ବୈତରଣୀ ନଦୀରେ ବନ୍ୟା, ଆଖୁଆପଦାଠାରେ ଟପିଲା ବିପଦସଂକେତ

The Sakala Picture
Published On

ଭଦ୍ରକ/ଭଣ୍ଡାରିପୋଖରୀ: ଗତ ୭୨ଘଣ୍ଟା ଧରି ଲଘୁଚାପଜନିତ ବର୍ଷା ହେବା ଫଳରେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଦେଇ ଯାଇଥିବା ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଯଦିଓ ନଦୀ ପାର୍ଶ୍ୱ ବର୍ତ୍ତି ଅଂଚଳରେ ସେଭଳି ବଡଧରଣର ବର୍ଷା ହୋଇନାହିଁ ତଥାପି ଉପର ମୁଣ୍ଡରେ ବର୍ଷା ହେବା କାରଣରୁ ଜଳସ୍ତର ବୃଦ୍ଧି ପାଉଥିବା ସୂଚନା ମିଳିଛି। ଆଖୁଆପଦା ଆନିକଟ ଠାରେ ବିପଦ ସଂକେତ ୧୭.୮୩ମି. ଥିବାବେଳେ ସନ୍ଧ୍ୟା ୭ଟା ସୁଦ୍ଧା ୧୭.୯୪ମି. ରେ ବନ୍ୟା ଜଳ ପ୍ରବାହିତ ହେଉଛି। […]

ଭଦ୍ରକ/ଭଣ୍ଡାରିପୋଖରୀ: ଗତ ୭୨ଘଣ୍ଟା ଧରି ଲଘୁଚାପଜନିତ ବର୍ଷା ହେବା ଫଳରେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଦେଇ ଯାଇଥିବା ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଯଦିଓ ନଦୀ ପାର୍ଶ୍ୱ ବର୍ତ୍ତି ଅଂଚଳରେ ସେଭଳି ବଡଧରଣର ବର୍ଷା ହୋଇନାହିଁ ତଥାପି ଉପର ମୁଣ୍ଡରେ ବର୍ଷା ହେବା କାରଣରୁ ଜଳସ୍ତର ବୃଦ୍ଧି ପାଉଥିବା ସୂଚନା ମିଳିଛି। ଆଖୁଆପଦା ଆନିକଟ ଠାରେ ବିପଦ ସଂକେତ ୧୭.୮୩ମି. ଥିବାବେଳେ ସନ୍ଧ୍ୟା ୭ଟା ସୁଦ୍ଧା ୧୭.୯୪ମି. ରେ ବନ୍ୟା ଜଳ ପ୍ରବାହିତ ହେଉଛି। ମିଳିଥିବା ତଥ୍ୟ ଅନୁଯାୟୀ ନଦୀର ଉପର ମୁଣ୍ଡ ଆନନ୍ଦପୁରଠାରେ ୧୨.୬ମିମି, ସ୍ୱାମପାଟଣା ୩୨.୦ମିମି, କେନ୍ଦୁଝର ୪୯.୦ମିମି, ଠାକୁରମୁଣ୍ଡା ୨୧.୦ମିମି., ଚମ୍ପୁଆ ୯୯.୪ମିମି. ଓ ନଦୀ ପାର୍ଶ୍ୱବର୍ତ୍ତୀ ଆଖୁଆପଦା ଠାରେ ୧.୪ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଯଦିଓ ନଦୀରେ ଧୀରେଧୀରେ ଜଳସ୍ତର ବୃଦ୍ଧି ପାଉଛି ଏଥିରେ ବନ୍ୟା ହେବାର ଆଶଙ୍କା ନାହିଁ ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଆହୁରି ପଢ଼ନ୍ତୁ: ଏମ୍‌ଏମ୍‌ଡିଆର ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଲା ବିଜେଡି; ପ୍ରତ୍ୟାହାର ହେଉ ରାଜ୍ୟ ସ୍ୱାର୍ଥ ବିରୋଧୀ ଆଇନ

ଏପଟେ ଆଜି ହୀରାକୁଦ ଜଳ ଭଣ୍ଡାରରେ ଖୋଲିଛି ୪ଟି ଗେଟ୍ । ଉପର ମୁଣ୍ଡରେ ବର୍ଷା ହେବା ଫଳରେ ହୀରାକୁଦ ଜଳ ଭଣ୍ଡାରର ୪ ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଛି । ବର୍ତ୍ତମାନ ଜଳ ଭଣ୍ଡାରର ଜଳସ୍ତର ୬୦୭. ୫୬ ଫୁଟରେ ପହଁଚିଛି । ପ୍ରତି ସେକେଣ୍ଡରେ ଡ୍ୟାମ ଭିତରକୁ ପ୍ରବେଶ କରୁଛି ୮୬ ହଜାର ୧୮୦ ଘନଫୁଟ ଜଳ । ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ରହିଛି ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଏସଟି ଏବଂ ଏସସି ବିଭାଗର ୨ ଅଡିଟର, ୧୪ ଲକ୍ଷରୁ ଊର୍ଦ୍ଧ୍ୱ ସନ୍ଦିଗ୍ଧ ଲାଞ୍ଚ ଟଙ୍କା ଜବତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର