ତେଲେଙ୍ଗାନା କେମିକାଲ୍ ଫ୍ୟାକଟ୍ରିରେ ବିସ୍ଫୋରଣ ଘଟଣା; ୪ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ଦୁଃଖ ପ୍ରକାଶ ନବୀନ ପଟ୍ଟନାୟକ…

The Sakala Picture
Published On

ଭୁବନେଶ୍ବର: ତେଲେଙ୍ଗାନାର ଏକ କେମିକାଲ୍ ଫ୍ୟାକଟ୍ରିରେ ଘଟିଥିବା ଅଘଟଣରେ ୪ ଜଣ ଓଡ଼ିଆ ପ୍ରାଣ ହରାଇଥିବା ବିଷୟରେ ଜାଣି ଦୁଃଖ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସମସ୍ତଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଆହତମାନଙ୍କର ଆଶୁଆରୋଗ୍ୟ କାମନା କରିଛି। ଏପରି ଦୁଃଖଦ ସମୟକୁ ସାମ୍ନା କରିବା ପାଇଁ ମହାପ୍ରଭୁ ପରିବାରବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଦିଅନ୍ତୁ ସେ ପ୍ରାର୍ଥାନା କରିଛନ୍ତି। ଖବର ଅନୁଯାୟୀ, ତେେଲଙ୍ଗାନାର ସଙ୍ଗାରେଡ୍ଡୀ ଜିଲ୍ଲାରେ ରାସାୟନିକ କାରଖାନାରେ ଗତକାଲି […]

ଭୁବନେଶ୍ବର: ତେଲେଙ୍ଗାନାର ଏକ କେମିକାଲ୍ ଫ୍ୟାକଟ୍ରିରେ ଘଟିଥିବା ଅଘଟଣରେ ୪ ଜଣ ଓଡ଼ିଆ ପ୍ରାଣ ହରାଇଥିବା ବିଷୟରେ ଜାଣି ଦୁଃଖ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସମସ୍ତଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଆହତମାନଙ୍କର ଆଶୁଆରୋଗ୍ୟ କାମନା କରିଛି। ଏପରି ଦୁଃଖଦ ସମୟକୁ ସାମ୍ନା କରିବା ପାଇଁ ମହାପ୍ରଭୁ ପରିବାରବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଦିଅନ୍ତୁ ସେ ପ୍ରାର୍ଥାନା କରିଛନ୍ତି।

ଆହୁରି ପଢ଼ନ୍ତୁ: ନବରଙ୍ଗପୁର ଚଚରାଗୁଡା ଗ୍ରାମରେ ଚାଞ୍ଚଲ୍ୟ: ଯୁବତୀଙ୍କୁ ଦୁଷ୍କର୍ମ ପରେ ତଣ୍ଟି ଚିପି ହତ୍ୟା ଅଭିଯୋଗ

ଖବର ଅନୁଯାୟୀ, ତେେଲଙ୍ଗାନାର ସଙ୍ଗାରେଡ୍ଡୀ ଜିଲ୍ଲାରେ ରାସାୟନିକ କାରଖାନାରେ ଗତକାଲି ହୋଇଥିବା ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୪୪କୁ ବୃଦ୍ଧିପାଇଛି। ଏହି ମୃତାହତ ଶ୍ରମିକମାନଙ୍କ ମଧ୍ୟରେ ଅଧିକାଂଶ ଓଡ଼ିଶା, ୟୁପି, ବିହାର ଓ ପଶ୍ଚିମବଙ୍ଗର ରହିଥିବା ଜଣାପଡ଼ିଛି। ବିସ୍ଫୋରଣରେ ତିନି ମହଲା କୋଠା ଭୁଶୁଡ଼ି ପଡ଼ିଥିବାରୁ ଏବେ ବି ଭଗ୍ନାବଶେଷ ତଳେ ଅନେକ ଶ୍ରମିକ ପୋତି ହୋଇରହିଛନ୍ତିି। ସେମାନଙ୍କୁ ଉଦ୍ଧାର କରିବା ଲାଗି ବଡ଼ ଧରଣର ଅଭିଯାନ ଆରମ୍ଭ ହୋଇଥିଲା। ଏହି ଉଦ୍ଧାର କାର୍ଯ୍ୟର ତଦାରଖ କରିବା ଲାଗି ଓଡ଼ିଶା ସରକାର ଦୁଇ ଜଣ ଅଧିକାରୀଙ୍କୁ ତେଲେଙ୍ଗାନା ପଠାଇଛନ୍ତି। ଏହି ଦୁଇ ଅଧିକାରୀ ହେଲେ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟର ପ୍ରୀତିଶ ପଣ୍ଡା ଏବଂ ଡ. ଚନ୍ଦ୍ରଶେଖର ସାହୁ। ଦୁର୍ଘଟଣା ସ୍ଥଳରେ ରହି ଉଦ୍ଧାର କାର୍ଯ୍ୟ ତଦାରଖ କରିବା ସହିତ ଓଡ଼ିଆ ଶ୍ରମିକଙ୍କ ପରିବାର ଓ ସଂପର୍କୀୟଙ୍କୁ ସବୁ ପ୍ରକାର ସହାୟତା ଯୋଗାଇଦେବା ଲାଗି ସେମାନଙ୍କୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

ଏବେ ବି ଭଗ୍ନାବଶେଷ ତଳେ ଅନେକ ମୃତାହତ ଶ୍ରମିକ ପୋତି ହୋଇ ରହିଛନ୍ତି। ଅନେକ ମୃତଦେହ ସଂପୂର୍ଣ୍ଣ ରୂପେ ପୋଡ଼ି ହୋଇଯାଇଥିବାରୁ ଚିହ୍ନଟ କରିବା ମୁସ୍କିଲ ହୋଇପଡ଼ିଛି। କେତେକ ମୃତଦେହ ଖଣ୍ଡ ଖଣ୍ଡ ହୋଇଯାଇଛି। ତେଣୁ ଏଥିରେ କେତେଜଣ ଓଡ଼ିଆ ଶ୍ରମିକ ରହିଛନ୍ତି, ତାହା ଜଣାପଡ଼ି ନହିଁ । ତେବେ ବର୍ତ୍ତମାନ ସୁଦ୍ଧା ୪ ଓଡ଼ଆ ଶ୍ରମିକଙ୍କ ମୃତଦେହ ଚିହ୍ନଟ ହୋଇଛି।

ଆହୁରି ପଢ଼ନ୍ତୁ: ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ: ମୟୂରଭଞ୍ଜରେ ୪୭,୬୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ହେବ ଶୁଭାରମ୍ଭ

ମୃତକଙ୍କ ପରିଜନଙ୍କୁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି। ସେହିପରି ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ଦେବାକୁ କୁହାଯାଇଛି। କାରଖାନାରେ ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, କେତେକ ଶ୍ରମିକ ୧୦୦ ମିଟର ଦୂରରେ ଯାଇ ଛିଟିକି ପଡ଼ିଥିଲେ।

02 Jul 2025 By The Sakala

ତେଲେଙ୍ଗାନା କେମିକାଲ୍ ଫ୍ୟାକଟ୍ରିରେ ବିସ୍ଫୋରଣ ଘଟଣା; ୪ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ଦୁଃଖ ପ୍ରକାଶ ନବୀନ ପଟ୍ଟନାୟକ…

ଭୁବନେଶ୍ବର: ତେଲେଙ୍ଗାନାର ଏକ କେମିକାଲ୍ ଫ୍ୟାକଟ୍ରିରେ ଘଟିଥିବା ଅଘଟଣରେ ୪ ଜଣ ଓଡ଼ିଆ ପ୍ରାଣ ହରାଇଥିବା ବିଷୟରେ ଜାଣି ଦୁଃଖ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସମସ୍ତଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଆହତମାନଙ୍କର ଆଶୁଆରୋଗ୍ୟ କାମନା କରିଛି। ଏପରି ଦୁଃଖଦ ସମୟକୁ ସାମ୍ନା କରିବା ପାଇଁ ମହାପ୍ରଭୁ ପରିବାରବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଦିଅନ୍ତୁ ସେ ପ୍ରାର୍ଥାନା କରିଛନ୍ତି।

ଖବର ଅନୁଯାୟୀ, ତେେଲଙ୍ଗାନାର ସଙ୍ଗାରେଡ୍ଡୀ ଜିଲ୍ଲାରେ ରାସାୟନିକ କାରଖାନାରେ ଗତକାଲି ହୋଇଥିବା ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୪୪କୁ ବୃଦ୍ଧିପାଇଛି। ଏହି ମୃତାହତ ଶ୍ରମିକମାନଙ୍କ ମଧ୍ୟରେ ଅଧିକାଂଶ ଓଡ଼ିଶା, ୟୁପି, ବିହାର ଓ ପଶ୍ଚିମବଙ୍ଗର ରହିଥିବା ଜଣାପଡ଼ିଛି। ବିସ୍ଫୋରଣରେ ତିନି ମହଲା କୋଠା ଭୁଶୁଡ଼ି ପଡ଼ିଥିବାରୁ ଏବେ ବି ଭଗ୍ନାବଶେଷ ତଳେ ଅନେକ ଶ୍ରମିକ ପୋତି ହୋଇରହିଛନ୍ତିି। ସେମାନଙ୍କୁ ଉଦ୍ଧାର କରିବା ଲାଗି ବଡ଼ ଧରଣର ଅଭିଯାନ ଆରମ୍ଭ ହୋଇଥିଲା। ଏହି ଉଦ୍ଧାର କାର୍ଯ୍ୟର ତଦାରଖ କରିବା ଲାଗି ଓଡ଼ିଶା ସରକାର ଦୁଇ ଜଣ ଅଧିକାରୀଙ୍କୁ ତେଲେଙ୍ଗାନା ପଠାଇଛନ୍ତି। ଏହି ଦୁଇ ଅଧିକାରୀ ହେଲେ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟର ପ୍ରୀତିଶ ପଣ୍ଡା ଏବଂ ଡ. ଚନ୍ଦ୍ରଶେଖର ସାହୁ। ଦୁର୍ଘଟଣା ସ୍ଥଳରେ ରହି ଉଦ୍ଧାର କାର୍ଯ୍ୟ ତଦାରଖ କରିବା ସହିତ ଓଡ଼ିଆ ଶ୍ରମିକଙ୍କ ପରିବାର ଓ ସଂପର୍କୀୟଙ୍କୁ ସବୁ ପ୍ରକାର ସହାୟତା ଯୋଗାଇଦେବା ଲାଗି ସେମାନଙ୍କୁ କୁହାଯାଇଛି।

ଏବେ ବି ଭଗ୍ନାବଶେଷ ତଳେ ଅନେକ ମୃତାହତ ଶ୍ରମିକ ପୋତି ହୋଇ ରହିଛନ୍ତି। ଅନେକ ମୃତଦେହ ସଂପୂର୍ଣ୍ଣ ରୂପେ ପୋଡ଼ି ହୋଇଯାଇଥିବାରୁ ଚିହ୍ନଟ କରିବା ମୁସ୍କିଲ ହୋଇପଡ଼ିଛି। କେତେକ ମୃତଦେହ ଖଣ୍ଡ ଖଣ୍ଡ ହୋଇଯାଇଛି। ତେଣୁ ଏଥିରେ କେତେଜଣ ଓଡ଼ିଆ ଶ୍ରମିକ ରହିଛନ୍ତି, ତାହା ଜଣାପଡ଼ି ନହିଁ । ତେବେ ବର୍ତ୍ତମାନ ସୁଦ୍ଧା ୪ ଓଡ଼ଆ ଶ୍ରମିକଙ୍କ ମୃତଦେହ ଚିହ୍ନଟ ହୋଇଛି।

ମୃତକଙ୍କ ପରିଜନଙ୍କୁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି। ସେହିପରି ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ଦେବାକୁ କୁହାଯାଇଛି। କାରଖାନାରେ ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, କେତେକ ଶ୍ରମିକ ୧୦୦ ମିଟର ଦୂରରେ ଯାଇ ଛିଟିକି ପଡ଼ିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର