ବାହାନଗା ବେଦନା: ‘ଭୁଲ୍‌ ପାଇଁ ବଞ୍ଚିଗଲା ଜୀବନ’, ମା’ର ଶବ ଦେଖି ପୁଅ ହତବାକ୍‌ …..

The Sakala Picture
Published On

ଏତେ ଭୟଙ୍କର ଦୁର୍ଘଟଣା; ଭୟାବହତା ବର୍ଣ୍ଣନା କରିବା ପାଇଁ ସତରେ ଶବ୍ଦ ନିଅଣ୍ଟ। କିଲୋମିଟର କିଲୋମିଟର ଯାଏ ଶୁଭୁଥିଲା ଆର୍ତ୍ତଚିତ୍କାର। ଲୁହ ଲହୁ ସବୁ ଏକାକାର। ଚିତ୍କାର କରି କରି କାହାର ସ୍ବର ନିରବି ଯାଇଥିଲା ତ ଆଉ କାହାର ଚିତ୍କାର ଗଳାପାଖରେ ହିଁ ଅଟକିଯାଇଥିଲା। ଏବେ ଶହଶହ ଆହତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏବେ ଆତ୍ମୀୟ ସ୍ବଜନ ସେମାନଙ୍କ ସମ୍ପର୍କୀୟଙ୍କୁ ଡାକ୍ତରଖାନାରେ ଖୋଜି ନ ପାଇବା ପରେ ଛାତିରେ ପଥର ରଖି ଶବଗଦା […]

ଏତେ ଭୟଙ୍କର ଦୁର୍ଘଟଣା; ଭୟାବହତା ବର୍ଣ୍ଣନା କରିବା ପାଇଁ ସତରେ ଶବ୍ଦ ନିଅଣ୍ଟ। କିଲୋମିଟର କିଲୋମିଟର ଯାଏ ଶୁଭୁଥିଲା ଆର୍ତ୍ତଚିତ୍କାର। ଲୁହ ଲହୁ ସବୁ ଏକାକାର। ଚିତ୍କାର କରି କରି କାହାର ସ୍ବର ନିରବି ଯାଇଥିଲା ତ ଆଉ କାହାର ଚିତ୍କାର ଗଳାପାଖରେ ହିଁ ଅଟକିଯାଇଥିଲା। ଏବେ ଶହଶହ ଆହତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏବେ ଆତ୍ମୀୟ ସ୍ବଜନ ସେମାନଙ୍କ ସମ୍ପର୍କୀୟଙ୍କୁ ଡାକ୍ତରଖାନାରେ ଖୋଜି ନ ପାଇବା ପରେ ଛାତିରେ ପଥର ରଖି ଶବଗଦା ଖେଳାଉଛନ୍ତି। କପଡ଼ା ଉଠାଇ ଗୋଟିଏ ପରେ ଗୋଟିଏ ମୁହଁ ଦେଖି ନିଜ ଲୋକଙ୍କୁ ପାଇଗଲା ପରେ… ଓଃ ସେ ଦୃଶ୍ୟ କହିବା କଷ୍ଟକର। ବଞ୍ଚିଯାଇଥିବା ଲୋକେ ବଡ଼ କଷ୍ଟରେ ବଖାଣୁଛନ୍ତି ସେ ଛାତିଫଟା ଅନୁଭବ।

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

କାନ୍ଧରେ ବୋହିଲେ, ଲୁହ ପୋଛିଲେ
ଉଦ୍ଧାରକାରୀ ଦଳ ଦୁର୍ଘଟଣାସ୍ଥଳରେ ପହଞ୍ଚିବା ନିହାତି ପକ୍ଷେ ଏକ ସମୟସାପେକ୍ଷ କାର୍ଯ୍ୟ ଥିଲା। ତେବେ ଏହା ପୂର୍ବରୁ ସ୍ଥାନୀୟ ବାସିନ୍ଦାମାନେ କାହାରି ନିର୍ଦ୍ଦେଶକୁ ଅପେକ୍ଷା କିମ୍ବା ସାଜ ସରଞ୍ଜମକୁ ଉପେକ୍ଷା ନକରି ଆରମ୍ଭ କରିଥିଲେ ଉଦ୍ଧାର କାର୍ଯ୍ୟ। ଶାବଳଠାରୁ କୋଦାଳ ପର୍ଯ୍ୟନ୍ତ ସାଙ୍ଗରେ ଧରିେ ଟ୍ରେନ ଆଡ଼କୁ ମାଡ଼ି ଯାଇଥିଲେ। ଯିଏ ଯାହାର ଲାଗିପଡ଼ିଥିଲେ ଉଦ୍ଧାର କାମରେ। ସ୍ଥାନୀୟ ମହିଳାମାନେ ଟ୍ରେନ୍‌‌ ଭିତରୁ ଯେଉଁଭଳି ଭାବେ ଆହତ ଯାତ୍ରୀମାନଙ୍କୁ ଭିଡ଼ି କରି କାଢ଼ିଥିଲେ ତାହାକୁ ଦେଖିଲେ ଯେକୌଣସି ମଣିଷର ଆଖି ଉଭୟ ସୁଖ ଓ ଦୁଃଖରେ ଜକେଇ ଆସିବ। ଆତ୍ମୀୟ ସ୍ୱଜନ ଭଳି କୋଳାଇ ନେଉଥିଲେ, ବାଲଟିରେ ବୋହି ଆଣିଥିବା ପାଣି ପିଇଆ ଦେଉଥିଲେ। ସ୍ଥାନୀୟ ବାସିନ୍ଦା ତଥା ଉଦ୍ଧାର କାର୍ଯ୍ୟରେ ରାତି ତମାମ୍‌‌ ଲାଗିଥିବା ବାବୁଲ ସୋରେନଙ୍କ ସମର୍ପଣ ମନୋଭାବ ଉପସ୍ଥିତ ଲୋକଙ୍କୁ ହତବାକ୍‌‌ କରିଥିଲା। ପାଖରେ ଗାଡ଼ି ନଥିବାରୁ ଲୋକଙ୍କୁ କାନ୍ଧରେ ପକାଇ ସେ ବଜାର ପର୍ଯ୍ୟନ୍ତ ନେଇଥିଲେ। ଜଣଙ୍କ ପରେ ଜଣେ; କେତେ ଯେ ଆହତଙ୍କୁ ସେ ଟ୍ରେନ୍‌‌ରୁ ଉଦ୍ଧାର କରି ଦେବଦୂତ ସାଜିଲେ ତାହା କେବଳ ଈଶ୍ୱର ସାକ୍ଷୀ ରହିଲେ।

ଆଉ ବାଲେଶ୍ବର ଫେରିବେନି ଟିପିଏନ୍‌ଓଡିଏଲ୍‌‌ ଡିଜିଏମ୍‌‌
ଟିପିଏନଓଡିଏଲ୍‌‌ର ଡିଜିଏମ୍‌‌(ଟେକ୍ନିକାଲ୍‌‌) ନାରାୟଣ ଦାସଙ୍କ ପାଇଁ ଶୁକ୍ରବାର ଥିଲା କରମଣ୍ଡଳରେ ଶେଷ ଯାତ୍ରା। ପୂର୍ବରୁ ସେ କେନ୍ଦୁଝରରୁ ବଦଳି ହୋଇ ବାଲେଶ୍ୱରକୁ ଆସିଥିଲେ। ଭଦ୍ରକରେ ଘର କରି ରହୁଥିବା ବାଲେଶ୍ବର ଜିଲ୍ଲା ଖଇରା ନିବାସୀ ଶ୍ରୀ ଦାସ ସବୁଦିନ ଅଫିସ୍ କାମ ସାରି ବାଲେଶ୍ବରରୁ କରମଣ୍ଡଳରେ ଭଦ୍ରକ ଆସିଥା’ନ୍ତି। ଶୁକ୍ରବାର ଦିନ ସେ ବାଲେଶ୍ବର ଷ୍ଟେସନରୁ କରମଣ୍ଡଳରେ ଉଠିଥିଲେ। କିନ୍ତୁ ଭଦ୍ରକ ଘରେ ପହଞ୍ଚିବା ପୂର୍ବରୁ ବାହାନଗାଠାରେ ଅଟକି ଯାଇଥିଲା ତାଙ୍କ ଜୀବନର ଅନ୍ତିମ ଯାତ୍ରା। ତାଙ୍କ ବିୟୋଗରେ ଟାଟା ପାୱାର ପରିବାର ପକ୍ଷରୁ ଦୁଃଖ ବ୍ୟକ୍ତ କରାଯାଇଛି।

ଅଧା ରହିଗଲା ଜଗା ଦର୍ଶନ
ଟ୍ରେନ ଦୁର୍ଘଟଣା ଯୋଗୁ ଅଧା ରହିଗଲା ଜଗା ଦର୍ଶନ। ବାଲେଶ୍ବର ଭୋଗରାଇ ଅଞ୍ଚଳର ନୀଳାମ୍ବର ପାତ୍ର ଓ ତାଙ୍କ ପରିବାର କରମଣ୍ଡଳରେ ଚଢ଼ିଥିଲେ, ଭୁବନେଶ୍ବରରେ ଓହ୍ଲାଇ ପୁରୀ ଯାଇଥାନ୍ତେ ଜଗନ୍ନାଥଙ୍କ ଦର୍ଶନ ପାଇଁ। ହେଲେ ପୂରା ପରିବାର ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ନୀଳାମ୍ବର ଜୀବନ ସହ ସଂଘର୍ଷ କରୁଛନ୍ତି। ପରିବାରର ଦୁଇ ଜଣ ବାଲେଶ୍ବରରେ ଚିକିତ୍ସିତ ହେଉଥିବା ବେଳେ ଆଉ ୨ ଜଣ କଟକ ଏସ୍‌ସିବି ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି ବୋଲି କହିଛନ୍ତି ନୀଳାମ୍ବରଙ୍କ ଭାଇ ସୁଧୀର।

ଅଳ୍ପକେ ବର୍ତ୍ତିଗଲୁ
ମୁଁ , ମୋ ପତ୍ନୀ ଓ ଝିଅ ଟ୍ରେନ୍‌ରେ ଗପ କରୁଥିଲୁ। ବାଲେଶ୍ବର ଷ୍ଟେସନ ପାର୍ ହେବା ମୁଁ ଦେଖିଛି। ଟିକେ ଆଖି ଲାଗିଯାଇଥିଲା, ହଠାତ୍ ଝଟ୍‌କା ଅନୁଭବ କରିଥିଲି। ଆମେ ବୁଝିପାରିଲୁନି କ’ଣ ହୋଇଛି। କିଛି ସେକେଣ୍ଡ ଭିତରେ ଅନ୍ଧାର ହୋଇଗଲା। ହଠାତ୍ ଚିତ୍କାର ଶୁଣି ଝରକା କାଚ ବାଟେ ଦେଖି ମୁଁ ଜାଣି ଥିଲି ଯେ ଟ୍ରେନ୍ ପଲଟିପଡ଼ିଯାଇଛି। ମୋ ପତ୍ନୀ ଅପର ବର୍ଥରୁ ତଳକୁ ଖସିପଡ଼ିଲେ। ଝିଅକୁ ୧୦ ମିନିଟ ପରେ ପାଇଲି। ସୌଭାଗ୍ୟରୁ ଆମ ବଗିର ସମସ୍ତେ ବଞ୍ଚିଯାଇଛନ୍ତି ବୋଲି କହିଛନ୍ତି, ସେନା କର୍ମଚାରୀ ଜ୍ୟୋତିର୍ମୟ ହାଇତି। ଘରୁ କର୍ମସ୍ଥଳକୁ ଯାଉଥିବା ବେଳେ ଏମିତି ଘଟିଥିଲା।

‘ଭୁଲ୍‌ ପାଇଁ ବଞ୍ଚିଗଲା ଜୀବନ’

ସାଧାରଣ ଟିକଟ କାଟି ଏସ ବଗିରେ ଯାତ୍ରା କରିବା ରେଳବାଇ ଆଇନ ଅନୁସାରେ ଭୁଲ୍‌ ବା ଅପରାଧ। କିନ୍ତୁ ଏହି ଭୁଲ୍ ପାଇଁ ଜଣେ ଯାତ୍ରୀଙ୍କ ଜୀବନ ବଞ୍ଚିଯାଇଛି। ଚେନ୍ନାଇ ଯିବା ପାଇଁ ସାଧାରଣ ବଗିରେ ଟିକଟ କାଟିଥିଲେ ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଗୋସେଇଁ ଗାଁର ଲକ୍ଷ୍ମଣ ବାରିକ। କିନ୍ତୁ ବାଲେଶ୍ବର ଷ୍ଟେସନରେ ପହଞ୍ଚିବା ବେଳକୁ ଟ୍ରେନ୍ ଚାଲିବା ଆରମ୍ଭ କରିଦେଇଥିଲା। ତରବର ହୋଇ ଏସି ବଗିରେ ଚଢ଼ିଯାଇଥିଲେ ଲକ୍ଷ୍ମଣ। ଯଦି ଏସି ବଗିରେ ଚଢ଼ି ନ ଥାନ୍ତେ; ତେବେ କାହାଣୀ କିଛି ଅଲଗା ହୋଇଥାନ୍ତା। ଦୁର୍ଘଟଣାରେ ସାମାନ୍ୟ ଆହତ ହୋଇଛନ୍ତି। ଟ୍ରେନ୍‌ରୁ ଓହ୍ଲାଇ ସେ ବସ୍‌ରେ ଭୁବନେଶ୍ବର ପଳାଇ ଆସିଥିଲେ। ଏବେ କ୍ୟାପିଟାଲ ହସ୍‌ପିଟାଲରେ ଚିକିତ୍ସିତ ହେଉଛନ୍ତି। ଅନ୍ୟପଟେ ମୋବାଇଲ ହଜିଯାଇଥିବା ବେଳେ ଘରୁ ବାପା ଫୋନ୍‌ କରି କରି ଥକି ଯାଇଥିଲେ। ଆଜି ଥାନାରୁ ଫୋନ୍‌ ଯିବା ପରେ ଆଶ୍ବସ୍ତ ହୋଇଥିଲେ ବାପା।

ପରିଚୟ ଖୋଜିଲେ, କଲ୍‌‌ କରି ଜଣାଇଲେ
ସ୍ଥାନୀୟ ଶାନ୍ତି କମିଟି ଓ ସ୍ଥାନୀୟ ଯୁବକମାନେ ରାତି ତମାମ୍‌‌ ମୃତକ ଓ ଆହତଙ୍କର ପରିଚୟ ଖୋଜି ଯୋଗାଯୋଗ କରିବାରେ ଲାଗି ପଡ଼ିଥିଲେ। ଆହତଙ୍କ ମୋବାଇଲରୁ ସେମାନଙ୍କର ପରିବାର ସଦସ୍ୟଙ୍କ ନମ୍ବର କାଢ଼ି ଯୋଗାଯୋଗ କରିବା ସହ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ। ଆହତ କେଉଁ ହସ୍ପିଟାଲରେ ଅଛନ୍ତି ଓ ତାଙ୍କର ସାମ୍ପ୍ରତିକ ସ୍ଥିତି କଣ, ତାହା ଅବଗତ କରାଇ ପରିବାର ଲୋକଙ୍କୁ ଧୈର୍ଯ୍ୟ ଦେଇଥିଲେ। ଅନେକ ଆହତଙ୍କ ପରିବାର ଲୋକଙ୍କୁ ଭିଡିଓ କଲ୍‌‌ କରି ଯୋଗାଯୋଗ କରିଥିବାର ଖବର ମଧ୍ୟ ରହିଛି। ଏସମ୍ପର୍କରେ ଜନୈକ ଆହତ ସୁବ୍ରତ ପାଲ କହିଥିଲେ ଯେ ସ୍ଥାନୀୟ ଲୋକେ ନଥିଲେ ମୁଁ ବଞ୍ଚିପାରିନଥାଆନ୍ତି। କେଉଁ ଜନ୍ମର ପୁଣ୍ୟ ମୋତେ ଏଭଳି ଲୋକଙ୍କ ସହ ଭେଟାଇଦେଲା ତାହା ମୋତେ ଜଣାନାହିଁ। ମୋ ପାଇଁ ଏମାନେ ଅସମୟର ଭଗବାନ ପାଲଟିଲେ।

ଆସିଥିଲେ ୫ ସାଙ୍ଗ; ଜଣଙ୍କ ପତ୍ତା ମିଳୁନି
ହୁଗୁଳି ଅଞ୍ଚଳର ୫ ସାଙ୍ଗ ତାପସ ହେମ୍ବ୍ରମ, ଗୋପାଳ ହେମ୍ବ୍ରମ, ରୋହିତ ହେମ୍ବ୍ରମ, ଅତନୁ କିସ୍କୁ ଓ ପ୍ରସନଜିତ୍‌ ମାଝୀ ଚେନ୍ନାଇ ଯାଉଥିଲେ କାମ କରିବା ପାଇଁ। କିନ୍ତୁ ଦୁର୍ଘଟଣା ପରେ ଜଣଙ୍କର କିଛି ପତ୍ତା ମିଳୁନି। ଗୋପାଳଙ୍କୁ ଛାଡ଼ି ଅନ୍ୟ ୪ ଜଣ ବାଲେଶ୍ବର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। କିନ୍ତୁ ଗୋପାଳଙ୍କର କିଛି ପତ୍ତା ମିଳୁନାହିଁ। ଗୋପାଳଙ୍କ ପରିବାର ଲୋକେ ପାଗଳଙ୍କ ଭଳି ଖୋଜୁଛନ୍ତି। ବାଲେଶ୍ବର ମୁଖ୍ୟ ଡାକ୍ତରଖାନା, ତାପସ କଲ୍ୟା ମଣ୍ଡପରେ ଖୋଲିଥିବା ଅସ୍ଥାୟୀ କେନ୍ଦ୍ରରେ ଖୋଜିସାରିଲେଣି କିନ୍ତୁ କିଛି ଖୋଜଖବର ମିଳିନାହିଁ। ଆହତ ସାଙ୍ଗ ମାନେ ବି ପରିବାର ଲୋକଙ୍କୁ ପଚାରି ପଚାରି ବ୍ୟସ୍ତ କରିସାରିଲେଣି।

ପୁଅକୁ ଦେଖିବାକୁ ଆସିଥିଲେ; ଶବ ହୋଇଗଲେ
ଟ୍ରେନ୍ ଦୁର୍ଘଟଣା ଘଟିଲାନି ତ ଅନେକ ଲୋକଙ୍କ ପୃଥିବୀ ଓଲଟି ଗଲା। ତିନି ମାସର ପୁଅକୁ ଦେଖିବାକୁ ଘରକୁ ଆସିଥିଲେ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଝିଙ୍କପଦା ପଞ୍ଚାୟତ ସୌଭାଗ୍ୟଦେଈପୁରର ରଜନୀକାନ୍ତ ବେହେରା। ଗତକାଲି କର୍ମସ୍ଥଳକୁ ଯିବା ପାଇଁ ବାଲେଶ୍ୱରରୁ ଟ୍ରେନ୍‌ରେ ଚଢ଼ିଥିଲେ। କିନ୍ତୁ ବାଲେଶ୍ବରରୁ ଦୁର୍ଘଟଣାସ୍ଥଳ ଥିଲା ତାଙ୍କ ଜୀବନର ଶେଷ ୨୪ କିଲୋମିଟର। ଦୁର୍ଘଟଣା ଖବର ପାଇବା ପରେ ବାପା ଭ୍ରମର ବେହେରା ଗତକାଲି ରାତିରୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ ଆରମ୍ଭ କରି ବାହାନଗା ଦୁର୍ଘଟଣାସ୍ଥଳ ଯାଏ ଖୋଜିଥିଲେ। ତଥାପି ଆଶା ଥିଲା; କିନ୍ତୁ ଆଜି ବାହାନଗାରୁ ପୁଅର ଶବ ମିଳିବା ପରେ ପୂରା ଭାଙ୍ଗି ପଡ଼ିଛନ୍ତି ବାପା। ଭ୍ରମରବର କହିଛନ୍ତି, ‘ ପୁଅକୁ ବାରମ୍ବାର ମନା କରୁଥିଲି, ଯାଆନା। ରଜ ପରେ ଯିବୁ, ଘର ଲୋକଙ୍କ ସହ କିଛି ସମୟ ବିତାଇଯିବୁ। କିନ୍ତୁ ପୁଅ ମୋର ମାନିଲାନି, କାମ ଅଛି କହି ବାହାରି ଆସିଲା। ଆଉ ତାକୁ କେବେ ପାଇବିନି’।

ମା’ର ଶବ ଦେଖି ପୁଅ ହତବାକ୍‌
ବାଲେଶ୍ୱର ସଦର ବ୍ଲକ ହଳଦୀପଦା ପଞ୍ଚାୟତର ସପନିଖୁଣ୍ଟା ଗ୍ରାମର ଝରଣା ଦାସ, ବିଷ୍ଣୁପ୍ରିୟା ଦାସ ଓ ସାହାଡ଼ା ଗ୍ରାମର ହରିଶ ଦାସ ଗତକାଲି ବାଲେଶ୍ୱରରୁ କରମଣ୍ଡଳ ଟ୍ରେନରେ ଚିକିତ୍ସା ପାଇଁ କଟକ ଯାଉଥିଲେ। ବାହାନଗା ଟ୍ରେନ ଟ୍ରାଜେଡି ଖବର ପାଇ ଝରଣାଙ୍କ ପୁଅ କାହ୍ନୁଚରଣ ଦାସ ବିବ୍ରତ ହୋଇପଡ଼ିଥିଲେ। ଗତକାଲି ମାଆଙ୍କ କୌଣସି ସନ୍ଧାନ ପାଇ ନ ଥିବା ବେଳେ ଆଜି ଦୁର୍ଘଟଣାସ୍ଥଳକୁ ଆସି ମାଆଙ୍କୁ ଖୋଜାଖୋଜି କରିଥିଲେ। ପରେ ବାହାନଗା ହାଇସ୍କୁଲ ରେସ୍କ୍ୟୁ ସେଣ୍ଟରରେ ମୃତଦେହ ଠାବ କରିଥିଲେ। ମାଆର ଶବ ଦେଖି ପୁଅ କାହ୍ନୁ ହତବାକ ହୋଇପଡ଼ିଛନ୍ତି।

ପୁଅକୁ କି ଜବାବ ଦେବି ?
କଲିକାତାରୁ କରମଣ୍ଡଳ ଏକ୍ସପ୍ରେସରେ ଫେରୁଥିବା ଯାଜପୁରର ସଂଗ୍ରାମ ସାହୁଙ୍କ ବାହାନଗାରେ ହୋଇଥିବା ମର୍ମନ୍ତୁଦ ଟ୍ରେନ୍‌‌ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ତାଙ୍କୁ ଖୋଜି ଖୋଜି ସ୍ତ୍ରୀ ସରସ୍ୱତୀ ସାହୁ ବାହାନଗା କଂଟ୍ରୋଲ ରୁମ୍‌‌ ନିକଟରେ ପହଞ୍ଚିଥିଲେ। ସ୍ୱାମୀଙ୍କ ମୃତଦେହ ଦେଖିବା ପରେ ଭାବବିହ୍ୱଳ ହୋଇପଡ଼ିଥିଲେ ସରସ୍ୱତୀ। ପୁଅକୁ ଯାଇ ଘରେ କି ଜବାବ ଦେବି? ଯେତେବେଳେ ସେ ପଚାରିବ ବାପା କାହାନ୍ତି। ଗତକାଲି ସପ୍ଲାୟ ଜିନିଷ ଆଣିବାକୁ କଲିକାତା ଯାଇଥିଲେ। ମାର୍କେଟିଂ ସାରି ଘରକୁ ଫେରୁଥିଲେ, କିନ୍ତୁ ଘରକୁ ଶବ ହୋଇ ଫେରିବେ।

ମୋ ଭାଗ୍ୟ ଭଲ, ବଞ୍ଚିଗଲି
ଅର୍ଥୋପେଡ଼ିକ୍‌‌ ବିଭାଗର ଟ୍ରମା ୱାର୍ଡର ବାହାରେ ଚିକିତ୍ସିତ ହେଉଛନ୍ତି ପଶ୍ଚିମବଙ୍ଗର ଲାଲୁ ବାଡ଼ଇ। ବେଙ୍ଗାଲୁରୁରୁ ଘରକୁ ଫେରୁଥିଲେ, ଆଉ କେଇ ଘଣ୍ଟା ଭିତରେ ଘରେ ପହଞ୍ଚିଥାନ୍ତେ। କିନ୍ତୁ ଦୁର୍ଘଟଣା ତାଙ୍କୁ ପହଞ୍ଚାଇ ଦେଲା ଡାକ୍ତରଖାନାରେ। ସେ କହିଛନ୍ତି ମୋ ଭାଗ୍ୟଭଲ ମୁଁ ବଞ୍ଚିଗଲି। ଭଗବାନଙ୍କୁ ଧନ୍ୟବାଦ ଦେଇଛନ୍ତି। ପରିବାର ଲୋକଙ୍କୁ ତାଙ୍କ ସମ୍ପର୍କରେ ଜଣାଇ ଦିଆଯାଇଛି। ସେମାନେ ଆସୁଛନ୍ତି।

ଟାଟୁ ଦେଖି ଚିହ୍ନିଲେ ପରିବାର
ବାହାନଗା ଟ୍ରେନ ଦୁର୍ଘଟଣାରେ ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ସୁଗୋ ଗ୍ରାମର ୨୩ ବର୍ଷୀୟ ଗୋବିନ୍ଦ ସାହୁ। ମାର୍କେଟିଂ ପାଇଁ କଲିକତା ଯାଇଥିଲେ। କରମଣ୍ଡଳ ଏକ୍ସପ୍ରେସରେ ହାୱଡ଼ାରୁ ଚଢ଼ି ଭଦ୍ରକରେ ଓହ୍ଲାଇବାର ଥିଲା ଗୋବିନ୍ଦ। କିନ୍ତୁ ତା’ପୂର୍ବରୁ ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାରେ ତାଙ୍କ ଜୀବନ ଚାଲିଗଲା। ଭୟଙ୍କର ଧକ୍କାରେ ଗୋବିନ୍ଦଙ୍କ ଚେହେରା ଚିହ୍ନିବା କଷ୍ଟ ହେଉଥିବା ବେଳେ ତାଙ୍କ ଦେହରେ ରହିଥିବା ଟାଟୁ ଦେଖି ପରିବାର ଲୋକ ଚିହ୍ନିଥିଲେ। ଘରେ ତାଙ୍କର ଦେଢ଼ ମାସର ଝିଅ। ଘରେ ଶୋକାକୁଳ ପରିବେଶ ରହିଥିବାରୁ ଶବ ଚିହ୍ନଟ ପାଇଁ ଆସିଥିବା ଗୋବିନ୍ଦଙ୍କ ମାମୁଁ ରମେଶ ଚନ୍ଦ୍ର ସାହୁ କହନ୍ତି।

ଫଟୋ ଧରି ସମ୍ପର୍କୀୟଙ୍କୁ ଖୋଜୁଛନ୍ତି ଆଲମ୍‌‌
ନିଜର ଭାଇ ଓ ସମ୍ପର୍କୀୟଙ୍କୁ ତ ପାଇଗଲେ ହେଲେ ଗାଁ ପାଖର ଜଣେ ସମ୍ପର୍କୀୟ ଭାଇଙ୍କୁ ଖୋଜି ଖୋଜି ପାଉ ନାହାନ୍ତି ଆଲମ। ‘ମୋର ନିଜ ଲୋକ ମିଳିଯାଇଛନ୍ତି। ସେମାନେ ଚିକିତ୍ସିତ ହେଉଛନ୍ତି। ହେଲେ ଆମ ଗାଁର ଆଉ ଜଣେ ସମ୍ପର୍କୀୟ ଭାଇ ଫଟୋ ଧରି କାନ୍ଦି କାନ୍ଦି ଖୋଜୁଛନ୍ତି ଆଲମ। ଯେଉଁଠି ଦୁର୍ଘଟଣା ହୋଇଥିଲା ସେଠାରେ ମଧ୍ୟ ଖୋଜୁଛି ଏବଂ ହସପିଟାଲରେ ମଧ୍ୟ ବୁଲି ବୁଲି ଖୋଜୁଛୁ। ହେଲେ କିଛି ସନ୍ଧାନ ମିଳୁନି। ତେଣୁ ମୁଁ ଫଟୋ ଧରି ଲୋକମାନଙ୍କୁ ପଚାରୁଛି’ ବୋଲି ଆଲମ୍‌‌ କହିଛନ୍ତି।

ଶବମୟ ବାହାନଗା ହାଇସ୍କୁଲ
ବାହାନଗାରେ ମର୍ମନ୍ତୁଦ ରେଳ ଦୁର୍ଘଟଣା ଅଞ୍ଚଳବାସୀଙ୍କ ପାଇଁ ହୃଦୟ ବିଦାରକ ଥିଲା। ରାତିର ଅନ୍ଧାର ବଢ଼଼ି ଚାଲିବା ସହିତ ଉଦ୍ଧାର କାର୍ଯ୍ୟ ମଧ୍ୟ ତ୍ୱରାନ୍ୱିତ ହୋଇଥିଲା। ଧୀରେ ଧୀରେ ବଗି ମଧ୍ୟରେ ଚାପି ହୋଇଥିବା ଯାତ୍ରୀଙ୍କୁ ଉଦ୍ଧାର କରି ବାହାନଗା ହାଇସ୍କୁଲରେ ହୋଇଥିବା ଅସ୍ଥାୟୀ କ୍ୟାମ୍ପକୁ ଅଣାଯାଉଥିଲା। ଅସ୍ଥାୟୀ କ୍ୟାମ୍ପରେ ଥିବା ଡାକ୍ତରୀ ଦଳ ଯାଞ୍ଚ କରିବା ପରେ ଶବ ଗୁଡ଼ିକୁ ଚାରି ଗୋଟି କୋଠରୀରେ ରଖାଯାଉଥିଲା। ବଡ଼ ହଲ୍‌‌ରେ ଶତାଧିକ ଶବ ପଡ଼ି ରହିଛି। ଅଧିକାଂଶ ମୃତ ଯାତ୍ରୀଙ୍କ ପରିଚୟ ମିଳିପାରିନି। ଯେଉଁମାନଙ୍କ ପରିଚୟ ପାଇ ପରିବାର ଲୋକେ ଆସି ଶବକୁ ଚିହ୍ନଟ କରି ଆମ୍ବୁଲାନ୍ସ ଯୋଗେ ଘରକୁ ନେଉଥିବା ଦେଖିବାକୁ ମିଳିଛି। ବାହାନଗା ହାଇସ୍କୁଲ ଶବମୟ ହୋଇଥିବାରୁ ମୃତକଙ୍କ ପରିବାର ଲୋକ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି।

କାମ ପାଇଁ ଚେନ୍ନାଇ ଯାଉଥିଲୁ
ମୋହନ ମାନ୍ନା ଓ ରୋହିତ ଦଳେଇ କାମ ପାଇଁ ହାୱାଡାରୁ ଚେନ୍ନାଇ ଯାଉଥିଲେ। ମାତ୍ର ଏହି ଟ୍ରେନ୍‌‌ ଦୁର୍ଘଟଣା ସେମାନଙ୍କୁ ଦୁଃଖ ଦେଇଗଲା। ଜୀବିକା ପାଇଁ ଯାଉଥିଲେ ହେଲେ ଅଳ୍ପକେ ଜୀବନ ବଞ୍ଚାଇ ଫେରିଲେ। ଟ୍ରେନ୍‌‌ ଦୁର୍ଘଟଣା ଯୋଗୁଁ ମୋହନଙ୍କ ହାତ ଭାଙ୍ଗିଯାଇଛି ଏବଂ ରୋହିତଙ୍କୁ ଗୁରୁତର ଆଘାତ ଲାଗିଥିବାରୁ ଅପରେସନ୍‌‌ କରାଯିବ। ତେବେ ସମୁଦାୟ ୪ ଜଣ ଏକାଠି ହୋଇ ହାୱାଡାରୁ ଟ୍ରେନ୍‌‌ ଧରିଥିଲେ। ମାତ୍ର ଭଗବାନଙ୍କ ଦୟାରୁ ସେମାନଙ୍କ ଜୀବନ ବଞ୍ଚିଯାଇଛି। ସେମାନଙ୍କ ସହ ଥିବା ଆଉ ଜଣେ ମହିଳା ଆହତ ହୋଇ ଚିକିତ୍ସାଧୀନ ରହିଛନ୍ତି।

ସାନଭାଇ ଆଗରେ ଚାଲିଗଲା ବଡ଼ଭାଇର ଜୀବନ

ପ୍ରତ୍ୟେକ ବାପାମାଆଙ୍କ ଇଚ୍ଛା ମୋ ପୁଅ ପାଠ ପଢ଼ି ଭଲ ମଣିଷ ହେବ ଏବଂ ଭଲ ଚାକିରିଟିଏ କରିବ। କିନ୍ତୁ ତାହା ଆଜି ସ୍ୱପ୍ନରେ ରହିଗଲା। ଦୁଇ ଭାଇଙ୍କ ପାଇଁ ପ୍ରାୟ କାଳ ଥିଲା ଶୁକ୍ରବାର। ସୂଚନାରୁ ପ୍ରକାଶ ଯେ, ବାଲେଶ୍ୱର ଜିଲ୍ଲା ବାହାନଗା ଟ୍ରେନ ଦୁର୍ଘଟଣାରେ ଜଳେଶ୍ୱରର ଶାଳିକୋଠା ବାଗେଶ୍ୱରୀ ସଂସ୍କୃତ ମହାବିଦ୍ୟାଳୟରେ ପାଠ ପଢ଼ୁଥିବା ଦୁଇଭାଇ କରମଣ୍ଡଳ ଏକ୍ସପ୍ରେସରେ କେନ୍ଦ୍ରାପଡ଼ା ଯାଉଥିବା ବେଳେ ବାହାନଗା ନିକଟରେ ଟ୍ରେନ ଦୁର୍ଘଟଣାରେ ସାନ ଭାଇ ଆଗରେ ବଡ଼ ଭାଇର ମୃତ୍ୟୁ ହୋଇଛି। ଆଉ ଏହି ଦୁର୍ଘଟଣାରେ ସାନଭାଇ ବି ଗୁରୁତର ହୋଇଛି। ସୂଚନାଯୋଗ୍ୟ ଯେ ରାସଗୋବିନ୍ଦପୁର ଥାନା ମଙ୍ଗଳପୁର ଗାଁର ମୃତ୍ୟୁଞ୍ଜୟ ଦାସଙ୍କ ପୁଅ ଅନୁରାଗ ଓ ଦିବ୍ୟେନ୍ଦୁ ଉଭୟ ଆରୁହା ପଞ୍ଚାୟତ ଶାଳିକୋଠା ବାଗେଶ୍ୱରୀ ସଂସ୍କୃତ କଲେଜରେ ପାଠ ପଢ଼ନ୍ତି। ଉଭୟ ମଧ୍ୟ ହଷ୍ଟେଲରେ ରହନ୍ତି। ତେବେ ସାନ ଭାଇ ଦିବ୍ୟେନ୍ଦୁଙ୍କର ଆଜି କେନ୍ଦ୍ରାପଡ଼ାରେ ସିଟି ପ୍ରବେଶିକା ପରୀକ୍ଷା ଥିଲା। ବଡ଼ଭାଇ ଅନୁରାଗ ଦିବ୍ୟେନ୍ଦୁକୁ ନିଜ ସାଥିରେ ନେଇ କେନ୍ଦ୍ରାପଡ଼ା ଯାଉଥିଲେ। ସେଥିପାଇଁ ସେମାନେ ଗତକାଲି ସନ୍ଧ୍ୟାରେ ବାଲେଶ୍ୱର ଷ୍ଟେସନରୁ କରମଣ୍ଡଳ ଟ୍ରେନରେ ଚଢ଼ିଥିଲେ। ତେବେ ବାହାନଗା ନିକଟରେ ଏହି ଟ୍ରେନ ଦୁର୍ଘଟଣାଗ୍ରସ୍ତ ହେବାରୁ ଜେନେରାଲ ବଗିରେ ଯାତ୍ରା କରୁଥିବା ଅନୁରାଗଙ୍କ ମୃତ୍ୟୁ ହୋଇଛି। ସେହିପରି ଦିବ୍ୟେନ୍ଦୁ ମଧ୍ୟ ଗୁରୁତର ହୋଇ କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଅନୁରାଗଙ୍କ ମୃତ୍ୟୁରେ ବାଗେଶ୍ୱରୀ ସଂସ୍କୃତ କଲେଜର ଅଧ୍ୟକ୍ଷ ଡ.ବିବେକାନନ୍ଦ ସାହୁ ଗଭୀର ଶୋକବ୍ୟକ୍ତ କରିଛନ୍ତି।

04 Jun 2023 By The Sakala

https://www.thesakala.in/latest-odisha-news/balasore/bahanaga-train-accident-it-is-a-heart-wrenching-feeling-that-the-survivors-are-dealing-with-with-great-difficulty/article-22283
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର