ଆଇସିସିର ସେପ୍ଟେମ୍ବର ମାସର ଶ୍ରେଷ୍ଠ କ୍ରିକେଟର ହେଲେ ଶୁଭମନ ଗିଲ୍ ଓ ଶେଫାଳୀ ବର୍ମା

Suryakanta Picture
Published On

ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ପକ୍ଷରୁ ସେପ୍ଟେମ୍ବର ମାସ ପାଇଁ ‘ପ୍ଲେୟାର ଅଫ୍ ଦି ମନ୍ଥ’ ବା ମାସର ଶ୍ରେଷ୍ଠ କ୍ରିକେଟର ପୁରସ୍କାର ଘୋଷଣା କରାଯାଇଛି। ଚଳିତ ଥର ଉଭୟ ପୁରୁଷ ଓ ମହିଳା ବର୍ଗରେ ଭାରତୀୟ ଖେଳାଳିମାନେ ନିଜର ଦବଦବା ଜାହିର କରିଛନ୍ତି। ପୁରୁଷ ବର୍ଗରେ ଭାରତୀୟ ଦଳର ଅଧିନାୟକ ଶୁଭମନ ଗିଲ୍ ଏବଂ ମହିଳା ବର୍ଗରେ ବିସ୍ଫୋରକ ବ୍ୟାଟର ଶେଫାଳୀ ବର୍ମା ଏହି ସମ୍ମାନଜନକ ପୁରସ୍କାର ଲାଭ କରିଛନ୍ତି।

ଆହୁରି ପଢ଼ନ୍ତୁ: ଫୁଟବଲ୍ ଜଗତରୁ ମେସିଙ୍କ ବିଦାୟ: ଅନ୍ତର୍ଜାତୀୟ କ୍ୟାରିୟରର ୨୧ ବର୍ଷର ସ୍ୱର୍ଣ୍ଣିମ ଯାତ୍ରାରେ ପଡିଲା ପୂର୍ଣ୍ଣଛେଦ

ଶୁଭମନ ଗିଲଙ୍କ ଐତିହାସିକ ସଫଳତା

ୱେଷ୍ଟଇଣ୍ଡିଜ୍ ବିପକ୍ଷ ଶୃଙ୍ଖଳାରେ ଦମଦାର ପ୍ରଦର୍ଶନ ପାଇଁ ଶୁଭମନ ଗିଲ୍ଙ୍କୁ ଏହି ପୁରସ୍କାର ମିଳିଛି। ସେ ପ୍ରଥମ ଦୁଇଟି ଦିନିକିଆରେ ମୋଟ ୩୩୩ ରନ୍ ସଂଗ୍ରହ କରିଥିଲେ। ପ୍ରଥମ ମ୍ୟାଚରେ ସେ ୧୦୮ଟି ବଲରୁ ୧୧୦ ରନ୍ ଏବଂ ଦ୍ୱିତୀୟ ମ୍ୟାଚରେ ମାତ୍ର ୧୩୩ଟି ବଲରୁ ଅପରାଜିତ ୨୨୩ ରନ୍ର ଏକ ବିଶାଳ ଇନିଂସ ଖେଳିଥିଲେ। ଭାରତର ଅଭିଷେକ ଶର୍ମା ଏବଂ ଜିମ୍ବାୱେର ଅଧିନାୟକ ସିକନ୍ଦର ରାଜାଙ୍କୁ ପଛରେ ପକାଇ ସେ ଏହି ସଫଳତା ହାସଲ କରିଛନ୍ତି।

ଆହୁରି ପଢ଼ନ୍ତୁ: ୩୬ ବର୍ଷ ବୟସରେ ଟିମ୍ ଇଣ୍ଡିଆକୁ ଭୁବନେଶ୍ୱର କୁମାରଙ୍କ ଦମଦାର ପ୍ରତ୍ୟାବର୍ତ୍ତନ, ଆଇପିଏଲରେ କରିଥିଲେ ଚମତ୍କାର ପ୍ରଦର୍ଶନ

ଏହା ସହିତ ଗିଲ୍ ପଞ୍ଚମ ଥର ପାଇଁ ଆଇସିସି ମାସର ଶ୍ରେଷ୍ଠ କ୍ରିକେଟର ହୋଇ ଇତିହାସ ରଚିଛନ୍ତି। ପୂର୍ବରୁ ସେ ୨୦୨୩ ମସିହାର ଜାନୁଆରୀ ଓ ସେପ୍ଟେମ୍ବର ଏବଂ ୨୦୨୫ ମସିହାର ଫେବୃଆରୀ ଓ ଜୁଲାଇ ମାସରେ ଏହି ପୁରସ୍କାର ପାଇଥିଲେ। ବର୍ତ୍ତମାନ ସେ ୱେଷ୍ଟଇଣ୍ଡିଜର ତାରକା ମହିଳା ଖେଳାଳି ହେଲି ମାଥ୍ୟୁସ (୫ ଥର) ଙ୍କ ସମକକ୍ଷ ହୋଇଛନ୍ତି। ନିଜର ଖୁସି ବ୍ୟକ୍ତ କରି ଗିଲ୍ କହିଛନ୍ତି ଯେ, ଏହି ସଫଳତା ଏକ ଚମତ୍କାର ଅନୁଭୂତି ଏବଂ ସେ ମନୋନୟନକାରୀଙ୍କ ନିକଟରେ କୃତଜ୍ଞ।

ଆହୁରି ପଢ଼ନ୍ତୁ: ବୁମରାହଙ୍କ ବିନା ଫେଲ୍ ଟିମ୍ ଇଣ୍ଡିଆ ବୋଲିଂ: ଜାଣନ୍ତୁ କାହିଁକି ଦୁର୍ବଳ ହୋଇପଡେ ଭାରତୀୟ ବୋଲିଂ ବିଭାଗ?

ଦ୍ୱିତୀୟ ଥର ବାଜିମାତ୍ କଲେ ଶେଫାଳୀ ବର୍ମା

ମହିଳା ବର୍ଗରେ ଭାରତୀୟ ତାରକା ଶେଫାଳୀ ବର୍ମା ଦ୍ୱିତୀୟ ଥର ପାଇଁ ଏହି ସମ୍ମାନ ଲାଭ କରିଛନ୍ତି। ସେପ୍ଟେମ୍ବର ମାସରେ ସେ ଖେଳିଥିବା ୭ଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚରେ ମୋଟ ୩୬୦ ରନ୍ ସଂଗ୍ରହ କରିଥିଲେ। ଏହି ସମୟରେ ତାଙ୍କର ବ୍ୟାଟିଂ ହାର ୭୨ ଏବଂ ଷ୍ଟ୍ରାଇକ୍ ରେଟ୍ ୧୮୪.୬୧ ରହିଥିଲା। ବ୍ୟାଟିଂ ସହ ବୋଲିଂରେ ମଧ୍ୟ କମାଲ କରି ସେ ୬ଟି ୱିକେଟ୍ ନିଜ ନାମରେ କରିଥିଲେ। ଏଥିସହ ଏସିଆ କପରେ ସେ ୫ଟି ଇନିଂସରୁ ୨୩୬ ରନ୍ କରି ସର୍ବାଧିକ ରନ ସଂଗ୍ରହକାରୀ ହୋଇଥିଲେ।

ଭାରତୀୟ ସ୍ପିନର ଶ୍ରୀ ଚରଣି ଓ ଶ୍ରୀଲଙ୍କା ଅଧିନାୟିକା ଚାମିରୀ ଆଟାପଟ୍ଟୁଙ୍କୁ ପଛରେ ପକାଇ ସେ ଏହି ପୁରସ୍କାର ହାସଲ କରିଛନ୍ତି। ଏହା ପୂର୍ବରୁ ୨୦୨୫ ନଭେମ୍ବରରେ ଘରୋଇ ମାଟିରେ ଆୟୋଜିତ ଆଇସିସି ମହିଳା ଦିନିକିଆ ବିଶ୍ୱକପରେ ଭାରତକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରି ଶେଫାଳୀ ପ୍ରଥମ ଥର ପାଇଁ ଏହି ପୁରସ୍କାର ଜିତିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp