ଝୁଲି ଝୁଲି ବଡ଼ଦାଣ୍ଡକୁ ଆସୁଛନ୍ତି ମହାବାହୁ; ନନ୍ଦିଘୋଷ ରଥରେ ବସି ମାଉସୀ ଘରକୁ ଯିବେ କାଳିଆ ସାଆନ୍ତ

Madhusudan Das Picture
Published On

ପୁରୀ: ବଡ଼ଦାଣ୍ଡକୁ ଝୁଲି ଝୁଲି ଆସୁଛନ୍ତି କାଳିଆ ସାଆନ୍ତ । ଜଗତର ନାଥ ମହାପ୍ରଭୁ ଜଗନ୍ନାଥଙ୍କୁ ଟିକେ ଦେଖିବାକୁ ଚାତକ ପରି ଅନେଇ ବସିଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ । ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହେଉଛି ଗଗନପବନ । ହରିବୋଲ, ହୁଳହୁଳିରେ ଫାଟି ପଡୁଛି ବଡ଼ଦାଣ୍ଡ । ନନ୍ଦିଘୋଷ ରଥରେ ବସି ମାଉସୀ ମା' ଘରକୁ ଯିବେ ଚତୁର୍ଦ୍ଧାମୂରତି । 

ଆହୁରି ପଢ଼ନ୍ତୁ: ଡିଜିଟାଲ୍‌ ଯୁଗରେ ଅଲୋଡ଼ା ହେଉଛି ପୁରୁଣା ବହି, ଅନଲାଇନ ସାଜୁଛି ବାଧକ

ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ମା ସୁଭଦ୍ରାଙ୍କ ‘ଦେବଦଳନ’ ରଥରେ ସ୍ଥାପନା କରିବା ପରେ ବଡ଼ଠାକୁର ଶ୍ରୀ ବଳଦେବଙ୍କୁ ପହଣ୍ଡିରେ ଶ୍ରୀମନ୍ଦିରରୁ ରଥାରୁଢ଼ ପାଇଁ ଅଣାଯିବା ପରେ ଭଉଣୀ ସୁଭଦ୍ରାଙ୍କୁ ପହଣ୍ଡିରେ ରୁଢାରୁଣ କରାଯାଇଛି । ଭାଇ ଭଉଣୀଙ୍କ ପହଣ୍ଡି ବିଜେ ପରେ ଶେଷରେ କାଳିଆ ସାଆନ୍ତଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଛି । କଳା ଶ୍ରୀମୁଖକୁ ଚାହିଁ ଭାବ ବିହ୍ବଳ ହେଉଛନ୍ତି ଭକ୍ତ । ବଡ଼ଦାଣ୍ଡରେ ଆଜି ଏକାକାର ଭକ୍ତ ଭଗବାନ । ବିଶ୍ବନିୟନ୍ତାଙ୍କୁ ଦର୍ଶନ କରି ପବିତ୍ର ହେଉଛି ଚର୍ମଚକ୍ଷୁ । କାଳିଆ ସାଆନ୍ତେ ମୁଣ୍ଡରେ ଟାହିଆ ଲଗାଇ ଝୁଲି ଝୁଲି ନନ୍ଦିଘୋଷ ରଥକୁ ଆସୁଛନ୍ତି ।

ଆହୁରି ପଢ଼ନ୍ତୁ: ଗାଧୋଇବାବେଳେ ପୋଖରୀରେ ବୁଡି ଜେଜେ ଓ ନାତି ମୃତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର