ଭୟଙ୍କର ବନ୍ୟା ପ୍ରଭାବିତ ନେପାଳକୁ ଭାରତର ସହାୟତା: ପଠାଇଲା ୩୭.୫ ଟନ୍ ରିଲିଫ୍ ସାମଗ୍ରୀ ଥିବା ଦ୍ୱିତୀୟ ବିମାନ

Madhusudan Das Picture
Published On

ନୂଆଦିଲ୍ଲୀ: ଭୟଙ୍କର ବନ୍ୟା ଯୋଗୁଁ ଛଟପଟ ହେଉଥିବା ପଡ଼ୋଶୀ ଦେଶ ନେପାଳକୁ ସହାୟତାର ହାତ ବଢ଼ାଇଛି ଭାରତ। ଗୁରୁବାର ଦିନ ଭାରତ ପକ୍ଷରୁ ୩୭.୫ ଟନ୍ ମାନବିକ ସହାୟତା, ଔଷଧ ଏବଂ ଖାଦ୍ୟ ପ୍ୟାକେଟ୍ ନେଇ ଦ୍ୱିତୀୟ ବିମାନ ନେପାଳ ଗସ୍ତ କରିଛି। ଉଲ୍ଲେଖଯୋଗ୍ୟ ଯେ, ନେପାଳରେ ଆସିଥିବା ଏହି ଭୟଙ୍କର ବନ୍ୟା କାରଣରୁ ବର୍ତ୍ତମାନ ସୁଦ୍ଧା ୧୬୦ରୁ ଅଧିକ ଲୋକଙ୍କ ପ୍ରାଣହାନି ଘଟିଥିବା ବେଳେ ଶହ ଶହ ଲୋକ ନିଖୋଜ ଅଛନ୍ତି।

ଆହୁରି ପଢ଼ନ୍ତୁ: ଚୀନ୍‌କୁ ଭାରତର କଡ଼ା ଜବାବ: ଲାଦାଖ ଓ କାଶ୍ମୀର ଆମର ଅବିଚ୍ଛେଦ୍ୟ ଅଙ୍ଗ, ବଦଳିବନି ବାସ୍ତବତା

ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଏକ୍ସ (X)ରେ ଏକ ପୋଷ୍ଟ କରି ନେପାଳର ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟରେ ଭାରତର ପ୍ରତିଶ୍ରୁତିକୁ ଦୋହରାଇଛନ୍ତି। ସେ କହିଛନ୍ତି ଯେ ନେପାଳ ଅଧିକାରୀଙ୍କ ସହ ଭାରତ ଘନିଷ୍ଠ ଏବଂ ନିରନ୍ତର ଯୋଗାଯୋଗରେ ଅଛି ଏବଂ ଆମେ ଚାଲିଥିବା ରିଲିଫ୍ ପ୍ରୟାସକୁ ଦୃଢ଼ ସମର୍ଥନ ଜଣାଇବୁ। ଅନ୍ୟପକ୍ଷରେ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ମଧ୍ୟ କହିଛନ୍ତି ଯେ ଭାରତ ସମସ୍ତ ପ୍ରକାରର ସମ୍ଭାବ୍ୟ ସହାୟତା ପ୍ରଦାନ କରିବାକୁ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ।

ଆହୁରି ପଢ଼ନ୍ତୁ: ଅପହରଣ ଗୁଜବ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀକାଳୀନ ଅବତରଣ, ସମସ୍ତ ଯାତ୍ରୀ ସୁରକ୍ଷିତ

ବୁଧବାର ଦିନ ଭାରତ ପକ୍ଷରୁ ୧୦ ଟନ୍ର ପ୍ରଥମ ରିଲିଫ୍ ସାମଗ୍ରୀ ପଠାଯାଇଥିଲା। ଏହାପରେ ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ସହାୟତା ପ୍ରଦାନ କରାଯାଇଛି। ନେପାଳରେ ଥିବା ଭାରତୀୟ ରାଷ୍ଟ୍ରଦୂତ ନବୀନ ଶ୍ରୀବାସ୍ତବ ଏହି ସାମଗ୍ରୀକୁ ନେପାଳର ସଂସ୍କୃତି, ପର୍ଯ୍ୟଟନ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଖଡ଼କ ରାଜ ପୌଡ଼େଲଙ୍କୁ ଆନୁଷ୍ଠାନିକ ଭାବେ ହସ୍ତାନ୍ତର କରିଛନ୍ତି। 'ପଡ଼ୋଶୀ ପ୍ରଥମ' ନୀତି ଅଧୀନରେ ନୂଆଦିଲ୍ଲୀ ଜରୁରୀକାଳୀନ ପରିସ୍ଥିତିରେ ଏହି ପଦକ୍ଷେପ ନେଇଛି।

ଆହୁରି ପଢ଼ନ୍ତୁ: ଆମେରିକାରେ ଭାରତୀୟଙ୍କୁ ଝଟକା: ଟ୍ରମ୍ପ ପ୍ରଶାସନର ନୂଆ ନିୟମ, H-1B ଭିସା ଏବଂ ୱର୍କ ପରମିଟ୍ ନେଇ ବଢିଲା ଚିନ୍ତା

ସରକାରୀ ରିପୋର୍ଟ ଅନୁଯାୟୀ, ନେପାଳର ଭୋଟେ କୋଶି ନଦୀରେ ଆସିଥିବା ବନ୍ୟାରେ ଭାସିଯାଇଥିବା ୧୬୨ ଜଣ ବ୍ୟକ୍ତିଙ୍କ ମୃତଦେହ ଗୁରୁବାର ସକାଳ ସୁଦ୍ଧା ଉଦ୍ଧାର କରାଯାଇଛି। ରସୁୱା, ନୁୱାକୋଟ୍, ଧାଡିଙ୍ଗ, ଚିତୱାନ ଆଦି ବିଭିନ୍ନ ଜିଲ୍ଲାର ନଦୀକୂଳରୁ ଏହି ଶବଗୁଡ଼ିକୁ ଉଦ୍ଧାର କରାଯାଇଛି। ଭାରୀ ମୌସୁମୀ ବର୍ଷା କାରଣରୁ ନେପାଳରେ ଭିତ୍ତିଭୂମି, ଘର ଏବଂ କୃଷି ଜମିର ବ୍ୟାପକ କ୍ଷତି ହୋଇଛି ଏବଂ ହଜାର ହଜାର ପରିବାର ବାସହୀନ ହୋଇପଡିଛନ୍ତି। ଏବେ ମଧ୍ୟ ବିଭିନ୍ନ ପ୍ରଦେଶରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର