀ ରଞ୍ଜନ ଦାସ, ସୋଫିଆ ଆଲାମ, ମାନସୀ ସୁନ୍ଦରରାୟ, ପ୍ରିତୀନନ୍ଦା ରାଉତରାୟ, ଭାରତୀ ସିଂ, ମହାମାୟା ସ୍ୱାଇଁ, ଦେବାଶିଷ ପଟ୍ଟନାୟକ, ବେଣୁଧର ପ୍ରଧାନ ପ୍ରମୁଖ ନେତା ଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର