ଜୁଡ଼ିଆ ଘାଟିରୁ ଖସିଲା ବିରାଟକାୟ ପଥର, ଅଳ୍ପକେ ବର୍ତ୍ତିଲେ ଟ୍ରକ ଡ୍ରାଇଭର

The Sakala Picture
Published On

କେନ୍ଦୁଝର: କେନ୍ଦୁଝର ଜିଲ୍ଲାଦେଇ ଯାଇଥିବା ୪୯ ନଂ ଜାତୀୟ ରାଜପଥର ଜୁଡ଼ିଆ ଘାଟିରୁ ଏକ ବିରାଟ ପଥର ଖସିପିଡ଼ିଥିବା ଜଣାପଡିଛି। ରାସ୍ତାରେ ଯାଉଥିବା ଏକ ଟ୍ରକରେ ପଥରଟି ପିଟି ହେବାରୁ ଟ୍ରକଟି ଦୁର୍ଘଟଣାଗସ୍ଥ ହୋଇ କ୍ଷତିଗ୍ରସ୍ତ ହୋଇଛି। ସୂଚନା ଅନୁସାରେ, ଶୁକ୍ରବାର ସନ୍ଧ୍ୟାରେ ସାନଘାଗରା ଜଳପ୍ରପାତ ନିକଟସ୍ଥ ଜୁଡ଼ିଆ ଘ।ଟିର ପାହାଡ଼ ଉପରୁ ଏକ ବିରାଟକାୟ ପଥର ହଟାତ ଖସିପିଡ଼ିଥିଲା।ଏତିକିବେଳେ ୪୯ ନଂ ଜାତୀୟ ରାଜପଥରେ କେନ୍ଦୁଝର ଆଡୁ କାଞ୍ଜିପାଣି ଆଡ଼କୁ ଏକ ଦଶଚକିଆ ଟ୍ରକ ଯାଉଥିଲା। […]

କେନ୍ଦୁଝର: କେନ୍ଦୁଝର ଜିଲ୍ଲାଦେଇ ଯାଇଥିବା ୪୯ ନଂ ଜାତୀୟ ରାଜପଥର ଜୁଡ଼ିଆ ଘାଟିରୁ ଏକ ବିରାଟ ପଥର ଖସିପିଡ଼ିଥିବା ଜଣାପଡିଛି। ରାସ୍ତାରେ ଯାଉଥିବା ଏକ ଟ୍ରକରେ ପଥରଟି ପିଟି ହେବାରୁ ଟ୍ରକଟି ଦୁର୍ଘଟଣାଗସ୍ଥ ହୋଇ କ୍ଷତିଗ୍ରସ୍ତ ହୋଇଛି। ସୂଚନା ଅନୁସାରେ, ଶୁକ୍ରବାର ସନ୍ଧ୍ୟାରେ ସାନଘାଗରା ଜଳପ୍ରପାତ ନିକଟସ୍ଥ ଜୁଡ଼ିଆ ଘ।ଟିର ପାହାଡ଼ ଉପରୁ ଏକ ବିରାଟକାୟ ପଥର ହଟାତ ଖସିପିଡ଼ିଥିଲା।ଏତିକିବେଳେ ୪୯ ନଂ ଜାତୀୟ ରାଜପଥରେ କେନ୍ଦୁଝର ଆଡୁ କାଞ୍ଜିପାଣି ଆଡ଼କୁ ଏକ ଦଶଚକିଆ ଟ୍ରକ ଯାଉଥିଲା। ପାହାଡ଼ରୁ ଖସିଥିବା ପଥରଟି ଟ୍ରକ ହେଲ୍ପର ସାଇଡ଼ରେ ଜୋରରେ ବାଡେଇ ହୋଇଥିଲା। ଫଳରେ ଟ୍ରକଟି ଡିଭାଇଡ଼ର ଆଡ଼କୁ ଟାଣି ହୋଇ ଦୁର୍ଘଟଣାଗସ୍ଥ ହେବା ସହିତ ବାମପଟ କ୍ଷତିଗ୍ରସ୍ତ ହୋଇଛି। ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମଝି ରାସ୍ତାରେ ପଥରଟି ପଡି ରହିବାରୁ ଗାଡି ମୋଟର ଚଳାଚଳ ପ୍ରଭାବିତ ହୋଇଛି। ବର୍ତ୍ତମାନ ଜାତୀୟ ରାଜପଥରେ ଚାରିଥାକିଆ ରାସ୍ତା କାମ ଚାଲୁ ରହିଛି। ତେଣୁ ଘାଟିଟିକୁ ପୂର୍ବ ଅପେକ୍ଷା ଅଧିକ କଟାଯିବା ସହିତ ପାହାଡ଼ ଝସିବାରୁ ସୁରକ୍ଷା ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା ହୋଇନି। ତେଣୁ ବର୍ଷାଦିନେ ଜୁଡ଼ିଆ ଘାଟିରୁ ପଥର ଖସି ଏଭଳି ଅଘଟଣ ଘଟିବାର ସମ୍ଭାବନାକୁ ଏଡାଇ ଦେଇ ହେଉନି। ଜାତୀୟ ରାଜପଥ କତ୍ତୃପକ୍ଷ ଏହାର ନିରାକରଣ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଦାବୀ ହେଉଛି।

ଆହୁରି ପଢ଼ନ୍ତୁ: ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକ, ଓଡ଼ିଆ ସଙ୍ଗୀତ ଜଗତରେ ଶୋକର ଛାୟା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର