ଏମ୍‌ଏମ୍‌ଡିଆର୍‌ ସଂଶୋଧନ ବିଲ୍‌: ରାଜ୍ୟ ବିରୋଧରେ ଷଡ଼ଯନ୍ତ୍ର ହୋଇଥିବା ବିଜେଡିର ଅଭିଯୋଗ

Madhusudan Das Picture
Published On

ଭୁବନେଶ୍ୱର: ଏମଏମଡିଆର ସଂଶୋଧନ ଆଇନକୁ ନେଇ ବିଜେଡି କ୍ରମାଗତ ଭାବରେ ନିଜର କଡ଼ା ପ୍ରତିବାଦ ପ୍ରକାଶ କରିଆସୁଛି। ଏମଏମଡିଆର ସଂଶୋଧନ ବିଲ ପାରିତ ହେବା ଦିନଟି ଓଡ଼ିଶା ପାଇଁ କଳା ଦିବସ ଥିଲା। ଏହି ବିଲ୍‌ ମାଧ୍ୟମରେ ଓଡ଼ିଶାଠାରୁ ଅର୍ଥନୈତିକ ସ୍ୱାଧୀନତା ଛଡ଼ାଇ ନିଆଯାଇଛି କ୍ଷୋଭ ପ୍ରକାଶ କରିଛି ଦଳ। ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ତଥା ବିଧାୟକ ଗୌତମବୁଦ୍ଧ ଦାସ ଓ ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି ଏମଏମଡିଆର ବିଲ୍‌ ଓଡ଼ିଶାର ସ୍ୱାର୍ଥ ବିରୋଧୀ ବୋଲି ମତବ୍ୟକ୍ତ କରିଛନ୍ତି।

ଆହୁରି ପଢ଼ନ୍ତୁ: 'ହିଂସାକାଣ୍ଡ ଯୋଗୁଁ ସହରରେ ଯେଉଁ କ୍ଷତି ହୋଇଛି ତାକୁ ଅଟୋ ଚାଳକ ଭରଣା କରିବେ, ବେଆଇନ ଅଟୋ ଷ୍ଟାଣ୍ଡ ଭଙ୍ଗାଯିବ'

ଗୌତମବୁଦ୍ଧ ଦାସ କହିଥିଲେ ଯେ ଏମଏମଡିଆର ସଂଶୋଧନ ବିଲ୍‌ ମାଧ୍ୟମରେ ରାଜ୍ୟର ନ୍ୟାଯ୍ୟ ପ୍ରାପ୍ୟ ଯେତେବେଳେ ଛଡାଇ ନିଆଯାଉଥିଲା, ସେତେବେଳେ ବିଜେପିର ୨୦ ଜଣ ଲୋକସଭା ସଦସ୍ୟ ଓ ୫ ଜଣ ରାଜ୍ୟସଭା ସଦସ୍ୟ ଏହାକୁ ହାତ ଟେକି ସମର୍ଥନ କରିଥିଲେ। ଇତିହାସ ଏମାନଙ୍କୁ କେବେ କ୍ଷମା ଦେବ ନାହିଁ। ଓଡ଼ିଶାର ସ୍ୱାର୍ଥକୁ ଅଣଦେଖା କରି ବିଜେପିର ସାଂସଦ ମାନେ ନିଜ ପାର୍ଟିର ସ୍ୱାର୍ଥ ପାଇଁ କାର୍ଯ୍ୟକଲେ। ପୁଞ୍ଜିପତି ମାନଙ୍କୁ ଫାଇଦା ଦେବା ପାଇଁ ଏହି ଷଡ଼ଯନ୍ତ୍ର ରଚାଯାଇଛି। ଏହି ଆଇନ ପାରିତ ହେବା ଯୋଗୁ ଓଡ଼ିଶା ଏକ ଲକ୍ଷ କୋଟି ଟଙ୍କାରୁ ଉର୍ଦ୍ଧ୍ବ ବକେୟା ଆଦାୟ କରିବାରୁ ବଞ୍ଚିତ ହୋଇଛି। ଏହାଛଡ଼ା ଖଣିରେ ଲାଗୁ ହେବାକୁ ଥିବା ଟିକସ ମାଧ୍ୟମରେ ପ୍ରତି ବର୍ଷ ୧୨, ୦୦୦ କୋଟି ଟଙ୍କାର ରାଜସ୍ୱ ଓଡ଼ିଶା ହରାଇବ। ଦୁର୍ଭାଗ୍ୟର କଥା ନିକଟରେ କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ବିଦା ହୋଇଥିବା ଜଣେ ବିଜେପି ସାଂସଦ ଏହି ସଂଶୋଧନ ବିଲ ସପକ୍ଷରେ ଯୁକ୍ତି ବାଢୁଛନ୍ତି। ବିଜେଡି ସଭାପତି ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ଓଡ଼ିଶାର ସ୍ୱାର୍ଥକୁ ହାସଲ ପାଇଁ ସେ ଲଢେଇର ଆହ୍ୱାନ ଦେଇଛନ୍ତି। ତେଣୁ ବିଜୁ ଜନତା ଦଳ ଓଡ଼ିଶାର ସ୍ୱାର୍ଥ ପାଇଁ ଲଢେଇ ଜାରି ରଖିବ। 

ଆହୁରି ପଢ଼ନ୍ତୁ: ଶିକ୍ଷା ବଞ୍ଚାଅ ଆନ୍ଦୋଳନ: ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିରେ ନବରଙ୍ଗପୁରରେ ବିଜେଡିର ବିଶାଳ ରାଲି ‌

ଡ. ଲେନିନ ମହାନ୍ତି କହିଥିଲେ ଖଣି ରାଜସ୍ୱ ଓଡ଼ିଶାର ବିକାଶର କର୍ଣ୍ଣଧାର ହୋଇଥିବା ବେଳେ ଖଣିରୁ ରାଜ୍ୟକୁ ମିଳିବାକୁ ଥିବା ବିପୁଳ ରାଜସ୍ୱ, ଏମଏମଡିଆର ସଂଶୋଧନ ବିଲ ମାଧ୍ୟମରେ ହାନୀ ହେବାକୁ ଯାଉଛି। ଅଥଚ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁହଁରେ ତୁଣ୍ଡି ଦେଇ ବସିଛନ୍ତି। ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖୁ ନାହାନ୍ତି। କେନ୍ଦ୍ର ସରକାର ଚଞ୍ଚକତା କରି ଖଣି ଓ ଖଣି ରହିଥିବା ଜମି ଉପରେ ମଧ୍ୟ ରାଜ୍ୟର କୌଣସି ଅଧିକାର ରହିବ ନାହିଁ ବୋଲି ବ୍ୟବସ୍ଥା କରିଛନ୍ତି। ଏହାଛଡା ଏହି ଆଇନ ମାଧ୍ୟମରେ ରାଜ୍ୟ ସରକାର ଖଣିଜ ପଦାର୍ଥ ଉପରେ କୌଣସି ଟିକସ ଲଗାଇ ପାରିବ ନାହିଁ। ବିଜେପିର କିଛି ନେତା ଦାବି କରୁଛନ୍ତି, ୨୦୧୫ ମସିହାରେ କେନ୍ଦ୍ର ସରକାର ଏମଏମଡିଆର ଆକ୍ଟରେ ସଂଶୋଧନ ଆଣିବା ପରେ ଓଡ଼ିଶାର ଖଣି ରାଜସ୍ୱ ୫୦୦୦ କୋଟିରୁ ୫୦, ୦୦୦ କୋଟିକୁ ବୃଦ୍ଧି ପାଇଲା। ଓଡ଼ିଶାର ଖଣି ରାଜସ୍ୱ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶ୍ରେୟ ଦେବାକୁ ଚେଷ୍ଟା କରୁଥିବା ବିଜେପି ନେତା ମାନେ କହିବେ କି, କେଉଁ କାରଣରୁ ଓଡ଼ିଶାର ଖଣି ରାଜସ୍ୱ ବୃଦ୍ଧି ତୁଳନାରେ ଗୁଜୁରାଟ, ମହାରାଷ୍ଟ୍ର, ରାଜସ୍ତାନ ଇତ୍ୟାଦି ରାଜ୍ୟର ୨୦୧୫ ଏମଏମଡିଆର ସଂଶୋଧନ ପରେ ସମାନ ଅନୁପାତରେ ବୃଦ୍ଧି ପାଇଲା ନାହିଁ କାହିଁକି। ମୁଖ୍ୟମନ୍ତ୍ରୀ ଏଥିପାଇଁ ମଧ୍ୟ ରାଜ୍ୟବାସୀଙ୍କୁ ସ୍ପଷ୍ଟୀକରଣ ଦେବା ଦରକାର। ଏହି ଆଇନ ମାଧ୍ୟମରେ ଓଡ଼ିଶା ପ୍ରତି ହୋଇଥିବା ଅନ୍ୟାୟ ବିରୋଧରେ ବିଜେଡି ଲଢେଇ ଜାରି ରଖିବ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଢେଙ୍କାନାଳରେ ମାଈ ହାତୀର ମୃତଦେହ ଠାବ: ବିଦ୍ୟୁତ୍ ଆଘାତରେ ମୃତ୍ୟୁ ସନ୍ଦେହ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର