ଉତ୍ତରପ୍ରଦେଶରେ ଅଦିନିଆ ରଥଯାତ୍ରା: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରତିବାଦ, ହାପୁର ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କୁ ଚିଠି ଲେଖିଲେ ମୁଖ୍ୟ ପ୍ରଶାସକ

Madhusudan Das Picture
Published On

ପୁରୀ: ଅଦିନିଆ ରଥଯାତ୍ରା ଉପରେ ରୋକ୍‌ ଲାଗିପାରୁ ନାହିଁ। ଏବେ ବି ଭାରତ ଭିତରେ ଅତିଥିରେ ରଥଯାତ୍ରା ଅନୁଷ୍ଠିତ ହେଉଛି। ଶ୍ରୀମନ୍ଦିର ପ୍ରଶାସନ ଏ ନେଇ ଯେତେ ଯାହା କଲେ ମଧ୍ୟ ଅନେକ ଅମାନିଆ ହେଉଛନ୍ତି। ନିକଟରେ ଉତ୍ତର ପ୍ରଦେଶରେ ଅତିଥିରେ ରଥଯାତ୍ରା ନେଇ କଡ଼ା ଆଭିମୁଖ୍ୟ ରଖିଛି ଶ୍ରୀମନ୍ଦିର ପ୍ରଶାସନ। ହାପୁର ଜିଲ୍ଲାର ଭଗବାନ ଶ୍ରୀଜଗନ୍ନାଥ ରଥଯାତ୍ରା ସେବା ସମିତି ପକ୍ଷରୁ ଗତ ୧୩ ତାରିଖରେ ନେତ୍ରୋତ୍ସବ ଓ ୧୪ ତାରିଖରେ ରଥଯାତ୍ରା ପାଳନ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିବାରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହାର ଦୃଢ଼ ପ୍ରତିବାଦ କରାଯାଇଛି। 

ଆହୁରି ପଢ଼ନ୍ତୁ: ରାଉରକେଲାର ସିଲାକୁଟା ସଂରକ୍ଷିତ ଜଙ୍ଗଲରେ ମାଓବାଦୀଙ୍କ ଅସ୍ତ୍ରଶସ୍ତ୍ର ଭଣ୍ଡାର ଠାବ: ବିପୁଳ ପରିମାଣର ବିସ୍ଫୋରକ ଜବତ

ଏହି ପରିପ୍ରେକ୍ଷୀରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ହାପୁର ଜିଲ୍ଲାର ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କୁ ସୋମବାର ପତ୍ର ଲେଖିଛନ୍ତି। ସମ୍ପୃକ୍ତ ରଥଯାତ୍ରା ସେବା ସମିତିଙ୍କୁ ପାରମ୍ପରିକ ତିଥି ବ୍ୟତିରେକ ଅତିଥିରେ ଏହି ଉତ୍ସବ ପାଳନରୁ ନିବୃତ ରହିବାକୁ ଉଚିତ୍‌ ବ୍ୟବସ୍ଥା ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି।   ମୁଖ୍ୟ ପ୍ରଶାସକ ତାଙ୍କ ପତ୍ରରେ ହାପୁର ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ ଦୃଷ୍ଟି ଆକର୍ଷଣ କରି କହିଛନ୍ତି ଯେ, ଅତିଥିରେ ପାଳନ କରାଯାଉଥିବା ରଥଯାତ୍ରାକୁ ବିରୋଧ କରି ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପରିଚାଳନା କମିଟି ସଂକଳ୍ପ ଗ୍ରହଣ କରିଛନ୍ତି। ଚଳିତ ବର୍ଷ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନେତ୍ରୋତ୍ସବ ଓ ରଥଯାତ୍ରା, ପାରମ୍ପରିକ ତଥା ଶାସ୍ତ୍ରାନୁମୋଦିତ ବିଧି ଅନୁସାରେ ଯଥାକ୍ରମେ ଜୁଲାଇ ୧୪ ଓ ୧୬ ତାରିଖରେ ଅନୁଷ୍ଠିତ ହେବ। ଏହିଦିନ ଭିନ୍ନ ଅନ୍ୟ କୌଣସି ଦିନ ନେତ୍ରୋତ୍ସବ ଓ ରଥଯାତ୍ରା ପାଳନ କଲେ ଦେଶ ବିଦେଶର ଅଗଣିତ ଭକ୍ତମାନଙ୍କର ଧାର୍ମିକ ଭାବନାରେ ଆଘାତ ସୃଷ୍ଟି କରିବ ବୋଲି ମୁଖ୍ୟ ପ୍ରଶାସକ ପତ୍ରରେ ଉଲ୍ଲେଖ କରିଛନ୍ତି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ୟୁପି ପୋଲିସର ଛାପା; ଦୋନମ୍ବରି କାମରେ ଲିପ୍ତ ଥିବା ଗାଡି ମାଲିକଙ୍କୁ ଖୋଜିବା ପାଇଁ ଧଉଳି ଅଞ୍ଚଳରେ ଚଢ଼ାଉ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର