ଗିନିଜ ବୁକ୍ ଅଫ୍ ୱାର୍ଲଡ୍ ରେକର୍ଡ ନିଶା, ଗୋଟିଏ ଆଙ୍ଗୁଠିରେ ୩ ଘଣ୍ଟା ହକି ଷ୍ଟିକ ବାଲାନ୍ସ

The Sakala Picture
Published On

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ୍ ଜାମୁଟଝୁଲା ଗାଁର ରାଜ ଗୋପାଳ ଭୋଇ ବିଶ୍ବରେ ସବୁଠାରୁ ବେଶୀ ସମୟ ଗୋଟିଏ ଆଙ୍ଗୁଠିରେ ୩ ଘଣ୍ଟା ୩୫ ମିନିଟ୍ ହକି ଷ୍ଟିକ ବାଲାନ୍ସ କରି ଗିନିଜ୍ ୱାର୍ଲଡ୍ ରେକର୍ଡ ପାଇଁ ପ୍ରୟାସ କରିଛନ୍ତି। ଗୁରୁବାର ସ୍ଥାନୀୟ ହରିଭବନ ଠାରେ ସେ ଏହା ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଗିନିଜ୍ ୱାର୍ଲଡ୍ ରେକର୍ଡ ଗାଇଡ୍‌ଲାଇନ ଅନୁସାରେ ଟାଇମ କିପର ଭାବରେ ବୈଷ୍ଣବ କବାଟ ଏବଂ ଅର୍ଜୁନ ଜାନୀ, ସାକ୍ଷୀ ପ୍ରମାଣ […]

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ୍ ଜାମୁଟଝୁଲା ଗାଁର ରାଜ ଗୋପାଳ ଭୋଇ ବିଶ୍ବରେ ସବୁଠାରୁ ବେଶୀ ସମୟ ଗୋଟିଏ ଆଙ୍ଗୁଠିରେ ୩ ଘଣ୍ଟା ୩୫ ମିନିଟ୍ ହକି ଷ୍ଟିକ ବାଲାନ୍ସ କରି ଗିନିଜ୍ ୱାର୍ଲଡ୍ ରେକର୍ଡ ପାଇଁ ପ୍ରୟାସ କରିଛନ୍ତି। ଗୁରୁବାର ସ୍ଥାନୀୟ ହରିଭବନ ଠାରେ ସେ ଏହା ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଗିନିଜ୍ ୱାର୍ଲଡ୍ ରେକର୍ଡ ଗାଇଡ୍‌ଲାଇନ ଅନୁସାରେ ଟାଇମ କିପର ଭାବରେ ବୈଷ୍ଣବ କବାଟ ଏବଂ ଅର୍ଜୁନ ଜାନୀ, ସାକ୍ଷୀ ପ୍ରମାଣ ପାଇଁ ଘନ ସତନାମୀ ଏବଂ ଦୋଳ ନେତ୍ର ମାଝି ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ସତ୍ୟପୀର ପଧାନ ପରିଚାଳନା କରିଥିଲେ। ରାଜଗୋପାଳ କହିଛନ୍ତି, ସତ୍ୟପୀରଙ୍କର ଦ୍ବିତୀୟ ଗିନିଜ ୱାର୍ଲଡ୍ ରେକର୍ଡ ଦେଖି ତାଙ୍କଠୁ ଅନୁପ୍ରେରିତ ହୋଇ ମୋ ମନରେ ରେକର୍ଡ କରିବା ପାଇଁ ଇଛା ହୋଇଥିଲା । ତାପରେ ହକି ଷ୍ଟିକ ବାଲାନ୍ସରେ ରେକର୍ଡ କରିବି ବୋଲି ସ୍ଥିର କଲି। ଦେଢ଼ ବର୍ଷ ହେଲା ମୁଁ ଅଭ୍ୟାସ କରି ଆସୁଛି ବୋଲି କହିଛନ୍ତି । ପୂର୍ବରୁ କର୍ଣ୍ଣାଟକ ରାଜ୍ୟର ହିମାଂଶୁ ଗୁପ୍ତାଙ୍କ ନାମରେ ଏହି ରେକର୍ଡ ରହିଥିଲା। ସେ ୨ ଘଣ୍ଟା ୨୨ ମିନିଟ ୨୨ ସେକଣ୍ଡ ବାଲାନ୍ସ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀର ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ବଢ଼ାଇ, କଣ୍ଟାବାଞ୍ଜି ଥାନା ଅଧିକାରୀ ସତ୍ୟଜିତ କଣ୍ଡେଲକର , ବରିଷ୍ଠ କ୍ରୀଡ଼ାବିତ ବିଜୟ ବଂଶଲ, ସନ୍ତୋଷ ଅଗ୍ରୱାଲ, ଅଚ୍ୟୁତ ସାହୁ, କେଦାର କବାଟ, ନିଲକମାଲ ସାହୁ, ଶୁଭେନ୍ଦ୍ର ମହାନ୍ତି, ସତ୍ୟବ୍ରତ ମିଶ୍ର, ଚିନ୍ମୟ ଯୋଶୀ, ଅଶୋକ ଦାସ ପ୍ରମୁଖ ଉପସ୍ଥିତ ରହି ବଲାଙ୍ଗୀର ଜିଲ୍ଲା ପାଇଁ ଗୌରବ ଆଣି ଥିବାରୁ ଶୁଭେଚ୍ଛା ଜଣାଇଥିଲେ।

ଆହୁରି ପଢ଼ନ୍ତୁ: ବରଗଡ଼ ପୁରୁଣା ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ, ଅଭିଯୁକ୍ତ ଅଟକ

13 Aug 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର