ହାଡ଼ଭଙ୍ଗା ଶୀତ ସାଙ୍ଗକୁ କଲବଲ କରୁଛି ଘନ କୁହୁଡ଼ି, ଅସ୍ତବ୍ୟସ୍ତ ଜନଜୀବନ

Madhusudan Das Picture
Published On

ଭୁବନେଶ୍ୱର: ଖସୁଛି ତାପମାତ୍ରା, ଥରୁଛି ଓଡ଼ିଶା । ରାଜ୍ୟକୁ ପୁଣି ଫେରିଛି ଶୀତ । ହାଡ଼ଭଙ୍ଗା ଶୀତ ସାଙ୍ଗକୁ କଲବଲ କରୁଛି ଘନ କୁହୁଡ଼ି । ଶୀତ ସାଙ୍ଗକୁ କୋହଲା ପବନ ଆଉ ତା ସାଙ୍ଗକୁ କୁହୁଡ଼ି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ପ୍ରାୟ ଦିନ ୧୧ଟା ଯାଏଁ କୁହୁଡ଼ି ଲାଗି ରହୁଛି । ତେଣୁ ଚାଷ କାମ ସହ ଯାତାୟତ ଏବଂ ସକାଳୁ ଅଫିସ ଯାଉଥିବା ଲୋକଙ୍କ ପାଇଁ ବି ସମସ୍ୟା ସୃଷ୍ଟି ହେଉଛି । ଘନ କୁହୁଡ଼ି କାରଣରୁ ଦୃଶ୍ୟମାନ କମିଯିବାରୁ ରାସ୍ତାଘାଟ ଠିକରେ ଦେଖାଯାଉନି । ଯାହା ଫଳରେ ଦୁର୍ଘଟଣା ସଂଖ୍ୟା ବି ବଢ଼ିବାରେ ଲାଗିଛି । ଆଗାମୀ ୪ଦିନ ଯାଏ ରହିବ ଶୀତ ପ୍ରଭାବ ।  ରାତି ତାପମାତ୍ରାରେ ୨-୪ ଡ୍ରିଗ୍ରୀ କମିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଯାହା ଫଳରେ ରାଜ୍ୟରେ ଶୀତ ଆହୁରି ବଢ଼ିବ ।  ଅଭ୍ୟାନ୍ତରୀଣ ଓଡ଼ିଶା ସହିତ ଦକ୍ଷିଣ ଓଡ଼ିଶାରେ ରହିବ ଶୀତ ପ୍ରକୋପ ।

ଆହୁରି ପଢ଼ନ୍ତୁ: ଓଡ଼ିଶାର ପ୍ରତି ଚାଷୀ ପରିବାର ଉପରେ ୩୨,୭୨୧ଟଙ୍କା ଋଣ: କେନ୍ଦ୍ର

ଓଡ଼ିଶାର ସର୍ବନିମ୍ନ ତାପମାତ୍ରା କନ୍ଧମାଳ ଜିଲ୍ଲା ରହିଥିବା ବେଳେ ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି । ଜିଲ୍ଲାର ସମସ୍ତ ସହର ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ରେ ବିଗତ ଏକ ମାସ ହେବ ୧୦ ଡିଗ୍ରୀ ତଳେ ତାପମାତ୍ରା ରହୁଥିବା ବେଳେ ଶୀତ ସାଙ୍ଗକୁ ଘନ କୁହୁଡି ଜାରି ରହିଛି। ଦାରିଙ୍ଗବାଡ଼ିଠାରେ ୮.୫ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଝାରସୁଗୁଡ଼ାରେ ୮.୮ ଡିଗ୍ରି, ରାଉରକେଲାରେ ୯ ଡିଗ୍ରି ରେକର୍ଡ କରାଯାଇଛି । ସେହିପରି କିରେଇରେ ୯.୮ ଡିଗ୍ରି, ଫୁଲବାଣୀରେ ୧୦ ଡିଗ୍ରି ଓ ଚିପିଲିମାରେ ୧୦.୨ ଡିଗ୍ରି ଲେଖାଏଁ ରାତି ତାପମାତ୍ରା ରେକର୍ଡ ହୋଇଛି । ରାଜଧାନୀ ଭୁବନେଶ୍ବରରେ ୧୬.୯ ଡିଗ୍ରି ରେକର୍ଡ ହୋଇଛି । ବୌଦ୍ଧରେ ଅତି ଘନ କୁହୁଡ଼ି ଦେଖିବାକୁ ମିଳିଥିବା ବେଳେ ବଲାଙ୍ଗୀର, କୋରାପୁଟ ଓ ଫୁଲବାଣୀରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । 

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉ ନାହିଁ ଏଫସିଆଇ: ସମସ୍ୟାର ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର