ଶ୍ରୀମନ୍ଦିରରେ ପବିତ୍ର ଗହ୍ମା ପୂର୍ଣ୍ଣିମା ଓ ଓ ପ୍ରଭୁ ବଳଭଦ୍ରଙ୍କ ଜନ୍ମୋତ୍ସବ: ବିଶ୍ୱର ସବୁଠାରୁ ବଡ଼ ରାକ୍ଷୀ ପିନ୍ଧିବେ ମହାପ୍ରଭୁ

Madhusudan Das Picture
Published On

ପୁରୀ: ପବିତ୍ର ଗହ୍ମାପୂର୍ଣ୍ଣମୀ ଓ ପ୍ରଭୁ ବଳଭଦ୍ରଙ୍କ ଜନ୍ମୋତ୍ସବ ଅବସରରେ ପୁରୀ ଶ୍ରୀମନ୍ଦିର ଚଳଚଞ୍ଚଳ ହୋଇଉଠିଛି। ଭାଇଭଉଣୀର ଅତୁଟ ପ୍ରେମର ପ୍ରତୀକ ଭାବେ ଆଜି ମହାପ୍ରଭୁ ଜଗନ୍ନାଥ ଏବଂ ବଡ଼ଭାଇ ବଳଭଦ୍ର ବିଶ୍ୱର ସବୁଠାରୁ ବଡ଼ ରାକ୍ଷୀ ପରିଧାନ କରିବେ।

ଆହୁରି ପଢ଼ନ୍ତୁ: ମରିଗଲା ମଣିଷ ପଣିଆ: ସାମାନ୍ୟ କଥାକୁ ନେଇ ମାନସିକ ବିକାରଗ୍ରସ୍ତଙ୍କୁ ଗୋଡ଼ହାତ ବାନ୍ଧି ପିଟିଲେ ଦୁର୍ବୃତ୍ତ

ଶ୍ରୀମନ୍ଦିରରେ ଦାରୁବ୍ରହ୍ମ ରୂପରେ ପୂଜା ପାଉଥିଲେ ମଧ୍ୟ ସାଧାରଣ ମଣିଷ ପରି ମହାପ୍ରଭୁ ସମସ୍ତ ପର୍ବପର୍ବାଣୀ ଏବଂ ରୀତିନୀତି ପାଳନ କରିଥାନ୍ତି। ଆଜିର ଦିନରେ ଭଉଣୀ ଦେବୀ ସୁଭଦ୍ରା ତାଙ୍କର ଦୁଇ ଭାଇଙ୍କ ହାତରେ ସ୍ନେହ ଓ ସୁରକ୍ଷାର ପ୍ରତୀକ ସ୍ୱରୂପ ରାକ୍ଷୀ ବାନ୍ଧିଥାନ୍ତି। ଏହି ରାକ୍ଷୀ ପ୍ରସ୍ତୁତ କରିବାର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପାଟରା ବିଶୋୟୀ ସେବକମାନଙ୍କ ଉପରେ ନ୍ୟସ୍ତ ଥାଏ। ସେମାନେ ମୋଟ ୪ଟି ସ୍ୱତନ୍ତ୍ର ରାକ୍ଷୀ ପ୍ରସ୍ତୁତ କରିଥାନ୍ତି। ମହାପ୍ରଭୁ ଜଗନ୍ନାଥଙ୍କ ରାକ୍ଷୀ ନାଲି ଓ ହଳଦିଆ ସୂତାରେ ତିଆରି ହୋଇଥିବା ବେଳେ ପ୍ରଭୁ ବଳଭଦ୍ରଙ୍କ ରାକ୍ଷୀ ନୀଳ ଓ ବାଇଗଣୀ ରଙ୍ଗର ହୋଇଥାଏ।

ଆହୁରି ପଢ଼ନ୍ତୁ: ସାଧାରଣ ସେବା ପ୍ରଦାନରେ ବିଳମ୍ବ ହେଲେ ଅଫିସରଙ୍କୁ ଲାଗିବ ଜରିମାନା: ସରକାର ଲାଗୁ କଲେ ‘ଅଟୋ-ଅପିଲ୍ ସିଷ୍ଟମ୍’

ପୌରାଣିକ ମତ ଅନୁଯାୟୀ, ଗହ୍ମା ପୂର୍ଣ୍ଣିମା ତିଥିରେ ଶ୍ରାବଣ ନକ୍ଷତ୍ରର ମକର ଲଗ୍ନରେ ପ୍ରଭୁ ବଳରାମ ଜନ୍ମଗ୍ରହଣ କରିଥିଲେ। ତେଣୁ ତାଙ୍କୁ କୃଷିର ଦେବତା ଏବଂ କ୍ଷେତ୍ରର ରକ୍ଷକ ଭାବରେ ବିବେଚନା କରାଯାଏ। 'ଗହ୍ମା' ଶବ୍ଦଟି 'ଗୋ-ମାତା'ରୁ ଆସିଥିବା ବିଶ୍ୱାସ କରାଯାଏ, ଯାହା ଗୋରୁମାନଙ୍କ ସହିତ ପ୍ରଭୁ ବଳରାମଙ୍କ ପବିତ୍ର ସମ୍ପର୍କକୁ ଦର୍ଶାଏ। ଏହି କୃଷି ପରମ୍ପରାକୁ ବଜାୟ ରଖି ଓଡ଼ିଶାର ଚାଷୀ ପରିବାରଗୁଡ଼ିକ ଆଜିର ଦିନରେ ନିଜ ନିଜ ଲଙ୍ଗଳକୁ ପୂଜା କରିଥାନ୍ତି। ଗୋରୁମାନଙ୍କ ଶିଙ୍ଗରେ ରାକ୍ଷୀ ବାନ୍ଧିବା ସହ ବେକରେ ଫୁଲମାଳ ପିନ୍ଧାଇ ସେମାନଙ୍କୁ ବିଭିନ୍ନ ପ୍ରକାରର ପିଠା ଓ ମିଷ୍ଟାନ୍ନ ଖାଇବାକୁ ଦିଆଯାଏ।

ଆହୁରି ପଢ଼ନ୍ତୁ: ଏସ୍‌କେ ନିଜାମୁଦ୍ଦିନ ବିଜେଡି ସଂଖ୍ୟାଲଘୁ ସେଲ୍‌ ଅଧ୍ୟକ୍ଷ, ୩୦ ଜିଲ୍ଲାରେ ସଭାପତି ଓ କାର୍ଯ୍ୟକାରୀ ସଭାପତି ନିଯୁକ୍ତ

ଏହି ଦିନ ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କ ଜନ୍ମୋତ୍ସବ ମହାସମାରୋହରେ ପାଳନ କରାଯାଏ। ରତ୍ନବେଦୀରେ ବିରାଜମାନ ଥିବା ୬ଟି ବିଗ୍ରହ- ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ସୁଦର୍ଶନ, ଭୂଦେବୀ ଏବଂ ଶ୍ରୀଦେବୀ ସ୍ୱର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହୁଅନ୍ତି। ସୁଧ ସୁଆର, ପୂଜାପଣ୍ଡା, ପତି ମହାପାତ୍ର ଏବଂ ମୁଦିରସ୍ତ ସେବକମାନେ ପୂଜା ପାଇଁ ବ୍ୟାପକ ପ୍ରସ୍ତୁତି କରିଥାନ୍ତି। ଝୁଲଣ ରୀତିନୀତି ପାଇଁ ତିନି ଠାକୁରଙ୍କ ପ୍ରତିନିଧି ଦେବତା ଶ୍ରୀଦେବୀ, ଭୂଦେବୀ ଏବଂ ମଦନ ମୋହନଙ୍କୁ ଆଜ୍ଞାମାଳ ଅର୍ପଣ କରାଯାଏ। ଏହାପରେ ପ୍ରଭୁ ସୁଦର୍ଶନ ରତ୍ନସିଂହାସନରୁ ଓହ୍ଲାଇ ସୁନାମାଳି ଓ ହରିଡ଼ା ମାଳିରେ ସଜ୍ଜିତ ଚଉଦୋଳରେ ବସି ମାର୍କଣ୍ଡେୟ ପୁଷ୍କରିଣୀ ଅଭିମୁଖେ ଯାତ୍ରା କରିଥାନ୍ତି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର