ପୋଲିସ SI ଚାକିରି ସ୍କାମ ଘଟଣା: ଆଉ ୪ ଗିରଫ, ୭ ଲକ୍ଷ ଟଙ୍କା ଜବତ

Madhusudan Das Picture
Published On

ଭୁବନେଶ୍ୱର: ପୋଲିସ ଏସ.ଆଇ ପରୀକ୍ଷାରେ ହୋଇଥିବା କେଳେଙ୍କାରୀରେ ଆଉ ଚାରି ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ସେମାନେ ହେଉଛନ୍ତି ମୁନା ମହାନ୍ତି, ଶ୍ରୀକାନ୍ତ ମହାରଣା, ସୌମ୍ୟା ପ୍ରିୟଦର୍ଶିନୀ ସାମଲ ଓ ଅଭିମନ୍ୟୁ ଦୋରା। ସେମାନଙ୍କ ନିକଟରୁ ଗୋଟିଏ ସ୍କର୍ପିଓ, ଦୁଇଟି ହାଇୱା ଓ ୭ ଲକ୍ଷ ଟଙ୍କା ଜବତ ହୋଇଛି। ଏହି ଚାରି ଜଣଙ୍କୁ ମିଶାଇ ଗିରଫଦାରୀ ସଂଖ୍ୟା ୧୨୧ରେ ପହଂଚିଛି। କ୍ରାଇମବ୍ରାଞ୍ଚ ଡିଜି କହିଛନ୍ତି ଏବେ ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟି ଫେରାର ହେବା ସହ ବରମ୍ବାର ଠିକଣା ପରିବର୍ତ୍ତନ କରୁଛି। ତାକୁ ଧରିବା ପାଇଁ ଏବେ ବିଭିନ୍ନ ରାଜ୍ୟରେ ଚଢାଉ ଜାରି ରହିଛି। ସମ୍ପୂର୍ଣ୍ଣ ତଦନ୍ତ ପ୍ରକ୍ରିୟାରେ ମୋଟ ୪୦ ଜଣ ଅଧିକାରୀ ସାମିଲ ଅଛନ୍ତି। ଜଣେ ଡିଆଇଜିଙ୍କ ସହିତ ଦୁଇ ଏସପି ଏହାକୁ ଅନୁଧ୍ୟାନ କରୁଛନ୍ତି। ଏହା ମଧ୍ୟରେ ମୁନା ଓ ଅରବିନ୍ଦକୁ ରିମାଣ୍ଡରେ ଆଣିବାକୁ କ୍ରାଇମବ୍ରାଞ୍ଚ ଯୋଜନା କରିଛି। 

ଆହୁରି ପଢ଼ନ୍ତୁ: ଇ-କମର୍ସ ପାର୍ସଲ ଜରିଆରେ କରୁଥିଲେ ଗଞ୍ଜେଇ କାରବାର, ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ୍ ଠାବ

ଅନ୍ୟପଟେ ବିଜୟୱାଡା ଭଳି ଦିଘାରେ ମଧ୍ୟ ପରୀକ୍ଷା ଦେବାକୁ ୧୧୦ ଜଣ ଆଶାୟୀ ଯାଇଥାନ୍ତେ। ଏହି ସିଣ୍ଡିକେଟ ବା କ୍ୟାମ୍ପ କଥା ଅରବିନ୍ଦ ଦାସ ବୁଝୁଥିଲା। ତେବେ ୨୯ ତାରିଖରେ ଆନ୍ଧ୍ରପ୍ରଦେଶକୁ ତିନୋଟି ବସରେ ଯାଉଥିବା ୧୧୪ ଜଣ ଆଶାୟୀ ଗିରଫ ହେବା ପରେ ଦିଘା ଆଶାୟୀ ଆତ୍ମଗୋପନ କରିବାକୁ ସୁଯୋଗ ପାଇଥିଲେ । ଏବେ ସେମାନଙ୍କ ବିଷୟରେ ତଦନ୍ତ ଚାଲିଛି । 

ଆହୁରି ପଢ଼ନ୍ତୁ: ବଦଳିବ ଦଶମ ପାଠ୍ୟକ୍ରମ: ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ହେବ ଗୋଟିଏ ବୋର୍ଡ

ଅନ୍ୟ ପକ୍ଷରେ ଡିଜି କହିଛନ୍ତି ଏବେ ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟି ତିନୋଟି ଠିକଣା ପରିବର୍ତ୍ତନ କରି ସାରିଲାଣି। ତାକୁ ଧରିବା ପାଇଁ ଓ ତଦନ୍ତ କୁ ଆହୁରି ଶାଣିତ କରିବାକୁ ଡିଆଇଜି ବି.ଗଙ୍ଗାଧର ଙ୍କ ନେତୃତ୍ବ ରେ ଛଅରୁ ସାତଟି ଟିମ ଗଠିତ ହୋଇ ୩୦ ରୁ ୪୦ ଅଧିକାରୀ ଲାଗିଛନ୍ତି। ଘଟଣାରେ ୧୧୦ଟି ମୋବାଇଲ ଜବତ ହୋଇଛି। ଏହାକୁ ପରୀକ୍ଷା ନିରୀକ୍ଷା ପାଇଁ ଫୋରେନସିକ ଲାବକୁ ପଠାଯାଇଛି। ମୁନା ମହାନ୍ତି ବ୍ୟବହାର କରୁଥିବା ଗୋଟିଏ ସ୍କର୍ପିଓ ସହ ଦୁଇଟି ଗାଡି ଜବତ କରିଛି କ୍ରାଇମବ୍ରାଞ୍ଚ। ସେପଟେ ସୌମ୍ୟା ପ୍ରିୟଦର୍ଶନୀ ଆଶାୟୀମାନଙ୍କୁ ପ୍ରଥମରୁ ଯୋଗାଯୋଗ କରି କେଳାଙ୍କାରୀରେ ଯୋଡିଥିବାରୁ ତାକୁ ପୋଲିସ ଗିରଫ କରିଛି। ଆଗକୁ ଏ ନେଇ ଗିରଫଦାରୀ ବଢିବ ବୋଲି କ୍ରାଇମବ୍ରାଞ୍ଚ ଡିଜି କହିଛନ୍ତି।

ଆହୁରି ପଢ଼ନ୍ତୁ: ଆକ୍ସନ ମୋଡ଼ରେ ଲିଙ୍ଗରାଜ ଥାନା ପୋଲିସ, ହତ୍ୟା ଅଭିଯୁକ୍ତର ଘରେ ଚାଲିଲା ବୁଲଡୋଜର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର