ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ! ନବନିର୍ମିତ ଘର ଭିତରୁ କ୍ଷତାକ୍ତ ମୃତଦେହ ଉଦ୍ଧାର, ଥାନାରେ ଜଣେ ଅଟକ

Madhusudan Das Picture
Published On

ବିଶୋଇ: ମୟୁରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ବାଢୁଣିଆ ଗ୍ରାମ କଲୋନୀସାହିରେ ଆଜି ଏକ ଅର୍ଦ୍ଧ ନବନିର୍ମିତ ଘର ମଧ୍ୟରୁ ଏକ ଯୁବକର ରକ୍ତଜୁଡୁବୁଡୁ ଅବସ୍ଥାରେ ଜଣେ ଯୁବକର ମୃତଦେହ ଉଦ୍ଧାର ହୋଇଛି।ମୃତ ଯୁବକ ଜଣଙ୍କ ହେଲେ ବାଢୁଣିଆ କଲୋନୀସାହିର ଶିରିଶ ପଟେଲ (୪୦) ଓରଫ ମାଳି।ଏହି ଘଟଣାକୁ ନେଇ ବିଶୋଇ ଥାନାରେ କେସ୍ ନଂ ୧୭୮/୨୬ ରେ ଏକ ମାମଲା ରୁଜ୍ଜୁ ହୋଇଥିବାବେଳେ ହତ୍ୟା ସନ୍ଦେହରେ ଉକ୍ତ ଗ୍ରାମର  ଜଣେ ବୃଦ୍ଧକୁ ପୋଲିସ ଥାନାରେ ଅଟକ ରଖି ପଚାରାଉଚରା ଜାରି ରଖିଛି।

ଆହୁରି ପଢ଼ନ୍ତୁ: ଉଦଳା ମେଡିକାଲର ପ୍ରସୂତି ବିଭାଗରେ ଅଘଟଣ: ନବଜାତକକୁ ଧରି ବସିଥିବା ବେଳେ ପ୍ରସୂତିଙ୍କ ଉପରେ ପଡିଲା ଛାତ ସିଲିଂ

ସୂଚନାଯୋଗ୍ୟ କି, କଲୋନିସାହି ଗ୍ରାମରେ ବାପା ମା'ଆ ଛେଉଣ୍ଡ ଶିରିଶ ଦିନ ମଜୁରିଆ ଭାବରେ କାମ କରନ୍ତି ନଚେତ କୌଣସି ଭୋଜି ଭାତ ହେଲେ ଖଲି ପତ୍ର ଉଠାଇ ନିଜ ପେଟ ପୋଷିଥାନ୍ତି।ଶିରିଶଙ୍କ ନିଜ ବାସଗୃହ ନଥିବାବେଳେ ଗ୍ରାମର କ୍ଲବ ବାରଣ୍ଡା ନଚେତ ଅନ୍ୟ ଲୋକଙ୍କ ଘର ପିଣ୍ଡାରେ ରାତି କଟେ।ସବୁଦିନ ଭଳି ଗତକାଲି ରାତ୍ରି ସମୟରେ ଶିରିଶ ଗ୍ରାମରେ ଅନୁଷ୍ଠିତ ଏକ ଦଶାହ କାର୍ଯ୍ୟକ୍ରମରେ ନିଜ କାମ କରି ସାହି ନିକଟରେ ଥିବା ଏକ ନବ ଅର୍ଦ୍ଧନିର୍ମିତ ଘରେ ଶୋଇଥିଲେ। ତେବେ ସକାଳେ ସ୍ଥାନୀୟ ବାସିନ୍ଦା ଶିରିଶଙ୍କ ମୁଣ୍ଡରେ ଗଭୀର କ୍ଷତାକ୍ତ ଥିବା ରକ୍ତ ଜୁଡୁବୁଡୁ ମୃତ ଦେହ ଉକ୍ତ ଘର ମଧ୍ୟରେ ଦେଖିବାକୁ ପାଇଥିଲେ।ପରେ ଉକ୍ତ ଘରର ମାଲିକ ଏନେଇ ବିଶୋଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ।ଖବରପାଇ ରାଇରଙ୍ଗପୁର ଏସ୍.ପି ସୁରେଶ ପାତ୍ର,ରାଇରଙ୍ଗପୁର ଏସ୍.ଡ଼ି.ପି.ଓ ବିରେନ୍ଦ୍ର ସେନାପତି,ବିଶୋଇ ଥାନା ଆଇ.ଆଇ.ସି ସୁବର୍ଣ୍ଣ ବେହେରା, ଏସ୍.ଆଇ ରଶ୍ମିତ ଦାସ ଏବଂ ଏସ୍.ଆଇ ବିବେକାନନ୍ଦ ବେହେରା ସମେତ ପୋଲିସ ଟିମ ସହିତ ଫରେନସିକ ଟିମ ସଦଳେବଳ ମିଶି ଘଟଣା ସ୍ଥଳକୁ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। 

ଆହୁରି ପଢ଼ନ୍ତୁ: ବିଶ୍ୱବିଦ୍ୟାଳୟରେ ରାଜନୈତିକ ହସ୍ତକ୍ଷେପ ବନ୍ଦ କରାଯାଉ: ବିଜେଡି

ମୃତ ଯୁବକର ମୁଣ୍ଡର ପଛପଟ ସ୍ଥାନରେ ଗଭୀର ଆଘାତ ଥିବାବେଳେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି।ହତ୍ୟା ସନ୍ଦେହରେ ଉକ୍ତ ଗ୍ରାମର ଜଣେ ବୃଦ୍ଧକୁ ପୋଲିସ ଥାନାରେ ଅଟକ ରଖି ପଚାରାଉଚରା ଜାରି ରଖିଛି।ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ଅଧିକ ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ଏସ୍.ଡ଼ି.ପି.ଓ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ସୋୟାବିନ ତରକାରୀ ଖାଇ ୨୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ! ବସ୍ତା ମେଡିକାଲରେ ଭର୍ତ୍ତି

11 Aug 2026 By Madhusudan Das

ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ! ନବନିର୍ମିତ ଘର ଭିତରୁ କ୍ଷତାକ୍ତ ମୃତଦେହ ଉଦ୍ଧାର, ଥାନାରେ ଜଣେ ଅଟକ

ବିଶୋଇ: ମୟୁରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ବାଢୁଣିଆ ଗ୍ରାମ କଲୋନୀସାହିରେ ଆଜି ଏକ ଅର୍ଦ୍ଧ ନବନିର୍ମିତ ଘର ମଧ୍ୟରୁ ଏକ ଯୁବକର ରକ୍ତଜୁଡୁବୁଡୁ ଅବସ୍ଥାରେ ଜଣେ ଯୁବକର ମୃତଦେହ ଉଦ୍ଧାର ହୋଇଛି।ମୃତ ଯୁବକ ଜଣଙ୍କ ହେଲେ ବାଢୁଣିଆ କଲୋନୀସାହିର ଶିରିଶ ପଟେଲ (୪୦) ଓରଫ ମାଳି।ଏହି ଘଟଣାକୁ ନେଇ ବିଶୋଇ ଥାନାରେ କେସ୍ ନଂ ୧୭୮/୨୬ ରେ ଏକ ମାମଲା ରୁଜ୍ଜୁ ହୋଇଥିବାବେଳେ ହତ୍ୟା ସନ୍ଦେହରେ ଉକ୍ତ ଗ୍ରାମର  ଜଣେ ବୃଦ୍ଧକୁ ପୋଲିସ ଥାନାରେ ଅଟକ ରଖି ପଚାରାଉଚରା ଜାରି ରଖିଛି।

ସୂଚନାଯୋଗ୍ୟ କି, କଲୋନିସାହି ଗ୍ରାମରେ ବାପା ମା'ଆ ଛେଉଣ୍ଡ ଶିରିଶ ଦିନ ମଜୁରିଆ ଭାବରେ କାମ କରନ୍ତି ନଚେତ କୌଣସି ଭୋଜି ଭାତ ହେଲେ ଖଲି ପତ୍ର ଉଠାଇ ନିଜ ପେଟ ପୋଷିଥାନ୍ତି।ଶିରିଶଙ୍କ ନିଜ ବାସଗୃହ ନଥିବାବେଳେ ଗ୍ରାମର କ୍ଲବ ବାରଣ୍ଡା ନଚେତ ଅନ୍ୟ ଲୋକଙ୍କ ଘର ପିଣ୍ଡାରେ ରାତି କଟେ।ସବୁଦିନ ଭଳି ଗତକାଲି ରାତ୍ରି ସମୟରେ ଶିରିଶ ଗ୍ରାମରେ ଅନୁଷ୍ଠିତ ଏକ ଦଶାହ କାର୍ଯ୍ୟକ୍ରମରେ ନିଜ କାମ କରି ସାହି ନିକଟରେ ଥିବା ଏକ ନବ ଅର୍ଦ୍ଧନିର୍ମିତ ଘରେ ଶୋଇଥିଲେ। ତେବେ ସକାଳେ ସ୍ଥାନୀୟ ବାସିନ୍ଦା ଶିରିଶଙ୍କ ମୁଣ୍ଡରେ ଗଭୀର କ୍ଷତାକ୍ତ ଥିବା ରକ୍ତ ଜୁଡୁବୁଡୁ ମୃତ ଦେହ ଉକ୍ତ ଘର ମଧ୍ୟରେ ଦେଖିବାକୁ ପାଇଥିଲେ।ପରେ ଉକ୍ତ ଘରର ମାଲିକ ଏନେଇ ବିଶୋଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ।ଖବରପାଇ ରାଇରଙ୍ଗପୁର ଏସ୍.ପି ସୁରେଶ ପାତ୍ର,ରାଇରଙ୍ଗପୁର ଏସ୍.ଡ଼ି.ପି.ଓ ବିରେନ୍ଦ୍ର ସେନାପତି,ବିଶୋଇ ଥାନା ଆଇ.ଆଇ.ସି ସୁବର୍ଣ୍ଣ ବେହେରା, ଏସ୍.ଆଇ ରଶ୍ମିତ ଦାସ ଏବଂ ଏସ୍.ଆଇ ବିବେକାନନ୍ଦ ବେହେରା ସମେତ ପୋଲିସ ଟିମ ସହିତ ଫରେନସିକ ଟିମ ସଦଳେବଳ ମିଶି ଘଟଣା ସ୍ଥଳକୁ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। 

ମୃତ ଯୁବକର ମୁଣ୍ଡର ପଛପଟ ସ୍ଥାନରେ ଗଭୀର ଆଘାତ ଥିବାବେଳେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି।ହତ୍ୟା ସନ୍ଦେହରେ ଉକ୍ତ ଗ୍ରାମର ଜଣେ ବୃଦ୍ଧକୁ ପୋଲିସ ଥାନାରେ ଅଟକ ରଖି ପଚାରାଉଚରା ଜାରି ରଖିଛି।ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ଅଧିକ ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ଏସ୍.ଡ଼ି.ପି.ଓ ସୂଚନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର