ସାର କଳାବଜାରୀ ରୋକିବାକୁ ରାଜ୍ୟ ସରକାରଙ୍କ କଡ଼ା ପଦକ୍ଷେପ: ରାଜ୍ୟ ଓ ଜିଲ୍ଲା ସ୍ତରରେ ସ୍କ୍ୱାଡ୍ ଗଠନ

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟରେ ସାର କଳାବଜାରୀ ଉପରେ କଡ଼ା ନଜର ରଖିଛନ୍ତି ଓଡ଼ିଶା ସରକାର। ଏହି ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ତଥା ଜିଲ୍ଲା ସ୍ତରରେ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ଗଠନ କରାଯାଇଛି ବୋଲି ସୋମବାର ଦିନ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ବରଗଡ଼ ନିରାମୟ କେନ୍ଦ୍ରର ବଡ଼ ଅବହେଳା: ଏକ୍ସପାୟାରୀ ମେଡିସିନ ଖାଇ ନାବାଳକ ଅସୁସ୍ଥ

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ସାରର ଉପଲବ୍ଧତା ଓ ବଣ୍ଟନ ଉପରେ ନିୟମିତ ନଜର ରଖିବା ସହିତ କଳାବଜାରୀ ରୋକିବା ପାଇଁ ରାଜ୍ୟ ସ୍ତରରେ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ଏକ ଏନଫୋର୍ସମେଣ୍ଟ ଟିମ୍ ଗଠନ କରାଯାଇଛି। ରାଜ୍ୟ ସ୍ତରୀୟ ସ୍କ୍ୱାଡରେ ସଚିବ, ଉପ-ସଚିବ, ଅତିରିକ୍ତ ସଚିବ ଏବଂ ଅନ୍ୟ ୪ ଜଣ ବିଭାଗୀୟ ଅଧିକାରୀ ସାମିଲ ଅଛନ୍ତି। ବିଶେଷ କରି ସମବାୟ ବିଭାଗ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତଥା କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଅଧିକାରୀମାନେ ଏହି ଟିମରେ ସ୍ଥାନ ପାଇଛନ୍ତି।

ଆହୁରି ପଢ଼ନ୍ତୁ: କୁଆଖାଇ ନଦୀରେ ଭାସି ୨ ଯୁବକ ନିଖୋଜ, ଅଗ୍ନିଶମ ବିଭାଗର ସର୍ଚ୍ଚ ଅପରେସନ ଜାରି

ସାର ବଣ୍ଟନର ଯାଞ୍ଚ ପାଇଁ ଏହି ସ୍କ୍ୱାଡ୍ ଇତିମଧ୍ୟରେ ଅନେକ ସ୍ଥାନ ପରିଦର୍ଶନ କରିସାରିଛି। କଳାବଜାରୀ ସମ୍ପର୍କରେ ଖବର ମିଳିବା ମାତ୍ରେ ଟିମ୍ ତୁରନ୍ତ ସମ୍ପୃକ୍ତ ସ୍ଥାନକୁ ଯାଇ ତଦନ୍ତ କରୁଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଜିଲ୍ଲାପାଳମାନେ ମଧ୍ୟ ନିଜ ନିଜ ସ୍ତରରେ ଟିମ୍ ଗଠନ କରି ଅନୁସନ୍ଧାନ ଜାରି ରଖିଛନ୍ତି। ବେଆଇନ ମହଜୁଦ୍ କିମ୍ବା କଳାବଜାରୀ ଯୋଗୁଁ ଯେପରି ଚାଷୀମାନେ କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି, ସେଥିପାଇଁ ସରକାର ସାର ବଣ୍ଟନର ପ୍ରତ୍ୟେକ ଦିଗ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି। ଯଦି କୌଣସି ବ୍ୟକ୍ତି ଏଭଳି ବେଆଇନ କାର୍ଯ୍ୟରେ ଲିପ୍ତ ଥିବା ଜଣାପଡ଼େ, ତେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ପ୍ରଦୀପ ବଳ ସାମନ୍ତ ଚେତାବନୀ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ରାଜଧାନୀରେ କୋଡ଼ୱାର୍ଡରେ ଚାଲିଛି ନିଶା କାରବାର, ମାଫିଆଙ୍କ ଟାର୍ଗେଟରେ କଲେଜ ପଢୁଆ ପିଲା

ଅନ୍ୟପଟେ ସାର କଳାବଜାରୀ ଉପରେ ବଲାଙ୍ଗିର କୃଷି ବିଭାଗ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି । ଚାଷୀଙ୍କ ଅଭିଯୋଗ ପରେ ଜିଲ୍ଲାରେ ସାର ବିକ୍ରୟ କେନ୍ଦ୍ରଗୁଡ଼ିକରେ ଯାଞ୍ଚ ଜୋରଦାର କରିଛି ଏନଫୋର୍ସମେଣ୍ଟ ଟିମ୍ । ଏହି କ୍ରମରେ ୧୧୧ ଜଣ ସାର ଡିଲରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଥିବା ବେଳେ ୩ ଜଣଙ୍କ ଲାଇସେନ୍ସ ରଦ୍ଦ କରିଛି କୃଷି ବିଭାଗ । ସାର ବିକ୍ରିରେ ଅନିୟମିତତା, ବିଲ୍ ନଦେବା, ଷ୍ଟକ୍ ଚାର୍ଟରେ ତ୍ରୁଟି ଏବଂ ଧାର୍ଯ୍ୟ ମୂଲ୍ୟଠାରୁ ଅଧିକ ଦରରେ ସାର ବିକ୍ରି ଅଭିଯୋଗକୁ ନେଇ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି । ଜିଲ୍ଲାରେ ଥିବା ୯୪୮ ଜଣ ସାର ବିକ୍ରେତାଙ୍କ ମଧ୍ୟରୁ ୫୩୦ଟି ସାର ବିକ୍ରୟ କେନ୍ଦ୍ରରେ ଏନଫୋର୍ସମେଣ୍ଟ ଟିମ୍ ଯାଞ୍ଚ କରିଛି ।

10 Aug 2026 By Madhusudan Das

ସାର କଳାବଜାରୀ ରୋକିବାକୁ ରାଜ୍ୟ ସରକାରଙ୍କ କଡ଼ା ପଦକ୍ଷେପ: ରାଜ୍ୟ ଓ ଜିଲ୍ଲା ସ୍ତରରେ ସ୍କ୍ୱାଡ୍ ଗଠନ

ଭୁବନେଶ୍ୱର: ରାଜ୍ୟରେ ସାର କଳାବଜାରୀ ଉପରେ କଡ଼ା ନଜର ରଖିଛନ୍ତି ଓଡ଼ିଶା ସରକାର। ଏହି ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ତଥା ଜିଲ୍ଲା ସ୍ତରରେ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ଗଠନ କରାଯାଇଛି ବୋଲି ସୋମବାର ଦିନ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ସୂଚନା ଦେଇଛନ୍ତି।

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ସାରର ଉପଲବ୍ଧତା ଓ ବଣ୍ଟନ ଉପରେ ନିୟମିତ ନଜର ରଖିବା ସହିତ କଳାବଜାରୀ ରୋକିବା ପାଇଁ ରାଜ୍ୟ ସ୍ତରରେ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ଏକ ଏନଫୋର୍ସମେଣ୍ଟ ଟିମ୍ ଗଠନ କରାଯାଇଛି। ରାଜ୍ୟ ସ୍ତରୀୟ ସ୍କ୍ୱାଡରେ ସଚିବ, ଉପ-ସଚିବ, ଅତିରିକ୍ତ ସଚିବ ଏବଂ ଅନ୍ୟ ୪ ଜଣ ବିଭାଗୀୟ ଅଧିକାରୀ ସାମିଲ ଅଛନ୍ତି। ବିଶେଷ କରି ସମବାୟ ବିଭାଗ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତଥା କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଅଧିକାରୀମାନେ ଏହି ଟିମରେ ସ୍ଥାନ ପାଇଛନ୍ତି।

ସାର ବଣ୍ଟନର ଯାଞ୍ଚ ପାଇଁ ଏହି ସ୍କ୍ୱାଡ୍ ଇତିମଧ୍ୟରେ ଅନେକ ସ୍ଥାନ ପରିଦର୍ଶନ କରିସାରିଛି। କଳାବଜାରୀ ସମ୍ପର୍କରେ ଖବର ମିଳିବା ମାତ୍ରେ ଟିମ୍ ତୁରନ୍ତ ସମ୍ପୃକ୍ତ ସ୍ଥାନକୁ ଯାଇ ତଦନ୍ତ କରୁଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଜିଲ୍ଲାପାଳମାନେ ମଧ୍ୟ ନିଜ ନିଜ ସ୍ତରରେ ଟିମ୍ ଗଠନ କରି ଅନୁସନ୍ଧାନ ଜାରି ରଖିଛନ୍ତି। ବେଆଇନ ମହଜୁଦ୍ କିମ୍ବା କଳାବଜାରୀ ଯୋଗୁଁ ଯେପରି ଚାଷୀମାନେ କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି, ସେଥିପାଇଁ ସରକାର ସାର ବଣ୍ଟନର ପ୍ରତ୍ୟେକ ଦିଗ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି। ଯଦି କୌଣସି ବ୍ୟକ୍ତି ଏଭଳି ବେଆଇନ କାର୍ଯ୍ୟରେ ଲିପ୍ତ ଥିବା ଜଣାପଡ଼େ, ତେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ପ୍ରଦୀପ ବଳ ସାମନ୍ତ ଚେତାବନୀ ଦେଇଛନ୍ତି।

ଅନ୍ୟପଟେ ସାର କଳାବଜାରୀ ଉପରେ ବଲାଙ୍ଗିର କୃଷି ବିଭାଗ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି । ଚାଷୀଙ୍କ ଅଭିଯୋଗ ପରେ ଜିଲ୍ଲାରେ ସାର ବିକ୍ରୟ କେନ୍ଦ୍ରଗୁଡ଼ିକରେ ଯାଞ୍ଚ ଜୋରଦାର କରିଛି ଏନଫୋର୍ସମେଣ୍ଟ ଟିମ୍ । ଏହି କ୍ରମରେ ୧୧୧ ଜଣ ସାର ଡିଲରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଥିବା ବେଳେ ୩ ଜଣଙ୍କ ଲାଇସେନ୍ସ ରଦ୍ଦ କରିଛି କୃଷି ବିଭାଗ । ସାର ବିକ୍ରିରେ ଅନିୟମିତତା, ବିଲ୍ ନଦେବା, ଷ୍ଟକ୍ ଚାର୍ଟରେ ତ୍ରୁଟି ଏବଂ ଧାର୍ଯ୍ୟ ମୂଲ୍ୟଠାରୁ ଅଧିକ ଦରରେ ସାର ବିକ୍ରି ଅଭିଯୋଗକୁ ନେଇ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି । ଜିଲ୍ଲାରେ ଥିବା ୯୪୮ ଜଣ ସାର ବିକ୍ରେତାଙ୍କ ମଧ୍ୟରୁ ୫୩୦ଟି ସାର ବିକ୍ରୟ କେନ୍ଦ୍ରରେ ଏନଫୋର୍ସମେଣ୍ଟ ଟିମ୍ ଯାଞ୍ଚ କରିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର