ନିଅଣ୍ଟିଆ ବର୍ଷାକୁ ଦୃଷ୍ଟିରେ ରଖି ଚାଷୀଙ୍କ ପାଇଁ ଆପାତକାଳୀନ ପ୍ଲାନ ପ୍ରସ୍ତୁତ କଲା ଓୟୁଏଟି

The Sakala Picture
Published On

ଭୁବନେଶ୍ବର : ରାଜ୍ୟରେ ନିଅଣ୍ଟିଆ ବର୍ଷାକୁ ଦୃଷ୍ଟିରେ ରଖି ଚାଷୀଙ୍କ ପାଇଁ ପ୍ରସ୍ତୁତ ହୋଇଛି ଆପାତକାଳୀନ ପ୍ଲାନ । ଏହି ଆପାତକାଳୀନ ପ୍ଲାନକୁ ପ୍ରସ୍ତୁତ କରି କୃଷି ବିଭାଗକୁ ହସ୍ତାନ୍ତର କରିଛି ଓୟୁଏଟି । ମରୁଡ଼ି ହେଲେ ଚାଷୀର ସୁରକ୍ଷା ପାଇଁ କଣ କରାଯିବ, ତାହା ଏଥିରେ ଉଲ୍ଲେଖ ରହିଛି । ଚଳିତ ଥର ରାଜ୍ୟର ୫ଟି ଜିଲ୍ଲାର ୨୭ ବ୍ଲକରେ ମରୁଡ଼ି ହୋଇଥିବା ରାଜ୍ୟ ସରକାର ଘୋଷଣା କରିଛନ୍ତି । ଓଡ଼ିଶା ତଥା ସାରା ଦେଶରେ […]

ଭୁବନେଶ୍ବର : ରାଜ୍ୟରେ ନିଅଣ୍ଟିଆ ବର୍ଷାକୁ ଦୃଷ୍ଟିରେ ରଖି ଚାଷୀଙ୍କ ପାଇଁ ପ୍ରସ୍ତୁତ ହୋଇଛି ଆପାତକାଳୀନ ପ୍ଲାନ । ଏହି ଆପାତକାଳୀନ ପ୍ଲାନକୁ ପ୍ରସ୍ତୁତ କରି କୃଷି ବିଭାଗକୁ ହସ୍ତାନ୍ତର କରିଛି ଓୟୁଏଟି । ମରୁଡ଼ି ହେଲେ ଚାଷୀର ସୁରକ୍ଷା ପାଇଁ କଣ କରାଯିବ, ତାହା ଏଥିରେ ଉଲ୍ଲେଖ ରହିଛି । ଚଳିତ ଥର ରାଜ୍ୟର ୫ଟି ଜିଲ୍ଲାର ୨୭ ବ୍ଲକରେ ମରୁଡ଼ି ହୋଇଥିବା ରାଜ୍ୟ ସରକାର ଘୋଷଣା କରିଛନ୍ତି ।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ଅକ୍ଟୋବର ୨୬ ସୁଦ୍ଧା ବାତ୍ୟା ରୂପ ନେବାର ଆଶଙ୍କା

ଓଡ଼ିଶା ତଥା ସାରା ଦେଶରେ ମୌସୁମୀ ବାୟୁ ଉପରେ କୃଷି କାର୍ୟ୍ୟ ନିର୍ଭର କରିଥାଏ । ଏହା ଜୁନ ପହିଲାରୁ ସେପ୍ଟେମ୍ବର ଶେଷ ପର୍ୟ୍ୟନ୍ତ ଚାଲିଥାଏ । ଏଥର ଜୁନ ୧ରେ କେରଳ ଓ ଜୁନ ୧୦ରେ ଓଡ଼ିଶା ଛୁଇଁଥିଲା ମୌସୁମୀ । ଚଳିତ ବର୍ଷ ଜଳବାୟୁ ପରିବର୍ତ୍ତନ ମୌସୁମୀ ବାୟୁ ଉପରେ ପ୍ରଭାବ ପକାଇଛି । କେତେବେଳେ ବର୍ଷା ହେଉଛି ନ ହେଲେ ହୋଇକି ଛାଡ଼ି ଯାଉଛି ତ ଆଉ କେତେବେଳେ ମୌସୁମୀ ଫେରିଯାଉଛି । ଯାହା ଫଳରେ ଚାଷ କାର୍ୟ୍ୟରେ ସମସ୍ୟା ସୃଷ୍ଟି ହୋଇଛି । ରାଜ୍ୟରେ ମୌସୁମୀ ସମୟ ୪୦ ଦିନ ଅତିବାହିତ କରିସାରିଛି ।

ଆହୁରି ପଢ଼ନ୍ତୁ: ବିଜେପି ଶାସନରେ ଓଡ଼ିଶାର ପର୍ଯ୍ୟଟନସ୍ଥଳୀ ଅସୁରକ୍ଷିତ, ମହିଳା ଓ ପର୍ଯ୍ୟଟକଙ୍କୁ ସୁରକ୍ଷା ଦେବାରେ ସରକାର ବିଫଳ: ବିଜେଡି

ଯଦି ବୁଣା ନଷ୍ଟ ହୋଇଯାଇଥିବ ତେବେ ଫସଲ ହେବନି । ଚଳିତ ବର୍ଷ ୪୦ ଦିନ ବିତିଗଲାଣି । ତେଣୁ କମ ଅବଧି ଧାନ ନେଲେ ଶୀତ ପୂର୍ବରୁ ଧାନ ଅମଳ ହୋଇପାରିବ । ମୌସୁମୀ ଅବଧିର ମଝିରେ ମରୁଡ଼ି ହେଲେ ସୁବିଧା ସ୍ଥାନରୁ ପାଣି ଆଣି ସମ୍ବେଦନଶୀଳ ଜମିରେ ପାଣି ମଡ଼ାଇ ପରିଚାଳନା କରିହେବ । ଆଉ ଶେଷ ପର୍ୟ୍ୟାୟରେ ମରୁଡି ହେଲେ ୟୁରିଆ ସାର ଛିଞ୍ଚି ବାଳୁଙ୍ଗା ଧାନ ବାଛି ଅମଳ କରିବାକୁ ହେବ ବୋଲି ଏହି ଆପାତକାଳୀନ ରିପୋର୍ଟରେ ଉଲ୍ଲେଖ କରିଛି ଓୟୁଏଟି ।

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପୂଜା ଗେଟ୍ ଏବଂ ତୋରଣ ହଟାଇବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର