ତେଜୁଛି ଧାନ କିଣା ଅସନ୍ତୋଷ : ହକ୍‌ ମାଗୁଛନ୍ତି ଅନ୍ନଦାତା, ମଣ୍ଡିରେ ପଡ଼ିଛି ଧାନ, ରାସ୍ତାରେ ରଡୁଛି ଚାଷୀ

The Sakala Picture
Published On

ବଲାଙ୍ଗିର/ ଭେଡେନ : ରାଜ୍ୟରେ ବିଜେପି ସରକାର ଆସିବା ପରେ ବିନା କଟ୍‌ନି ଛଟନିରେ ଚାଷୀଙ୍କ ଧାନ କିଣାଯିବ ବୋଲି ଘୋଷଣା କରାଯାଇଥିଲା। କିନ୍ତୁ ବିଜେପି ସରକାର ଦେଇଥିବା କଥା ପାଣିରଗାର ପାଲଟିଛି। ଧାନକିଣା ଶୁଭାରମ୍ଭ ହେବାର ଦୁଇ ସପ୍ତାହ ବିତିଯାଇଥିଲେ ହେଁ ବର୍ତ୍ତମାନ ସୁଦ୍ଧା ସମସ୍ତ ମଣ୍ଡିରେ ଧାନକିଣା। ଆରମ୍ଭ ହୋଇପାରିନି। ଯେଉଁ କିଛି ପାକ୍ସରେ ଧାନ କିଣା ଯାଉଛି ସେଠାରେ ୫/୬ କେଜି କଟ୍‌ନିଛଟନି କରାଯାଉଛି। କେବଳ ଏତିକି ନୁହେଁ ଅଖା ବସ୍ତା ସମସ୍ୟା […]

ବଲାଙ୍ଗିର/ ଭେଡେନ : ରାଜ୍ୟରେ ବିଜେପି ସରକାର ଆସିବା ପରେ ବିନା କଟ୍‌ନି ଛଟନିରେ ଚାଷୀଙ୍କ ଧାନ କିଣାଯିବ ବୋଲି ଘୋଷଣା କରାଯାଇଥିଲା। କିନ୍ତୁ ବିଜେପି ସରକାର ଦେଇଥିବା କଥା ପାଣିରଗାର ପାଲଟିଛି। ଧାନକିଣା ଶୁଭାରମ୍ଭ ହେବାର ଦୁଇ ସପ୍ତାହ ବିତିଯାଇଥିଲେ ହେଁ ବର୍ତ୍ତମାନ ସୁଦ୍ଧା ସମସ୍ତ ମଣ୍ଡିରେ ଧାନକିଣା। ଆରମ୍ଭ ହୋଇପାରିନି। ଯେଉଁ କିଛି ପାକ୍ସରେ ଧାନ କିଣା ଯାଉଛି ସେଠାରେ ୫/୬ କେଜି କଟ୍‌ନିଛଟନି କରାଯାଉଛି। କେବଳ ଏତିକି ନୁହେଁ ଅଖା ବସ୍ତା ସମସ୍ୟା ପାଇଁ ଚାଷୀ ତାର ଧାନ ବିକ୍ରି କରିପାରୁନାହିଁ।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ଏଭଳି ବିଭିନ୍ନ ସମସ୍ୟା ନେଇ ଚାଷୀ ଗତି କରୁଛି। କିନ୍ତୁ ତାର ଦୁଃଖ ଶୁଣିବାକୁ କେହି ନାହାନ୍ତି। ବଲାଙ୍ଗିର ଜିଲ୍ଲାର ସଦର ଏବଂ ଦେଓଗାଁ ବ୍ଲକ୍‌ ଅନ୍ତର୍ଗତ ବିଭିନ୍ନ ମଣ୍ଡିମାନଙ୍କରେ ଧାନ କିଣାରେ ବ୍ୟାପକ ଦୁର୍ନୀତି କରାଯାଉଛି ବୋଲି ଚାଷୀ ଅଭିଯୋଗ କରିଛନ୍ତି। ଏନେଇ ବୁଧବାର ଦିନ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂ ଦେଓଙ୍କ ନିର୍ଦ୍ଦେଶକ୍ରମେ ଚାଷୀମାନଙ୍କ ସହିତ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏ ସମ୍ପର୍କରେ ଆଲୋଚନା କରିଛନ୍ତି। ଆଜି ଅପରାହ୍ନରେ ଚାଷୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରୁଣ୍ଡ ହୋଇ କାର୍ଯ୍ୟାଳୟ ଘେରଉ କରିଥିଲେ। ବିନା କଟ୍‌ନି ଛଟ୍‌ନିରେ ଧାନ କିଣିବାକୁ, ଚଳିତବର୍ଷ ଜରି ବସ୍ତାରେ ଧାନ ବିକ୍ରି କରିବାକୁ ଏବଂ ବିଡିଘାଟ ଓ କୁଡ଼ାସିଂହା ସମବାୟ ସମିତିରେ ୫ କେଜି ଧାନ କଟନି ଛଟନି କରାଯାଉଥିବାରୁ ସେମାନଙ୍କ ବିରୋଧରେ ପଦକ୍ଷେପ ନେବାକୁ ଦାବି କରିଥିଲେ। ଚାଷୀମାନଙ୍କ ଧାନ ବିକ୍ରି ପାଇଁ ସୁବିଧା ନକଲେ ଆଗାମୀ ଦିନରେ ଦୁର୍ବାର ଆନ୍ଦୋଳନ ହେବ ବୋଲି ଚାଷୀମାନେ ଚେତାବନୀ ଦେଇଥିଲେ।

ଆହୁରି ପଢ଼ନ୍ତୁ: ଗେରୁଆ ଗାମୁଛା ପକାଇଲେ ରାସନ୍‌ କାର୍ଡରେ ଯୋଡ଼ା ଯାଉଛି ନାମ: ବିରୋଧୀ

ସେହିପରି ଭେଡ଼େନ ବ୍ଲକ ବିଭିନ୍ନ ମଣ୍ଡିରେ ହଜାର ହଜାର ବସ୍ତା ଧାନ ପଡ଼ିରହିଥିବା ବେଳେ ମନଇଚ୍ଛା କଟନି ଛଟନି ଚାଲିଛି। କୁବଡ଼େଗା ମାର୍କେଟ ୟାର୍ଡଠାରେ ପଞ୍ଚାୟତର ସମସ୍ତ ଚାଷୀଙ୍କୁ ନେଇ ଧାନ ବିକ୍ରି ବ୍ୟବସ୍ଥାରେ ଚାଲିଥିବା ଅଚଳାବସ୍ଥାର ଦୂରୀକରଣ ନିମନ୍ତେ ଗତ ୧୬ ତାରିଖରେ ଉତ୍ପନ୍ନ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଗତ ନଭେମ୍ବର ୨୦ ରୁ ସରକାର ମାର୍କେଟ ୟାର୍ଡରୁ ଧାନ ଉଠାଇବାକୁ ଘୋଷଣା କରିଥିଲେ ହେଁ ୭୮୦୦ କୁଇଣ୍ଟାଲ  ଟାର୍ଗେଟ ମଧ୍ୟରୁ ଆଜି ପର୍ଯ୍ୟନ୍ତ ମାତ୍ର ୧୬୨୨ କୁଇଣ୍ଟାଲ ଧାନ ଉଠିଛି। ବାକି ୬୧୭୭ କ୍ୟୁଣ୍ଟାଲ ଧାନ ପଡ଼ି ରହିଥିବାରୁ ଚାଷୀଙ୍କ ମଧ୍ୟରେ ଗଭୀର ଉଦବେଗ ପ୍ରକାଶ ପାଇଛି। ଏଥିମଧ୍ୟରୁ ଅନେକ ଚାଷୀଙ୍କ ଟୋକନ୍ ଅବଧି ଆସନ୍ତା ୧୯ ତାରିଖ ସୁଦ୍ଧା ସରିବାକୁ ଯାଉଛି। ମିଲ୍ ବାଲାଙ୍କ ମନମାନି ଏତେ ଅନୁଭୂତ ହେଉଛି ଯେ, ପ୍ରକୃତ କ୍ରୟ ସଂସ୍ଥା ପାକ୍ସ ଓ ଆରଏମସି  କର୍ମଚାରୀ ସଂପୂର୍ଣ୍ଣ ଅସହାୟ ହୋଇପଡୁଛନ୍ତି। ବିଭିନ୍ନ ଅବ୍ୟବସ୍ଥା ଯୋଗୁଁ ଆଜି ଶତାଧିକ ଚାଷୀ ଉତ୍ପନ ଭୋଇଙ୍କ ନେତୃତ୍ୱରେ ଭେଡେନ ରାସ୍ତାକୁ ଦୀର୍ଘ ୪ଘଣ୍ଟା ଧରି ଧାନ ବସ୍ତା ପକାଇ ଅବରୋଧ କରି ଧାରଣାରେ ବସିଥିଲେ। ଫଳରେ ବରଗଡ଼ ଭେଡେନ ଦେଇ ଯାତାୟାତ କରୁଥିବା ସମସ୍ତ ଯାନବାହନ ରାସ୍ତା ଉପରେ ଅଟକି ରହିଥିଲା।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

ଖବର ପାଇ ପ୍ରଶାସନିକ ଅଧିକାରୀମାନେ ଆନ୍ଦୋଳନ କରୁଥିବା ଚାଷୀଙ୍କ ସହ ଆଲୋଚନା କରିଥିଲେ। ଭେଡେନ ତହସିଲଦାର ରଶ୍ମିତା ସ୍ବାଇଁ, ଅତିରିକ୍ତ ତହସିଲଦାର ଦେବାନନ ସାହୁ, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ରାଜକିଶୋର ପାଣିଗ୍ରାହୀ, ଡିଆର ସିଏସ୍‌ ଯୁଗଳ ଦାଶ, ଅତିରିକ୍ତ ଜିଲ୍ଲା ଆରକ୍ଷୀ ସୋରଵ ଓଟା, ଏସଡିପିଓ ପଦାରବିନ୍ଦ ତ୍ରିପାଠୀ, ଭେଡେନ ଥାନା ଅଧିକାରୀ ପ୍ରେମଜିତ ଦାଶଙ୍କ ସମେତ ଅନେକ ପ୍ରଶାସନିକ ଅଧିକାରୀ ଆଲୋଚନା କରି ଚାଷୀଙ୍କ ସମସ୍ତ ଦାବିକୁ ପୂରଣ କରିବାର ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ଏହା ପରେ ଚାଷୀମାନେ ଆନ୍ଦୋଳନରୁ ଓହରିଥିଲେ।  ଆଲୋଚନାରେ ଚାଷୀନେତା ରମେଶ ମହାପାତ୍ର, ନରେନ୍ଦ୍ର ଭୋଇ,ସୁଦାମ ପାତ୍ର, ମଧୁସୂଦନ ତ୍ରିପାଠୀ, ସୁକାନ୍ତ ସତପଥି, ଜନାର୍ଦ୍ଦନ ମିଶ୍ର, ସୁବୋଧ ସତପଥି , ଅଚ୍ୟୁତା ଭୋଇ, ଦେବେନ୍ଦ୍ର ପ୍ରଧାନ, ସୁଶୀଳ ବେହେରା, କ୍ଷୀରୋଦ୍ର ବାରିକ, ଅଜିତ ପ୍ରଧାନ, ଜୟଦେବ ପ୍ରଧାନ, ଅତୁଲ୍ୟ ଭୋଇ, କିଶୋର ପ୍ରଧାନ, ପ୍ରହଲ୍ଲାଦ ପ୍ରଧାନ, ଅଶୋକ ପ୍ରଧାନ, ବିକାଶ ଭୋଇ, ଉଜ୍ଜ୍ୱଳ ଭୋଇ, ସିଦ୍ଧେଶ୍ୱର ପ୍ରଧାନ, ନବୀନ ଭୋଇ, ପ୍ରଦୀପ ଭୋଇ, ଶୁକଦେବ ବାଗ, ଅକ୍ଷୟ ପ୍ରଧାନ ,ଘନଶ୍ୟାମ ମହାକୁର, କ୍ଷମାନିଧି ବେହେରା, ଅଶ୍ବିନୀ ସତପଥି, ଭିଟୋ ସାହୁ, ଶଙ୍କର ମହାକୁର, ପ୍ରମୋଦ ବିଶି, ସନ୍ତୋଷ ବିଶି, ନନ୍ଦିଘୋଷ ମହାକୁର ପ୍ରମୁଖ ଶତାଧିକ ଚାଷୀ ଅଂଶଗ୍ରହଣ କରିଥିଲେ।

19 Dec 2024 By The Sakala

https://www.thesakala.in/latest-odisha-news/bargarh/discontent-over-paddy-is-growing/article-37339
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର