ବିଧାୟକ ଯୋଗେଶ ସିଂଙ୍କୁ ପୁଲିସ ଅଟକ ରଖିବାକୁ ବିଜେଡିର ନିନ୍ଦା

The Sakala Picture
Published On

ଭୁବନେଶ୍ୱର : ସୁନ୍ଦରଗଡ ଜିଲ୍ଲା ହେମଗିରି ବ୍ଲକର ବରପାଲି ଗ୍ରାମରେ ସ୍ଥାନୀୟ ଅଧିବାସୀଙ୍କ ତୀବ୍ର ବିରୋଧ ସତ୍ତ୍ବେ ୧୦ ପ୍ଲାଟୁନ ପୁଲିସ ସହାୟତାରେ, କୋଇଲା ଚାଲାଣ ପାଇଁ ବେଆଇନ ରେଲୱେ ସାଇଡିଂ ନିର୍ମାଣ କାହା ସ୍ୱାର୍ଥରେ ବୋଲି ବିଜୁ ଜନତା ଦଳ ପ୍ରଶ୍ନ କରିଛି। ଆଜି ଶଙ୍ଖ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମା ଓ ବରିଷ୍ଠ ଗଣମାଧ୍ୟମ ସଂଯୋଜକ ପ୍ରତାପ ଜେନା ଏହି ଘଟଣାର ତୀବ୍ର […]

ଭୁବନେଶ୍ୱର : ସୁନ୍ଦରଗଡ ଜିଲ୍ଲା ହେମଗିରି ବ୍ଲକର ବରପାଲି ଗ୍ରାମରେ ସ୍ଥାନୀୟ ଅଧିବାସୀଙ୍କ ତୀବ୍ର ବିରୋଧ ସତ୍ତ୍ବେ ୧୦ ପ୍ଲାଟୁନ ପୁଲିସ ସହାୟତାରେ, କୋଇଲା ଚାଲାଣ ପାଇଁ ବେଆଇନ ରେଲୱେ ସାଇଡିଂ ନିର୍ମାଣ କାହା ସ୍ୱାର୍ଥରେ ବୋଲି ବିଜୁ ଜନତା ଦଳ ପ୍ରଶ୍ନ କରିଛି।

ଆହୁରି ପଢ଼ନ୍ତୁ: ସମ୍ବଲପୁରରେ ପ୍ରବଳ ବର୍ଷା: ଖୋଲା ନାଳରେ ଭାସିଗଲେ ଦୁଇ ଯୁବକ, ଜଣେ ଉଦ୍ଧାର ଏବଂ ଅନ୍ୟ ଜଣେ ନିଖୋଜ

ଆଜି ଶଙ୍ଖ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମା ଓ ବରିଷ୍ଠ ଗଣମାଧ୍ୟମ ସଂଯୋଜକ ପ୍ରତାପ ଜେନା ଏହି ଘଟଣାର ତୀବ୍ର ନିନ୍ଦା କରିବା ସହ ବିଧାୟକ ଶ୍ରୀ ଯୋଗେଶ ସିଂ ଓ ଶତାଧିକ ଗ୍ରାମବାସୀଙ୍କୁ ପୁଲିସ ବେଆଇନ ଭାବେ ଅଟକ ରଖି ତରବରିଆ ଭାବେ କରୁଥିବା ଏହି ନିର୍ମାଣ କାର୍ଯ୍ୟ ତୁରନ୍ତ ବନ୍ଦ କରିବାକୁ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଜମି କିଣା ବିକା ହେବ ସମ୍ପୂର୍ଣ୍ଣ କ୍ୟାସ ଲେସ୍‌: ରାଜସ୍ବ ମନ୍ତ୍ରୀ

ଶ୍ରୀ ଦାସବର୍ମା କହିଛନ୍ତି ଯେ, ଏଭଳି ବେଆଇନ କାର୍ଯ୍ୟକୁ ଦୀର୍ଘ ଦିନ ଧରି ଗ୍ରାମବାସୀ ବିରୋଧ କରିଆସୁଛନ୍ତି ଏବଂ ଜିଲ୍ଲା ପ୍ରଶାସନକୁ ବହୁ ଥର ଅଭିଯୋଗ କରିଛନ୍ତି। ଏହା ସତ୍ତେ୍ୱ ସ୍କୁଲ, କଲେଜ ଓ ଅଙ୍ଗନବାଡି କେନ୍ଦ୍ର ନିକଟରେ ରେଲୱେ ସାଇଡିଂ ନିର୍ମାଣ କରିବା ଦ୍ୱାରା ଏହି ଅଞ୍ଚଳ ପ୍ରଦୂଷିତ ହେବା ସହ ସ୍ଥାନୀୟ ଲୋକଙ୍କ ମୌଳିକ ଅଧିକାର କ୍ଷୁର୍ଣ୍ଣ ହୋଇଛି। ପ୍ରଶାସନ ନଶୁଣିବାରୁ ସ୍ଥାନୀୟ ଜନସାଧାରଣଙ୍କ ଦ୍ୱାରା ଉଚ୍ଚନ୍ୟାଳୟରେ ଏକ ମାମଲା ଦାୟର ହୋଇଛି। ଏହି ମାମଲା ଆଗାମୀ ଜୁନ ୨୫ ତାରିଖରେ ଶୁଣାଣୀ ପାଇଁ ଧାର୍ଯ୍ୟ ହୋଇଛି। କୋଇଲା ମାଫିଆଙ୍କ ହାତବାରିସୀ ସାଜି, ୧୦ ପ୍ଲାଟୁନ ପୁଲିସ ଉପସ୍ଥିତିରେ ବଳପ୍ରଯୋଗ ପୂର୍ବକ ଜନସାଧାରଣକୁ ଆତଙ୍କିତ କରି ସ୍ଥାନୀୟ ବିଧାୟକ ଯୋଗେଶ ସିଂଙ୍କ ସହ ଗ୍ରାମବାସୀଙ୍କୁ ଅଟକ ରଖି, ରେଲୱେ ସାଇଡିଂ ନିର୍ମାଣ କାର୍ଯ୍ୟ ଚାଲୁ ରଖିବା ଘଟଣାରେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ବେଗ ପ୍ରକାଶ କରିଛନ୍ତି।
ଜନସାଧାରଣଙ୍କ ସ୍ୱାର୍ଥରେ ତୁରନ୍ତ ଏହି ବେଆଇନ ରେଲୱେ ସାଇଡିଂ ନିର୍ମାଣ କାର୍ଯ୍ୟକୁ ସରକାର ବନ୍ଦ କରନ୍ତୁ, ନଚେତ ବିଜୁ ଜନତା ଦଳ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରିବାକୁ ବାଧ୍ୟ ହେବ ବୋଲି ଶ୍ରୀ ଦାସବର୍ମା କହିଛନ୍ତି।

03 May 2025 By The Sakala

ବିଧାୟକ ଯୋଗେଶ ସିଂଙ୍କୁ ପୁଲିସ ଅଟକ ରଖିବାକୁ ବିଜେଡିର ନିନ୍ଦା

ଭୁବନେଶ୍ୱର : ସୁନ୍ଦରଗଡ ଜିଲ୍ଲା ହେମଗିରି ବ୍ଲକର ବରପାଲି ଗ୍ରାମରେ ସ୍ଥାନୀୟ ଅଧିବାସୀଙ୍କ ତୀବ୍ର ବିରୋଧ ସତ୍ତ୍ବେ ୧୦ ପ୍ଲାଟୁନ ପୁଲିସ ସହାୟତାରେ, କୋଇଲା ଚାଲାଣ ପାଇଁ ବେଆଇନ ରେଲୱେ ସାଇଡିଂ ନିର୍ମାଣ କାହା ସ୍ୱାର୍ଥରେ ବୋଲି ବିଜୁ ଜନତା ଦଳ ପ୍ରଶ୍ନ କରିଛି।

ଆଜି ଶଙ୍ଖ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମା ଓ ବରିଷ୍ଠ ଗଣମାଧ୍ୟମ ସଂଯୋଜକ ପ୍ରତାପ ଜେନା ଏହି ଘଟଣାର ତୀବ୍ର ନିନ୍ଦା କରିବା ସହ ବିଧାୟକ ଶ୍ରୀ ଯୋଗେଶ ସିଂ ଓ ଶତାଧିକ ଗ୍ରାମବାସୀଙ୍କୁ ପୁଲିସ ବେଆଇନ ଭାବେ ଅଟକ ରଖି ତରବରିଆ ଭାବେ କରୁଥିବା ଏହି ନିର୍ମାଣ କାର୍ଯ୍ୟ ତୁରନ୍ତ ବନ୍ଦ କରିବାକୁ ଦାବି କରିଛନ୍ତି।

ଶ୍ରୀ ଦାସବର୍ମା କହିଛନ୍ତି ଯେ, ଏଭଳି ବେଆଇନ କାର୍ଯ୍ୟକୁ ଦୀର୍ଘ ଦିନ ଧରି ଗ୍ରାମବାସୀ ବିରୋଧ କରିଆସୁଛନ୍ତି ଏବଂ ଜିଲ୍ଲା ପ୍ରଶାସନକୁ ବହୁ ଥର ଅଭିଯୋଗ କରିଛନ୍ତି। ଏହା ସତ୍ତେ୍ୱ ସ୍କୁଲ, କଲେଜ ଓ ଅଙ୍ଗନବାଡି କେନ୍ଦ୍ର ନିକଟରେ ରେଲୱେ ସାଇଡିଂ ନିର୍ମାଣ କରିବା ଦ୍ୱାରା ଏହି ଅଞ୍ଚଳ ପ୍ରଦୂଷିତ ହେବା ସହ ସ୍ଥାନୀୟ ଲୋକଙ୍କ ମୌଳିକ ଅଧିକାର କ୍ଷୁର୍ଣ୍ଣ ହୋଇଛି। ପ୍ରଶାସନ ନଶୁଣିବାରୁ ସ୍ଥାନୀୟ ଜନସାଧାରଣଙ୍କ ଦ୍ୱାରା ଉଚ୍ଚନ୍ୟାଳୟରେ ଏକ ମାମଲା ଦାୟର ହୋଇଛି। ଏହି ମାମଲା ଆଗାମୀ ଜୁନ ୨୫ ତାରିଖରେ ଶୁଣାଣୀ ପାଇଁ ଧାର୍ଯ୍ୟ ହୋଇଛି। କୋଇଲା ମାଫିଆଙ୍କ ହାତବାରିସୀ ସାଜି, ୧୦ ପ୍ଲାଟୁନ ପୁଲିସ ଉପସ୍ଥିତିରେ ବଳପ୍ରଯୋଗ ପୂର୍ବକ ଜନସାଧାରଣକୁ ଆତଙ୍କିତ କରି ସ୍ଥାନୀୟ ବିଧାୟକ ଯୋଗେଶ ସିଂଙ୍କ ସହ ଗ୍ରାମବାସୀଙ୍କୁ ଅଟକ ରଖି, ରେଲୱେ ସାଇଡିଂ ନିର୍ମାଣ କାର୍ଯ୍ୟ ଚାଲୁ ରଖିବା ଘଟଣାରେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ବେଗ ପ୍ରକାଶ କରିଛନ୍ତି।
ଜନସାଧାରଣଙ୍କ ସ୍ୱାର୍ଥରେ ତୁରନ୍ତ ଏହି ବେଆଇନ ରେଲୱେ ସାଇଡିଂ ନିର୍ମାଣ କାର୍ଯ୍ୟକୁ ସରକାର ବନ୍ଦ କରନ୍ତୁ, ନଚେତ ବିଜୁ ଜନତା ଦଳ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରିବାକୁ ବାଧ୍ୟ ହେବ ବୋଲି ଶ୍ରୀ ଦାସବର୍ମା କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର