କୋଣାର୍କ ସୂର୍ଯ୍ୟମନ୍ଦିରରୁ ବାଲିକଢ଼ା ପ୍ରକ୍ରିୟା: ଗର୍ଭଗୃହକୁ ଟନେଲ୍ ନିର୍ମାଣ ଆରମ୍ଭ, ଉଚ୍ଚସ୍ତରୀୟ ବୈଷୟିକ ଟିମ୍ ଅନୁଧ୍ୟାନ ପରେ କଢ଼ାଯିବ ବାଲି
ପୁରୀ : ବିଶ୍ଵପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର ଜଗମୋହନ ଗର୍ଭଗୃହରୁ ବାଲି କଢ଼ା ପାଇଁ ଟନେଲ ନିର୍ମାଣ ଆରମ୍ଭ ହୋଇଛି । ଏନେଇ ସମସ୍ତ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ASI ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶରେ ଏକ ମନିଟରିଂ ଟିମ ଅନୁଧ୍ୟାନ କରୁଛି ବୋଲି ASI ପୁରୀ ସର୍କଲ ସୁପରିଟେଣ୍ଡେଣ୍ଟ ଡି.ବି. ଗଡ଼ନାୟକ କହିଛନ୍ତି । ସୂର୍ଯ୍ୟମନ୍ଦିରରୁ ବାଲିକଢା ପ୍ରକ୍ରିୟା ୪ ମାସ ହେଲା ବନ୍ଦ ରହିଥିଲା । ଗତ ଡିସେମ୍ବର ୯ ତାରିଖରେ ପ୍ରତ୍ନତତ୍ତ୍ୱ ବିଭାଗ କୋର୍ କମିଟି ସଦସ୍ୟ, ଆଇଆଇଟି ମାଡ୍ରାସର ପ୍ରଫେସର ଅରୁଣ ମେନନ, ବିଶେଷଜ୍ଞ ଦଳ ପ୍ରମୁଖ ଗର୍ଭଗୃହରୁ ବାଲି କଢା ପ୍ରକ୍ରିୟା ଓ ସୂର୍ଯ୍ୟମନ୍ଦିର ସଂରକ୍ଷଣ ନିମନ୍ତେ ଅନୁଧ୍ୟାନ କରିଥିଲେ ।
ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କାଢିବା ପାଇଁ ପଶ୍ଚିମ ଦିଗ ପ୍ରଥମ ପିଢ଼ରେ ଗର୍ଭଗୃହ ଭିତରକୁ ଟନେଲ ନିର୍ମାଣ କାର୍ଯ୍ୟ ପୂର୍ବରୁ ମନ୍ଦିର କାନ୍ଥ ପଥରର ସ୍ଥିତି ଯାଞ୍ଚ ହୋଇଥିଲା । ଏହାସହ ମନ୍ଦିର ଗର୍ଭଗୃହ କାନ୍ଥର ଚଉଡା ମାପିବା ପାଇଁ ଡ୍ରିଲ କାର୍ଯ୍ୟ ଆରମ୍ଭ ହୋଇଥିଲା । ଡ୍ରିଲିଂ ବେଳେ ମନ୍ଦିର ପଥରର ଯେପରି କୌଣସି କ୍ଷତି ନ ପହଞ୍ଚିବ ସେଠିପାଇଁ ଡ଼ାଇମଣ୍ଡ ଡ୍ରିଲ ମେସିନ ସହ ଜିରୋ ଭାଇବ୍ରେଶନ ମେସିନର ବ୍ୟବହାର କରାଯାଇଥିଲା । ପରେ ଗର୍ଭଗୃହର ବାଲି ଓ ଡ୍ରିଙ୍ଗି ସମୟରେ ପଥର ଗୁଣ୍ଡକୁ ସଂଗୃହୀତ କରାଯାଇ ଯାଞ୍ଚ ପାଇଁ ଆଇଆଇଟି ମାଡ୍ରାସ ପଠାଯାଇଥିଲା । ଗର୍ଭଗୃହର ବାଲିକୁ ସୁରକ୍ଷିତ ଉପାୟରେ ପର୍ଯ୍ୟାୟ କ୍ରମେ ବାହାର କରାଯିବ। ସେଥିପାଇଁ ସମୟ ଲାଗିବ ଓ ବାଲି ବାହାରିବା ସମୟରେ ସୂର୍ଯ୍ୟ ମନ୍ଦିର ପ୍ରତି କୌଣସି ବିପଦ ନାହିଁ ବୋଲି କହିଛନ୍ତି ASI ସୁପରିଟେଣ୍ଡେଣ୍ଟ।