ମନୋରଞ୍ଜନ
କୂଅକୁ ଖସିପଡ଼ିଲା ହାତୀ, ୨ଘଣ୍ଟାର ଉଦ୍ୟମ ପରେ ଉଦ୍ଧାର କଲେ ବନ ବିଭାଗ ଓ ଅଗ୍ନିଶମ ବାହିନୀ
କଣ୍ଟାବାଞ୍ଜି : ଦୁଇ ଘଣ୍ଟାର ଉଦ୍ୟମ ପରେ କୂଅରୁ ଛୁଆ ହାତୀକୁ ଉଦ୍ଧାର କଲା ବନ ବିଭାଗ ଓ ଅଗ୍ନିଶମ ବାହିନୀ । ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜ ଲତାସହଡା ଗାଁର ଏକ କୂଅରେ ହାତୀ ଛୁଆଟି ଖସିପଡିଥିଲା । ବନବିଭାଗ ଓ ପୋଲିସ ପହଞ୍ଚି ଦମକଳ ବିଭାଗର ସହାୟତାରେ ଦୀର୍ଘ ଦୁଇ ଘଣ୍ଟା ପରେ ହାତୀଟିକୁ ଉଦ୍ଧାର କରିଛନ୍ତି । ଜେସିବି ମାଧ୍ୟମରେ ହାତୀକୁ କୂଅ ଭିତରୁ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ହାତୀଟି ଜଙ୍ଗଲ ଭିତରକୁ ଚାଲିଯାଇଛି ।





