ଗାଁଠୁ ସହର ସବୁଠି ଜମିଲାଣି ନିର୍ବାଚନୀ ଉଷ୍ମତା

The Sakala Picture
Published On

ଭୁବନେଶ୍ୱର: ପୌର ଓ ପଞ୍ଚାୟତ ନିର୍ବାଚନ ପାଇଁ ବିଧିବଦ୍ଧ ଘୋଷଣା ହୋଇ ନାହିଁ। ନିର୍ବାଚନ କେବେ ହେବ ତାହା ଧାର୍ଯ୍ୟ ହୋଇ ନ ଥିଲା ବେଳେ ରାଜନୈତିକ ଦଳ ପ୍ରାର୍ଥିତ୍ୱ ଘୋଷଣା କରି ନାହାନ୍ତି। କିନ୍ତୁ ଆଶାୟୀ ପ୍ରାର୍ଥୀମାନେ ନିଜ ତରଫରୁ ପ୍ରଚାର ଆରମ୍ଭ କରି ଦେଲେଣି। ଘର ପାଖ ଛକ, କଲୋନୀ ଭିତରେ ଆଶାୟୀଙ୍କ ମାଳମାଳ ପ୍ରଚାର ପତ୍ର ଛାଇ ଗଲାଣି। କିଏ ଦଳୀୟ ନେତାଙ୍କ ସହ ନିଜ ଫଟୋ ଛାପି ବ୍ୟାନର୍‍ ଟାଙ୍ଗି ଲେଣି […]

ଭୁବନେଶ୍ୱର: ପୌର ଓ ପଞ୍ଚାୟତ ନିର୍ବାଚନ ପାଇଁ ବିଧିବଦ୍ଧ ଘୋଷଣା ହୋଇ ନାହିଁ। ନିର୍ବାଚନ କେବେ ହେବ ତାହା ଧାର୍ଯ୍ୟ ହୋଇ ନ ଥିଲା ବେଳେ ରାଜନୈତିକ ଦଳ ପ୍ରାର୍ଥିତ୍ୱ ଘୋଷଣା କରି ନାହାନ୍ତି। କିନ୍ତୁ ଆଶାୟୀ ପ୍ରାର୍ଥୀମାନେ ନିଜ ତରଫରୁ ପ୍ରଚାର ଆରମ୍ଭ କରି ଦେଲେଣି। ଘର ପାଖ ଛକ, କଲୋନୀ ଭିତରେ ଆଶାୟୀଙ୍କ ମାଳମାଳ ପ୍ରଚାର ପତ୍ର ଛାଇ ଗଲାଣି। କିଏ ଦଳୀୟ ନେତାଙ୍କ ସହ ନିଜ ଫଟୋ ଛାପି ବ୍ୟାନର୍‍ ଟାଙ୍ଗି ଲେଣି ତ ଆଉ କିଏ ସ୍ଥାନୀୟ ଅଞ୍ଚଳର ପ୍ରସିଦ୍ଧ ଦେବ ଦେବୀଙ୍କ ଫଟୋ ଥିବା ପୋଷ୍ଟର ଲଗାଇଛନ୍ତି। ପ୍ରାର୍ଥିତ୍ୱକୁ ନେଇ ଅନେକ ସ୍ଥାନରେ ବିବାଦ ମଧ୍ୟ ମୁଣ୍ଡ ଟେକିଲାଣି। କିଏ ଟିକଟ ପାଇବ ତାହା ସମୟ କହିବ। କିନ୍ତୁ ଆଶାୟୀ ଏବେଠାରୁ ପୋଷ୍ଟର ଯୁଦ୍ଧ ଆରମ୍ଭ କରି ଦେଲେଣି। ତେବେ ପ୍ରଚାର ପାଇଁ ସବୁ ଠାରୁ ସହଜ ଓ ସୁଲଭ ମାଧ୍ୟମ ସାଜିଛି ସୋସିଆଲ ମିଡିଆ। ଭଳିକି ଭଳି ପୋଷ୍ଟର ଡିଜାଇନ୍‍ କରି ନିଜ ନିଜର ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ପୋଷ୍ଟ କରୁଛନ୍ତି। ବ୍ୟାନର୍‍ ତୁଳନାରେ ସାମାଜିକ ଗଣମାଧ୍ୟମରେ ମାଗଣାରେ ପ୍ରଚାର ମଧ୍ୟ ହୋଇ ଯାଉଛି। ସାମାଜିକ ଗଣମାଧ୍ୟମ ଜରିଆରେ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିବା ସହଜ ହେଉଛି। କିଛି ପ୍ରାର୍ଥୀ ତ ନିଜ ଆଡ଼ୁ ପ୍ରାର୍ଥିତ୍ୱ ଘୋଷଣା କରିଦେଲେଣି। କିଏ ସମିତି ସଭ୍ୟ ପ୍ରାର୍ଥୀ ଲେଖୁଛି ତ ଆଉ କିଏ ସରପଞ୍ଚ ଅବା ୱାର୍ଡ ମେମ୍ବର ପ୍ରାର୍ଥୀ ଲେଖି ଦେଲେଣି। ନିଜ ବିରୋଧୀଙ୍କୁ ମାତ୍‍ ଦେବା ପାଇଁ ଏହି ପ୍ରଚାର ବେଶ୍‍ କାମ ଦେଉଛି। ନିଜ ସହିତ ସାଂସଦ, ବିଧାୟକ, ଦଳୀୟ ମୁଖିଆଙ୍କ ଫଟୋ ଝଲସୁଛି। ନେତାଙ୍କ ସମର୍ଥନ ଜଟାଇବା ଲକ୍ଷ୍ୟରେ ଏସବୁ କରାଯାଉଛି।

ଆହୁରି ପଢ଼ନ୍ତୁ: ସ୍ଥଗିତ ରହିଲା ବସ୍‌ ଧର୍ମଘଟ, STA କମିଶନରଙ୍କ ସହ ଆଲୋଚନା ପରେ ବସ୍ ମାଲିକ ସଂଘର ନିଷ୍ପତ୍ତି

ସାମାଜିକ ଗଣମାଧ୍ୟମ ପ୍ରଚାରର ପ୍ରମୁଖ ମାଧ୍ୟମ ହୋଇଛି। କିନ୍ତୁ ଏଥିରେ ବିରୋଧୀ ଗୋଷ୍ଠୀଙ୍କ ମଧ୍ୟରେ କମେଣ୍ଟ ଯୁଦ୍ଧ ଚାଲୁଛି। କମେଣ୍ଟ ବକ୍ସରେ ଉଭୟ ଗୋଷ୍ଠୀ ଆରୋପ ପ୍ରତ୍ୟାରୋପରେ ମାତୁଥିବା ଦେଖାଯାଇଛି। ପୌରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ରାଜନୀତି ଅଧିକ ଉଷ୍ମ ରହିଛି। ନୂଆବର୍ଷ ପ୍ରଚାର ପାଇଁ ଖୋରାକ ଯୋଗାଉଛି। ଭୋଟର ଏବଂ ନେତାଙ୍କ ଆକୃଷ୍ଠ କରିବା ପାଇଁ ନୂଆବର୍ଷ ଏବଂ ପର୍ବପର୍ବାଣୀ ଶୁଭେଚ୍ଛା ବାର୍ତ୍ତା ପ୍ରଚାରର ପ୍ରମୁଖ କାରଣ ସାଜିଛି। ନିର୍ବାଚନ ପୂର୍ବରୁ ଏପରି ପ୍ରଚାର ପ୍ରସାର କିଛି ନୂଆ କଥା ନୁହେଁ। କିନ୍ତୁ ଇଣ୍ଟରନେଟ୍‍ ଓ ମୋବାଇଲ୍‍ ଫୋନ୍‍ ଯୁଗରେ ଏହି ଧାରା କ୍ରମାଗତ ଭାବେ ତ୍ୱରାନ୍ୱିତ ହେଉଛି। ସେମାନଙ୍କ ମଧ୍ୟରୁ କିଛି ଆଶାୟୀ ବେଶ୍‍ କିଛି ସମୟ ହେଲା ଲୋକଙ୍କ ସହ ଯୋଡ଼ି ହେବାରେ ଲାଗିଛନ୍ତି। ସେମାନଙ୍କ ସୁଖ ଦୁଃଖରେ ଛିଡ଼ା ହେଉଛନ୍ତି, ସମସ୍ୟା ସମାଧାନ ପାଇଁ ଆଗେଇ ଆସୁଛନ୍ତି। ଜନତା ଓ ନେତାଙ୍କ ସମର୍ଥନ ଜୁଟାଇବା ଦିଗରେ ଏହା ବେଶ୍‍ କାମ ଦେଉଛି। ତେବେ ଆଉ କିଛି ଆଶାୟୀଙ୍କ ହଠାତ୍‍ ଆବିର୍ଭାବ ହେଉଛି। କେବଳ ପ୍ରଚାର ପ୍ରସାର ମାଧ୍ୟମରେ ଲୋକଙ୍କୁ ନିଜ ଆଡ଼କୁ ଟାଣିବା ପାଇଁ ଉଦ୍ୟମ କରୁଛନ୍ତି। ତେବେ ଦଳୀୟ ପ୍ରାର୍ଥୀ ଘୋଷଣା ପରେ ଏହି ଚିତ୍ର ବଦଳିଯିବ ବୋଲି ରାଜନୈତିକ ମହଲରେ ମତ ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: କୋଟିଆରେ ଆନ୍ଧ୍ର ପ୍ରଦେଶର ଆଦିବାସୀ କଲ୍ୟାଣ ମନ୍ତ୍ରୀ, ବିରୋଧରେ ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ଓଡ଼ିଆ ଅସ୍ମିତା ପରିଷଦ

03 Jan 2022 By The Sakala

ଗାଁଠୁ ସହର ସବୁଠି ଜମିଲାଣି ନିର୍ବାଚନୀ ଉଷ୍ମତା

ଭୁବନେଶ୍ୱର: ପୌର ଓ ପଞ୍ଚାୟତ ନିର୍ବାଚନ ପାଇଁ ବିଧିବଦ୍ଧ ଘୋଷଣା ହୋଇ ନାହିଁ। ନିର୍ବାଚନ କେବେ ହେବ ତାହା ଧାର୍ଯ୍ୟ ହୋଇ ନ ଥିଲା ବେଳେ ରାଜନୈତିକ ଦଳ ପ୍ରାର୍ଥିତ୍ୱ ଘୋଷଣା କରି ନାହାନ୍ତି। କିନ୍ତୁ ଆଶାୟୀ ପ୍ରାର୍ଥୀମାନେ ନିଜ ତରଫରୁ ପ୍ରଚାର ଆରମ୍ଭ କରି ଦେଲେଣି। ଘର ପାଖ ଛକ, କଲୋନୀ ଭିତରେ ଆଶାୟୀଙ୍କ ମାଳମାଳ ପ୍ରଚାର ପତ୍ର ଛାଇ ଗଲାଣି। କିଏ ଦଳୀୟ ନେତାଙ୍କ ସହ ନିଜ ଫଟୋ ଛାପି ବ୍ୟାନର୍‍ ଟାଙ୍ଗି ଲେଣି ତ ଆଉ କିଏ ସ୍ଥାନୀୟ ଅଞ୍ଚଳର ପ୍ରସିଦ୍ଧ ଦେବ ଦେବୀଙ୍କ ଫଟୋ ଥିବା ପୋଷ୍ଟର ଲଗାଇଛନ୍ତି। ପ୍ରାର୍ଥିତ୍ୱକୁ ନେଇ ଅନେକ ସ୍ଥାନରେ ବିବାଦ ମଧ୍ୟ ମୁଣ୍ଡ ଟେକିଲାଣି। କିଏ ଟିକଟ ପାଇବ ତାହା ସମୟ କହିବ। କିନ୍ତୁ ଆଶାୟୀ ଏବେଠାରୁ ପୋଷ୍ଟର ଯୁଦ୍ଧ ଆରମ୍ଭ କରି ଦେଲେଣି। ତେବେ ପ୍ରଚାର ପାଇଁ ସବୁ ଠାରୁ ସହଜ ଓ ସୁଲଭ ମାଧ୍ୟମ ସାଜିଛି ସୋସିଆଲ ମିଡିଆ। ଭଳିକି ଭଳି ପୋଷ୍ଟର ଡିଜାଇନ୍‍ କରି ନିଜ ନିଜର ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ପୋଷ୍ଟ କରୁଛନ୍ତି। ବ୍ୟାନର୍‍ ତୁଳନାରେ ସାମାଜିକ ଗଣମାଧ୍ୟମରେ ମାଗଣାରେ ପ୍ରଚାର ମଧ୍ୟ ହୋଇ ଯାଉଛି। ସାମାଜିକ ଗଣମାଧ୍ୟମ ଜରିଆରେ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିବା ସହଜ ହେଉଛି। କିଛି ପ୍ରାର୍ଥୀ ତ ନିଜ ଆଡ଼ୁ ପ୍ରାର୍ଥିତ୍ୱ ଘୋଷଣା କରିଦେଲେଣି। କିଏ ସମିତି ସଭ୍ୟ ପ୍ରାର୍ଥୀ ଲେଖୁଛି ତ ଆଉ କିଏ ସରପଞ୍ଚ ଅବା ୱାର୍ଡ ମେମ୍ବର ପ୍ରାର୍ଥୀ ଲେଖି ଦେଲେଣି। ନିଜ ବିରୋଧୀଙ୍କୁ ମାତ୍‍ ଦେବା ପାଇଁ ଏହି ପ୍ରଚାର ବେଶ୍‍ କାମ ଦେଉଛି। ନିଜ ସହିତ ସାଂସଦ, ବିଧାୟକ, ଦଳୀୟ ମୁଖିଆଙ୍କ ଫଟୋ ଝଲସୁଛି। ନେତାଙ୍କ ସମର୍ଥନ ଜଟାଇବା ଲକ୍ଷ୍ୟରେ ଏସବୁ କରାଯାଉଛି।

ସାମାଜିକ ଗଣମାଧ୍ୟମ ପ୍ରଚାରର ପ୍ରମୁଖ ମାଧ୍ୟମ ହୋଇଛି। କିନ୍ତୁ ଏଥିରେ ବିରୋଧୀ ଗୋଷ୍ଠୀଙ୍କ ମଧ୍ୟରେ କମେଣ୍ଟ ଯୁଦ୍ଧ ଚାଲୁଛି। କମେଣ୍ଟ ବକ୍ସରେ ଉଭୟ ଗୋଷ୍ଠୀ ଆରୋପ ପ୍ରତ୍ୟାରୋପରେ ମାତୁଥିବା ଦେଖାଯାଇଛି। ପୌରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ରାଜନୀତି ଅଧିକ ଉଷ୍ମ ରହିଛି। ନୂଆବର୍ଷ ପ୍ରଚାର ପାଇଁ ଖୋରାକ ଯୋଗାଉଛି। ଭୋଟର ଏବଂ ନେତାଙ୍କ ଆକୃଷ୍ଠ କରିବା ପାଇଁ ନୂଆବର୍ଷ ଏବଂ ପର୍ବପର୍ବାଣୀ ଶୁଭେଚ୍ଛା ବାର୍ତ୍ତା ପ୍ରଚାରର ପ୍ରମୁଖ କାରଣ ସାଜିଛି। ନିର୍ବାଚନ ପୂର୍ବରୁ ଏପରି ପ୍ରଚାର ପ୍ରସାର କିଛି ନୂଆ କଥା ନୁହେଁ। କିନ୍ତୁ ଇଣ୍ଟରନେଟ୍‍ ଓ ମୋବାଇଲ୍‍ ଫୋନ୍‍ ଯୁଗରେ ଏହି ଧାରା କ୍ରମାଗତ ଭାବେ ତ୍ୱରାନ୍ୱିତ ହେଉଛି। ସେମାନଙ୍କ ମଧ୍ୟରୁ କିଛି ଆଶାୟୀ ବେଶ୍‍ କିଛି ସମୟ ହେଲା ଲୋକଙ୍କ ସହ ଯୋଡ଼ି ହେବାରେ ଲାଗିଛନ୍ତି। ସେମାନଙ୍କ ସୁଖ ଦୁଃଖରେ ଛିଡ଼ା ହେଉଛନ୍ତି, ସମସ୍ୟା ସମାଧାନ ପାଇଁ ଆଗେଇ ଆସୁଛନ୍ତି। ଜନତା ଓ ନେତାଙ୍କ ସମର୍ଥନ ଜୁଟାଇବା ଦିଗରେ ଏହା ବେଶ୍‍ କାମ ଦେଉଛି। ତେବେ ଆଉ କିଛି ଆଶାୟୀଙ୍କ ହଠାତ୍‍ ଆବିର୍ଭାବ ହେଉଛି। କେବଳ ପ୍ରଚାର ପ୍ରସାର ମାଧ୍ୟମରେ ଲୋକଙ୍କୁ ନିଜ ଆଡ଼କୁ ଟାଣିବା ପାଇଁ ଉଦ୍ୟମ କରୁଛନ୍ତି। ତେବେ ଦଳୀୟ ପ୍ରାର୍ଥୀ ଘୋଷଣା ପରେ ଏହି ଚିତ୍ର ବଦଳିଯିବ ବୋଲି ରାଜନୈତିକ ମହଲରେ ମତ ପ୍ରକାଶ ପାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର