ଗଜପତିରେ ବଢ଼଼ିଲା ଜାଡ଼, ଜନଜୀବନ ଅସ୍ତବ୍ୟସ୍ତ

The Sakala Picture
Published On

ପାରଳାଖେମୁଣ୍ଡି: କିଛିଦିନ ହେଲା ସମଗ୍ର ଗଜପତି ଜିଲ୍ଲାରେ ଶୀତର ପ୍ରକୋପ ବୃଦ୍ଧି ପାଇଛି। ପାରଳାଖେମୁଣ୍ଡି ସହର ସମେତ ଜିଲ୍ଲାର ୭ଟି ବ୍ଲକ ମୋହନା, ଆର୍‍.ଉଦୟଗିରି, ନୂଆଗଡ଼଼, ରାୟଗଡ଼଼, ଗୋଷାଣୀ, କାଶୀନଗର ଓ ଗୁମ୍ମା ଆଦି ଅଞ୍ଚଳ ସହ ଜିଲ୍ଲାର ଦୁର୍ଗମାଞ୍ଚଳ ତଥା ବନପାହାଡ଼ ଘେରାରେ ଏହାର ପ୍ରକୋପ ଆହୁରି ଅଧିକା ରହୁଛି। ପାରଦ ନିମ୍ନଗାମୀ ହେବା ଯୋଗୁ ଜିଲ୍ଲାର ଆଭ୍ୟନ୍ତରିଣ ଅଞ୍ଚଳରେ ଜାଡ଼ ଅନୁଭୂତ ହେଉଛି। ପ୍ରବଳ ଶୀତ ସାଙ୍ଗକୁ ସକାଳ ୯ଘଣ୍ଟା ପର୍ଯ୍ୟନ୍ତ ଘନ କୁହୁଡ଼ି […]

ପାରଳାଖେମୁଣ୍ଡି: କିଛିଦିନ ହେଲା ସମଗ୍ର ଗଜପତି ଜିଲ୍ଲାରେ ଶୀତର ପ୍ରକୋପ ବୃଦ୍ଧି ପାଇଛି। ପାରଳାଖେମୁଣ୍ଡି ସହର ସମେତ ଜିଲ୍ଲାର ୭ଟି ବ୍ଲକ ମୋହନା, ଆର୍‍.ଉଦୟଗିରି, ନୂଆଗଡ଼଼, ରାୟଗଡ଼଼, ଗୋଷାଣୀ, କାଶୀନଗର ଓ ଗୁମ୍ମା ଆଦି ଅଞ୍ଚଳ ସହ ଜିଲ୍ଲାର ଦୁର୍ଗମାଞ୍ଚଳ ତଥା ବନପାହାଡ଼ ଘେରାରେ ଏହାର ପ୍ରକୋପ ଆହୁରି ଅଧିକା ରହୁଛି। ପାରଦ ନିମ୍ନଗାମୀ ହେବା ଯୋଗୁ ଜିଲ୍ଲାର ଆଭ୍ୟନ୍ତରିଣ ଅଞ୍ଚଳରେ ଜାଡ଼ ଅନୁଭୂତ ହେଉଛି। ପ୍ରବଳ ଶୀତ ସାଙ୍ଗକୁ ସକାଳ ୯ଘଣ୍ଟା ପର୍ଯ୍ୟନ୍ତ ଘନ କୁହୁଡ଼ି ସମଗ୍ର ଅଞ୍ଚଳକୁ ଘୋଡ଼ାଇ ରଖୁଛି। ରାତ୍ରରେ ପାରଦ ହାରାହାରି ୧୦ଂ ତଳେ ରହୁଥିବା ବେଳେ ଏହା ଆଗାମୀ ଦିନରେ ଯଥେଷ୍ଟ କମିବା ନେଇ ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି।

ଆହୁରି ପଢ଼ନ୍ତୁ: କାର୍ଯ୍ୟରେ ଅବହେଳା ଅଭିଯୋଗରେ ଜଳ ସଂପଦ ବିଭାଗର ୩ ଇଂଜିନିୟର ସସ୍‌ପେଣ୍ଡ

ଅପରାହ୍ନ ୩ଟା ପରେ ଥଣ୍ଡାର ପ୍ରକୋପ ଆରମ୍ଭ ହେଉଛି। ସକାଳ ୯ଟା ପର୍ଯ୍ୟନ୍ତ ଲୋକ ଘରୁ ବାହାରି ପାରୁନାହାଁନ୍ତି। ବିଳମ୍ବରେ ଦୋକାନ ବଜାର ମଧ୍ୟ ଖୋଲୁଥିବା ଦେଖିବାକୁ ମିଳୁଛି। ମୋହନା ବ୍ଲକର ୧୫ଟି ଦୁର୍ଗମ ପଞ୍ଚାୟତରେ ପ୍ରବଳ ଜାଡ଼ ଅନୁଭୂତ ହେଉଥିବା ଲୋକ କହିଛନ୍ତି। ଏହି ଅଞ୍ଚଳରେ ତାପମାତ୍ର ୧୨ଂ ତଳେ ରହୁଥିବାର ଜଣାପଡ଼ିଛି। ଶୀତ ବଢ଼଼ିବା ସହ ଜିଲ୍ଲାର ମହେନ୍ଦ୍ରଗିରି, ଗଣ୍ଡାହାତୀ, ଗୁଦୁଗୁଦା, ଖସଡ଼ା, ମାଙ୍କଡ଼ଡିଆଁ, ଜିରାଙ୍ଗ, ବୈଦ୍ଧମନ୍ଦିର, ହରଭଙ୍ଗି ଡ୍ୟାମ୍‍, ବ୍ରାହ୍ମଣୀ ଦେବୀ ଜଳପ୍ରପାତ ଆଦି ପ୍ରାକୃତିକ ଶୋଭାରାଜିର ମନଭରି ଉପଭୋଗ କରୁଛନ୍ତି ପର୍ଯ୍ୟଟକ। ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ବଣଭୋଜିର ଆସର ସାଙ୍ଗକୁ ଭିଡ଼ ଜମିବାରେ ଲାଗିଛି।

ଆହୁରି ପଢ଼ନ୍ତୁ: ମାଲକାନଗିରି କେରିମେଟି ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ

21 Dec 2021 By The Sakala

ଗଜପତିରେ ବଢ଼଼ିଲା ଜାଡ଼, ଜନଜୀବନ ଅସ୍ତବ୍ୟସ୍ତ

ପାରଳାଖେମୁଣ୍ଡି: କିଛିଦିନ ହେଲା ସମଗ୍ର ଗଜପତି ଜିଲ୍ଲାରେ ଶୀତର ପ୍ରକୋପ ବୃଦ୍ଧି ପାଇଛି। ପାରଳାଖେମୁଣ୍ଡି ସହର ସମେତ ଜିଲ୍ଲାର ୭ଟି ବ୍ଲକ ମୋହନା, ଆର୍‍.ଉଦୟଗିରି, ନୂଆଗଡ଼଼, ରାୟଗଡ଼଼, ଗୋଷାଣୀ, କାଶୀନଗର ଓ ଗୁମ୍ମା ଆଦି ଅଞ୍ଚଳ ସହ ଜିଲ୍ଲାର ଦୁର୍ଗମାଞ୍ଚଳ ତଥା ବନପାହାଡ଼ ଘେରାରେ ଏହାର ପ୍ରକୋପ ଆହୁରି ଅଧିକା ରହୁଛି। ପାରଦ ନିମ୍ନଗାମୀ ହେବା ଯୋଗୁ ଜିଲ୍ଲାର ଆଭ୍ୟନ୍ତରିଣ ଅଞ୍ଚଳରେ ଜାଡ଼ ଅନୁଭୂତ ହେଉଛି। ପ୍ରବଳ ଶୀତ ସାଙ୍ଗକୁ ସକାଳ ୯ଘଣ୍ଟା ପର୍ଯ୍ୟନ୍ତ ଘନ କୁହୁଡ଼ି ସମଗ୍ର ଅଞ୍ଚଳକୁ ଘୋଡ଼ାଇ ରଖୁଛି। ରାତ୍ରରେ ପାରଦ ହାରାହାରି ୧୦ଂ ତଳେ ରହୁଥିବା ବେଳେ ଏହା ଆଗାମୀ ଦିନରେ ଯଥେଷ୍ଟ କମିବା ନେଇ ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି।

ଅପରାହ୍ନ ୩ଟା ପରେ ଥଣ୍ଡାର ପ୍ରକୋପ ଆରମ୍ଭ ହେଉଛି। ସକାଳ ୯ଟା ପର୍ଯ୍ୟନ୍ତ ଲୋକ ଘରୁ ବାହାରି ପାରୁନାହାଁନ୍ତି। ବିଳମ୍ବରେ ଦୋକାନ ବଜାର ମଧ୍ୟ ଖୋଲୁଥିବା ଦେଖିବାକୁ ମିଳୁଛି। ମୋହନା ବ୍ଲକର ୧୫ଟି ଦୁର୍ଗମ ପଞ୍ଚାୟତରେ ପ୍ରବଳ ଜାଡ଼ ଅନୁଭୂତ ହେଉଥିବା ଲୋକ କହିଛନ୍ତି। ଏହି ଅଞ୍ଚଳରେ ତାପମାତ୍ର ୧୨ଂ ତଳେ ରହୁଥିବାର ଜଣାପଡ଼ିଛି। ଶୀତ ବଢ଼଼ିବା ସହ ଜିଲ୍ଲାର ମହେନ୍ଦ୍ରଗିରି, ଗଣ୍ଡାହାତୀ, ଗୁଦୁଗୁଦା, ଖସଡ଼ା, ମାଙ୍କଡ଼ଡିଆଁ, ଜିରାଙ୍ଗ, ବୈଦ୍ଧମନ୍ଦିର, ହରଭଙ୍ଗି ଡ୍ୟାମ୍‍, ବ୍ରାହ୍ମଣୀ ଦେବୀ ଜଳପ୍ରପାତ ଆଦି ପ୍ରାକୃତିକ ଶୋଭାରାଜିର ମନଭରି ଉପଭୋଗ କରୁଛନ୍ତି ପର୍ଯ୍ୟଟକ। ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ବଣଭୋଜିର ଆସର ସାଙ୍ଗକୁ ଭିଡ଼ ଜମିବାରେ ଲାଗିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର