ପୁଅ ଭୁଲିଗଲା ମା’ର ମମତା, ମଦ ନିଶାରେ କଟୁରିରେ ହାଣି ମା’କୁ କଲା ହତ୍ୟା

The Sakala Picture
Published On

ବାଲେଶ୍ବର: ନିଶାସକ୍ତ ପୁଅର ଆକ୍ରମଣରେ ଚାଲିଗଲା ମା’ର ଜୀବନ। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଖଇରା ଥାନା ଅଧିନସ୍ଥ ମିରିପୁର ଖଇରା ଗ୍ରାମରେ। ନିଶାସକ୍ତ ଅବସ୍ଥାରେ ନିଜର ହିତାହିତ ଜ୍ଞାନ ଭୁଲି ନିଜ ମାକୁ କଟୁରିରେ ହାଣି ମାରିଦେଲା ପୁଅ। ସୂଚନାନୁସାରେ, ଗ୍ରାମର ରଘୁନାଥ ଶିଅଳଙ୍କ ସାନପୁଅ ଜଗବନ୍ଧୁ ବୁଧବାର ରାତିରେ ନିଶାସକ୍ତ ଅବସ୍ଥାରେ ଘରକୁ ଫେରି ମାଆଙ୍କ ସହ ଯୁକ୍ତିତର୍କ କରିଥିଲା। ଏହାକୁ ବିରୋଧ କରିବାରୁ ଜଗବନ୍ଧୁ ବାପା ଓ […]

ବାଲେଶ୍ବର: ନିଶାସକ୍ତ ପୁଅର ଆକ୍ରମଣରେ ଚାଲିଗଲା ମା’ର ଜୀବନ। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଖଇରା ଥାନା ଅଧିନସ୍ଥ ମିରିପୁର ଖଇରା ଗ୍ରାମରେ। ନିଶାସକ୍ତ ଅବସ୍ଥାରେ ନିଜର ହିତାହିତ ଜ୍ଞାନ ଭୁଲି ନିଜ ମାକୁ କଟୁରିରେ ହାଣି ମାରିଦେଲା ପୁଅ।

ଆହୁରି ପଢ଼ନ୍ତୁ: ସୁନା ଲୋଭରେ ସମ୍ପର୍କରେ ଲାଗିଲା ରକ୍ତର ଛିଟା, ପ୍ରେମିକ ସହ ମିଶି ମଉସାଙ୍କୁ ହତ୍ୟା କଲା ଝିଆରୀ

ସୂଚନାନୁସାରେ, ଗ୍ରାମର ରଘୁନାଥ ଶିଅଳଙ୍କ ସାନପୁଅ ଜଗବନ୍ଧୁ ବୁଧବାର ରାତିରେ ନିଶାସକ୍ତ ଅବସ୍ଥାରେ ଘରକୁ ଫେରି ମାଆଙ୍କ ସହ ଯୁକ୍ତିତର୍କ କରିଥିଲା। ଏହାକୁ ବିରୋଧ କରିବାରୁ ଜଗବନ୍ଧୁ ବାପା ଓ ଭଉଣୀଙ୍କୁ ମାରିବା ପାଇଁ ଗୋଡ଼ାଇଥଲେ। ଭଉଣୀ ଓ ତାଙ୍କ ବାପା ଭୟଭୀତ ହୋଇ ଘରୁ ବାହାରକୁ ପଳାଇଥିଲେ।

ଆହୁରି ପଢ଼ନ୍ତୁ: ଗୁଆହାଟୀରେ ଚାଞ୍ଚଲ୍ୟ: ସ୍ତ୍ରୀକୁ ନିର୍ମମ ହତ୍ୟା କରି ଫ୍ରିଜ୍‌ରେ କଟାମୁଣ୍ଡ ରଖିଲା ସ୍ୱାମୀ

ପରେ ଜଗବନ୍ଧୁ ଠେଙ୍ଗା ଓ କଟୁରୀରେ ନିଜ ମାଙ୍କୁ ଆକ୍ରମଣ କରିଥିଲେ ।  ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଏନେଇ ଥାନାରେ ମଧ୍ୟ ଏକ ଏତଲା ଦାୟର କରାଯାଇଛି। ସୂଚନା ପାଇ ଘଟଣାସ୍ଥଳରେ ଖଇରା ପୁଲିସ ପହଞ୍ଚି ଅଭିଯୁକ୍ତ ଜଗବନ୍ଧୁଙ୍କୁ ଗିରଫ କରିଛି।

ଆହୁରି ପଢ଼ନ୍ତୁ: ମୋବାଇଲରେ 'ରିଲ୍ସ' ଦେଖିବାକୁ କେନ୍ଦ୍ର କରି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର