ଦୁଇ ଦଫା ଦାବିରେ ଆଜି ୧୨ ଘଣ୍ଟିଆ ପାଟଣାଗଡ଼ ବନ୍ଦ

The Sakala Picture
Published On

ବଲାଙ୍ଗୀର: ପ୍ରସ୍ତାବିତ ବଲାଙ୍ଗୀର ନୂଆପଡ଼ା ଭାୟା ପାଟଣାଗଡ଼ ରେଳ ଲାଇନ ପ୍ରକଳ୍ପ ସର୍ଭେକୁ ମଞ୍ଜୁରୀ ମିଳିସାରିଛି। କେନ୍ଦ୍ର ସରକାରଙ୍କ ଉଦାସୀନତା ଯୋଗୁ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇନାହିଁ। ଯାହାକୁ ନେଇ ପାଟଣାଗଡ଼ ଉପଖଣ୍ଡର ବିଭିନ୍ନ ସଂଗଠନ ଉଦବେଗ ପ୍ରକାଶ କରିବା ସହ ବନ୍ଦ ଡାକରା ଦେଇଥିଲେ। ଏନେଇ ପୁଣିଥରେ ପାଟଣାଗଡ଼କୁ ନୂଆ ରେଳ ଲାଇନ୍ ଓ ବାଇପାସ୍‌ ଦାବିରେ ପାଟଣାଗଡ଼ ସିଟିଜେନ ଫୋରମ ପକ୍ଷରୁ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ପାଟଣାଗଡ, ଖପ୍ରାଖୋଲ ଓ […]

ବଲାଙ୍ଗୀର: ପ୍ରସ୍ତାବିତ ବଲାଙ୍ଗୀର ନୂଆପଡ଼ା ଭାୟା ପାଟଣାଗଡ଼ ରେଳ ଲାଇନ ପ୍ରକଳ୍ପ ସର୍ଭେକୁ ମଞ୍ଜୁରୀ ମିଳିସାରିଛି। କେନ୍ଦ୍ର ସରକାରଙ୍କ ଉଦାସୀନତା ଯୋଗୁ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇନାହିଁ। ଯାହାକୁ ନେଇ ପାଟଣାଗଡ଼ ଉପଖଣ୍ଡର ବିଭିନ୍ନ ସଂଗଠନ ଉଦବେଗ ପ୍ରକାଶ କରିବା ସହ ବନ୍ଦ ଡାକରା ଦେଇଥିଲେ। ଏନେଇ ପୁଣିଥରେ ପାଟଣାଗଡ଼କୁ ନୂଆ ରେଳ ଲାଇନ୍ ଓ ବାଇପାସ୍‌ ଦାବିରେ ପାଟଣାଗଡ଼ ସିଟିଜେନ ଫୋରମ ପକ୍ଷରୁ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ପାଟଣାଗଡ, ଖପ୍ରାଖୋଲ ଓ ଲାଠୋର ତିନୋଟି ସହରରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ଦୋକାନ, ବଜାର ବିଭିନ୍ନ ଅନୁଷ୍ଠାନ ସହ ଅଖ ଚକ ବନ୍ଦ ରହିଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

୨୦୧୪ ମସିହାରୁ ଏହି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି ଓ ରେଳ ଲାଇନ ପାଇଁ ଜମି ଚିହ୍ନଟ ସରିଥିବାବେଳେ ୮୦ ପ୍ରତିଶତ ସରକାରୀ ଜମି ଓ ୨୦ ପ୍ରତିଶତ ବେସରକାରୀ ଜମି ରହିଛି। ଏହି ରେଳ ଲାଇନର ଦୂରତା ୧୦୦ କିମି ଥିବାବେଳେ କେନ୍ଦ୍ରର ଉଦାସୀନତା ଯୋଗୁ ପାଟଣାଗଡ଼ ବାସୀଙ୍କ ରେଳ ସ୍ଵପ୍ନ ସାକାର ହୋଇପାରୁନାହିଁ। ବିଭିନ୍ନ ସମୟରେ ଏନେଇ ଦାବି ହୋଇଥିଲା ଆନ୍ଦୋଳନ ବି ହୋଇଛି କିନ୍ତୁ କେନ୍ଦ୍ର ସରକାର ଉଦାସୀନତା ଯୋଗୁ ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରି ନାହିଁ ।

ଆହୁରି ପଢ଼ନ୍ତୁ: ଲୁଗା ଶୁଖାଇବା ବେଳେ ଅଘଟଣ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମା’-ଝିଅଙ୍କ ମୃତ୍ୟୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର