ନବରଙ୍ଗପୁର ଚଚରାଗୁଡା ଗ୍ରାମରେ ଚାଞ୍ଚଲ୍ୟ: ଯୁବତୀଙ୍କୁ ଦୁଷ୍କର୍ମ ପରେ ତଣ୍ଟି ଚିପି ହତ୍ୟା ଅଭିଯୋଗ

Madhusudan Das Picture
Published On

ନବରଙ୍ଗପୁର: ପହିଲି ରଜ ରାତିରେ ପୌଶାଚିକ କାଣ୍ଡ । ଯୁବତୀଙ୍କୁ ବଳାତ୍କାର ପରେ ତଣ୍ଟି ଚିପି ହତ୍ୟା ଅଭିଯୋଗ । ହତ୍ୟା ପରେ ଘର ବାରି ପଟେ ମୃତ ଯୁବତୀର ଶବ ଫିଙ୍ଗି ଦେଇଥିବା ଅଭିଯୋଗ ଆଣିଲେ ପରିବାରଲୋକେ । ନବରଙ୍ଗପୁର ଜିଲ୍ଲା କୋଡୀଙ୍ଗା ଥାନା ଅନ୍ତର୍ଗତ ଚଚରାଗୁଡା ଗ୍ରାମର ଘଟଣା । ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଂଚି ତଦନ୍ତ କରୁଛି । ଦୋଷୀକୁ ଧରିଲା ପରେ ହିଁ ଶବ ନେବାକୁ ଅଡିବସିଛି ପରିବାର ।

ଆହୁରି ପଢ଼ନ୍ତୁ: ନକଲି ଡିଇଫ ରାକେଟ୍‌ ଠାବ; ୧୮୨ ବାଲ୍ଟି ନକଲି ଡିଇଫ ସହ ଗାଡ଼ି ଓ ଉତ୍ପାଦନ ଯନ୍ତ୍ରପାତି ଜବତ, ୪ ଗିରଫ

ସୂଚନା ଅନୁସାରେ, ରବିବାର ରାତିରେ ପହିଲି ରଜ ଖେଳିବାକୁ ସାଙ୍ଗସାଥି ଙ୍କ ସହ ଯୁବତୀ ଜଣକ ଯାଇଥିଲେ। ସୋମବାର ସକାଳୁ ଘର ବାରିପଟେ ଯୁବତୀଙ୍କ ମୃତଦେହ ପଡ଼ିଥିବା ପ୍ରଥମେ ତାଙ୍କ ଭାଇ ଦେଖିଥିଲେ। ଯୁବତୀଙ୍କ ପାଟିରୁ ରକ୍ତ ବାହାରିଥିବା ଏବଂ ବେକ ଫୁଲିଯାଇଥିବା ଦେଖି ସେ ଗାଁ ଲୋକଙ୍କୁ ଡାକିଥିଲେ। ପରିବାର ଲୋକେ ଓ ଗ୍ରାମବାସୀ ଏହିଭଳି ଏକ ଅଭାବନୀୟ ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଖବର ପାଇ କୋଡ଼ିଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସାଇଣ୍ଟିଫିକ୍ ଟିମ୍ ମଧ୍ୟ ପହଞ୍ଚି ଘଟଣାର ତଦନ୍ତ କରୁଛି। ନବରଙ୍ଗପୁର ଏସପି ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି। ଏହି ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହରେ କୋଡ଼ିଙ୍ଗା ପୋଲିସ ଜଣକୁ ଥାନାରେ ଅଟକ ରଖିଛି l

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀକୁ ଗୁଳି କରି ହତ୍ୟା କଲା ସ୍ୱାମୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର