ଦିଲ୍ଲୀରେ ୨୧ ବର୍ଷୀୟା ମଡେଲଙ୍କୁ ଘରେ ପଶି ନିର୍ମମ ହତ୍ୟା; ଜିମ୍ ଟ୍ରେନର ଫେରାର, ପରିବାରର ସାଂଘାତିକ ଅଭିଯୋଗ

Suryakanta Picture
Published On

ପଶ୍ଚିମ ଦିଲ୍ଲୀର ତିଲକ ନଗର ଅଞ୍ଚଳରେ ଏକ ଅଭାବନୀୟ ତଥା ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ବୁଧବାର ସନ୍ଧ୍ୟାରେ ଜଣେ ୨୧ ବର୍ଷୀୟା ଯୁବତୀଙ୍କୁ ତାଙ୍କ ଭଡ଼ା ଘରେ ପଶି ଅତି ନିର୍ମମ ଭାବେ ଛୁରାମାଡ଼ କରି ହତ୍ୟା କରାଯାଇଛି। ମୃତ ଯୁବତୀ ଜଣକ ହେଉଛନ୍ତି ମୁସ୍କାନ, ଯିଏକି ଜଣେ ଛାତ୍ରୀ ହେବା ସହ ପାର୍ଟ-ଟାଇମ୍ ମଡେଲିଂ ମଧ୍ୟ କରୁଥିଲେ। ଘରେ ଏକୁଟିଆ ଥିବା ସମୟରେ ଅଭିଯୁକ୍ତ ଜଣକ ତାଙ୍କ ଉପରେ ଏହି ବର୍ବର ଆକ୍ରମଣ କରିଥିଲା।

ଆହୁରି ପଢ଼ନ୍ତୁ: ମୋବାଇଲରେ 'ରିଲ୍ସ' ଦେଖିବାକୁ କେନ୍ଦ୍ର କରି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

ପରିବାରର ସଙ୍ଗୀନ ଅଭିଯୋଗ: ଜିମ୍ ଟ୍ରେନର ଦାୟୀ

ମୃତ ଯୁବତୀଙ୍କ ପରିବାର ଲୋକେ ଏହି ହତ୍ୟାକାଣ୍ଡ ପାଇଁ ମୁସ୍କାନଙ୍କ ଜିମ୍ ଟ୍ରେନର ଇମ୍ରାନ ଉପରେ ସିଧାସଳଖ ଅଭିଯୋଗ ଆଣିଛନ୍ତି। ପରିବାର ଏବଂ ସମ୍ପର୍କୀୟଙ୍କ କହିବା ଅନୁଯାୟୀ, ଗତ ପ୍ରାୟ ଦେଢ଼ ବର୍ଷ ଧରି ଇମ୍ରାନ ମୁସ୍କାନଙ୍କୁ ହଇରାଣ କରିବା ସହ ତାଙ୍କ ପିଛା କରୁଥିଲା। ମୁସ୍କାନ ତାଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବାରୁ ଏଭଳି ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ଘଟଣା ଦିନ ଇମ୍ରାନ ମୁସ୍କାନଙ୍କ ଦ୍ୱିତୀୟ ମହଲାରେ ଥିବା ଘରେ ପଶି ତାଙ୍କ ପେଟ ଏବଂ ଶରୀରର ଅନ୍ୟ ଅଂଶକୁ ଏକାଧିକ ଥର ଛୁଆମାଡ଼ କରି ଫେରାର ହୋଇଯାଇଥିଲା।

ଆହୁରି ପଢ଼ନ୍ତୁ: ଚାକିରି ବାହାନାରେ ଡାକି ଯୁବତୀଙ୍କୁ ଦୁଷ୍କର୍ମ, ପୁଲିସର ଚଢ଼ଉ; ପ୍ରେମୀ ଯୁଗଳଙ୍କ ସହ ୩ ଅଟକ

ଚିତ୍କାର ଶୁଣି ଦୌଡ଼ି ଆସିଲେ ପଡୋଶୀ

ଘଟଣା ସମୟରେ ମୁସ୍କାନଙ୍କ ଆର୍ତ୍ତଚିତ୍କାର ଶୁଣି ପଡୋଶୀମାନେ ତାଙ୍କ ଘରକୁ ଦୌଡ଼ି ଯାଇଥିଲେ। ସେଠାରେ ସେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖି ତୁରନ୍ତ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ। ତେବେ ଡାକ୍ତରଖାନାରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୁସ୍କାନଙ୍କର ଜଣେ ବନ୍ଧୁ କହିଛନ୍ତି ଯେ, ତାଙ୍କ ଭଉଣୀ ଫୋନ୍ କରି ଘଟଣା ସମ୍ପର୍କରେ ଜଣାଇବା ପରେ ସେ ଡାକ୍ତରଖାନାରେ ପହଞ୍ଚିଥିଲେ, କିନ୍ତୁ ସେତେବେଳକୁ ସବୁକିଛି ସରିଯାଇଥିଲା।

ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି ପୋଲିସ

ଏହି ଘଟଣା ସମ୍ପର୍କରେ ଅତିରିକ୍ତ ଡିସିପି ଅଭିଷେକ ଗୁପ୍ତା କହିଛନ୍ତି ଯେ, ପୋଲିସ ହତ୍ୟାକାରୀକୁ ଧରିବା ପାଇଁ ବିଭିନ୍ନ ଟିମ୍ ଗଠନ କରିଛି। ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ୍ ଗୁଡ଼ିକୁ ଯାଞ୍ଚ କରାଯିବା ସହ ମୃତ ଯୁବତୀଙ୍କ ଫୋନ୍ ରେକର୍ଡ ମଧ୍ୟ ଖୋଳତାଡ଼ କରାଯାଉଛି। ବର୍ତ୍ତମାନ ମୁଖ୍ୟ ଅଭିଯୁକ୍ତ ଇମ୍ରାନ ଫେରାର ଥିବା ବେଳେ ତାକୁ ଖୋଜି ବାହାର କରିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଏବଂ ସେ କାମ କରୁଥିବା ଜିମ୍ ତଥା ତାଙ୍କ ବନ୍ଧୁମାନଙ୍କ ଘରେ ଚଢ଼ାଉ ଜାରି ରହିଛି। ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ବ୍ୟାପକ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp