ଯୌତୁକ ପାଇଁ ନବବଧୂଙ୍କୁ ହତ୍ୟା: ମୃତଦେହ ଛାଡି ସ୍ୱାମୀ ଫେରାର, ଶାଶୁ ଅଟକ

Tapas Ranjan Nanda Picture
Published On

ଭଦ୍ରକ: ସମାଜରେ ସଚେତନତା ସତ୍ତ୍ୱେ କମୁନି ଯୌତୁକ ଜନିତ ଅପରାଧ। ଭଦ୍ରକ ଜିଲ୍ଲା ଆଗରପଡା ଥାନା ଅଧୀନରେ ପୁଣି ଜଣେ ନବବଧୂ ଯୌତୁକ ଜୁଇରେ ଜଳିଥିବା ଅଭିଯୋଗ ହୋଇଛି। ଅଧିକ ଯୌତୁକ ଦାବି ପୂରଣ ନହେବାରୁ ଶାଶୁଘର ଲୋକେ ବଧୂଙ୍କୁ ହତ୍ୟା କରି ଫେରାର ହୋଇଯାଇଥିବା ନେଇ ଥାନାରେ ଏତଲା ଦାୟର ହୋଇଛି।

ଆହୁରି ପଢ଼ନ୍ତୁ: ଭାରସାମ୍ୟ ହରାଇ ଓଲଟିଲା ଡିଜେ ଗାଡ଼ି: ଜଣଙ୍କର ମୃତ୍ୟୁ, ୧୦ରୁ ଊର୍ଦ୍ଧ୍ୱ ଆହତ

ସୂଚନା ଅନୁଯାୟୀ, ଗତ ମେ ମାସରେ ଭଦ୍ରକ ବାଲୁଅଶାସନ ଗାଁର ସୁଭଦ୍ରା ପଣ୍ଡା ବୈଦିକ ରୀତିରେ ଓଲଡାଙ୍ଗ ଗାଁର ଜ୍ୟୋତିରଞ୍ଜନ ପଣ୍ଡାଙ୍କୁ ବିବାହ କରିଥିଲେ। ବିବାହର କିଛି ଦିନ ପରେ ସ୍ୱାମୀ ଓ ଶ୍ୱଶୁର ଘର ଲୋକେ ଅଧିକ ଯୌତୁକ ଦାବି କରି ସୁଭଦ୍ରାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ: ଢେଙ୍କାନାଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଅଜଣା ଗାଡ଼ି ଧକ୍କାରେ ୩ ଜଣଙ୍କର ମୃତ୍ୟୁ

ଗତକାଲି ସୁଭଦ୍ରାଙ୍କ ମୃତ୍ୟୁ ଖବର ପାଇ ବାପଘର ଲୋକେ ପହଞ୍ଚିବା ବେଳକୁ ଶ୍ୱଶୁର ଘର ଲୋକେ ମୃତଦେହ ଛାଡ଼ି ଫେରାର ହୋଇଯାଇଥିଲେ। ସୁଭଦ୍ରାଙ୍କ ବେକରେ କ୍ଷତ ଚିହ୍ନ ଦେଖିବାକୁ ମିଳିଥିଲା, ଯାହା ହତ୍ୟା ସନ୍ଦେହକୁ ଦୃଢୀଭୂତ କରୁଛି। ଖବର ପାଇ ଆଗରପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ବର୍ତ୍ତମାନ ପୋଲିସ ମୃତକଙ୍କ ଶାଶୁଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ଫେରାର ସ୍ୱାମୀ ଓ ଅନ୍ୟମାନଙ୍କୁ ଧରିବା ପାଇଁ ତଦନ୍ତ ଜାରି ରଖିଛି।

ଆହୁରି ପଢ଼ନ୍ତୁ: ପେଟ୍ରୋଲ ପମ୍ପର ପୁରୁଣା ଟାଙ୍କି କାଟିବା ବେଳେ ଭୟଙ୍କର ବିସ୍ଫୋରଣ: ଜଣେ ମୃତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର