ଦୀର୍ଘ ୪ମାସ ପରେ ଖୋଲିଲା ବାବା ଆଖଣ୍ଡଳମଣିଙ୍କ ମନ୍ଦିର, କୋଭିଡ କଟକଣା ମଧ୍ୟରେ ଚାଲିଛି ଭକ୍ତଙ୍କ ଦର୍ଶନ
ଭଦ୍ରକ/ଆରଡ଼ି : ମହାମାରୀ କରୋନା ଭୟଭୟତାକୁ ନେଇ ଦୀର୍ଘ ୪ମାସ ହେବ ବନ୍ଦ ରହିଥିଲା ପ୍ରସିଦ୍ଧ ଆରଡିପୀଠର ବାବା ଆଖଣ୍ଡଳମଣିଙ୍କ ମନ୍ଦିର। ହେଲେ ଏବେ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିବାରୁ ଆଜି ସୋମବାର ଠାରୁ ଖୋଲିଛି ଆରଡିପୀଠର ବାବା ଆଖଣ୍ଡଳମଣିଙ୍କ ମନ୍ଦିର। କୋଭିଡ କଟକଣା ଅନୁଯାୟୀ ଭକ୍ତମାନେ ବ୍ୟାରିକେଡରେ ଯାଇ ବାବାଙ୍କୁ ଦର୍ଶନ କରୁଛନ୍ତି। କୋଭିଡ ନିୟମ ଅନୁଯାୟୀ ଜାରୀ ହୋଇଛି ଏସଓପି। ଶ୍ରଦ୍ଧାଳୁମାନେ ମନ୍ଦିର ମଧ୍ୟରୁ କୌଣସି ପୂଜାସାମଗ୍ରୀ, ଭୋଗ ଫୁଲ ଆଦି ନନେବା ପାଇଁ […]
ଭଦ୍ରକ/ଆରଡ଼ି : ମହାମାରୀ କରୋନା ଭୟଭୟତାକୁ ନେଇ ଦୀର୍ଘ ୪ମାସ ହେବ ବନ୍ଦ ରହିଥିଲା ପ୍ରସିଦ୍ଧ ଆରଡିପୀଠର ବାବା ଆଖଣ୍ଡଳମଣିଙ୍କ ମନ୍ଦିର। ହେଲେ ଏବେ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିବାରୁ ଆଜି ସୋମବାର ଠାରୁ ଖୋଲିଛି ଆରଡିପୀଠର ବାବା ଆଖଣ୍ଡଳମଣିଙ୍କ ମନ୍ଦିର। କୋଭିଡ କଟକଣା ଅନୁଯାୟୀ ଭକ୍ତମାନେ ବ୍ୟାରିକେଡରେ ଯାଇ ବାବାଙ୍କୁ ଦର୍ଶନ କରୁଛନ୍ତି। କୋଭିଡ ନିୟମ ଅନୁଯାୟୀ ଜାରୀ ହୋଇଛି ଏସଓପି। ଶ୍ରଦ୍ଧାଳୁମାନେ ମନ୍ଦିର ମଧ୍ୟରୁ କୌଣସି ପୂଜାସାମଗ୍ରୀ, ଭୋଗ ଫୁଲ ଆଦି ନନେବା ପାଇଁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି। ଏଥିସହ ମାକ୍ସ ପିନ୍ଧିବା ସହ ସାମାଜିକ ଦୂରତା ଅବଲମ୍ବନ କରିବା ପାଇଁ ମଧ୍ୟ ଡାକବାଜି ଯନ୍ତ୍ର ଦ୍ବାରା ସୂଚନା ଦିଆଯାଉଛି।
ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟାରିକେଡ ନିର୍ମାଣ କରାଯାଇଛି। ସେହିପରି ମନ୍ଦିର ସାନିଟାଇଜ ପାଇଁ ପ୍ରତି ଶନିବାର ସର୍ବସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ। ତାହାସହ ୧୦ବର୍ଷରୁ କମ୍ ଓ ୬୫ବର୍ଷରୁ ଉର୍ଦ୍ଧ ବ୍ୟକ୍ତି ମନ୍ଦିର ନଯିବା ପାଇଁ ଜିଲା ପ୍ରଶାସନ ପରାମର୍ଶ ଦେଇଛି। ମନ୍ଦିର ବାହାରେ ଓ ଭିତରେ ବ୍ୟାପକ ପୁଲିସ ମୃତ୍ୟୟନ ହୋଇଛନ୍ତି।






