ମନୋରଞ୍ଜନ

ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା
୬୬ ବର୍ଷ ବୟସରେ ସର୍ଟସ୍ ପିନ୍ଧି ଟ୍ରୋଲ୍ ହେଲେ ନୀନା ଗୁପ୍ତା, ହେଟର୍ସଙ୍କୁ ଦେଲେ କଡ଼ା ଜବାବ; ଜାଣନ୍ତୁ କେବେ ଆସିବ 'ପଞ୍ଚାୟତ ୫'?

ଥାନାରେ ନାବାଳିକାକୁ ଆଇଆଇସିଙ୍କ ଧମକ ପରେ ଚେତାଶୂନ୍ୟ ଘଟଣା: ବିଜେଡି ପକ୍ଷରୁ ମୋରଡ଼ା ଥାନା ଘେରଉ, ୪୮ ଘଣ୍ଟା ଭିତରେ ଥାନା ଅଧିକାରୀଙ୍କ ବଦଳି ଦାବି

Madhusudan Das Picture
Published On

ବାରିପଦା/ମୋରଡ଼ା: ମାଆବାପାଙ୍କ ସହିତ ଅଭିଯୋଗପତ୍ର ନେଇ ଥାନାକୁ ଯାଇଥିବା ଜଣେ ନାବାଳିକା ଥାନା ଅଧିକାରୀଙ୍କ ଧମକପୂର୍ଣ୍ଣ ବ୍ୟବହାରରେ ଚେତାଶୂନ୍ୟ ହୋଇ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହେବା ଘଟଣାକୁ ନେଇ ସୋମବାର ବିଜୁ ଜନତା ଦଳ ମୋରଡା ଥାନା ଘେରଉ କରିଛି। ଆଗାମୀ ୪୮ ଘଣ୍ଟା ଭିତରେ ଥାନା ଅଧିକାରୀଙ୍କୁ ବଦଳି କରା ନ ଗଲେ ସମଗ୍ର ମୟୂରଭଞ୍ଜ ଜିଲ୍ଲା ସାରା ଆନ୍ଦୋଳନ ହେବ ବୋଲି ବିଜେଡି ଚେତାବନୀ ଦେଇଛି।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ସବୁ ଔଷଧ ଦୋକାନ ବନ୍ଦ: ଜରୁରୀ ଔଷଧ ଯୋଗାଣ ନିଶ୍ଚିତ କରିବାକୁ ରାଜ୍ୟ ସରକାରଙ୍କ କଡ଼ା ନିର୍ଦ୍ଦେଶ

ପୂର୍ବତନ ବିଧାୟକ ରାଜକିଶୋର ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଧାୟିକା ପ୍ରାର୍ଥିନୀ ପ୍ରୀତିନନ୍ଦା କାନୁନଗୋ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାରତୀ ହାଁସଦା, ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ସାନନ୍ଦ ମାର୍ଣ୍ଡି, ଦେବାଶିଷ ମହାନ୍ତି, ଜିଲ୍ଲା ବିଜେଡି ମହିଳା ସଭାପତି ଦୀପ୍ତିଲତା ମିଶ୍ର, ଦେବାଶିଷ ମହାନ୍ତି, ଜିତେନ୍ଦ୍ର ମହାନ୍ତି,  ମୋରଡା ବ୍ଲକ ଅଧ୍ୟକ୍ଷ ପିଥନାଥ ସୋରେନଙ୍କ ସହ ଅନ୍ୟ ନେତୃବୃନ୍ଦ ଓ ଶତାଧିକ କର୍ମୀ ଏକତ୍ରିତ ହୋଇ ଥାନା ଘେରଉ କରି ଥାନା ଅଧିକାରୀଙ୍କ ବିରୁଦ୍ଧରେ ବିଭିନ୍ନ ନାରା ଦେଇଥିଲେ। ତେବେ ମୋରଡା ଥାନା ଅଧିକାରୀ ସୁମିତ କୁମାର ସୋରେନଙ୍କ ବିରୁଦ୍ଧରେ ବିଭିନ୍ନ ଅଭିଯୋଗ ଆସୁଛି। ନାବାଳିକାଙ୍କ ପରିବାର ଉପରେ ବିଭିନ୍ନ ମହଲରୁ ଚାପ ପଡୁଛି, ଯାହା ନିନ୍ଦନୀୟ। ଥାନା ଅଧିକାରୀ ଗଣମାଧ୍ୟମ ପ୍ରତିନିଧିଙ୍କ କଣ୍ଠରୋଧ କରିବାକୁ ଚେଷ୍ଟା କରୁଛନ୍ତି ବୋଲି କହିଛି ବିଜେଡି। ସେହିପରି ସମ୍ପୃକ୍ତ ଥାନା ଅଧିକାରୀ ବିଜେପିର ଏଜେଣ୍ଟ ସାଜି ବଟି ଆଦାୟ କରି ମୋରଡା ବିଧାୟକ ତଥା ମନ୍ତ୍ରୀଙ୍କୁ ସନ୍ତୁଷ୍ଟ କରୁଛନ୍ତି। ବର୍ତ୍ତମାନର ସରକାର ମହିଳାଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛି ବୋଲି କହିଛନ୍ତି ବିଜେଡିର ପୂର୍ବତନ ବିଧାୟକ ପ୍ରାର୍ଥିନୀ ପ୍ରୀତିନନ୍ଦା କାନୁନଗୋ। ଅପରପକ୍ଷରେ ଘଟଣାରେ ଅଟକ ଅଭିଯୁକ୍ତ ଶ୍ରବଣ ମାଝିକୁ ଡାକ୍ତରୀ ପରୀକ୍ଷା ପରେ ସୋମବାର କୋର୍ଟ ଚାଲାଣ କରାଯାଇଛି। ସେହିପରି ପୀଡିତା ନାବାଳିକା ଛାତ୍ରୀଙ୍କ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ବୟାନ ରେକର୍ଡ କରାଯାଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା +2 ପରୀକ୍ଷା ଫଳ; ଏକାସଙ୍ଗେ କଳା, ବିଜ୍ଞାନ, ବାଣିଜ୍ୟ ରେଜଲ୍ଟ ପ୍ରକାଶିତ

18 May 2026 By Madhusudan Das

ଥାନାରେ ନାବାଳିକାକୁ ଆଇଆଇସିଙ୍କ ଧମକ ପରେ ଚେତାଶୂନ୍ୟ ଘଟଣା: ବିଜେଡି ପକ୍ଷରୁ ମୋରଡ଼ା ଥାନା ଘେରଉ, ୪୮ ଘଣ୍ଟା ଭିତରେ ଥାନା ଅଧିକାରୀଙ୍କ ବଦଳି ଦାବି

ବାରିପଦା/ମୋରଡ଼ା: ମାଆବାପାଙ୍କ ସହିତ ଅଭିଯୋଗପତ୍ର ନେଇ ଥାନାକୁ ଯାଇଥିବା ଜଣେ ନାବାଳିକା ଥାନା ଅଧିକାରୀଙ୍କ ଧମକପୂର୍ଣ୍ଣ ବ୍ୟବହାରରେ ଚେତାଶୂନ୍ୟ ହୋଇ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହେବା ଘଟଣାକୁ ନେଇ ସୋମବାର ବିଜୁ ଜନତା ଦଳ ମୋରଡା ଥାନା ଘେରଉ କରିଛି। ଆଗାମୀ ୪୮ ଘଣ୍ଟା ଭିତରେ ଥାନା ଅଧିକାରୀଙ୍କୁ ବଦଳି କରା ନ ଗଲେ ସମଗ୍ର ମୟୂରଭଞ୍ଜ ଜିଲ୍ଲା ସାରା ଆନ୍ଦୋଳନ ହେବ ବୋଲି ବିଜେଡି ଚେତାବନୀ ଦେଇଛି।

ପୂର୍ବତନ ବିଧାୟକ ରାଜକିଶୋର ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଧାୟିକା ପ୍ରାର୍ଥିନୀ ପ୍ରୀତିନନ୍ଦା କାନୁନଗୋ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାରତୀ ହାଁସଦା, ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ସାନନ୍ଦ ମାର୍ଣ୍ଡି, ଦେବାଶିଷ ମହାନ୍ତି, ଜିଲ୍ଲା ବିଜେଡି ମହିଳା ସଭାପତି ଦୀପ୍ତିଲତା ମିଶ୍ର, ଦେବାଶିଷ ମହାନ୍ତି, ଜିତେନ୍ଦ୍ର ମହାନ୍ତି,  ମୋରଡା ବ୍ଲକ ଅଧ୍ୟକ୍ଷ ପିଥନାଥ ସୋରେନଙ୍କ ସହ ଅନ୍ୟ ନେତୃବୃନ୍ଦ ଓ ଶତାଧିକ କର୍ମୀ ଏକତ୍ରିତ ହୋଇ ଥାନା ଘେରଉ କରି ଥାନା ଅଧିକାରୀଙ୍କ ବିରୁଦ୍ଧରେ ବିଭିନ୍ନ ନାରା ଦେଇଥିଲେ। ତେବେ ମୋରଡା ଥାନା ଅଧିକାରୀ ସୁମିତ କୁମାର ସୋରେନଙ୍କ ବିରୁଦ୍ଧରେ ବିଭିନ୍ନ ଅଭିଯୋଗ ଆସୁଛି। ନାବାଳିକାଙ୍କ ପରିବାର ଉପରେ ବିଭିନ୍ନ ମହଲରୁ ଚାପ ପଡୁଛି, ଯାହା ନିନ୍ଦନୀୟ। ଥାନା ଅଧିକାରୀ ଗଣମାଧ୍ୟମ ପ୍ରତିନିଧିଙ୍କ କଣ୍ଠରୋଧ କରିବାକୁ ଚେଷ୍ଟା କରୁଛନ୍ତି ବୋଲି କହିଛି ବିଜେଡି। ସେହିପରି ସମ୍ପୃକ୍ତ ଥାନା ଅଧିକାରୀ ବିଜେପିର ଏଜେଣ୍ଟ ସାଜି ବଟି ଆଦାୟ କରି ମୋରଡା ବିଧାୟକ ତଥା ମନ୍ତ୍ରୀଙ୍କୁ ସନ୍ତୁଷ୍ଟ କରୁଛନ୍ତି। ବର୍ତ୍ତମାନର ସରକାର ମହିଳାଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛି ବୋଲି କହିଛନ୍ତି ବିଜେଡିର ପୂର୍ବତନ ବିଧାୟକ ପ୍ରାର୍ଥିନୀ ପ୍ରୀତିନନ୍ଦା କାନୁନଗୋ। ଅପରପକ୍ଷରେ ଘଟଣାରେ ଅଟକ ଅଭିଯୁକ୍ତ ଶ୍ରବଣ ମାଝିକୁ ଡାକ୍ତରୀ ପରୀକ୍ଷା ପରେ ସୋମବାର କୋର୍ଟ ଚାଲାଣ କରାଯାଇଛି। ସେହିପରି ପୀଡିତା ନାବାଳିକା ଛାତ୍ରୀଙ୍କ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ବୟାନ ରେକର୍ଡ କରାଯାଇଥିବା ଜଣାପଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର