ପାଠ୍ୟପୁସ୍ତକରେ ତ୍ରୁଟି ଓ ଛପା ଅନିୟମିତତା ମାମଲାରେ ପିଏମ୍‌ଓର ହସ୍ତକ୍ଷେପ, ଗଣଶିକ୍ଷା ବିଭାଗକୁ ସବିଶେଷ ତଥ୍ୟ ଦେବାକୁ ଚିଠି

Madhusudan Das Picture
Published On

ଭୁବନେଶ୍ୱର: ପାଠ୍ୟପୁସ୍ତକ ଦୁର୍ନୀତି ମାମଲାରେ ହସ୍ତକ୍ଷେପ କଲା ପିଏମଓ । ଓଡ଼ିଶାରେ ପାଠ୍ୟପୁସ୍ତକରେ ତ୍ରୁଟି ଓ ବହି ଛପାରେ ଅନିୟମିତତା ଅଭିଯୋଗକୁ ନେଇ ହସ୍ତକ୍ଷେପ କରିଛି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ଥିବା ତ୍ରୁଟି ଓ ଛପା ସମ୍ପର୍କିତ ଅନିୟମିତତାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟକୁ ପିଏମ୍‌ଓ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । କାହିଁକି, କେମିତି, କେତେ ଖର୍ଚ୍ଚ ହୋଇଛି ଓ କିଏ କିଏ ସାମିଲ୍ ଜଣାଇବାକୁ ନିର୍ଦ୍ଦେଶ । ପ୍ରସିଦ୍ଧ ଆରଟିଆଇ କର୍ମୀ ପ୍ରଦୀପ ପ୍ରଧାନଙ୍କ ଦ୍ୱାରା ଦାଖଲ ହୋଇଥିବା ଅଭିଯୋଗକୁ ଭିତ୍ତି କରି ପିଏମଓ ଏହି ପଦକ୍ଷେପ ନେବା ସହ ଏ ନେଇ ଓଡ଼ିଶା ସରକାରଙ୍କଠାରୁ ଜବାବ ତଲବ କରିଛି ।

ଆହୁରି ପଢ଼ନ୍ତୁ: ଘରେ ପଶିଲା ମହାବଳ ବାଘ, ବାହାରୁ ତାଲା ପକାଇ ଆବଦ୍ଧ କଲେ ଗାଁ ଲୋକେ

ରିପୋର୍ଟ ଅନୁଯାୟୀ, କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ରାଜ୍ୟ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗକୁ ଏହାର ଜବାବ ମାଗିଛି । ପାଠ୍ୟପୁସ୍ତକ ଛପା ପ୍ରକ୍ରିୟାରେ ହୋଇଥିବା ବ୍ୟାପକ ଦୁର୍ନୀତି, ଆର୍ଥିକ ଅନିୟମିତତା ଏବଂ ତ୍ରୁଟିପୂର୍ଣ୍ଣ ପୁସ୍ତକ ବଣ୍ଟନ ଭଳି ଗମ୍ଭୀର ଅଭିଯୋଗ ଉପରେ ତୁରନ୍ତ ଏବଂ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । 

ଆହୁରି ପଢ଼ନ୍ତୁ: ପର୍ଯ୍ୟଟକ ଦମ୍ପତିଙ୍କୁ ମାଡ଼ ଘଟଣା: ଏସ୍‌ପିଙ୍କୁ ଭେଟିଲା ମହିଳା ବିଜେଡି ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍‌

ଅଭିଯୋଗରେ ରାଜ୍ୟର ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଓ ପାଠ୍ୟପୁସ୍ତକ ପ୍ରକାଶନ ସହ ଜଡ଼ିତ ବିଭିନ୍ନ ଅନିୟମିତତା ନେଇ ପ୍ରଶ୍ନ ଉଠାଯାଇଥିଲା । ଅଭିଯୋଗକୁ ଗୁରୁତ୍ୱର ସହ ନେଇ ପିଏମ୍‌ଓ ପକ୍ଷରୁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟକୁ ଏହାର ତଦନ୍ତ କରିବାକୁ କୁହାଯାଇଛି । ଏହାପରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଓଡ଼ିଶା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବଙ୍କୁ ଏ ସମ୍ପର୍କରେ ବିସ୍ତୃତ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି । 

ଆହୁରି ପଢ଼ନ୍ତୁ: ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ବିଜେଡି ନେତ୍ରୀ ସୁଜାତା ରାଉତ କାର୍ତ୍ତିକେୟନ

ସୂଚନାଯୋଗ୍ୟ ଯେ, ଗତ ଶୁକ୍ରବାର ଦିନ ଓଡ଼ିଶା ସରକାର ବିଧାନସଭାରେ ସ୍ୱୀକାର କରିଛନ୍ତି ଯେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ମୋଟ ୧,୭୪୧ଟି ତ୍ରୁଟି ଦେଖିବାକୁ ମିଳିଛି । ଏହି ପୁସ୍ତକ ଗୁଡ଼ିକର ଛପା ଏବଂ ପ୍ରକାଶନ ପାଇଁ ସରକାର ୧୭୫ କୋଟି ଟଙ୍କା ଖର୍ଚ୍ଚ କରିଥିଲେ । ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବିଧାନସଭାରେ ଏକ ଲିଖିତ ଉତ୍ତର ମାଧ୍ୟମରେ ଏହି ତଥ୍ୟ ପ୍ରଦାନ କରିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର