କୋଟିପତି ପୋଲିସ ବାବୁଙ୍କ ଆଖି ଝଲସିଲା ଭଳି ସମ୍ପତ୍ତି; ଚଢ଼ୁଥିଲେ ୨୦ ଲକ୍ଷର ବାଇକ, କୋଟିଏ ଟଙ୍କାର ବିଏମଡବ୍ଲ୍ୟୁ

The Sakala Picture
Published On

ଭୁବନେଶ୍ୱର: କୋଟିପତି ପୋଲିସ ବାବୁଙ୍କ ଅମାପ ସମ୍ପତ୍ତି । ପୋଲିସ କମ୍ୟୁନିକେସନର ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କ ଆଖି ଝଲସିଲା ଭଳି ସମ୍ପତ୍ତି । ଭିଜିଲାନ୍ସ ରେଡ୍ ବେଳେ କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଅତିରିକ୍ତ ଏସପି ତ୍ରିନାଥ ମିଶ୍ର । ଏକକାଳୀନ ୧୧ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ । ତାଙ୍କ ଘରୁ ଦାମୀ କାର୍, ବାଇକ୍ ଜବତ ହୋଇଛି । […]

ଭୁବନେଶ୍ୱର: କୋଟିପତି ପୋଲିସ ବାବୁଙ୍କ ଅମାପ ସମ୍ପତ୍ତି । ପୋଲିସ କମ୍ୟୁନିକେସନର ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କ ଆଖି ଝଲସିଲା ଭଳି ସମ୍ପତ୍ତି । ଭିଜିଲାନ୍ସ ରେଡ୍ ବେଳେ କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଅତିରିକ୍ତ ଏସପି ତ୍ରିନାଥ ମିଶ୍ର । ଏକକାଳୀନ ୧୧ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ । ତାଙ୍କ ଘରୁ ଦାମୀ କାର୍, ବାଇକ୍ ଜବତ ହୋଇଛି । ଅୟସ ଆରାମ ସହ ଜୀବନ ବଞ୍ଚୁଥିଲେ ଅତିରିକ୍ତ ଏସପି ତ୍ରିନାଥ ମିଶ୍ର । ତାଙ୍କ ଘରୁ ଦାମୀ କାର୍, ବାଇକ୍ ଜବତ ହୋଇଛି । ପୋଲିସ ବାବୁ ୧.୧୧ କୋଟିର ବିଏମଡବ୍ଲ୍ୟୁ X7 କାର ଚଢ଼ୁଥିଲେ । କେବଳ ବିଏମଡବ୍ଲ୍ୟୁ କାର ନୁହେଁ ଏହା ବ୍ୟତୀତ ଆଉ ତିନୋଟି ଦାମୀ କାର ମଧ୍ୟ ଚଢ଼ୁଥିଲେ ଅତିରିକ୍ତ ଏସପି ।

ଆହୁରି ପଢ଼ନ୍ତୁ: ଜନଗଣନା କରିବାକୁ ଯାଇ ଶିକ୍ଷୟିତ୍ରୀ ନିଖୋଜ, ତିନି ଦିନ ହେଲା ମିଳୁନି ପତ୍ତା

ତେବେ କାର ନୁହେଁ ଦାମୀ ବାଇକ ମଧ୍ୟ ଚଢ଼ୁଥିଲେ ପୋଲିସ କମ୍ୟୁନିକେସନର ଅତିରିକ୍ତ ଏସପି ତ୍ରିନାଥ ମିଶ୍ର । ପୋଲିସ ବାବୁ ଚଢ଼ୁଥିଲେ Triumphର ରକେଟ୍ ଥ୍ରୀ ବାଇକ୍ । ଯାହାର ମୂଲ୍ୟ ପ୍ରାୟ ୨୨ ଲକ୍ଷ ଟଙ୍କା । ରକେଟ ଥ୍ରୀ ବାଇକ୍ ବ୍ୟତୀତ ରୟାଲ ଏନଫିଲ୍ଡ କ୍ଲାସିକ ଓ GTR 250 Hyosung ବାଇକ୍ ଚଢ଼ୁଥିଲେ ଅତିରିକ୍ତ ଏସପି । ଏଥିସହ ତ୍ରିନାଥ ମିଶ୍ର ଏବଂ ତାଙ୍କୁ ଦୁଇ ପୁଅଙ୍କୁ ପଚରାଉଚରା କରାଯାଇଛି । କଟକ, ଭୁବନେଶ୍ବର, ନବରଙ୍ଗପୁର, ଯାଜପୁର, ଜଗତସିଂହପୁରରେ ଥିବା ଘର ଓ ଅଫିସରେ ରେଡ୍ ହୋଇଛି । ଯାଜପୁରରେ ହସ୍ପିଟାଲ ଏବଂ ମେଡିକାଲ ବ୍ୟବସାୟ ଥିବା ଜଣାପଡିଛି । ତାଙ୍କର ଶାନ୍ତିଲତା କେୟାର, ଶାନ୍ତି ଡ୍ରଗ ହାଉସ ରହିଛି । ତାଙ୍କର ଦୁଇ ପୁଅ ବ୍ୟବସାୟ ପରାଚାଳନା କରୁଥିଲେ । ଏଥିସହ ରସୁଲଗଡ଼ ମନୋରମା ଇଷ୍ଟେଟରେ ତାଙ୍କର ଏକ ଫ୍ଲାଟ ରହିଛି । ବଡ଼ଚଣାରେ ଗୋଟିଏ ଫାର୍ମ ହାଉସ ମଧ୍ୟ ରହିଛି । ଚଢାଉ ବେଳେ ସାଢେ ତିନି ଲକ୍ଷ ନଗଦ ଟଙ୍କା ଜବତ କରାଯାଇଛି ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ହସ୍ପିଟାଲର ସେକ୍ସନ ଅଫିସର୍, ୨୫୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ

ନବରଙ୍ଗପୁର ଡାବୁଗାଁରେ ଥିବା ପୈତୃକ ଘର, ଯାଜପୁର ଖଇରାରେ ଥିବା ଶ୍ବଶୁର ଘର, ଖଇରାରେ ଥିବା ଶାନ୍ତିଲତା ଫାର୍ମ ହାଉସ୍ ଭିଜିଲାନ୍ସ ଛାପା ମାରିଛି । ଚଣ୍ଡିଖୋଲ ଓ ଧାନମଣ୍ଡଳରେ ଥିବା ୨ଟି ଶାନ୍ତିଲତା ଟ୍ରାନ୍ସପୋର୍ଟ, ଜଗତସିଂହପୁର ଜିଲ୍ଲା ବିରିଡି ଦଳେଇଘାଇରେ ଥିବା ତ୍ରିନାଥ ମିଶ୍ରଙ୍କ ଡ୍ରାଇଭର ରାଜୀବ ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢାଉ ଜାରି ରହିଛି । କଟକ ମହାନଦୀ ବିହାରରେ ତ୍ରିନାଥଙ୍କ ୨ପୁଅ କରିଥିବା ମେଡିସିନ ପ୍ରସ୍ତୁତକାରୀ ୟୁନିଟରେ ରେଡ୍ ହୋଇଛି । କଟକ ତୁଳସିପୁରରେ ଥିବା ଅଫିସ, ମଧୁପାଟଣାରେ ଥିବା ସରକାରୀ କ୍ବାର୍ଟରରେ ଚଢାଉ ହୋଇଛି । ଏହି ରେଡରେ ୩ ଜଣ ଅତିରିକ୍ତ ଏସପି, ୧୦ ଡିଏସପି, ୧୩ ଇନସ୍ପେକ୍ଟର ଓ ଅନ୍ୟ ସଦସ୍ୟ ସାମିଲ ଅଛନ୍ତି ।

ଆହୁରି ପଢ଼ନ୍ତୁ: ଥରକେ ୫୦ ଲିଟରରୁ ଅଧିକ ପେଟ୍ରୋଲ ବିକ୍ରି ଉପରେ କଟକଣା, ପେଟ୍ରୋଲ ପମ୍ପଗୁଡ଼ିକୁ ନୋଟିସ୍ ଜାରି

15 Feb 2022 By The Sakala

କୋଟିପତି ପୋଲିସ ବାବୁଙ୍କ ଆଖି ଝଲସିଲା ଭଳି ସମ୍ପତ୍ତି; ଚଢ଼ୁଥିଲେ ୨୦ ଲକ୍ଷର ବାଇକ, କୋଟିଏ ଟଙ୍କାର ବିଏମଡବ୍ଲ୍ୟୁ

ଭୁବନେଶ୍ୱର: କୋଟିପତି ପୋଲିସ ବାବୁଙ୍କ ଅମାପ ସମ୍ପତ୍ତି । ପୋଲିସ କମ୍ୟୁନିକେସନର ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କ ଆଖି ଝଲସିଲା ଭଳି ସମ୍ପତ୍ତି । ଭିଜିଲାନ୍ସ ରେଡ୍ ବେଳେ କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଅତିରିକ୍ତ ଏସପି ତ୍ରିନାଥ ମିଶ୍ର । ଏକକାଳୀନ ୧୧ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ । ତାଙ୍କ ଘରୁ ଦାମୀ କାର୍, ବାଇକ୍ ଜବତ ହୋଇଛି । ଅୟସ ଆରାମ ସହ ଜୀବନ ବଞ୍ଚୁଥିଲେ ଅତିରିକ୍ତ ଏସପି ତ୍ରିନାଥ ମିଶ୍ର । ତାଙ୍କ ଘରୁ ଦାମୀ କାର୍, ବାଇକ୍ ଜବତ ହୋଇଛି । ପୋଲିସ ବାବୁ ୧.୧୧ କୋଟିର ବିଏମଡବ୍ଲ୍ୟୁ X7 କାର ଚଢ଼ୁଥିଲେ । କେବଳ ବିଏମଡବ୍ଲ୍ୟୁ କାର ନୁହେଁ ଏହା ବ୍ୟତୀତ ଆଉ ତିନୋଟି ଦାମୀ କାର ମଧ୍ୟ ଚଢ଼ୁଥିଲେ ଅତିରିକ୍ତ ଏସପି ।

ତେବେ କାର ନୁହେଁ ଦାମୀ ବାଇକ ମଧ୍ୟ ଚଢ଼ୁଥିଲେ ପୋଲିସ କମ୍ୟୁନିକେସନର ଅତିରିକ୍ତ ଏସପି ତ୍ରିନାଥ ମିଶ୍ର । ପୋଲିସ ବାବୁ ଚଢ଼ୁଥିଲେ Triumphର ରକେଟ୍ ଥ୍ରୀ ବାଇକ୍ । ଯାହାର ମୂଲ୍ୟ ପ୍ରାୟ ୨୨ ଲକ୍ଷ ଟଙ୍କା । ରକେଟ ଥ୍ରୀ ବାଇକ୍ ବ୍ୟତୀତ ରୟାଲ ଏନଫିଲ୍ଡ କ୍ଲାସିକ ଓ GTR 250 Hyosung ବାଇକ୍ ଚଢ଼ୁଥିଲେ ଅତିରିକ୍ତ ଏସପି । ଏଥିସହ ତ୍ରିନାଥ ମିଶ୍ର ଏବଂ ତାଙ୍କୁ ଦୁଇ ପୁଅଙ୍କୁ ପଚରାଉଚରା କରାଯାଇଛି । କଟକ, ଭୁବନେଶ୍ବର, ନବରଙ୍ଗପୁର, ଯାଜପୁର, ଜଗତସିଂହପୁରରେ ଥିବା ଘର ଓ ଅଫିସରେ ରେଡ୍ ହୋଇଛି । ଯାଜପୁରରେ ହସ୍ପିଟାଲ ଏବଂ ମେଡିକାଲ ବ୍ୟବସାୟ ଥିବା ଜଣାପଡିଛି । ତାଙ୍କର ଶାନ୍ତିଲତା କେୟାର, ଶାନ୍ତି ଡ୍ରଗ ହାଉସ ରହିଛି । ତାଙ୍କର ଦୁଇ ପୁଅ ବ୍ୟବସାୟ ପରାଚାଳନା କରୁଥିଲେ । ଏଥିସହ ରସୁଲଗଡ଼ ମନୋରମା ଇଷ୍ଟେଟରେ ତାଙ୍କର ଏକ ଫ୍ଲାଟ ରହିଛି । ବଡ଼ଚଣାରେ ଗୋଟିଏ ଫାର୍ମ ହାଉସ ମଧ୍ୟ ରହିଛି । ଚଢାଉ ବେଳେ ସାଢେ ତିନି ଲକ୍ଷ ନଗଦ ଟଙ୍କା ଜବତ କରାଯାଇଛି ।

ନବରଙ୍ଗପୁର ଡାବୁଗାଁରେ ଥିବା ପୈତୃକ ଘର, ଯାଜପୁର ଖଇରାରେ ଥିବା ଶ୍ବଶୁର ଘର, ଖଇରାରେ ଥିବା ଶାନ୍ତିଲତା ଫାର୍ମ ହାଉସ୍ ଭିଜିଲାନ୍ସ ଛାପା ମାରିଛି । ଚଣ୍ଡିଖୋଲ ଓ ଧାନମଣ୍ଡଳରେ ଥିବା ୨ଟି ଶାନ୍ତିଲତା ଟ୍ରାନ୍ସପୋର୍ଟ, ଜଗତସିଂହପୁର ଜିଲ୍ଲା ବିରିଡି ଦଳେଇଘାଇରେ ଥିବା ତ୍ରିନାଥ ମିଶ୍ରଙ୍କ ଡ୍ରାଇଭର ରାଜୀବ ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢାଉ ଜାରି ରହିଛି । କଟକ ମହାନଦୀ ବିହାରରେ ତ୍ରିନାଥଙ୍କ ୨ପୁଅ କରିଥିବା ମେଡିସିନ ପ୍ରସ୍ତୁତକାରୀ ୟୁନିଟରେ ରେଡ୍ ହୋଇଛି । କଟକ ତୁଳସିପୁରରେ ଥିବା ଅଫିସ, ମଧୁପାଟଣାରେ ଥିବା ସରକାରୀ କ୍ବାର୍ଟରରେ ଚଢାଉ ହୋଇଛି । ଏହି ରେଡରେ ୩ ଜଣ ଅତିରିକ୍ତ ଏସପି, ୧୦ ଡିଏସପି, ୧୩ ଇନସ୍ପେକ୍ଟର ଓ ଅନ୍ୟ ସଦସ୍ୟ ସାମିଲ ଅଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର