ପରକୀୟା ପ୍ରୀତି ସନ୍ଦେହ: ସ୍ୱାମୀ ସହ ଝଗଡା ପରେ ଫାର୍ମ ହାଉସରୁ ସ୍ତ୍ରୀର ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର
ଓଡ଼ଗାଁ: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ବାହାଡ଼ାଝୋଲା ଫାଣ୍ଡି ଅନ୍ତର୍ଗତ ବେରୁହାଁବାରୀ ପଞ୍ଚାୟତର ବେଲଦୁଆର ଫାର୍ମ ହାଉସରେ ଗୁରୁବାର ରାତିରେ ଜଣେ ମହିଳାଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମୃତା ହେଲେ ତପସ୍ୱିନୀ ସାହୁ (୨୯)। ଘଟଣା ପରେ ତାଙ୍କ ସ୍ୱାମୀ କାଳୁ ଓରଫ ବକ୍ସି ପ୍ରଧାନ ଓଡ଼ଗାଁ ଆଦର୍ଶ ଥାନାରେ ଆତ୍ମସମର୍ପଣ କରିଛନ୍ତି।
ପୁଲିସ ସୂଚନା ଅନୁସାରେ, ଗୁରୁବାର ରାତିରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ସ୍ୱାମୀଙ୍କ ପରକୀୟା ପ୍ରୀତିକୁ ତପସ୍ୱିନୀ ସନ୍ଦେହ କରି ପ୍ରଶ୍ନ କରିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିବା ଜଣାପଡ଼ିଛି। ଏହି ସମୟରେ ଉଭୟଙ୍କ ମଧ୍ୟରେ ମାରପିଟ ହୋଇଥିବା ଏବଂ ପରେ ତପସ୍ୱିନୀ ଫାର୍ମ ହାଉସରୁ ଚାଲିଯାଇଥିବା ସ୍ୱାମୀ ପୁଲିସକୁ କହିଥିବା ଜଣାପଡ଼ିଛି। ପରେ ଖୋଜାଖୋଜି ବେଳେ ଫାର୍ମ ହାଉସ ପୋଖରୀରୁ ତାଙ୍କ ମୃତଦେହ ମିଳିଥିଲା। ଘଟଣା ସମ୍ପର୍କରେ ବକ୍ସି ଶାଶୁଘର ଲୋକଙ୍କୁ ଜଣାଇବା ସହ ୧୧୨ ଓ ଦମକଳ କେନ୍ଦ୍ରକୁ ଫୋନ୍ କରିଥିଲେ। ଖବର ପାଇ ଦମକଳ ବାହିନୀ ଓ ଓଡ଼ଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପୋଖରୀରୁ ମୃତଦେହ ଉଦ୍ଧାର କରି ଓଡ଼ଗାଁ ଡାକ୍ତରଖାନାକୁ ଆଣିଥିଲେ। ବ୍ୟବଚ୍ଛେଦ ଗୃହରେ ମୃତଦେହ ରଖାଯିବା ପରେ ବକ୍ସି ଥାନାରେ ଆତ୍ମସମର୍ପଣ କରିଥିଲେ।
ଅନ୍ୟପକ୍ଷରେ, ତପସ୍ୱିନୀଙ୍କ ମା’ ଭାରତୀ ସାହୁ ଓଡ଼ଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ଯୌତୁକ ବାବଦରେ ବାପଘରୁ ଏକ ଲକ୍ଷ ଟଙ୍କା ଆଣିବା ପାଇଁ ବକ୍ସି ତପସ୍ୱିନୀଙ୍କୁ ବାରମ୍ବାର ଚାପ ପକାଉଥିଲେ। ପରିବାର ଲୋକଙ୍କ ପ୍ରରୋଚନାରେ ସେ ତପସ୍ୱିନୀଙ୍କୁ ହତ୍ୟା କରିଥିବା ମା’ ଅଭିଯୋଗ କରିଛନ୍ତି। ତେବେ ଘଟଣା ସମୟରେ ଦମ୍ପତିଙ୍କ ୩ ବର୍ଷୀୟ ଝିଅ ଘରେ ଥିବା ଜଣାପଡ଼ିଛି। ସେ ରାତି ପ୍ରାୟ ୧୦ଟାରେ ଶୋଇପଡ଼ିବାରୁ ଏହାପରେ ଘଟିଥିବା ଘଟଣା ସମ୍ପର୍କରେ ସେ କିଛି ଜାଣିନଥିବା କୁହାଯାଉଛି।
ତପସ୍ୱିନୀ ଶରଣକୁଳ ଥାନା ଅନ୍ତର୍ଗତ ହରିହରପୁର ଗ୍ରାମର ସ୍ୱର୍ଗତ ଶ୍ୟାମଘନ ସାହୁଙ୍କ ସାନ ଝିଅ। ଶ୍ୟାମଘନ ଜଣେ ଶାରୀରିକ ଶିକ୍ଷକ ଭାବେ ପରିଚିତ ଥିଲେ। ତପସ୍ୱିନୀ ନୟାଗଡ଼ ସଦର ଥାନା ଅନ୍ତର୍ଗତ ଢେଙ୍କେଣା ଗ୍ରାମର ବକ୍ସି ପ୍ରଧାନଙ୍କୁ ବିବାହ କରିଥିଲେ। ସ୍ୱାମୀଙ୍କ ପରକୀୟା ସମ୍ପର୍କକୁ ନେଇ ଦମ୍ପତିଙ୍କ ମଧ୍ୟରେ ପୂର୍ବରୁ ମଧ୍ୟ ଏକାଧିକଥର ଝଗଡ଼ା ହୋଇଥିବା ଜଣାପଡ଼ିଛି। ଏକାଧିକଥର ସମାଧାନ ପରେ ୨୦୨୪ ଡିସେମ୍ବର ୧୫ରୁ ଉଭୟେ ବେଲଦୁଆର ଫାର୍ମ ହାଉସରେ ଏକାଠି ରହୁଥିଲେ। ଘଟଣାଟି ହତ୍ୟା ନା ଅନ୍ୟ କୌଣସି କାରଣରୁ ମୃତ୍ୟୁ, ତାହା ନେଇ ଏବେ ପ୍ରଶ୍ନ ଉଠିଛି। ମୃତଦେହର ବ୍ୟବଚ୍ଛେଦ ରିପୋର୍ଟ ଓ ପୁଲିସର ପୂର୍ଣ୍ଣାଙ୍ଗ ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ। ଘଟଣାର ନିରପେକ୍ଷ ତଦନ୍ତ ଓ ନ୍ୟାୟ ଦାବିରେ ମୃତ ତପସ୍ୱିନୀଙ୍କ ପରିବାର ଓ ସମ୍ପର୍କୀୟ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଓଡ଼ଗାଁ ଆଦର୍ଶ ଥାନାରେ ଉପସ୍ଥିତ ରହିଛନ୍ତି।