ପ୍ରତିକୂଳ ପାଗ ଯୋଗୁଁ ବିଳମ୍ବରେ ଓଡିଶାରେ ପହଞ୍ଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Madhusudan Das Picture
Published On

ଭୁବନେଶ୍ୱର: ପ୍ରତିକୂଳ ପାଗ ଯୋଗୁଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମୟୂରଭଞ୍ଜ ଜିଲ୍ଲାସ୍ଥିତ ରାଇରଙ୍ଗପୁର ଗସ୍ତରେ ବିଳମ୍ବ ଘଟିଛି। ଖରାପ ପାଗ କାରଣରୁ ତାଙ୍କର ପୂର୍ବ ନିର୍ଦ୍ଧାରିତ ବିମାନ ଯାତ୍ରା ପ୍ରଭାବିତ ହୋଇଛି ଏବଂ ଏବେ ସେ ସଡ଼କ ପଥରେ ଓଡ଼ିଶା ଅଭିମୁଖେ ଯାତ୍ରା କରୁଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ଶୁଣାଣିକୁ ସେପ୍ଟେମ୍ବର ୭କୁ ଘୁଞ୍ଚାଇଲେ ସୁପ୍ରିମକୋର୍ଟ

ସୂଚନା ଅନୁଯାୟୀ, ରାଷ୍ଟ୍ରପତି ଆଜି ପୂର୍ବାହ୍ନରେ ପଶ୍ଚିମବଙ୍ଗର କଲାଇକୁଣ୍ଡାରେ ପହଞ୍ଚିଥିଲେ। ସେଠାରୁ ସେ ସଡ଼କ ପଥରେ ରାଇରଙ୍ଗପୁର ଅଭିମୁଖେ ଯାତ୍ରା କରିବେ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଅପରାହ୍ଣ ୩:୪୫ ମିନିଟରେ ସେ ରାଇରଙ୍ଗପୁରର ଦାଣ୍ଡବୋଷ ଏୟାରଷ୍ଟ୍ରିପରେ ଅବତରଣ କରିବାର ଥିଲା। ମାତ୍ର ପାଗ ଖରାପ ଯୋଗୁଁଁ ଆକାଶ ମାର୍ଗ ଛାଡି ସଡକ ମାର୍ଗରେ ଆସିବେ।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଶିକ୍ଷକଙ୍କୁ ମିଳିବନି ସମ୍ମାନ; ଅନିର୍ଦ୍ଦିଷ୍ଟ କାଳ ଘୁଞ୍ଚିଲା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ

ପ୍ରତିକୂଳ ପାଗରେ ସୁରକ୍ଷିତ ଯାତ୍ରା ସୁନିଶ୍ଚିତ କରିବା ପାଇଁ ଅଧିକାରୀମାନେ ତୁରନ୍ତ ପଦକ୍ଷେପ ନେଇଛନ୍ତି। ସଡ଼କ ପଥରେ ରାଷ୍ଟ୍ରପତି ଆସୁଥିବାରୁ ସେହି ରାସ୍ତାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସ୍ଥାନୀୟ ପ୍ରଶାସନ ରାଷ୍ଟ୍ରପତିଙ୍କ କନଭୟ ସହିତ ସମନ୍ୱୟ ରକ୍ଷା କରି ନିର୍ବିଘ୍ନ ଯାତ୍ରା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରିଛନ୍ତି।

ଆହୁରି ପଢ଼ନ୍ତୁ: ନକଲି ଡିଇଫ ରାକେଟ୍‌ ଠାବ; ୧୮୨ ବାଲ୍ଟି ନକଲି ଡିଇଫ ସହ ଗାଡ଼ି ଓ ଉତ୍ପାଦନ ଯନ୍ତ୍ରପାତି ଜବତ, ୪ ଗିରଫ

ରାଷ୍ଟ୍ରପତିଙ୍କ ଏହି ରାଇରଙ୍ଗପୁର ଗସ୍ତ ବେଶ୍ ଗୁରୁତ୍ୱପୂର୍ଣ୍ଣ, କାରଣ ଏଠାରେ ସେ ତାଙ୍କର ଜନ୍ମଦିନ ପାଳନ ଅବସରରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହା ସହିତ ସେ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିବେ ବୋଲି ଆଶା କରାଯାଉଛି। ତାଙ୍କ ଆଗମନ ପାଇଁ ପ୍ରଶାସନ ପକ୍ଷରୁ ଟ୍ରାଫିକ୍ ପରିଚାଳନା ଏବଂ ଭିଡ଼ ନିୟନ୍ତ୍ରଣ ସମେତ ବ୍ୟାପକ ପ୍ରସ୍ତୁତି କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର