ଯୌତୁକ ପାଇଁ ନବବଧୂଙ୍କୁ ହତ୍ୟା: ମୃତଦେହ ଛାଡି ସ୍ୱାମୀ ଫେରାର, ଶାଶୁ ଅଟକ

Tapas Ranjan Nanda Picture
Published On

ଭଦ୍ରକ: ସମାଜରେ ସଚେତନତା ସତ୍ତ୍ୱେ କମୁନି ଯୌତୁକ ଜନିତ ଅପରାଧ। ଭଦ୍ରକ ଜିଲ୍ଲା ଆଗରପଡା ଥାନା ଅଧୀନରେ ପୁଣି ଜଣେ ନବବଧୂ ଯୌତୁକ ଜୁଇରେ ଜଳିଥିବା ଅଭିଯୋଗ ହୋଇଛି। ଅଧିକ ଯୌତୁକ ଦାବି ପୂରଣ ନହେବାରୁ ଶାଶୁଘର ଲୋକେ ବଧୂଙ୍କୁ ହତ୍ୟା କରି ଫେରାର ହୋଇଯାଇଥିବା ନେଇ ଥାନାରେ ଏତଲା ଦାୟର ହୋଇଛି।

ଆହୁରି ପଢ଼ନ୍ତୁ: ମହାପ୍ରଭୁଙ୍କ ରଥନିର୍ମାଣ ପାଇଁ ଆରମ୍ଭ ହେଲା ରଥ କାଠ ଚିରଟ

ସୂଚନା ଅନୁଯାୟୀ, ଗତ ମେ ମାସରେ ଭଦ୍ରକ ବାଲୁଅଶାସନ ଗାଁର ସୁଭଦ୍ରା ପଣ୍ଡା ବୈଦିକ ରୀତିରେ ଓଲଡାଙ୍ଗ ଗାଁର ଜ୍ୟୋତିରଞ୍ଜନ ପଣ୍ଡାଙ୍କୁ ବିବାହ କରିଥିଲେ। ବିବାହର କିଛି ଦିନ ପରେ ସ୍ୱାମୀ ଓ ଶ୍ୱଶୁର ଘର ଲୋକେ ଅଧିକ ଯୌତୁକ ଦାବି କରି ସୁଭଦ୍ରାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ: ଖରାଛୁଟି ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ଦେବାକୁ ସବୁ ଜିଲ୍ଲାପାଳଙ୍କୁ ଗଣଶିକ୍ଷା ବିଭାଗର ଚିଠି

ଗତକାଲି ସୁଭଦ୍ରାଙ୍କ ମୃତ୍ୟୁ ଖବର ପାଇ ବାପଘର ଲୋକେ ପହଞ୍ଚିବା ବେଳକୁ ଶ୍ୱଶୁର ଘର ଲୋକେ ମୃତଦେହ ଛାଡ଼ି ଫେରାର ହୋଇଯାଇଥିଲେ। ସୁଭଦ୍ରାଙ୍କ ବେକରେ କ୍ଷତ ଚିହ୍ନ ଦେଖିବାକୁ ମିଳିଥିଲା, ଯାହା ହତ୍ୟା ସନ୍ଦେହକୁ ଦୃଢୀଭୂତ କରୁଛି। ଖବର ପାଇ ଆଗରପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ବର୍ତ୍ତମାନ ପୋଲିସ ମୃତକଙ୍କ ଶାଶୁଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ଫେରାର ସ୍ୱାମୀ ଓ ଅନ୍ୟମାନଙ୍କୁ ଧରିବା ପାଇଁ ତଦନ୍ତ ଜାରି ରଖିଛି।

ଆହୁରି ପଢ଼ନ୍ତୁ: ନୟାଗଡ଼ ଜିଲ୍ଲାରେ “ଏର୍ଥ ଆୱର” ପାଳନ ପାଇଁ ଅଭିଯାନ

04 Feb 2026 By Tapas Ranjan Nanda

ଯୌତୁକ ପାଇଁ ନବବଧୂଙ୍କୁ ହତ୍ୟା: ମୃତଦେହ ଛାଡି ସ୍ୱାମୀ ଫେରାର, ଶାଶୁ ଅଟକ

ଭଦ୍ରକ: ସମାଜରେ ସଚେତନତା ସତ୍ତ୍ୱେ କମୁନି ଯୌତୁକ ଜନିତ ଅପରାଧ। ଭଦ୍ରକ ଜିଲ୍ଲା ଆଗରପଡା ଥାନା ଅଧୀନରେ ପୁଣି ଜଣେ ନବବଧୂ ଯୌତୁକ ଜୁଇରେ ଜଳିଥିବା ଅଭିଯୋଗ ହୋଇଛି। ଅଧିକ ଯୌତୁକ ଦାବି ପୂରଣ ନହେବାରୁ ଶାଶୁଘର ଲୋକେ ବଧୂଙ୍କୁ ହତ୍ୟା କରି ଫେରାର ହୋଇଯାଇଥିବା ନେଇ ଥାନାରେ ଏତଲା ଦାୟର ହୋଇଛି।

ସୂଚନା ଅନୁଯାୟୀ, ଗତ ମେ ମାସରେ ଭଦ୍ରକ ବାଲୁଅଶାସନ ଗାଁର ସୁଭଦ୍ରା ପଣ୍ଡା ବୈଦିକ ରୀତିରେ ଓଲଡାଙ୍ଗ ଗାଁର ଜ୍ୟୋତିରଞ୍ଜନ ପଣ୍ଡାଙ୍କୁ ବିବାହ କରିଥିଲେ। ବିବାହର କିଛି ଦିନ ପରେ ସ୍ୱାମୀ ଓ ଶ୍ୱଶୁର ଘର ଲୋକେ ଅଧିକ ଯୌତୁକ ଦାବି କରି ସୁଭଦ୍ରାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଗତକାଲି ସୁଭଦ୍ରାଙ୍କ ମୃତ୍ୟୁ ଖବର ପାଇ ବାପଘର ଲୋକେ ପହଞ୍ଚିବା ବେଳକୁ ଶ୍ୱଶୁର ଘର ଲୋକେ ମୃତଦେହ ଛାଡ଼ି ଫେରାର ହୋଇଯାଇଥିଲେ। ସୁଭଦ୍ରାଙ୍କ ବେକରେ କ୍ଷତ ଚିହ୍ନ ଦେଖିବାକୁ ମିଳିଥିଲା, ଯାହା ହତ୍ୟା ସନ୍ଦେହକୁ ଦୃଢୀଭୂତ କରୁଛି। ଖବର ପାଇ ଆଗରପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ବର୍ତ୍ତମାନ ପୋଲିସ ମୃତକଙ୍କ ଶାଶୁଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ଫେରାର ସ୍ୱାମୀ ଓ ଅନ୍ୟମାନଙ୍କୁ ଧରିବା ପାଇଁ ତଦନ୍ତ ଜାରି ରଖିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର