ମନୋରଞ୍ଜନ

ଦିବ୍ୟାଙ୍ଗଙ୍କ ଉପରେ ମନ୍ତବ୍ୟ ଦେଇ ଫସିଥିଲେ କମେଡିଆନ୍ ସମୟ ରାଇନା: ଏବେ ସବୁ ଏଫଆଇଆର ଖାରଜ କଲେ ସୁପ୍ରିମକୋର୍ଟ
ନିଟ୍ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗରେ ଚୁପ୍ କାହିଁକି ଥିଲେ ସୋନୁ ନିଗମ? ଦେଲେ ଏମିତି ଉତ୍ତର, କହିଲେ- 'ବାପାଙ୍କୁ କଥା ଦେଇଛି...'
ଭାରତରେ ପ୍ରତିବନ୍ଧକ ନେଇ ମୁହଁ ଖୋଲିଲେ ଅତିଫ ଅସଲାମ: କହିଲେ- 'ଯେଉଁମାନେ ବ୍ୟାନ୍ ଲଗାଇଲେ ସେମାନଙ୍କୁ ଧନ୍ୟବାଦ, ଫ୍ୟାନ୍ସ ଭିପିଏନରେ ଶୁଣୁଛନ୍ତି ଗୀତ'
୭୩ ବର୍ଷୀୟ ବଲିଉଡ ନିର୍ଦ୍ଦେଶକ ଶକିଲ ନୁରାନୀ ଗିରଫ, ୩୩ ବର୍ଷୀୟା ଅଭିନେତ୍ରୀଙ୍କୁ ଦୁଷ୍କର୍ମ ଓ ବ୍ଲାକମେଲ୍ ଅଭିଯୋଗ
ଗୋଆ ଏୟାରବିଏନବିରୁ ଦୈନିକ ୪୦,୦୦୦ ଟଙ୍କା ରୋଜଗାର ଆଶା ଫେଲ୍: ବାସ୍ତବତାକୁ ସ୍ୱୀକାର କଲେ ଅଭିନେତ୍ରୀ ପାରୁଲ ଗୁଲାଟୀ

ବାର୍ଷିକ ୧୨ ହଜାର କୋଟି ଟଙ୍କାର ରାଜସ୍ୱ କ୍ଷତି ସହିବ ଓଡ଼ିଶା: ବିଜେଡି

Madhusudan Das Picture
Published On

ଭୁବନେଶ୍ୱର: ଡବଲ ଇଞ୍ଜିନ ସରକାର କ୍ଷମତାକୁ ଆସିବା ପରେ ରାଜ୍ୟ ଖଣିଜ ସମ୍ପଦର ବ୍ୟାପକ ଚୋରା ଚାଲାଣ ହେବାରେ ଲାଗିଛି। ରାଜ୍ୟରେ ଥିବା ଖଣି, ଖାଦାନର ମାଲିକ ଓଡ଼ିଶାବାସୀ ହୋଇଥିବା ବେଳେ, ଏମଏମଡିଆର ଆଇନର ସଂଶୋଧନ ହେଲେ ଓଡ଼ିଶା ବ୍ୟାପକ କ୍ଷତି ସହିବ ବୋଲି କ୍ଷୋଭକ୍ତି ପ୍ରକାଶ କରିଛି ବିଜେଡି। ଗୁରବାର ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡେଇ ଓ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ଏ ନେଇ ରାଜ୍ୟ ସରକାରଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି।

ଆହୁରି ପଢ଼ନ୍ତୁ: ଲାଞ୍ଚ ମାମଲାରେ ୨ ଅବସରପ୍ରାପ୍ତ ବନ ବିଭାଗ ଅଧିକାରୀଙ୍କୁ ୩ ବର୍ଷର ସଶ୍ରମ କାରାଦଣ୍ଡ

ଶ୍ରୀ ଘଡେ଼ଇ କହିଛନ୍ତି ଯେ ବିଜେପି କ୍ଷମତାକୁ ଆସିବା ପରେ ଓଡ଼ିଶାର ଖଣିଜ ସମ୍ପଦର ବ୍ୟାପକ ଚୋରା ଚାଲାଣ ହେଉଥିବା ବେଳେ ଖଣି ରାଜସ୍ୱ ଓଡ଼ିଶାବାସୀଙ୍କ ବିକାଶ କାର୍ଯ୍ୟରେ ବିନିଯୋଗ ହୋଇପାରୁ ନାହିଁ। ଖଣିଜ ସମ୍ପଦରୁ ଆସୁଥିବା ଅର୍ଥକୁ କେନ୍ଦ୍ର ସରକାର ନେଇଯାଉଥିବା ବେଳେ ରାଜ୍ୟ ସରକାର ଚୁପ୍‌ ହୋଇ ବସି ରହିଛନ୍ତି। ଖଣିଜ ସମ୍ପଦର ରୟାଲିଟି ଅର୍ଥକୁ ଡିଏମଏଫ ଜରିଆରେ ରାଜ୍ୟବାସୀଙ୍କ ବିକାଶ ନିମନ୍ତେ ଖର୍ଚ୍ଚ କରାଯାଏ, କିନ୍ତୁ ତାହା ନ କରି ରାଜ୍ୟ ସରକାର କେନ୍ଦ୍ର ହାତରେ ଟେକି ଦେବାକୁ ଯୋଜନା କରୁଛନ୍ତି। ଓଡ଼ିଶାବାସୀଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଖଣିରୁ ଆଦାୟ ହେବାକୁ ଥିବା ସମସ୍ତ ରାଜସ୍ୱ ରାଜ୍ୟବାସୀଙ୍କ ଅଧିକାରରୁ ବଞ୍ଚିତ କରିବା ପାଇଁ ବିଧିବଦ୍ଧ ଯୋଜନା ଆରମ୍ଭ ହୋଇଯାଇଛି। ବିନା ଚର୍ଚ୍ଚାରେ ସଂସଦରେ ପାରିତ ହୋଇଥିବା ଏହି  ବିଲ୍‌କୁ ରାଜ୍ୟରୁ ନିର୍ବାଚିତ ହୋଇଥିବା ୨୦ ଜଣ ବିଜେପି ସାଂସଦ ସମର୍ଥନ ଜଣାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ରାଜ୍ୟର ରାଜସ୍ୱହାନି ଓ ରାଜ୍ୟବାସୀଙ୍କ ସ୍ୱାର୍ଥ ହାନି ସମୟରେ ରାଜ୍ୟର ବିଜେପି ସାଂସଦମାନେ ଅନ୍ଧ-ମୂକ-ବଧୀର ପାଲଟିଛନ୍ତି  ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ମଝି ଚିଲିକାରୁ ନିଖୋଜ ନାବାଳକର ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

 ଶ୍ରୀ ବକ୍ସିପାତ୍ର କହିଛନ୍ତି ଯେ ଏମ୍‌ଏମଡିଆର ଆକ୍ଟର ସଂଶୋଧନ କରି ଓଡ଼ିଶାକୁ ଲୁଟିବାକୁ କେନ୍ଦ୍ର ସରକାର ଅପଚେଷ୍ଟା କରିଛନ୍ତି। ଖଣିଜ ସମ୍ପଦରେ ପରିପୂର୍ଣ୍ଣ ଓଡ଼ିଶାର ଉନ୍ନତି ପାଇଁ ରାଜ୍ୟ ସରକାର ଖଣି କ୍ଷେତ୍ରରୁ ରାଜସ୍ୱ ଆଦାୟ କରିବାର ସମ୍ପୂର୍ଣ୍ଣ ଅଧିକାର ଅଛି ବୋଲି ସୁପ୍ରିମକୋର୍ଟ ରାୟ ଦେଇଥିଲେ ସୁଦ୍ଧା, କେନ୍ଦ୍ର ବିଜେପି ସରକାର ସୁପ୍ରିମକୋର୍ଟଙ୍କ ରାୟକୁ ବେଖାତିର ଆମ ଅଧିକାରକୁ ଛଡ଼ାଇ ନେଉଛନ୍ତି । ଖଣି ମାଲିକ ମାନଙ୍କ ଉପରେ ବକେୟା ଥିବା ଦେଢ଼ ଲକ୍ଷ କୋଟି ଟଙ୍କା ଆଦାୟ କରିବା ପାଇଁ ୨୦୨୪ ମସିହା ଜୁଲାଇ ମାସରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ, ରାଜ୍ୟ ବିଜେପି ସରକାର ଏହି ଅର୍ଥ ଆଦାୟ କରିବା ପାଇଁ ସାମାନ୍ୟ ଚେଷ୍ଟା କଲେନାହିଁ। ଅପରପକ୍ଷରେ ରାଜ୍ୟ ପାଉଥିବା ବାର୍ଷିକ ୧୨ ହଜାର କୋଟି ଟଙ୍କାର ରାଜସ୍ୱକୁ କେନ୍ଦ୍ର ହାତକୁ ଟେକିଦେବେ ଏହି ଆଇନ ଜରିଆରେ। ନୂତନ ବିଲ୍‌ ଅନୁଯାୟୀ କୌଣସି ଖଣି ମାଲିକଙ୍କ ଠାରୁ ରାଜ୍ୟ ସରକାର ଆଉ ବକେୟା ଅର୍ଥ ଆଦାୟ କରିପାରିବେ ନାହିଁ । ବଡ଼ ବଡ଼ କର୍ପୋରେଟ୍‌ ସଂସ୍ଥା ସହିତ ବିଜେପି ସରକାର ଜଡ଼ିତ ରହି ରାଜ୍ୟର ଯେଉଁ ବ୍ୟାପକ କ୍ଷତି କରୁଛନ୍ତି, ତାହାକୁ ଓଡ଼ିଶାବାସୀ ଆଦୌ କ୍ଷମା କରିବେ ନାହିଁ। ଏମଏମଡିଆର ଆଇନ ସଂଶୋଧନ ବିଲକୁ ରାଜ୍ୟସଭାରେ ବିଜୁ ଜନତା ଦଳ ଦୃଢ଼ ବିରୋଧ କରିଥିଲା। ଆଗାମୀ ଦିନରେ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ବୋଲି ସେ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ମୟୂରଭଞ୍ଜରେ ଲାଗିରହିଛି ଭାରି ବର୍ଷା: ବନ୍ୟା ପରିସ୍ଥିତି ଯୋଗୁଁ ଅନେକ ରାସ୍ତା ବିଚ୍ଛିନ୍ନ, ୩ମୃତ

13 Aug 2026 By Madhusudan Das

ବାର୍ଷିକ ୧୨ ହଜାର କୋଟି ଟଙ୍କାର ରାଜସ୍ୱ କ୍ଷତି ସହିବ ଓଡ଼ିଶା: ବିଜେଡି

ଭୁବନେଶ୍ୱର: ଡବଲ ଇଞ୍ଜିନ ସରକାର କ୍ଷମତାକୁ ଆସିବା ପରେ ରାଜ୍ୟ ଖଣିଜ ସମ୍ପଦର ବ୍ୟାପକ ଚୋରା ଚାଲାଣ ହେବାରେ ଲାଗିଛି। ରାଜ୍ୟରେ ଥିବା ଖଣି, ଖାଦାନର ମାଲିକ ଓଡ଼ିଶାବାସୀ ହୋଇଥିବା ବେଳେ, ଏମଏମଡିଆର ଆଇନର ସଂଶୋଧନ ହେଲେ ଓଡ଼ିଶା ବ୍ୟାପକ କ୍ଷତି ସହିବ ବୋଲି କ୍ଷୋଭକ୍ତି ପ୍ରକାଶ କରିଛି ବିଜେଡି। ଗୁରବାର ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡେଇ ଓ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ଏ ନେଇ ରାଜ୍ୟ ସରକାରଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି।

ଶ୍ରୀ ଘଡେ଼ଇ କହିଛନ୍ତି ଯେ ବିଜେପି କ୍ଷମତାକୁ ଆସିବା ପରେ ଓଡ଼ିଶାର ଖଣିଜ ସମ୍ପଦର ବ୍ୟାପକ ଚୋରା ଚାଲାଣ ହେଉଥିବା ବେଳେ ଖଣି ରାଜସ୍ୱ ଓଡ଼ିଶାବାସୀଙ୍କ ବିକାଶ କାର୍ଯ୍ୟରେ ବିନିଯୋଗ ହୋଇପାରୁ ନାହିଁ। ଖଣିଜ ସମ୍ପଦରୁ ଆସୁଥିବା ଅର୍ଥକୁ କେନ୍ଦ୍ର ସରକାର ନେଇଯାଉଥିବା ବେଳେ ରାଜ୍ୟ ସରକାର ଚୁପ୍‌ ହୋଇ ବସି ରହିଛନ୍ତି। ଖଣିଜ ସମ୍ପଦର ରୟାଲିଟି ଅର୍ଥକୁ ଡିଏମଏଫ ଜରିଆରେ ରାଜ୍ୟବାସୀଙ୍କ ବିକାଶ ନିମନ୍ତେ ଖର୍ଚ୍ଚ କରାଯାଏ, କିନ୍ତୁ ତାହା ନ କରି ରାଜ୍ୟ ସରକାର କେନ୍ଦ୍ର ହାତରେ ଟେକି ଦେବାକୁ ଯୋଜନା କରୁଛନ୍ତି। ଓଡ଼ିଶାବାସୀଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଖଣିରୁ ଆଦାୟ ହେବାକୁ ଥିବା ସମସ୍ତ ରାଜସ୍ୱ ରାଜ୍ୟବାସୀଙ୍କ ଅଧିକାରରୁ ବଞ୍ଚିତ କରିବା ପାଇଁ ବିଧିବଦ୍ଧ ଯୋଜନା ଆରମ୍ଭ ହୋଇଯାଇଛି। ବିନା ଚର୍ଚ୍ଚାରେ ସଂସଦରେ ପାରିତ ହୋଇଥିବା ଏହି  ବିଲ୍‌କୁ ରାଜ୍ୟରୁ ନିର୍ବାଚିତ ହୋଇଥିବା ୨୦ ଜଣ ବିଜେପି ସାଂସଦ ସମର୍ଥନ ଜଣାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ରାଜ୍ୟର ରାଜସ୍ୱହାନି ଓ ରାଜ୍ୟବାସୀଙ୍କ ସ୍ୱାର୍ଥ ହାନି ସମୟରେ ରାଜ୍ୟର ବିଜେପି ସାଂସଦମାନେ ଅନ୍ଧ-ମୂକ-ବଧୀର ପାଲଟିଛନ୍ତି  ବୋଲି ସେ କହିଛନ୍ତି।

 ଶ୍ରୀ ବକ୍ସିପାତ୍ର କହିଛନ୍ତି ଯେ ଏମ୍‌ଏମଡିଆର ଆକ୍ଟର ସଂଶୋଧନ କରି ଓଡ଼ିଶାକୁ ଲୁଟିବାକୁ କେନ୍ଦ୍ର ସରକାର ଅପଚେଷ୍ଟା କରିଛନ୍ତି। ଖଣିଜ ସମ୍ପଦରେ ପରିପୂର୍ଣ୍ଣ ଓଡ଼ିଶାର ଉନ୍ନତି ପାଇଁ ରାଜ୍ୟ ସରକାର ଖଣି କ୍ଷେତ୍ରରୁ ରାଜସ୍ୱ ଆଦାୟ କରିବାର ସମ୍ପୂର୍ଣ୍ଣ ଅଧିକାର ଅଛି ବୋଲି ସୁପ୍ରିମକୋର୍ଟ ରାୟ ଦେଇଥିଲେ ସୁଦ୍ଧା, କେନ୍ଦ୍ର ବିଜେପି ସରକାର ସୁପ୍ରିମକୋର୍ଟଙ୍କ ରାୟକୁ ବେଖାତିର ଆମ ଅଧିକାରକୁ ଛଡ଼ାଇ ନେଉଛନ୍ତି । ଖଣି ମାଲିକ ମାନଙ୍କ ଉପରେ ବକେୟା ଥିବା ଦେଢ଼ ଲକ୍ଷ କୋଟି ଟଙ୍କା ଆଦାୟ କରିବା ପାଇଁ ୨୦୨୪ ମସିହା ଜୁଲାଇ ମାସରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ, ରାଜ୍ୟ ବିଜେପି ସରକାର ଏହି ଅର୍ଥ ଆଦାୟ କରିବା ପାଇଁ ସାମାନ୍ୟ ଚେଷ୍ଟା କଲେନାହିଁ। ଅପରପକ୍ଷରେ ରାଜ୍ୟ ପାଉଥିବା ବାର୍ଷିକ ୧୨ ହଜାର କୋଟି ଟଙ୍କାର ରାଜସ୍ୱକୁ କେନ୍ଦ୍ର ହାତକୁ ଟେକିଦେବେ ଏହି ଆଇନ ଜରିଆରେ। ନୂତନ ବିଲ୍‌ ଅନୁଯାୟୀ କୌଣସି ଖଣି ମାଲିକଙ୍କ ଠାରୁ ରାଜ୍ୟ ସରକାର ଆଉ ବକେୟା ଅର୍ଥ ଆଦାୟ କରିପାରିବେ ନାହିଁ । ବଡ଼ ବଡ଼ କର୍ପୋରେଟ୍‌ ସଂସ୍ଥା ସହିତ ବିଜେପି ସରକାର ଜଡ଼ିତ ରହି ରାଜ୍ୟର ଯେଉଁ ବ୍ୟାପକ କ୍ଷତି କରୁଛନ୍ତି, ତାହାକୁ ଓଡ଼ିଶାବାସୀ ଆଦୌ କ୍ଷମା କରିବେ ନାହିଁ। ଏମଏମଡିଆର ଆଇନ ସଂଶୋଧନ ବିଲକୁ ରାଜ୍ୟସଭାରେ ବିଜୁ ଜନତା ଦଳ ଦୃଢ଼ ବିରୋଧ କରିଥିଲା। ଆଗାମୀ ଦିନରେ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ବୋଲି ସେ ସୂଚନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର