ବିଜେଡିରେ ମିଶି ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଆହୁରି ଶକ୍ତିଶାଳୀ କରିବି- ପ୍ରଦୀପ ମାଝୀ

The Sakala Picture
Published On

ନବରଙ୍ଗପୁର: ଖୁବ୍‌ଶୀଘ୍ର ବିଜେଡିରେ ମିଶିବେ ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ । ସପ୍ତାହକ ମଧ୍ୟରେ ବିଜେଡିରେ ଆନୁଷ୍ଠାନିକ ଭାବେ ଯୋଗଦେବେ । ଅବିଭକ୍ତ କୋରାପୁଟ ଜିଲ୍ଲାର ବିକାଶ ପାଇଁ ସେ ବିଜେଡିରେ ସାମିଲ ହେବେ ବୋଲି କହିଛନ୍ତି ପ୍ରଦୀପ ମାଝୀ । ରବିବାର ଅନୁଷ୍ଠିତ ଏକ ସାମ୍ୱାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ଅବିଭକ୍ତ କୋରାପୁଟ ଜିଲ୍ଲାରେ ଅନେକ ସମସ୍ୟା ରହିଛି ଏବଂ ସେ ସମସ୍ୟାର ସମାଧାନ ପାଇଁ କଂଗ୍ରେସର ଏବେ ଶକ୍ତି ନାହିଁ । […]

ନବରଙ୍ଗପୁର: ଖୁବ୍‌ଶୀଘ୍ର ବିଜେଡିରେ ମିଶିବେ ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ । ସପ୍ତାହକ ମଧ୍ୟରେ ବିଜେଡିରେ ଆନୁଷ୍ଠାନିକ ଭାବେ ଯୋଗଦେବେ । ଅବିଭକ୍ତ କୋରାପୁଟ ଜିଲ୍ଲାର ବିକାଶ ପାଇଁ ସେ ବିଜେଡିରେ ସାମିଲ ହେବେ ବୋଲି କହିଛନ୍ତି ପ୍ରଦୀପ ମାଝୀ । ରବିବାର ଅନୁଷ୍ଠିତ ଏକ ସାମ୍ୱାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ଅବିଭକ୍ତ କୋରାପୁଟ ଜିଲ୍ଲାରେ ଅନେକ ସମସ୍ୟା ରହିଛି ଏବଂ ସେ ସମସ୍ୟାର ସମାଧାନ ପାଇଁ କଂଗ୍ରେସର ଏବେ ଶକ୍ତି ନାହିଁ । ପ୍ରେସମିଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଖୁବ୍‌ ପ୍ରଶଂସା ମଧ୍ୟ କରିଛନ୍ତି । ସାମ୍ୱାଦିକ ସମ୍ମିଳନୀରେ ପ୍ରଦୀପ କହିଛନ୍ତି ଯେ, ନବୀନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ମିଶିବି । କେବଳ ସେତିକି ନୁହେଁ ନବୀନଙ୍କ ହାତମୁଠା ଟାଣ କରିବାକୁ ଯୋଜନା କରିବି।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

ରାଜ୍ୟରେ କଂଗ୍ରେସ ଦଳ ଆଗକୁ ବଢ଼ିପାରିବ ନାହିଁ । ବିଜେଡି ଦୀର୍ଘଦିନ ଧରି ଓଡ଼ିଶାରେ ଏକ ସ୍ଥିର ସରକାର ଦେଇଛି । ଦିନକୁ ଦିନ ବିଜେଡିର ଶକ୍ତି ବଢ଼ିଚାଲିଛି । ବିଜେଡି ସହାୟତାରେ ସମସ୍ୟାର ସମାଧାନ ହୋଇପାରିବ । ତାହାକୁ ନଜରରେ ରଖି ସେ କଂଗ୍ରେସ ଛାଡ଼ିଥିବା କହିଛନ୍ତି । କଂଗ୍ରେସର ଅଧଃପତନ ହୋଇଛି, ବିଶ୍ୱସନୀୟତା ହରାଇଛି ଦଳ । ଦଳର ଅଧଃପତନ ପାଇଁ ନିଜକୁ ୩୦%ଦାୟୀ କଲେ ପ୍ରଦୀପ । ଛାତି ଉପରେ ପଥର ରଖି କଂଗ୍ରେସ ଛାଡ଼ିଥିବା କହିଲେ ପ୍ରଦୀପ । ବିଜେଡି ଓ କଂଗ୍ରେସର ବିଚାରଧାରାରେ କୌଣସି ଫରକ୍ ନାହିଁ । ସବୁ ବର୍ଗର ଲୋକଙ୍କୁ ନେଇ ଆଗେଇ ଚାଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ବିଜେଡିରେ ରହି ଜନସେବାକୁ ବ୍ୟାପକ କରିବେ । ଗଣତନ୍ତ୍ରରେ ଦଳବଦଳ କିଛି ନୂଆ କଥା ନୁହେଁ, ଲୋକଙ୍କ ପରାମର୍ଶରେ ଦଳବଦଳ କରିଥିବା କହିଛନ୍ତି ପ୍ରଦୀପ ।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

24 Oct 2021 By The Sakala

ବିଜେଡିରେ ମିଶି ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଆହୁରି ଶକ୍ତିଶାଳୀ କରିବି- ପ୍ରଦୀପ ମାଝୀ

ନବରଙ୍ଗପୁର: ଖୁବ୍‌ଶୀଘ୍ର ବିଜେଡିରେ ମିଶିବେ ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ । ସପ୍ତାହକ ମଧ୍ୟରେ ବିଜେଡିରେ ଆନୁଷ୍ଠାନିକ ଭାବେ ଯୋଗଦେବେ । ଅବିଭକ୍ତ କୋରାପୁଟ ଜିଲ୍ଲାର ବିକାଶ ପାଇଁ ସେ ବିଜେଡିରେ ସାମିଲ ହେବେ ବୋଲି କହିଛନ୍ତି ପ୍ରଦୀପ ମାଝୀ । ରବିବାର ଅନୁଷ୍ଠିତ ଏକ ସାମ୍ୱାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ଅବିଭକ୍ତ କୋରାପୁଟ ଜିଲ୍ଲାରେ ଅନେକ ସମସ୍ୟା ରହିଛି ଏବଂ ସେ ସମସ୍ୟାର ସମାଧାନ ପାଇଁ କଂଗ୍ରେସର ଏବେ ଶକ୍ତି ନାହିଁ । ପ୍ରେସମିଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଖୁବ୍‌ ପ୍ରଶଂସା ମଧ୍ୟ କରିଛନ୍ତି । ସାମ୍ୱାଦିକ ସମ୍ମିଳନୀରେ ପ୍ରଦୀପ କହିଛନ୍ତି ଯେ, ନବୀନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ମିଶିବି । କେବଳ ସେତିକି ନୁହେଁ ନବୀନଙ୍କ ହାତମୁଠା ଟାଣ କରିବାକୁ ଯୋଜନା କରିବି।

ରାଜ୍ୟରେ କଂଗ୍ରେସ ଦଳ ଆଗକୁ ବଢ଼ିପାରିବ ନାହିଁ । ବିଜେଡି ଦୀର୍ଘଦିନ ଧରି ଓଡ଼ିଶାରେ ଏକ ସ୍ଥିର ସରକାର ଦେଇଛି । ଦିନକୁ ଦିନ ବିଜେଡିର ଶକ୍ତି ବଢ଼ିଚାଲିଛି । ବିଜେଡି ସହାୟତାରେ ସମସ୍ୟାର ସମାଧାନ ହୋଇପାରିବ । ତାହାକୁ ନଜରରେ ରଖି ସେ କଂଗ୍ରେସ ଛାଡ଼ିଥିବା କହିଛନ୍ତି । କଂଗ୍ରେସର ଅଧଃପତନ ହୋଇଛି, ବିଶ୍ୱସନୀୟତା ହରାଇଛି ଦଳ । ଦଳର ଅଧଃପତନ ପାଇଁ ନିଜକୁ ୩୦%ଦାୟୀ କଲେ ପ୍ରଦୀପ । ଛାତି ଉପରେ ପଥର ରଖି କଂଗ୍ରେସ ଛାଡ଼ିଥିବା କହିଲେ ପ୍ରଦୀପ । ବିଜେଡି ଓ କଂଗ୍ରେସର ବିଚାରଧାରାରେ କୌଣସି ଫରକ୍ ନାହିଁ । ସବୁ ବର୍ଗର ଲୋକଙ୍କୁ ନେଇ ଆଗେଇ ଚାଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ବିଜେଡିରେ ରହି ଜନସେବାକୁ ବ୍ୟାପକ କରିବେ । ଗଣତନ୍ତ୍ରରେ ଦଳବଦଳ କିଛି ନୂଆ କଥା ନୁହେଁ, ଲୋକଙ୍କ ପରାମର୍ଶରେ ଦଳବଦଳ କରିଥିବା କହିଛନ୍ତି ପ୍ରଦୀପ ।

https://www.thesakala.in/latest-odisha-news/former-congress-leader-pardeep-majhi-announces-to-join-bjd/article-6322
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର