ଭୁବନେଶ୍ବରରେ ଅଗ୍ନିବର୍ଷା, ରାଜ୍ୟର ୧୩ ସହରରେ ପାରଦ ୪୧ ଡିଗ୍ରୀ ପାର୍

The Sakala Picture
Published On

ଭୁବନେଶ୍ବର : ହୁ ହୁ ହୋଇ ବଢୁଛି ତାପାମାତ୍ରା। ମାର୍ଚ୍ଚ ମାସ ସରିନଥିବା ବେଳେ ତତଲା କଡେଇରେ ପରିଣତ ହୋଇସାରିଲାଣି ସାରା ରାଜ୍ୟ । ବାରିପଦାରୁ ବରଗଡ଼ । ଭୁବନେଶ୍ଵରରୁ ଭବାନୀପାଟଣା । ପ୍ରଚଣ୍ଡ ରୌଦ୍ରତାପରେ ଭାଜି ହେଉଛି ସାରା ଓଡ଼ିଶା । ଫଗୁଣ ଆରମ୍ଭରୁ ଏଭଳି ତାତିମାଡ଼ ଦେଖି ତ୍ରାହିତ୍ରାହି ଡାକିଲେଣି ରାଜ୍ୟବାସୀ । ଏହାରି ରାଜଧାନୀ ଭୁବନେଶ୍ୱର ତାପମାତ୍ରା ବୃଦ୍ଧିର ସର୍ବକାଳୀନ ରେକର୍ଡ ଭାଙ୍ଗିଛି । ଆଜି ରାଜଧାନୀର ତାପମାତ୍ର ୪୪.୨ ଡିଗ୍ରୀ ରହିଛି […]

ଭୁବନେଶ୍ବର : ହୁ ହୁ ହୋଇ ବଢୁଛି ତାପାମାତ୍ରା। ମାର୍ଚ୍ଚ ମାସ ସରିନଥିବା ବେଳେ ତତଲା କଡେଇରେ ପରିଣତ ହୋଇସାରିଲାଣି ସାରା ରାଜ୍ୟ । ବାରିପଦାରୁ ବରଗଡ଼ । ଭୁବନେଶ୍ଵରରୁ ଭବାନୀପାଟଣା । ପ୍ରଚଣ୍ଡ ରୌଦ୍ରତାପରେ ଭାଜି ହେଉଛି ସାରା ଓଡ଼ିଶା । ଫଗୁଣ ଆରମ୍ଭରୁ ଏଭଳି ତାତିମାଡ଼ ଦେଖି ତ୍ରାହିତ୍ରାହି ଡାକିଲେଣି ରାଜ୍ୟବାସୀ । ଏହାରି ରାଜଧାନୀ ଭୁବନେଶ୍ୱର ତାପମାତ୍ରା ବୃଦ୍ଧିର ସର୍ବକାଳୀନ ରେକର୍ଡ ଭାଙ୍ଗିଛି । ଆଜି ରାଜଧାନୀର ତାପମାତ୍ର ୪୪.୨ ଡିଗ୍ରୀ ରହିଛି । ଭୁବନେଶ୍ୱର ବିଶ୍ୱର ସବୁଠୁ ଉତ୍ତପ୍ତ ସହର ଭାବେ ଉଭା ହୋଇଛି ।

ଆହୁରି ପଢ଼ନ୍ତୁ: ଉପବାଚସ୍ପତିଙ୍କ ନକଲି ଦସ୍ତଖତରେ ବଦଳି ଷଡଯନ୍ତ୍ର ଘଟଣା: କ୍ୟାପିଟାଲ ଥାନାରେ ସହକାରୀ ଯନ୍ତ୍ରୀ ଲକ୍ଷ୍ମଣ ହେମ୍ବ୍ରମ ଅଟକ

ଆହୁରି ପଢ଼ନ୍ତୁ: ଯାଜପୁରରେ ବର୍ଷା ଦେବତାଙ୍କୁ ସନ୍ତୁଷ୍ଟ କରିବାକୁ ନିଆରା ପ୍ରଥା: ପରସ୍ପରକୁ ବିବାହ କଲେ ଦୁଇ ପୁରୁଷ

ଏହାସହ ୧୩ଟି ସହରର ତାପମାତ୍ରା ୪୧ ଡିଗ୍ରୀ ଉପରେ ରହିଛି ବୋଲି ସୂଚନା ମିଳିଛି। ବାରିପଦା- ୪୩.୬, ବାଲେଶ୍ୱର- ୪୩, ଚାନ୍ଦବାଲି- ୪୨.୬ ତାଳଚେର- ୪୨.୫, ମାଲକାନଗିରି, ଗଜପତି ଓ ବୌଦ୍ଧ ୪୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଅନୁଗୁଳ ୪୧.୭, ବଲାଙ୍ଗିର ଓ ଭବାନୀପାଟଣା ୪୧.୫ ଟିଟିଲାଗଡ଼ ଓ ନୟାଗଡ଼ର ତାପମାତ୍ରା ୪୧.୨ ଡିଗ୍ରୀ ସମ୍ବଲପୁର ୪୦.୮, କଟକ ୪୦.୬, ସୁନ୍ଦରଗଡ଼ ୪୦.୫ ତାପମାତ୍ରା ରେକର୍ଡ ହୋଇଛି।

ଆହୁରି ପଢ଼ନ୍ତୁ: ଚାକିରୀ ଦେବାକୁ କହି ୨୫ ଲକ୍ଷ ଟଙ୍କା ଠକେଇ, 420 ମହିଳାଙ୍କୁ ଗିରଫ କଲା ପୋଲିସ

ଅନ୍ୟପଟେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଏଭଳି ଖରା ଆଉ ୨ ଦିନ ଲାଗି ରହିବ। ଆସନ୍ତା ଏପ୍ରିଲ ୧ ତାରିଖ ଯାଏଁ ସୁନ୍ଦରଗଡ଼, ଝାରସୁଗୁଡ଼ର, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ,ଢ଼େଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ, ନୟାଗଡ଼, ଖୋର୍ଦ୍ଧା , ସୁବର୍ଣ୍ଣପୁର, ବୌଦ୍ଧ, କାନ୍ଧମାଳ, ବଲାଙ୍ଗୀର, କଳାହାଣ୍ଡି ଓ ନୂଆପଡ଼ା ଆଦି ଜିଲ୍ଲା‌କୁ ଗ୍ରୀଷ୍ମପ୍ରବାହ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

ସେହିପରି ଏପ୍ରିଲ ୧ରୁ ୨ ତାରିଖ ପର୍ଯ୍ୟନ୍ତ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢ଼େଙ୍କାନାଳ,କେନ୍ଦୁଝର, ମୟୁରଭଞ୍ଜ,ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ, ନୟାଗଡ଼, ଖୋର୍ଧା, ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ, ବଲାଙ୍ଗୀର, କଳାହାଣ୍ଡି ଓ ନୂଆପଡ଼ା ଆଦି ରହିଛି।

ତେବେ ଗ୍ରୀଷ୍ମପ୍ରବାହ ଦୁର୍ବଳ ଲୋକ, ଶିଶୁ, ବୃଦ୍ଧ ଏବଂ ଅସୁସ୍ଥ ଲୋକଙ୍କ ପାଇଁ ଚିନ୍ତାଜନକ ରହିଛି। ଦିନ ୧୧ଟାରୁ ୩ଟା ପର୍ୟ୍ୟନ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି । ଏଥିସହିତ ଉପଯୁକ୍ତ ପାଣି ପିଇବା ସହିତ ଶରୀରକୁ ହାଇଡ୍ରେଟ ରଖିବାକୁ ହେବ। ଯଦି ଏହି ସମୟ ଭିତରେ ଜରୁରୀ ଆବଶ୍ୟକ ପଡ଼େ ଆଉ ବାହାରକୁ ଯିବାକୁ ହୁଏ ତେବେ ମୁଣ୍ଡରେ ଓଦା କନା ସହିତ ସାଙ୍ଗ‌ରେ ପାଣିବୋତଲ ଧରି ଯାଆନ୍ତୁ।

ଏଥିସହିତ ୩ରୁ ୪ ତାରିଖ ଦୁଇଦିନ ଧରି କାଳବୈଶାଖୀ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ । ୩ ତାରିଖ ଲାଗି ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର, କଟକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ବର୍ଷା ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୩୦ରୁ ୪୦ କମି ବେଗରେ ପବନ ବହିପାରେ । ସେହିଭଳି ୪ ତାରିଖ ପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, କୋରାପୁଟ, ରାୟଗଡ଼ା, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ଓ ଗଞ୍ଜାମକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଆଗାମୀ ୨୪ ଘଣ୍ଟା ଯାଏ ସମୁଦ୍ରକୁ ନଯିବା ଲାଗି ମତ୍ସ୍ୟଜୀବୀଙ୍କୁ କୁହାଯାଇଛି । ଗତ ୨୪ ଘଣ୍ଟାରେ ଓଡ଼ିଶାର ବାରିପଦା ସହର ୪୪.୬ ଡିଗ୍ରୀ ସହ ଦୁନିଆର ଉତ୍ତପ୍ତ ସହର ଭାବେ ଉଭା ହୋଇଥିଲା ।

31 Mar 2021 By The Sakala

ଭୁବନେଶ୍ବରରେ ଅଗ୍ନିବର୍ଷା, ରାଜ୍ୟର ୧୩ ସହରରେ ପାରଦ ୪୧ ଡିଗ୍ରୀ ପାର୍

ଭୁବନେଶ୍ବର : ହୁ ହୁ ହୋଇ ବଢୁଛି ତାପାମାତ୍ରା। ମାର୍ଚ୍ଚ ମାସ ସରିନଥିବା ବେଳେ ତତଲା କଡେଇରେ ପରିଣତ ହୋଇସାରିଲାଣି ସାରା ରାଜ୍ୟ । ବାରିପଦାରୁ ବରଗଡ଼ । ଭୁବନେଶ୍ଵରରୁ ଭବାନୀପାଟଣା । ପ୍ରଚଣ୍ଡ ରୌଦ୍ରତାପରେ ଭାଜି ହେଉଛି ସାରା ଓଡ଼ିଶା । ଫଗୁଣ ଆରମ୍ଭରୁ ଏଭଳି ତାତିମାଡ଼ ଦେଖି ତ୍ରାହିତ୍ରାହି ଡାକିଲେଣି ରାଜ୍ୟବାସୀ । ଏହାରି ରାଜଧାନୀ ଭୁବନେଶ୍ୱର ତାପମାତ୍ରା ବୃଦ୍ଧିର ସର୍ବକାଳୀନ ରେକର୍ଡ ଭାଙ୍ଗିଛି । ଆଜି ରାଜଧାନୀର ତାପମାତ୍ର ୪୪.୨ ଡିଗ୍ରୀ ରହିଛି । ଭୁବନେଶ୍ୱର ବିଶ୍ୱର ସବୁଠୁ ଉତ୍ତପ୍ତ ସହର ଭାବେ ଉଭା ହୋଇଛି ।

ଏହାସହ ୧୩ଟି ସହରର ତାପମାତ୍ରା ୪୧ ଡିଗ୍ରୀ ଉପରେ ରହିଛି ବୋଲି ସୂଚନା ମିଳିଛି। ବାରିପଦା- ୪୩.୬, ବାଲେଶ୍ୱର- ୪୩, ଚାନ୍ଦବାଲି- ୪୨.୬ ତାଳଚେର- ୪୨.୫, ମାଲକାନଗିରି, ଗଜପତି ଓ ବୌଦ୍ଧ ୪୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଅନୁଗୁଳ ୪୧.୭, ବଲାଙ୍ଗିର ଓ ଭବାନୀପାଟଣା ୪୧.୫ ଟିଟିଲାଗଡ଼ ଓ ନୟାଗଡ଼ର ତାପମାତ୍ରା ୪୧.୨ ଡିଗ୍ରୀ ସମ୍ବଲପୁର ୪୦.୮, କଟକ ୪୦.୬, ସୁନ୍ଦରଗଡ଼ ୪୦.୫ ତାପମାତ୍ରା ରେକର୍ଡ ହୋଇଛି।

ଅନ୍ୟପଟେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଏଭଳି ଖରା ଆଉ ୨ ଦିନ ଲାଗି ରହିବ। ଆସନ୍ତା ଏପ୍ରିଲ ୧ ତାରିଖ ଯାଏଁ ସୁନ୍ଦରଗଡ଼, ଝାରସୁଗୁଡ଼ର, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ,ଢ଼େଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ, ନୟାଗଡ଼, ଖୋର୍ଦ୍ଧା , ସୁବର୍ଣ୍ଣପୁର, ବୌଦ୍ଧ, କାନ୍ଧମାଳ, ବଲାଙ୍ଗୀର, କଳାହାଣ୍ଡି ଓ ନୂଆପଡ଼ା ଆଦି ଜିଲ୍ଲା‌କୁ ଗ୍ରୀଷ୍ମପ୍ରବାହ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

ସେହିପରି ଏପ୍ରିଲ ୧ରୁ ୨ ତାରିଖ ପର୍ଯ୍ୟନ୍ତ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢ଼େଙ୍କାନାଳ,କେନ୍ଦୁଝର, ମୟୁରଭଞ୍ଜ,ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ, ନୟାଗଡ଼, ଖୋର୍ଧା, ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ, ବଲାଙ୍ଗୀର, କଳାହାଣ୍ଡି ଓ ନୂଆପଡ଼ା ଆଦି ରହିଛି।

ତେବେ ଗ୍ରୀଷ୍ମପ୍ରବାହ ଦୁର୍ବଳ ଲୋକ, ଶିଶୁ, ବୃଦ୍ଧ ଏବଂ ଅସୁସ୍ଥ ଲୋକଙ୍କ ପାଇଁ ଚିନ୍ତାଜନକ ରହିଛି। ଦିନ ୧୧ଟାରୁ ୩ଟା ପର୍ୟ୍ୟନ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି । ଏଥିସହିତ ଉପଯୁକ୍ତ ପାଣି ପିଇବା ସହିତ ଶରୀରକୁ ହାଇଡ୍ରେଟ ରଖିବାକୁ ହେବ। ଯଦି ଏହି ସମୟ ଭିତରେ ଜରୁରୀ ଆବଶ୍ୟକ ପଡ଼େ ଆଉ ବାହାରକୁ ଯିବାକୁ ହୁଏ ତେବେ ମୁଣ୍ଡରେ ଓଦା କନା ସହିତ ସାଙ୍ଗ‌ରେ ପାଣିବୋତଲ ଧରି ଯାଆନ୍ତୁ।

ଏଥିସହିତ ୩ରୁ ୪ ତାରିଖ ଦୁଇଦିନ ଧରି କାଳବୈଶାଖୀ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ । ୩ ତାରିଖ ଲାଗି ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର, କଟକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ବର୍ଷା ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୩୦ରୁ ୪୦ କମି ବେଗରେ ପବନ ବହିପାରେ । ସେହିଭଳି ୪ ତାରିଖ ପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, କୋରାପୁଟ, ରାୟଗଡ଼ା, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ଓ ଗଞ୍ଜାମକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଆଗାମୀ ୨୪ ଘଣ୍ଟା ଯାଏ ସମୁଦ୍ରକୁ ନଯିବା ଲାଗି ମତ୍ସ୍ୟଜୀବୀଙ୍କୁ କୁହାଯାଇଛି । ଗତ ୨୪ ଘଣ୍ଟାରେ ଓଡ଼ିଶାର ବାରିପଦା ସହର ୪୪.୬ ଡିଗ୍ରୀ ସହ ଦୁନିଆର ଉତ୍ତପ୍ତ ସହର ଭାବେ ଉଭା ହୋଇଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର