ପେଟ୍ରୋଲ ପମ୍ପର ପୁରୁଣା ଟାଙ୍କି କାଟିବା ବେଳେ ଭୟଙ୍କର ବିସ୍ଫୋରଣ: ଜଣେ ମୃତ

Madhusudan Das Picture
Published On

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ।ପେଟ୍ରୋଲ ପମ୍ପର ପୁରୁଣା ଅଣ୍ଡରଗ୍ରାଉଣ୍ଡ ଟାଙ୍କି କାଟିବା ବେଳେ ହଠାତ୍ ଭୟଙ୍କର ବିସ୍ଫୋରଣ ଘଟି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ଭାରସାମ୍ୟ ହରାଇ ଓଲଟିଲା ଡିଜେ ଗାଡ଼ି: ଜଣଙ୍କର ମୃତ୍ୟୁ, ୧୦ରୁ ଊର୍ଦ୍ଧ୍ୱ ଆହତ

ମୃତ ଶ୍ରମିକ ଜଣକ ହେଉଛନ୍ତି ବିମ୍ବୁରିଆ ଗ୍ରାମର ବୀରେନ୍ଦ୍ର ସିଂହ। ମିଳିଥିବା ସୂଚନା ଅନୁଯାୟୀ, ପେଟ୍ରୋଲ ପମ୍ପରେ ଏକ ନୂତନ ଟାଙ୍କି ସ୍ଥାପନ କରାଯାଇ ପୁରୁଣା ଟାଙ୍କି ଉପରେ ରଖାଯାଇଥିଲା। ଗ୍ୟାସ କଟର ସାହାଯ୍ୟରେ ପୁରୁଣା ଲୁହା ଟାଙ୍କିକୁ କାଟିବା ସମୟରେ ହଠାତ୍ ଏକ ଶକ୍ତିଶାଳୀ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ ଟାଙ୍କିର ଲୁହା ଖଣ୍ଡ ବିଛିନ୍ନ ହୋଇ ବୀରେନ୍ଦ୍ରଙ୍କ ଦେହରେ ବାଜିଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।

ଆହୁରି ପଢ଼ନ୍ତୁ: ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ଅଭିଯୋଗ, ପ୍ରତିବାଦରେ ମାଲକାନଗିରି ଥାନାରେ ଉତ୍ତେଜନା

ଏହି ଘଟଣା ପରେ ମୃତକଙ୍କ ପରିବାର ଓ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଆକ୍ରୋଶ ଦେଖାଦେଇଥିଲା। କ୍ଷତିପୂରଣ ଏବଂ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ଲୋକେ ମୃତଦେହକୁ ସେରଗଡ଼-ଉଦଳା ରାଜ୍ୟ ରାଜପଥ ଉପରେ ରଖି ରାସ୍ତାରୋକ କରିଥିଲେ। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଉତ୍ତ୍ୟକ୍ତ ଲୋକେ ଚେତାବନୀ ଦେଇଥିଲେ।

ଆହୁରି ପଢ଼ନ୍ତୁ: ବାତ୍ୟା 'ଅର୍ଣ୍ଣବ' ପାଇଁ OCS ମୁଖ୍ୟ ପରୀକ୍ଷା ସୂଚୀରେ ପରିବର୍ତ୍ତନ: ନୂଆ ତାରିଖ ଘୋଷଣା କଲା OPSC

ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ତଦନ୍ତ ଆରମ୍ଭ କରିଛି। ପୋଲିସ ପେଟ୍ରୋଲ ପମ୍ପ ମାଲିକଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ପୁରୁଣା ପେଟ୍ରୋଲ ଟାଙ୍କି କାଟିବା ସମୟରେ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥାରେ କୌଣସି ତ୍ରୁଟି ରହିଥିଲା କି ନାହିଁ, ସେ ନେଇ ତଦନ୍ତ ଜାରି ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର