ପହିଲି ରଜରେ ୪ କୋଟି ଟଙ୍କାର ଆମିଷ ଖାଇଦେଲେ ରାଜଧାନୀବାସୀ

Madhusudan Das Picture
Published On

ଭୁବନେଶ୍ୱର: ପହିଲି ରଜରେ ଜମିଲା ଆମିଷ ବେପାର। ପହିଲି ରଜରେ ଅଢେ଼ଇ କୋଟି ଟଙ୍କାର ଖାସି ମାଂସ ବିକ୍ରି ହୋଇଛି। ରଜ ଉପଲକ୍ଷେ କିଲୋ ପିଛା ୮୫୦ ଟଙ୍କା ରହିଥିବା ବେଳେ ୫୧ ଟନ୍‌ ମଟନ୍‌ ବିକ୍ରି ହୋଇଛି। ସେହିପରି ଚିକେନ୍‌ ୧କୋଟି ୧୭ ଲକ୍ଷ ୩୦ ହଜାର ଟଙ୍କାର ଚିକେନ୍‌ ବ୍ୟବସାୟ ହୋଇଥିବା ବେଳେ ଦେଶୀ ଚିକେନ୍‌, କଲରବାର୍ଡ, ବ୍ରୟଲରର ଆଦିର ବେଶ ଚାହିଦା ରହିଥିଲା। ଏହାସହ ମାଛ ବ୍ୟବସାୟ ମଧ୍ୟ ଭଲ ହୋଇଥିବା ଜଣାପଡ଼ିଛି। ୧୧ଲକ୍ଷ ଟଙ୍କାର ମାଛ ବିକ୍ରି ହୋଇଛି। ରୋହି, ଭାକୁର, ଜଳଙ୍ଗ, ମିରକାଳି, ଇଲିସି, ଖଇଁଙ୍ଗା ଆଦି ମାଛ ବ୍ୟବସାୟ ମଧ୍ୟ ଭଲ ହୋଇଥିଲା। ଭାକୁର କିଲୋ ମିଛା ୨୪୦ରୁ ୨୬୦ ଟଙ୍କା ରହିଥିବା ବେଳେ ରୋହି କିଲୋ ପିଛା ୨୦୦, ଖଇଁଙ୍ଗା ୪୦୦ଟଙ୍କା ରହିଥିଲା। ସେହିପରି ଚିଙ୍ଗୁଡି, କଙ୍କଡ଼ା ସମେତ ଅଣ୍ଡା ବ୍ୟବସାୟ ଅନ୍ୟଦିନ ଅପେକ୍ଷା ରଜରେ ଦ୍ୱିଗୁଣିତ ହୋଇଥିବା ବେଳେ ମୋଟ୍‌ ଆମିଷ ବ୍ୟବସାୟ ଗୋଟିଏ ଦିନରେ ୪କୋଟି, ୯୬ ଲକ୍ଷ ୪୦ ହଜାର ଟଙ୍କାର ବିକ୍ରି ହୋଇଥିବା ଅଲ୍‌ ଓଡ଼ିଶା ନନଭେଜ୍‌ ଫେଡେରେସନ ରାଜ୍ୟ ସଭାପତି ସେକ୍‌ ମୁଣ୍ଟାକିମ୍‌ ବକ୍ସ କହିଛନ୍ତି।

ଆହୁରି ପଢ଼ନ୍ତୁ: BPPLକୁ କାରଣ ଦର୍ଶାଅ ନୋଟିସ୍: ବୈତରଣୀରେ ଅନିୟମିତ ଗେଟ୍ ଖୋଲିବା ନେଇ କାର୍ଯ୍ୟାନୁଷ୍ଠାନ

ପ୍ରଥମ ରଜ ରବିବାର ପଡିଥିବାରୁ ଏହି ଦିନରେ ଘରେ ଘରେ ଆମିଷ ବ୍ୟଞ୍ଜନ ପ୍ରସ୍ତୁତି ସାଙ୍ଗକୁ ବିଭିନ୍ନ ହୋଟଲେ ଓ ରେସ୍ତୋରାଁରେ ମଧ୍ୟ ଭଳି କି ଭଳି ଆମିଷ ଆଇଟମ୍‌ ପ୍ରସ୍ତୁତି ହୋଇଥିଲା। କାରଣ ଦ୍ୱିତୀୟ ରଜ ଅର୍ଥାତ୍‌ ରଜ ସଂକ୍ରାନ୍ତି ସୋମବାର ପଡ଼ୁଥିବା ବେଳେ ଶେଷ ରଜ ମଙ୍ଗଳବାର ପଡ଼ୁଥିବାରୁ ଏହି ଦୁଇ ଦିନରେ ସାଧାରଣତଃ ଅଧିକାଂଶ ଆମିଷ ଖାଇନଥାନ୍ତି। ପହିଲି ରଜ ରବିବାର ପାଇଁ ପୂର୍ବରୁ ଛେଳି, କୁକୁଡ଼ା, ମାଛ ଆଦି ଆମଦାନୀ ହୋଇଥିଲା। ସାଧାରଣତଃ ରଜ ଆସିଲେ ପ୍ରାୟ ପ୍ରତ୍ୟେକଙ୍କ ଘରେ ଆମିଷ ରୋଷେଇ ହୋଇଥାଏ। ଏହାସହ ବିଭିନ୍ନ ସ୍ଥାନରେ ଭୋଜିର ଆସର ଜମେ। ଚଳିତ ବର୍ଷ ରଜ ତିନିଦିନରୁ ପ୍ରଥମ ରଜ ଆମିଷ ବାର ପଡ଼ୁଥିବାରୁ ଆମିଷ ଉପରେ ଅଧିକ ଚାହିଦାକୁ ଦୃଷ୍ଟିରେ ରଖି ବ୍ୟବସାୟୀମାନେ ପୂର୍ବରୁ ମାଛ, ଚିକେନ୍‌ ଓ ମଟନ୍‌ ଆମଦାନୀ ଦ୍ୱିଗୁଣ କରିଥିଲେ। ସ୍କୁଲ, କଲେଜ ଓ ସରକାରୀ କାର୍ଯ୍ୟାଳୟ ଛୁଟି ଥିବାରୁ ବିଭିନ୍ନ ସ୍ଥାନରେ ଭୋଜିର ଆୟୋଜନ ହୋଇଥିଲା।

ଆହୁରି ପଢ଼ନ୍ତୁ: ବାଲେଶ୍ୱର ବନ୍ୟା ମୁକାବିଲାରେ ସରକାର ସମ୍ପୂର୍ଣ୍ଣ ବିଫଳ: ବିଜେଡି

15 Jun 2026 By Madhusudan Das

ପହିଲି ରଜରେ ୪ କୋଟି ଟଙ୍କାର ଆମିଷ ଖାଇଦେଲେ ରାଜଧାନୀବାସୀ

ଭୁବନେଶ୍ୱର: ପହିଲି ରଜରେ ଜମିଲା ଆମିଷ ବେପାର। ପହିଲି ରଜରେ ଅଢେ଼ଇ କୋଟି ଟଙ୍କାର ଖାସି ମାଂସ ବିକ୍ରି ହୋଇଛି। ରଜ ଉପଲକ୍ଷେ କିଲୋ ପିଛା ୮୫୦ ଟଙ୍କା ରହିଥିବା ବେଳେ ୫୧ ଟନ୍‌ ମଟନ୍‌ ବିକ୍ରି ହୋଇଛି। ସେହିପରି ଚିକେନ୍‌ ୧କୋଟି ୧୭ ଲକ୍ଷ ୩୦ ହଜାର ଟଙ୍କାର ଚିକେନ୍‌ ବ୍ୟବସାୟ ହୋଇଥିବା ବେଳେ ଦେଶୀ ଚିକେନ୍‌, କଲରବାର୍ଡ, ବ୍ରୟଲରର ଆଦିର ବେଶ ଚାହିଦା ରହିଥିଲା। ଏହାସହ ମାଛ ବ୍ୟବସାୟ ମଧ୍ୟ ଭଲ ହୋଇଥିବା ଜଣାପଡ଼ିଛି। ୧୧ଲକ୍ଷ ଟଙ୍କାର ମାଛ ବିକ୍ରି ହୋଇଛି। ରୋହି, ଭାକୁର, ଜଳଙ୍ଗ, ମିରକାଳି, ଇଲିସି, ଖଇଁଙ୍ଗା ଆଦି ମାଛ ବ୍ୟବସାୟ ମଧ୍ୟ ଭଲ ହୋଇଥିଲା। ଭାକୁର କିଲୋ ମିଛା ୨୪୦ରୁ ୨୬୦ ଟଙ୍କା ରହିଥିବା ବେଳେ ରୋହି କିଲୋ ପିଛା ୨୦୦, ଖଇଁଙ୍ଗା ୪୦୦ଟଙ୍କା ରହିଥିଲା। ସେହିପରି ଚିଙ୍ଗୁଡି, କଙ୍କଡ଼ା ସମେତ ଅଣ୍ଡା ବ୍ୟବସାୟ ଅନ୍ୟଦିନ ଅପେକ୍ଷା ରଜରେ ଦ୍ୱିଗୁଣିତ ହୋଇଥିବା ବେଳେ ମୋଟ୍‌ ଆମିଷ ବ୍ୟବସାୟ ଗୋଟିଏ ଦିନରେ ୪କୋଟି, ୯୬ ଲକ୍ଷ ୪୦ ହଜାର ଟଙ୍କାର ବିକ୍ରି ହୋଇଥିବା ଅଲ୍‌ ଓଡ଼ିଶା ନନଭେଜ୍‌ ଫେଡେରେସନ ରାଜ୍ୟ ସଭାପତି ସେକ୍‌ ମୁଣ୍ଟାକିମ୍‌ ବକ୍ସ କହିଛନ୍ତି।

ପ୍ରଥମ ରଜ ରବିବାର ପଡିଥିବାରୁ ଏହି ଦିନରେ ଘରେ ଘରେ ଆମିଷ ବ୍ୟଞ୍ଜନ ପ୍ରସ୍ତୁତି ସାଙ୍ଗକୁ ବିଭିନ୍ନ ହୋଟଲେ ଓ ରେସ୍ତୋରାଁରେ ମଧ୍ୟ ଭଳି କି ଭଳି ଆମିଷ ଆଇଟମ୍‌ ପ୍ରସ୍ତୁତି ହୋଇଥିଲା। କାରଣ ଦ୍ୱିତୀୟ ରଜ ଅର୍ଥାତ୍‌ ରଜ ସଂକ୍ରାନ୍ତି ସୋମବାର ପଡ଼ୁଥିବା ବେଳେ ଶେଷ ରଜ ମଙ୍ଗଳବାର ପଡ଼ୁଥିବାରୁ ଏହି ଦୁଇ ଦିନରେ ସାଧାରଣତଃ ଅଧିକାଂଶ ଆମିଷ ଖାଇନଥାନ୍ତି। ପହିଲି ରଜ ରବିବାର ପାଇଁ ପୂର୍ବରୁ ଛେଳି, କୁକୁଡ଼ା, ମାଛ ଆଦି ଆମଦାନୀ ହୋଇଥିଲା। ସାଧାରଣତଃ ରଜ ଆସିଲେ ପ୍ରାୟ ପ୍ରତ୍ୟେକଙ୍କ ଘରେ ଆମିଷ ରୋଷେଇ ହୋଇଥାଏ। ଏହାସହ ବିଭିନ୍ନ ସ୍ଥାନରେ ଭୋଜିର ଆସର ଜମେ। ଚଳିତ ବର୍ଷ ରଜ ତିନିଦିନରୁ ପ୍ରଥମ ରଜ ଆମିଷ ବାର ପଡ଼ୁଥିବାରୁ ଆମିଷ ଉପରେ ଅଧିକ ଚାହିଦାକୁ ଦୃଷ୍ଟିରେ ରଖି ବ୍ୟବସାୟୀମାନେ ପୂର୍ବରୁ ମାଛ, ଚିକେନ୍‌ ଓ ମଟନ୍‌ ଆମଦାନୀ ଦ୍ୱିଗୁଣ କରିଥିଲେ। ସ୍କୁଲ, କଲେଜ ଓ ସରକାରୀ କାର୍ଯ୍ୟାଳୟ ଛୁଟି ଥିବାରୁ ବିଭିନ୍ନ ସ୍ଥାନରେ ଭୋଜିର ଆୟୋଜନ ହୋଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର