ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ତ୍ରୁଟି ପ୍ରସଙ୍ଗ: ୪୮ ଘଣ୍ଟା ମଧ୍ୟରେ ଗଣଶିକ୍ଷା ମନ୍ତ୍ରୀ ଇସ୍ତଫା ଦେବାକୁ ବିଜେଡିର ଦାବି

Madhusudan Das Picture
Published On

ଭୁବନେଶ୍ୱର: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ହୋଇଥିବା ତ୍ରୁଟି ଶିକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ନଷ୍ଟ କରିଛି। ପିଲାଙ୍କ ଭବିଷ୍ୟତ ସହିତ ରାଜ୍ୟ ସରକାର ଖେଳ ଖେଳିଛନ୍ତି। ମୁଖ୍ୟମନ୍ତ୍ରୀ ରାଜଧର୍ମ ପାଳନ କରିବାରେ ବିଫଳ ହୋଇଛନ୍ତି। ତେଣୁ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ଦିଅନ୍ତୁ ଓ ଘଟଣାର ସିବିଆଇ ତଦନ୍ତ କରାଯାଉ ବୋଲି ଦାବି କରିଛି ବିଜୁ ଯୁବ ଓ ଛାତ୍ର ଜନତା ଦଳ । 

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି: ୫ଟି ଆଲମିରା ଯାଞ୍ଚ ଶେଷ, ଅତ୍ୟାଧୁନିକ ୩ଡି ମ୍ୟାପିଂରେ ରହିବ ସବୁ ତଥ୍ୟ

ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜୁ ଯୁବ ଜନତା ଦଳ ସଭାପତି ଚିନ୍ମୟ ସାହୁ କହିଛନ୍ତି ଯେ ନୂତନ ଏନଇପି-୨୦୨୦ ଆଧାରିତ ଓଡ଼ିଆ ପାଠ୍ୟପୁସ୍ତକରେ ହୋଇଥିବା ବ୍ୟାପକ ତ୍ରୁଟି କେବଳ ଏକ ପ୍ରଶାସନିକ ଭୁଲ ନୁହେଁ, ବରଂ ଓଡ଼ିଆ ଭାଷା, ସଂସ୍କୃତି, ଐତିହ୍ୟ ଏବଂ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ ଆକ୍ରମଣ। ଏହି ଘଟଣା ଜାତୀୟସ୍ତରରେ ମଧ୍ୟ ଓଡ଼ିଶାକୁ ଲଜ୍ଜିତ କରିଛି। ଏହା ସତ୍ତେ୍ୱ ମୁଖ୍ୟମନ୍ତ୍ରୀ ରାଜଧର୍ମ ପାଳନ କରି ବିଭାଗୀୟ ମନ୍ତ୍ରୀଙ୍କ ବିରୋଧରେ କୌଣସି ପଦକ୍ଷେପ ନେଇନାହାନ୍ତି। କେବଳ ଲୋକଦେଖାଣିଆ ଭାବେ ୫ ଜଣଙ୍କୁ ନିଲମ୍ୱିତ କରାଯାଇଛି।  ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ପ୍ରାୟ ୧୭୬୮ଟି ତ୍ରୁଟି ଚିହ୍ନଟ ହୋଇଛି । ସେଥିରୁ ସର୍ବାଧିକ ୭୦୫ଟି ତ୍ରୁଟି କେବଳ ଅଷ୍ଟମ ଶ୍ରେଣୀର ପୁସ୍ତକରେ ରହିଛି। ପୁସ୍ତକ ପ୍ରକାଶନରେ ପ୍ରାୟ ୩୮୦ କୋଟି ଟଙ୍କାର ଦୁର୍ନୀତି ହୋଇଛି । ତେଣୁ ଏହି ସମଗ୍ର ଘଟଣାର ସିବିଆଇ ତଦନ୍ତ କରାଯିବା ସହ ସମ୍ପୃକ୍ତ ସମସ୍ତ ଦୋଷୀ ଅଧିକାରୀ ଓ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉ। 

ଆହୁରି ପଢ଼ନ୍ତୁ: କନ୍ଧମାଳରେ ସଶସ୍ତ୍ର ଲୁଟେରା ଗ୍ୟାଙ୍ଗ୍‌ ଠାବ: ୩ ଗିରଫ, ବନ୍ଧୁକ ସହ ବିପୁଳ ପରିମାଣର ଗଞ୍ଜେଇ ଜବତ

ବିଜୁ ଛାତ୍ର ଜନତା ଦଳ ସଭାନେତ୍ରୀ ଇପ୍ସିତା ସାହୁ କହିଥିଲେ ଯେ ତ୍ରୁଟିପୂର୍ଣ୍ଣ ପୁସ୍ତକ ବିଷୟରେ ଜାଣିବା ପରେ ସରକାରଙ୍କ ପ୍ରଥମ କାମ ଥିଲା ସେଗୁଡ଼ିକୁ ତୁରନ୍ତ ପ୍ରତ୍ୟାହାର କରିବା । କିନ୍ତୁ ସରକାର ତାହା ନକରି ଲକ୍ଷ ଲକ୍ଷ ପିଲାଙ୍କୁ ଭୁଲ ତଥ୍ୟ ପଢ଼ିବାକୁ ବାଧ୍ୟ କରିଛନ୍ତି । ଶିକ୍ଷକମାନଙ୍କୁ ପୁସ୍ତକ ସଂଶୋଧନ କରି ପଢ଼ାଇବାକୁ କହି ସରକାର ଦାୟିତ୍ୱହୀନତାର ପରିଚୟ ଦେଇଛନ୍ତି। ଏହି ଅକ୍ଷମଣୀୟ ତ୍ରୁଟି ପାଇଁ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ନୈତିକ ଦାୟିତ୍ୱ ନେଇ ୪୮ ଘଣ୍ଟା ମଧ୍ୟରେ ଇସ୍ତଫା ଦିଅନ୍ତୁ । ପ୍ରକାଶନରେ ଖର୍ଚ୍ଚ ହୋଇଥିବା ସରକାରୀ ଅର୍ଥ ସମ୍ପୃକ୍ତ ଦୋଷୀଙ୍କ ଠାରୁ ଆଦାୟ କରାଯାଉ। ତଦନ୍ତ ରିପୋର୍ଟକୁ ତୁରନ୍ତ ସାର୍ବଜନୀନ କରାଯାଉ । ନଚେତ ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳ ମିଳିତ ଭାବେ ରାଜ୍ୟବ୍ୟାପୀ ଗଣ ଆନ୍ଦୋଳନ କରିବ ବୋଲି ସେ ଚେତାବନୀ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଲୁଗା ଶୁଖାଇବା ବେଳେ ଅଘଟଣ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମା’-ଝିଅଙ୍କ ମୃତ୍ୟୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର