ଆଜିଠୁ ଶ୍ରୀମନ୍ଦିରରେ ଫଗୁ ଦଶମୀ, ରତ୍ନସିଂହାସନରେ ମନୋରମ ଚାଚେରୀ ବେଶରେ ଭକ୍ତକୁ ଦର୍ଶନ ଦେବେ ମହାପ୍ରଭୁ

Madhusudan Das Picture
Published On

ପୁରୀ: ମହାପ୍ରଭୁଙ୍କ ବିଭିନ୍ନ ବେଶ ମଧ୍ୟରେ ଚାଚେରୀ ବେଶ ଅନ୍ୟତମ। ଫଗୁ ଦଶମୀଠାରୁ ରତ୍ନସିଂହାସନରେ ଦାରୁ ବିଗ୍ରହମାନଙ୍କର ମନୋରମ ଚାଚେରୀ ବେଶ ଅନୁଷ୍ଠିତ ହୋଇଥାଏ। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ସ୍ୱତନ୍ତ୍ର ଭାବେ ଏହି ବେଶ କରାଯାଏ। ଫାଲ୍‌ଗୁନ ମାସ ଶୁକ୍ଳପକ୍ଷ ଦଶମୀଠାରୁ ତ୍ରୟୋଦଶୀ ପର୍ଯ୍ୟନ୍ତ ୪ ଦିନ ଧରି ପ୍ରତିଦିନ ମଧ୍ୟାହ୍ନ ଧୂପ ପରେ ଏହି ଚାଚେରୀ ବେଶ ହୋଇଥାଏ। ଗୁରୁବାର ଦଶମୀଠାରୁ ମହାପ୍ରଭୁଙ୍କ ଏହି ବେଶ ଅନୁଷ୍ଠିତ ହେବ। ଏହି ବେଶ ଆନନ୍ଦ ଉଲ୍ଲାସମୟ ଦୋଳ ଉତ୍ସବକାଳୀନ ବିଶେଷ ବେଶ ଅଟେ। ଗୁରୁବାର ମଧ୍ୟାହ୍ନ ଧୂପ ସରିବା ପରେ ତିନି ବାଡ଼ରେ ମଇଲମ କରାଯାଇ ଠାକୁରମାନଙ୍କୁ ବୋଇରାଣୀ ମାଧାବଳୀ ନୂତନ ପାଟବସ୍ତ୍ର ଲାଗି କରାଯିବ। ପରେ ସେବାୟତମାନେ ଶ୍ରୀବିଗ୍ରହମାନଙ୍କୁ ଚାଚେରୀ ବେଶରେ ସୁସଜ୍ଜିତ କରାଇବେ। ସାଧାରଣତଃ ଚାଚେରୀ ବେଶରେ ଠାକୁରମାନେ ଲାଲ୍‌ ବର୍ଣ୍ଣର ବସ୍ତ୍ର ପରିଧାନ କରିଥା’ନ୍ତି।

ଆହୁରି ପଢ଼ନ୍ତୁ: ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକ, ଓଡ଼ିଆ ସଙ୍ଗୀତ ଜଗତରେ ଶୋକର ଛାୟା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର