ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ: ହଷ୍ଟେଲଗୁଡ଼ିକରେ ଏଲପିଜି ବଦଳରେ ବ୍ୟବହାର ହେବ ପିଏନଜି

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଉଚ୍ଚଶିକ୍ଷା ଅନୁଷ୍ଠାନର ହଷ୍ଟେଲଗୁଡ଼ିକରେ ଏବେ ଏଲପିଜି (LPG) ବଦଳରେ ପାଇପ୍ ଯୋଗେ ପ୍ରାକୃତିକ ଗ୍ୟାସ୍ ବା ପିଏନଜି (PNG) ବ୍ୟବହାର କରାଯିବ। ଏନେଇ ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଯେଉଁଠାରେ ପିଏନଜି ସଂଯୋଗ ଉପଲବ୍ଧ ଅଛି, ସେଠାରେ ତୁରନ୍ତ ଏହି ବ୍ୟବସ୍ଥା ଆପଣାଇବାକୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: କାନ୍ଥ ପଡ଼ି ଦୁଇ ବର୍ଷର ଶିଶୁପୁତ୍ର ମୃତ, ମା’ ଗୁରୁତର

ରାଜ୍ୟ ସଙ୍କଟ ପରିଚାଳନା ଗ୍ରୁପର ଦ୍ୱିତୀୟ ବୈଠକରେ ହୋଇଥିବା ଆଲୋଚନା ଏବଂ ବିଭାଗୀୟ କମିଶନର-ତଥା ସଚିବଙ୍କ ଅନୁଧ୍ୟାନ ପରେ ଏହି ପଦକ୍ଷେପ ନିଆଯାଇଛି। ଜୁନ୍ ୨୫ ତାରିଖରେ ଯୁଗ୍ମ ସଚିବ ଡକ୍ଟର ସୁଜାତା ସୁଭଦର୍ଶିନୀ ନାୟକ ଏକ ପତ୍ର ମାଧ୍ୟମରେ ବାଲେଶ୍ୱର, ଭୁବନେଶ୍ୱର, ବ୍ରହ୍ମପୁର, ଜୟପୁର ଏବଂ ସମ୍ବଲପୁରର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକମାନଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଯୌତୁକ ପାଇଁ ନିର୍ଯାତନା: ବୋହୂ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଶ୍ୱଶୁର

ହଷ୍ଟେଲଗୁଡ଼ିକରେ ଏଲପିଜିର ଅଭାବ କିମ୍ବା ଯୋଗାଣ ସମସ୍ୟା ଉପୁଜିଲେ, ତାହାର ତୁରନ୍ତ ସମାଧାନ ପାଇଁ ବିଭାଗୀୟ ହେଲ୍ପଲାଇନ୍ ନମ୍ବର ପ୍ରତିଷ୍ଠା କରିବାକୁ କୁହାଯାଇଛି। ଏହାଦ୍ୱାରା ଛାତ୍ରଛାତ୍ରୀମାନଙ୍କ ପାଇଁ ହଷ୍ଟେଲ ପରିଚାଳନା ସୁଗମ ହୋଇପାରିବ। ପିଏନଜି ବ୍ୟବସ୍ଥା ଗ୍ରହଣ କରିବା ଦ୍ୱାରା ଉର୍ଜା ସୁରକ୍ଷା ମଜବୁତ ହେବା ସହ ଏଲପିଜି ଯୋଗାଣ ବାଧାପ୍ରାପ୍ତ ହେଲେ ସୃଷ୍ଟି ହେଉଥିବା ବିପଦ ମଧ୍ୟ ହ୍ରାସ ପାଇବ ବୋଲି ଅଧିକାରୀମାନେ ବିଶ୍ୱାସ କରୁଛନ୍ତି। ଆସନ୍ତା ଜୁନ୍ ୩୦ ତାରିଖ ସୁଦ୍ଧା ଆଞ୍ଚଳିକ ନିର୍ଦ୍ଦେଶକମାନଙ୍କୁ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ପ୍ରଦାନ କରିବାକୁ ବିଭାଗ ପକ୍ଷରୁ ସମୟସୀମା ଧାର୍ଯ୍ୟ କରାଯାଇଛି।

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଡ୍ରାଇଭରର ଆତଙ୍କ: ୫-୬ଟି ବାଇକକୁ ଧକ୍କା ଦେଲା କାର, ଦୁର୍ଘଟଣା ନା ହତ୍ୟା ଉଦ୍ୟମ ?

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର